Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ଼ ଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ ହୋଇ ଚାରିବର୍ଷରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ସ୍କୁଲ ବାରଣ୍ଡାରେ କେନ୍ଦ୍ର ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ କବଜାରେ କେନ୍ଦ୍ର I
Ramesh Chandra Nayak
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ଼ ଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ ହୋଇ ଚାରିବର୍ଷରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ସ୍କୁଲ ବାରଣ୍ଡାରେ କେନ୍ଦ୍ର ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ କବଜାରେ କେନ୍ଦ୍ର I
More news from ଓଡ଼ିଶା and nearby areas
- ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ1
- ଦେଖନ୍ତୁ 🙏🙏🙏1
- ମୋହନା ରେ ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ମୁଖ୍ୟ ଦ୍ୱାରା ଖମ୍ବ କୁ ସ୍ୱାଗତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଥିବା ବେଳେ ଉକ୍ତ ମନ୍ଦିର ର ମୁଖ୍ୟ ଫାଟକ ରେ ଲାଗିବାକୁ ଥିବା ଖମ୍ବ କୁ ମୋହନା ଠାରେ ସ୍ୱାଗତ କରାଯଇଛି ଫୁଲ ଚନ୍ଦନ ଧୂପ ଦେଇ କୀର୍ତନ କରି ପରେ ନଗର ପରୀକ୍ରମା କରାଯଇଛି3
- କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ। ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।1
- ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।2
- *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ *ବରପଦରରେ ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ* ଟିକରପଡା ପଞ୍ଚାୟତର ବରପଦରରୁ ଦମଣ୍ଡା ଯାଏଁ ପକ୍କା ରାସ୍ତା ଅଭାବ, ବର୍ଷା ହେଲେ ଠପ ହୋଇଯାଏ ଯାତାୟାତ ବୌଦ୍ଧ:ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗାଁରେ ଏବେ ବି ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ପାଇଁ ବର୍ଷ ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନର କାନରେ ପଡୁନାହିଁ। ଫଳରେ ବର୍ଷର ୮ ମାସ କୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷାର ୪ ମାସ ଗ୍ରାମବାସୀଙ୍କ ପାଇଁ ନର୍କ ଯନ୍ତ୍ରଣା ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ଗାଁରୁ ମୁଖ୍ୟ ରାସ୍ତାକୁ ଯିବାକୁ ମଝିରେ ଏକ ପାହାଡିଆ ନାଳ ବାଧକ ସାଜିଛି। ବର୍ଷା ହେଲେ ନାଳରେ ପାଣି ବଢି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରନ୍ତି ନାହିଁ, ଫଳରେ ୪ ମାସ ପାଠପଢା ବାଧାପ୍ରାପ୍ତ ହୁଏ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ନ ପହଞ୍ଚି ପାରି ମୃତ୍ୟୁ ବରଣ କରିବାର ନଜିର ମଧ୍ୟ ରହିଛି। ଗତ ରବିବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗାଁର ଭଗବାନ କହଁରଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଓ ନାଳ ପାର ହୋଇ ପ୍ରାୟ ୨ ଘଣ୍ଟା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଏକ ଘରୋଇ ଗାଡି ଭଡା କରି ଡାକ୍ତରଖାନା ନେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ସ୍ତ୍ରୀ ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବରପଦରରୁ ଦମଣ୍ଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ବାରମ୍ବାର ଦାବୀ କରିଆସୁଛନ୍ତି, ହେଲେ କିଛି ସୁଫଳ ମିଳୁନାହିଁ। ରାସ୍ତା ଦାବୀରେ ୨୦୨୨ ମସିହାରେ ଦମଣ୍ଡା ୧୩ ନମ୍ବର ୱାର୍ଡ ବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଲେ ୫ ବର୍ଷ ଯାଏଁ ଦେଖା ମିଳେନାହିଁ। ଏମିତି ୧୫ଟି ନିର୍ବାଚନ ବିତିଲାଣି, ପ୍ରତିଶ୍ରୁତି ବଦଳରେ ମିଳିଛି କେବଳ ପ୍ରତାରଣା। ପୂର୍ବତନ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ୨୦୨୨ ମାର୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତର ଅନେକ ଗାଁକୁ ରାସ୍ତା ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବରପଦର-ଦମଣ୍ଡା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।1
- ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା1