logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡାଠାରେ ସ୍ଥାପିତ ୧୦ଟି ସିସି କ୍ୟାମେରା ଗତ ଏକ ବର୍ଷ ହେବ ଅଚଳ ହୋଇପଡ଼ିଛି, ଯାହାକୁ ମରାମତି କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଶୁକ୍ରବାର ବଇଣ୍ଡାବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଆଠମଲ୍ଲିକ ଉପଖଣ୍ଡର ବ୍ୟାବସାୟିକ କେନ୍ଦ୍ର ଭାବରେ ବଇଣ୍ଡା ପରିଚିତ। ଏଠାରେ ରେଳ ଷ୍ଟେସନ ଥିବାରୁ ଅଞ୍ଚଳରେ ସର୍ବଦା ଗହଳି ଲାଗିରହିଥାଏ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିଲା। ତେବେ ଗତ ବର୍ଷେ ହେବ ଉକ୍ତ କ୍ୟାମେରାଗୁଡ଼ିକ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି ଏବଂ ତାରଗୁଡ଼ିକ କାଟି ଦିଆଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ, ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲା ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବଇଣ୍ଡା ଗ୍ରାମବାସୀ ତୁରନ୍ତ ଅଚଳ କ୍ୟାମେରାଗୁଡ଼ିକୁ ମରାମତି କରିବା ପାଇଁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ କହିଛନ୍ତି ଯେ ସିସି କ୍ୟାମେରା ମରାମତି ପାଇଁ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଅବଗତ କରାଯିବ।

7 hrs ago
user_Kishore nagar Shuru
Kishore nagar Shuru
Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
7 hrs ago

ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡାଠାରେ ସ୍ଥାପିତ ୧୦ଟି ସିସି କ୍ୟାମେରା ଗତ ଏକ ବର୍ଷ ହେବ ଅଚଳ ହୋଇପଡ଼ିଛି, ଯାହାକୁ ମରାମତି କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଶୁକ୍ରବାର ବଇଣ୍ଡାବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଆଠମଲ୍ଲିକ ଉପଖଣ୍ଡର ବ୍ୟାବସାୟିକ କେନ୍ଦ୍ର ଭାବରେ ବଇଣ୍ଡା ପରିଚିତ। ଏଠାରେ ରେଳ ଷ୍ଟେସନ ଥିବାରୁ ଅଞ୍ଚଳରେ ସର୍ବଦା ଗହଳି ଲାଗିରହିଥାଏ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିଲା। ତେବେ ଗତ ବର୍ଷେ ହେବ ଉକ୍ତ କ୍ୟାମେରାଗୁଡ଼ିକ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି ଏବଂ ତାରଗୁଡ଼ିକ କାଟି ଦିଆଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ, ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲା ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବଇଣ୍ଡା ଗ୍ରାମବାସୀ ତୁରନ୍ତ ଅଚଳ କ୍ୟାମେରାଗୁଡ଼ିକୁ ମରାମତି କରିବା ପାଇଁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ କହିଛନ୍ତି ଯେ ସିସି କ୍ୟାମେରା ମରାମତି ପାଇଁ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଅବଗତ କରାଯିବ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା। ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
    1
    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା।

ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା।

ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    1
    ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    user_Ranjan hota
    Ranjan hota
    Sonepur, Odisha•
    8 hrs ago
  • କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।
    1
    କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ।

ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ।

ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ବାଳିକିଆରୀ ଗାଁରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଦୁଇଟି ଭିନ୍ନ ବିଭାଗରୁ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
    1
    ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ବାଳିକିଆରୀ ଗାଁରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଦୁଇଟି ଭିନ୍ନ ବିଭାଗରୁ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
    1
    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • ବୌଦ୍ଧ ଜିଲ୍ଲାର ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକ ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଠାରେ ଏକ ଆଇଚର୍ ଗାଡ଼ି ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।
    1
    ବୌଦ୍ଧ ଜିଲ୍ଲାର ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକ ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଠାରେ ଏକ ଆଇଚର୍ ଗାଡ଼ି ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.