ପ୍ରଚଣ୍ଡ ଗ୍ରୀଷ୍ମରେ ମାନବତାର ଉଦାହରଣ: SUJ ପକ୍ଷରୁ ଜଳ ଛତ୍ର, ୧୫୦୦ ରୁ ଅଧିକ ଲୋକଙ୍କୁ ସହାୟତା । କେନ୍ଦ୍ରାପଡ଼ା: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସାମ୍ବାଦିକ ସଙ୍ଘ (SUJ) କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସଭାପତି ଦୈତାରୀ ଜେନାଙ୍କ ନେତୃତ୍ୱରେ ଚାନ୍ଦୋଳ ବଜାର ଠାରେ ଜଳ ଛତ୍ର ଅନୁଷ୍ଠିତ ହୋଇଥିଲା, ଯାହା ଗ୍ରୀଷ୍ମ ତାପରେ ପିଡ଼ିତ ଲୋକଙ୍କ ପାଇଁ ବଡ଼ ସହାୟତା ସାବିତ ହୋଇଛି। ଏହି କାର୍ଯ୍ୟକ୍ରମରେ SUJ ଓଡିଶାର ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ସସ୍ମିତା ପଣ୍ଡା ସହିତ SUJ ଓଡିଶାର ରାଜ୍ୟ ସଦସ୍ୟ ଜଗନ୍ନାଥ ଧଳ ସନ୍ନମାନିତ ଅତିଥି ଭାବେ ଯୋଗଦେଇ ଜଳ ଛତ୍ରର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ସମାଜ ସେବାରେ ସାମ୍ବାଦିକ ମାନଙ୍କ ଭୂମିକାକୁ ସ୍ତୁତି କରିଥିଲେ। ଏହା ସହିତ ଡେରାବିଶ ବ୍ଲକର ସମସ୍ତ ସଦସ୍ୟ ଓ ବ୍ଲକ ସଭାପତି ପ୍ରଫୁଲ୍ଲ ମଲ୍ଲଙ୍କ ସହ ଜୟନ୍ତ କୁମାର ଶତପଥୀ, ଜିବେନ୍ଦୁ ମଲ୍ଲିକ, ବିପିନ ଭଦ୍ର, ନିରାକାର ମହାରଣା ଓ ଶାନ୍ତନୁ ସାହୁ ପ୍ରମୁଖ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ତେବେ ଏହି ଜଳ ଛତ୍ର ମାଧ୍ୟମରେ ୧୫୦୦ ରୁ ଅଧିକ ବାଟୋଇଙ୍କୁ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥିଲା, ଯାହା ଗ୍ରୀଷ୍ମ ତାପରେ ରାହତ ଦେଇଥିଲା। ସ୍ଥାନୀୟ ଲୋକମାନେ SUJ ର ଏହି ପ୍ରୟାସକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏପରି ସେବାମୂଳକ କାର୍ଯ୍ୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଥିଲେ।

- ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।1
- ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ1
- Post by AT News1
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨1
- ଚେନ ଲୁଟେରାଙ୍କୁ ବାନ୍ଧିଲା ପୋଲିସ | ଲୋକଙ୍କୁ ହସ୍ତାନ୍ତର କରାଗଲା ଚେନ | ଭୁବନେଶ୍ବର, ଓଡ଼ିଶା #Bhubabeswar #Odisha1
- Post by Prahallad pradhan1
- Post by ମନୋଜ କୁମାର ପୁଣ୍ଟିଆ1
- Post by NEWS MANORANJAN1
- Post by AT News1