ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ନାରୀ ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରାଯାଇଥିଲା ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ ମାର୍ଚ୍ଚ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନାରୀ ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ମହିଳା ସେଲ୍ ଓ ଛାତ୍ରୀ ନିବାସ ଯୁଗ୍ମ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନାରୀ ଅଧିକାର, ସମାନତା ଓ ସଶକ୍ତିକରଣ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମର ଆରମ୍ଭରେ ମହିଳା ସେଲ୍ର ଆହ୍ୱାୟିକା ଡ଼. ମାନସୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥି, ଶିକ୍ଷକମାନେ ଓ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ସେ ତାଙ୍କ ଭାଷଣରେ ନାରୀଙ୍କ ସମାନ ଅଧିକାର, ସମ୍ମାନ ଓ ସମାଜରେ ସକ୍ରିୟ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଡ଼. ଲିଜା ଶତପଥୀ, ଶକ୍ତିଶ୍ରୀ ସେଲ୍ ପକ୍ଷରୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ବିଶ୍ଳେଷଣାତ୍ମକ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର କୃଷ୍ଣପ୍ରିୟା ସାହାନୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ନାରୀ ଶିକ୍ଷା ଓ ସ୍ୱାଧୀନତା ସମାଜର ସମଗ୍ର ଉନ୍ନତି ପାଇଁ ଅତ୍ୟାବଶ୍ୟକ। ସେ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ହୋଇ ନିଜ ଲକ୍ଷ୍ୟ ପ୍ରତି ଅଗ୍ରସର ହେବାକୁ ପ୍ରେରିତ କରିଥିଲେ ଓ ସମାଜରେ ସମାନ ଅଧିକାର ସ୍ଥାପନ ପାଇଁ ସଚେତନ ହେବାର ଆହ୍ୱାନ ଜଣାଇଥିଲେ। ସମ୍ମାନିତ ଅତିଥି ପ୍ରଣତି ପାତ୍ର ତାଙ୍କ ଭାଷଣରେ ନାରୀମାନଙ୍କ ଆତ୍ମନିର୍ଭରତା ଓ ସମାଜରେ ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଶିକ୍ଷା, ସଚେତନତା ଓ ସାହସ ମାଧ୍ୟମରେ ନାରୀମାନେ ସମସ୍ତ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସରସ୍ୱତୀ ରାୟ ଅଧ୍ୟକ୍ଷତା କରି ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ ଯେ ଶିକ୍ଷା ଓ ସଚେତନତା ମାଧ୍ୟମରେ ନାରୀମାନେ ସମାଜରେ ଆହୁରି ସଶକ୍ତ ଭୂମିକା ନିଭାଇପାରିବେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ନିବାସର ୱାର୍ଡେନ୍ ଶ୍ରୀମତୀ ଅନିତା ସାହୁ ଓ ଶ୍ରୀମତୀ ନାଗମଣି କୁମ୍ଭାର, ଛାତ୍ରୀ ନିବାସର ୱାର୍ଡେନ୍ମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ସେଲ୍ଫ୍ ଡିଫେନ୍ସ ସେଲ୍ର ଦାୟିତ୍ୱରତ ଅଧ୍ୟାପିକା ମୋନାଲିସା ପାଣିଗ୍ରାହୀ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ଲେଫ୍ଟେନାଣ୍ଟ ଉଦୟ ନାୟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଚାରୁ ଭାବେ ପରିଚାଳନା କରି ସମସ୍ତଙ୍କୁ ସହଯୋଗ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ମହିଳା ଅଧ୍ୟାପିକା ଓ କର୍ମଚାରୀମାନେମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ଆହୁରି ସାର୍ଥକ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାରୀ ସମସ୍ୟା ଓ ସଶକ୍ତିକରଣ ବିଷୟକ ନାଟକ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ହୋଷ୍ଟେଲ୍ ଦାୟିତ୍ୱରତ ଶ୍ରୀମତୀ ନାଗମଣି କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ।

- କଣ୍ଟାମାଳ ଗ୍ରାମ ର ଦେଖନ୍ତୁ 🙏🙏🙏1
- ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।1
- ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।4
- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।1
- CBSE ଦଶମ ବୋର୍ଡରେ 96% ରଖି କୋଟପାଡ଼ ଟପ୍ପର ହେଲେ ବନ୍ଦନା ପ୍ରିୟଦର୍ଶନୀ ରଥ l ଡକ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବନ୍ଦନା #kotpadbreakingnews #CBSE_KOTPAD_TOPPER #ଆଜି_ପ୍ରକାଶ_ପାଇଲା_CBSE_ରେଜଲ୍ଟ #Cbse_kotpad_topper1
- Post by PABITRA BARIHA1
- ତିଜିମାଳି ର ଦେଖନ୍ତୁ 🙏🙏🙏1
- ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ1
- Post by Ganjam Khabar1