logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଆ ନବବର୍ଷ ରେ ବାଜ ର ତାଳେ ତଳେ ନାଚିଲେ ବାଲି ଯାତ୍ରା ର ଦେବା ଦେବୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।

4 days ago
user_Santunu chanda
Santunu chanda
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
4 days ago

ଓଡ଼ିଆ ନବବର୍ଷ ରେ ବାଜ ର ତାଳେ ତଳେ ନାଚିଲେ ବାଲି ଯାତ୍ରା ର ଦେବା ଦେବୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।

More news from ଓଡ଼ିଶା and nearby areas
  • ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି
    1
    ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    20 hrs ago
  • ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ମଇଦଳପୁର 2026
    1
    ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ମଇଦଳପୁର 2026
    user_Biranchi Dhangadamajhi
    Biranchi Dhangadamajhi
    Farmer କୋକସରା, କଳାହାଣ୍ଡି, ଓଡ଼ିଶା•
    17 hrs ago
  • ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    1
    ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    5 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    1 hr ago
  • ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।
    1
    ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର  ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି  ସୋମବାର ଦିନ   ପ ଶପଥ ଗ୍ରହଣ କରିଛନ୍ତି ।
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • ନୂଆପଡ଼ା- ୨୨/୪ ଓଡ଼ିଆ ସାହିତ୍ୟର ଅମର ସ୍ରଷ୍ଟା ମହାନ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସାହିତ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଏହି 'କବିତା ପାଠୋତ୍ସବ' ଜିଲ୍ଲାର ସାରସ୍ୱତ ସାଧକମାନଙ୍କୁ ଏକାଠି କରିଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ପ୍ରିୟମ୍ବଦା ମହାନ କବି ଜୟଦେବଙ୍କ କାଳଜୟୀ ସୃଷ୍ଟି 'ଗୀତ ଗୋବିନ୍ଦ' ଓ ତାଙ୍କର ଅନନ୍ୟ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ। କବିତା ପାଠୋତ୍ସବ ଓ ସାହିତ୍ୟିକ ଆଲୋଚନା ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟକ କବି ଓ କବିତ୍ରୀ ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ ସହ ସାମ୍ପ୍ରତିକ ସମାଜ ଓ ସାହିତ୍ୟକୁ ନେଇ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ତଥା କବି ସୁଶାନ୍ତ କୁମାର ମୁଣ୍ଡ ଅତ୍ୟନ୍ତ ସୁଚାରୁରୂପେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଲାପାଳଙ୍କ ବାର୍ତ୍ତା : "ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ବେଶ୍ ଆଶାଜନକ। ଆଗାମୀ ଦିନରେ କେବଳ ଜିଲ୍ଲା ସ୍ତରରେ ନୁହେଁ, ବରଂ ପ୍ରତିଟି ବ୍ଲକ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନେ ସୁଯୋଗ ପାଇପାରିବେ।" କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁର୍ମି ସୋରେନ, ଉପ ଜିଲ୍ଲାପାଳ କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରେ ଏଭଳି ଏକ ସାରସ୍ୱତ ସମାରୋହ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।
    9
    ନୂଆପଡ଼ା- ୨୨/୪ ଓଡ଼ିଆ ସାହିତ୍ୟର ଅମର ସ୍ରଷ୍ଟା ମହାନ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସାହିତ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଏହି 'କବିତା ପାଠୋତ୍ସବ' ଜିଲ୍ଲାର ସାରସ୍ୱତ ସାଧକମାନଙ୍କୁ ଏକାଠି କରିଥିଲା।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ  ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ।  ପ୍ରିୟମ୍ବଦା ମହାନ କବି ଜୟଦେବଙ୍କ କାଳଜୟୀ ସୃଷ୍ଟି 'ଗୀତ ଗୋବିନ୍ଦ' ଓ ତାଙ୍କର ଅନନ୍ୟ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ।
କବିତା ପାଠୋତ୍ସବ ଓ ସାହିତ୍ୟିକ ଆଲୋଚନା
ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟକ କବି ଓ କବିତ୍ରୀ ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ ସହ ସାମ୍ପ୍ରତିକ ସମାଜ ଓ ସାହିତ୍ୟକୁ ନେଇ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ତଥା କବି ସୁଶାନ୍ତ କୁମାର ମୁଣ୍ଡ ଅତ୍ୟନ୍ତ ସୁଚାରୁରୂପେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଜିଲ୍ଲାପାଳଙ୍କ ବାର୍ତ୍ତା : "ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ବେଶ୍ ଆଶାଜନକ। ଆଗାମୀ ଦିନରେ କେବଳ ଜିଲ୍ଲା ସ୍ତରରେ ନୁହେଁ, ବରଂ ପ୍ରତିଟି ବ୍ଲକ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନେ ସୁଯୋଗ ପାଇପାରିବେ।"
କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ 
ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ
ସୁର୍ମି ସୋରେନ, ଉପ ଜିଲ୍ଲାପାଳ
କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ
ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ନୂଆପଡ଼ା ଜିଲ୍ଲାରେ ଏଭଳି ଏକ ସାରସ୍ୱତ ସମାରୋହ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    2 hrs ago
  • ଜୟପୁରରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଏବେ ପୂରା Indian Premier League (ଆଇପିଏଲ୍) ଫର୍ମାଟ୍‌ରେ ଜୟପୁର ପ୍ରିମିୟର୍ ଲିଗ୍ (JPL) ଆୟୋଜିତ ହେବାକୁ ଯାଉଛି। ଏହି ନେଇ ଜେପିଏଲ୍ ଚେୟାରମ୍ୟାନ୍ ବାବୁଲା ରାଉତ ସୂଚନା ଦେଇ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳ ମଧ୍ୟରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ ଓ ଖେଳ ପୂରାପୁରି ଆଇପିଏଲ୍ ଶୈଳୀରେ ଆୟୋଜିତ ହେବ। ସେ ଆହୁରି କହିଛନ୍ତି ଯେ, ଏହି ଲିଗ୍‌ର ମୁଖ୍ୟ ଆକର୍ଷଣ ହେଉଛି ପୁରସ୍କାର ରାଶି। ବିଜେତା ଦଳକୁ ଦିଆଯିବ ଦେଢ ଲକ୍ଷ ଟଙ୍କା, ଯାହା ଖେଳାଳିମାନଙ୍କୁ ଆହୁରି ଉତ୍ସାହିତ କରିବ।
    1
    ଜୟପୁରରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଏବେ ପୂରା Indian Premier League (ଆଇପିଏଲ୍) ଫର୍ମାଟ୍‌ରେ ଜୟପୁର ପ୍ରିମିୟର୍ ଲିଗ୍ (JPL) ଆୟୋଜିତ ହେବାକୁ ଯାଉଛି।
ଏହି ନେଇ ଜେପିଏଲ୍ ଚେୟାରମ୍ୟାନ୍ ବାବୁଲା ରାଉତ ସୂଚନା ଦେଇ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳ ମଧ୍ୟରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ ଓ ଖେଳ ପୂରାପୁରି ଆଇପିଏଲ୍ ଶୈଳୀରେ ଆୟୋଜିତ ହେବ।
ସେ ଆହୁରି କହିଛନ୍ତି ଯେ, ଏହି ଲିଗ୍‌ର ମୁଖ୍ୟ ଆକର୍ଷଣ ହେଉଛି ପୁରସ୍କାର ରାଶି। ବିଜେତା ଦଳକୁ ଦିଆଯିବ ଦେଢ ଲକ୍ଷ ଟଙ୍କା, ଯାହା ଖେଳାଳିମାନଙ୍କୁ ଆହୁରି ଉତ୍ସାହିତ କରିବ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
  • ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏
    1
    ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    20 hrs ago
  • ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ଓ ତାଙ୍କ ଅଭିଭାଷଣ। ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି, ମାତୃଶକ୍ତି ପ୍ରତିନିଧି ରୂପେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି, ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା। କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
    6
    ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି।
ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ  ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମଞ୍ଚାସୀନ ଅତିଥି ଓ  ତାଙ୍କ ଅଭିଭାଷଣ।
ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ।
ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ 
ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି,
ମାତୃଶକ୍ତି ପ୍ରତିନିଧି ରୂପେ  ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି 
ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି,
ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ  ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା।
କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.