logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତେମ୍ବଗୁଡା ସେକ୍ଟର ଠାରେ କିଶୋରୀ ମେଳା ଅନୁଷ୍ଠିତ। ତେମ୍ଭାଗୁଡା ସେକ୍ଟର ରେ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ପଦ୍ମପୁର :୧୬/୪:-ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ତେମ୍ବାଗୁଡ଼ା ସେକ୍ଟର ଆଙ୍ଗନ ୱାଡି କେନ୍ଦ୍ର ପରିସରରେ ଆଜି କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ସିଦ୍ଧେଶ୍ୱରୀ ଶବାର,ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ପ୍ରସାଦ ପଣ୍ଡା ସ୍ଥାନୀୟ ପ୍ରଧାନ ଶିକ୍ଷକ କେନ୍ଦୁଗୁଡ଼ା ଜି ଗର୍ଜନା ସୁପର୍ ଭାଇଯାର ସନ୍ଧ୍ୟାରାଣୀ ଦାସ, ସିଡ଼ିପିଓ ଭାରତୀ ବ୍ରହ୍ମା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଠି ଯୋଜନା ରେ ପୋଷଣରେ ଅଭିବୃଦ୍ଧି ଓଡ଼ିଶା ସରକାରଙ୍କ ଅଭିଯାନ ମାଧ୍ୟମରେ କିଶୋରୀ ମେଳାରେ କିଶୋରୀ ଙ୍କୁ ସାମିଲ କରି ସମସ୍ୟାର ସମଧାନ ଓ ଅପପୃଷ୍ଟି ରୋକିବା ସକାଶେ ଗୁରୁତ୍ୱ ଦିଆଯାଇଛି।ତେବେ ଏହି ମେଳାରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ଉଚ୍ଚତା ମାପ,ହିମୋଗ୍ଲୋବିନ୍,ଓଜନ ଯାଞ୍ଚ କରାଯାଇ ସେମାନଙ୍କୁ ମାଗଣା ମେଡିସିନ ଦିଆଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମେଳା ରେ ସେକ୍ଟର ସମସ୍ତ ଅଙ୍ଗନୱାଡି ଦିଦି ମାନେ ଉପସ୍ଥିତ ରହିଥିଲେ!

4 days ago
user_Susanta kumar panda
Susanta kumar panda
ପଦ୍ମପୁର, ରାୟଗଡା, ଓଡ଼ିଶା•
4 days ago
fe62a6b7-e10b-44e0-b54e-50dbd958e988

ତେମ୍ବଗୁଡା ସେକ୍ଟର ଠାରେ କିଶୋରୀ ମେଳା ଅନୁଷ୍ଠିତ। ତେମ୍ଭାଗୁଡା ସେକ୍ଟର ରେ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ପଦ୍ମପୁର :୧୬/୪:-ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ତେମ୍ବାଗୁଡ଼ା ସେକ୍ଟର ଆଙ୍ଗନ ୱାଡି କେନ୍ଦ୍ର ପରିସରରେ ଆଜି କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ସିଦ୍ଧେଶ୍ୱରୀ ଶବାର,ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ପ୍ରସାଦ ପଣ୍ଡା ସ୍ଥାନୀୟ ପ୍ରଧାନ ଶିକ୍ଷକ କେନ୍ଦୁଗୁଡ଼ା ଜି ଗର୍ଜନା ସୁପର୍ ଭାଇଯାର ସନ୍ଧ୍ୟାରାଣୀ ଦାସ, ସିଡ଼ିପିଓ ଭାରତୀ ବ୍ରହ୍ମା

782414ce-de65-4d10-91f4-23d9a6c8bc7e

ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଠି ଯୋଜନା ରେ ପୋଷଣରେ ଅଭିବୃଦ୍ଧି ଓଡ଼ିଶା ସରକାରଙ୍କ ଅଭିଯାନ ମାଧ୍ୟମରେ କିଶୋରୀ ମେଳାରେ କିଶୋରୀ ଙ୍କୁ ସାମିଲ କରି ସମସ୍ୟାର ସମଧାନ ଓ ଅପପୃଷ୍ଟି ରୋକିବା ସକାଶେ ଗୁରୁତ୍ୱ ଦିଆଯାଇଛି।ତେବେ ଏହି ମେଳାରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ଉଚ୍ଚତା ମାପ,ହିମୋଗ୍ଲୋବିନ୍,ଓଜନ ଯାଞ୍ଚ କରାଯାଇ ସେମାନଙ୍କୁ ମାଗଣା ମେଡିସିନ ଦିଆଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମେଳା ରେ ସେକ୍ଟର ସମସ୍ତ ଅଙ୍ଗନୱାଡି ଦିଦି ମାନେ ଉପସ୍ଥିତ ରହିଥିଲେ!

More news from ଓଡ଼ିଶା and nearby areas
  • ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    1
    ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    14 hrs ago
  • ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା 
ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି।
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    22 hrs ago
  • ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    1
    ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    5 hrs ago
  • ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ କାହ୍ନୁଚରଣ ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ 
ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ  ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ  ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ  କାହ୍ନୁଚରଣ  ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର  ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    8 hrs ago
  • କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି  ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    15 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    19 hrs ago
  • ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    1
    ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    22 hrs ago
  • ତା.19/04/2026 ରିଖ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।. ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍ ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ, ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ତା.19/04/2026 ରିଖ 
ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ  ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।.
ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା  ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର  ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍  
ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ  ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି  ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ,
ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    23 hrs ago
  • ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନ ଅଧୀନ ମୁନିଗାଡି ଗାଁ ରେ ଜନଗଣନା ବେଳେ ଶିକ୍ଷୟତ୍ରୀ ଙ୍କୁ କାମୁଡ଼ିଲା ସାପ
    1
    ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନ ଅଧୀନ ମୁନିଗାଡି ଗାଁ ରେ ଜନଗଣନା ବେଳେ ଶିକ୍ଷୟତ୍ରୀ ଙ୍କୁ କାମୁଡ଼ିଲା ସାପ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.