Shuru
Apke Nagar Ki App…
#ସୁବର୍ଣ୍ଣପୁର_ଜିଲ୍ଲାପାଳ_ଡ଼_ନୃପାରାଜ_ସାହୁଙ୍କ_ଅସ୍ଥାୟୀ_ବସଷ୍ଟାଣ୍ଡ_ପରିଦର୍ଶନ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ।
Ram Shankar Bhoi
#ସୁବର୍ଣ୍ଣପୁର_ଜିଲ୍ଲାପାଳ_ଡ଼_ନୃପାରାଜ_ସାହୁଙ୍କ_ଅସ୍ଥାୟୀ_ବସଷ୍ଟାଣ୍ଡ_ପରିଦର୍ଶନ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ।
More news from ଓଡ଼ିଶା and nearby areas
- Post by Sonepur news khulasa1
- ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- Post by SAHADEV MEHER1
- ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।4
- କୃତୀ ପ୍ରତିଭାଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ବୁଟୁପାଲିର ଦୁଇ କୃତୀ ଭାଇଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେରଙ୍କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ବର୍ଦ୍ଧିତ କରି ଉଭୟଙ୍କୁ ଖେଳ ଉପକରଣ ଯୋଗେଇଦେବେ ବୋଲି କହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଉଭୟଙ୍କୁ ଶୁଭେତ୍ସା ଜଣେଇବା ସହିତ ଜିଲ୍ଲାରେ କିପରି ତୀରନ୍ଦାଜ କ୍ରୀଡ଼ାର ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।1
- ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ #ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର1
- ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।1