logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ବାଳିକା ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅଜ୍ଞାନ ରୂପକ ଅନ୍ଧକାର କୁ ଜ୍ଞାନ ରୂପକ ଆଲୋକ ଆଲୋକିତ କରି ଥାଏ। ତେଣୁ ସମାଜରୁ ଜ୍ଞାନ ଆହରଣ କରିବା ଜରୁରୀ। ଜ୍ଞାନ ହାସଲ ପାଇଁ ଶିକ୍ଷାନୁଷ୍ଠାନ ରେ ପାଠ୍ୟ ପୁସ୍ତକ ଅଧ୍ୟୟନ ବେଶ ଗୁରୁତ୍ଵ ପ୍ରଦାନ କରିଥାଏ। ଏଣୁ ଛାତ୍ରୀଛାତ୍ର କଠିନ ପରିଶ୍ରମ ଓ ଅନବରତ ଉଦ୍ୟମ କରି ଜ୍ଞାନ ହାସଲ କରନ୍ତୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ମଞ୍ଚାସିନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣୀ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ଲକ୍ଷ୍ୟ ନେଇ ପରିଶ୍ରମ କଲେ ସଫଳତା ଆପେ ମିଳିବ ବୋଲି କହିବା ସହିତ ଉତ୍ତମ ଚରିତ୍ର ଗଠନ ଓ ସଞ୍ଜତ ହେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶନ୍ନ କୁମାର ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଫଳତା ପାଇଁ ଉଦ୍ୟମ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ନମିତା ଡାଙ୍ଗ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଏସ ଏସ ପ୍ରିୟଦର୍ଶିନୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ନୀଳକଣ୍ଠ ମାଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଏହା ସହିତ ଶ୍ରେଷ୍ଠ ଜେଆରସି ଭାବେ ଝରଣା କୁମ୍ଭାର,ଶ୍ରେଷ୍ଠ ଗାଇଡ ଗାୟତ୍ରୀ ପ୍ରଧାନ,ଶ୍ରେଷ୍ଠ ଡ୍ୟାନ୍ସର ଲିପ୍ସା ଜଗତ,ଶ୍ରେଷ୍ଠ ଅଭିନେତ୍ରୀ ଆଂଶିକ ପଣ୍ଡା, ଶ୍ରେଷ୍ଠ ଇକୋକ୍ଲବିଷ୍ଟ ଆଦ୍ୟାଶା ଭୋଇ,ଶ୍ରେଷ୍ଠ ସ୍ବେଚ୍ଛାସେବୀ ପ୍ରମିତା ଭୋଇ,ଗତ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖିଥିବା ଡଲି ମିର୍ଦ୍ଧା, ଶ୍ରେଷ୍ଠ ଉପସ୍ଥାନ ପାଇଁ ଆଦ୍ୟାଶା ଭୋଇ ଏବଂ ଷ୍ଟୁଡେଣ୍ଟ୍ ଅଫ ଦି ଇଆର ଭାବେ ସ୍ନେହା ସାହୁ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପରେ ତେଜସ୍ଵିନୀ ନାଗ ଙ୍କ ତତ୍ତ୍ଵାବଧାନରେ ପରିବେଷଣ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସର ରେ ଶିକ୍ଷୟିତ୍ରୀ ଏସ ଏସ ପ୍ରିୟଦର୍ଶିନୀ ଙ୍କ ନିର୍ଦ୍ଦେଶନାରେ ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସମ୍ବଲପୁରୀ/ କୋଶଳୀ ନାଟକ ସୋସିଆଲ ମିଡ଼ିଆ କରିଛେ ସମକୁ କିମିଆ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଛାତ୍ରୀ , ଶିକ୍ଷୟିତ୍ରୀ,ଶିକ୍ଷକ ଓ ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅରୁନ୍ଧତୀ ମଲ୍ଲିକ,ଆନନ୍ଦ ଦାୟିନୀ ସିଂ,ଆକାଶ କୁମାର ବେହେରା,ରାଜା ବାରିକ, ସିପ୍ରା ଆଚାର୍ଯ୍ୟ,ରାଜେନ୍ଦ୍ର ସାହୁ , ଭୂମିସୂତା ଜଗଦଲା,ରବିନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

1 day ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 day ago
be4b4027-1aad-4577-8480-3543dd809d92

More news from Sonepur and nearby areas
  • ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    1
    ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    17 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    19 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    18 hrs ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    20 hrs ago
  • କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    1
    କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    1 hr ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    21 hrs ago
  • କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ ଝୁଲେନ ପୋଲ ପାଖ ସ୍ଥିତ ବାବା ବିଶେଶ୍ୱର ଶିବ ମନ୍ଦିର ରେ ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ  ଝୁଲେନ ପୋଲ ପାଖ ସ୍ଥିତ  ବାବା ବିଶେଶ୍ୱର ଶିବ ମନ୍ଦିର ରେ  ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା,  ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.