କେନ୍ଦୁଝର ସଦର ବ୍ଲକ ୪୯ ନଂ ଜାତୀୟ ରାଜପଥ ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରବିବାର ସକାଳୁ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ଟ୍ରକ୍ରେ ଥିବା ପ୍ରଚୁର ପରିମାଣର ପିଆଜ ରାସ୍ତା ସାରା ବିଛାଇ ହୋଇପଡ଼ିଥିଲା। ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ପିଆଜ ଗୋଟାଇବା ଆରମ୍ଭ କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟ୍ରକ୍ଟି ଘାଟି ଅତିକ୍ରମ କରୁଥିବା ସମୟରେ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଟ୍ରକ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ହାତରେ ବ୍ୟାଗ, ବସ୍ତା ଏବଂ ଝୁଡ଼ି ଧରି ଘଟଣାସ୍ଥଳକୁ ପହଞ୍ଚି ପିଆଜ ସଂଗ୍ରହ କରିବାରେ ବ୍ୟସ୍ତ ରହିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁର୍ଘଟଣା କାରଣରୁ ଜୁଡ଼ିଆ ଘାଟି ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ ଏବଂ ଯାତାୟାତ ସ୍ବାଭାବିକ କରିଥିଲେ। ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ଲୋକମାନଙ୍କୁ ଘଟଣାସ୍ଥଳରେ ଅନାବଶ୍ୟକ ଭିଡ଼ ନକରିବାକୁ ଏବଂ ଆଇନକୁ ସମ୍ମାନ କରିବାକୁ ଅନୁରୋଧ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ତଦନ୍ତ ଜାରି ରଖିଛି।

- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।1
- ସୁନ୍ଦରଗଡ଼ର ବ୍ଲୁ ବେଲ୍ସ ସ୍କୁଲର ଛାତ୍ର ତନ୍ମୟ କୁମାର ସେଠି ବିଜ୍ଞାନ ମେଳାରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି ବିଜ୍ଞାନ ମେଳା ପ୍ରଦର୍ଶନୀ ଅବସରରେ ଛାତ୍ରଙ୍କର ଏଭଳି ସୁନ୍ଦର ପ୍ରଦର୍ଶନ ସମସ୍ତଙ୍କ ସାମ୍ନାକୁ ଆସିଛି।1
- ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନଙ୍କ ଏହି ସଫଳତା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ହ୍ରାସ ପାଇବା ସହିତ ହୃଦଘାତର ଆଶଙ୍କା ମଧ୍ୟ ଦୂର ହେବ।1
- ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।1
- ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ଅପରାଧ ନିୟନ୍ତ୍ରଣ, ବେଆଇନ ମଦ ବିକ୍ରି ରୋକିବା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ମନମୁଣ୍ଡା ପୋଲିସ ଟିମ୍ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଟିମ୍ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମିତ ଦୁଇଟି ହୋଟେଲକୁ ଉଚ୍ଛେଦ କରିଛି। ଏହି ସ୍ଥାନଗୁଡ଼ିକରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସହ ଏହା ସମାଜବିରୋଧୀ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାସେବୀ ସଂଗଠନ 'ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ' ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, ଯେଉଁଠାରେ ଦୈନିକ ଅନେକ ରୋଗୀ ରକ୍ତ ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମହତ ପ୍ରୟାସ ଦ୍ୱାରା ଶିବିରରୁ ସମୁଦାୟ ୮୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ୍ ଏଚଡି ଯୋଗଦେଇ ଉଦଘାଟନ କରିଥିଲେ। ଏଥିସହ ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗୋପୀନାଥ ରାମ ମୁଖ୍ୟବକ୍ତା ଭାବେ, ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ପ୍ରିୟବ୍ରତ ରାଉତ ଏବଂ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସଂଗଠନର ଆବାହକ ଯୁଧିଷ୍ଠିର ମହାନ୍ତ, ବିଦ୍ୟାଧର ମହାନ୍ତ, ଉପଦେଷ୍ଟା ସଞ୍ଜିବ କୁମାର ସାହୁ, ମନୋଜ ମାଝୀ, ରବିନ୍ଦ୍ର ସିଂ ଫୌଜି, ଯୋଗେଶ୍ବର ମହାନ୍ତ, ବିଜୟ ଖୁଣ୍ଟିଆ, ଲୋମ୍ବଧର ମହାନ୍ତ, ରାମଚନ୍ଦ୍ର ମାଝୀ, ବିନୋଦ ମହାନ୍ତ, ଶ୍ରୀକାନ୍ତ ସର୍କାର, ଗିରିଧାରି ମହାନ୍ତ, ଦୟା ମହାନ୍ତ, ସୁବ୍ରତ ପ୍ରଧାନ, ଗଣେଶ ନାଏକ, ବିଭୁ ପ୍ରସାଦ ମହାନ୍ତ, ବାବୁଲୁ ମହାନ୍ତ, ସୁପ୍ରିୟା ମହାନ୍ତ, ମଧୁସ୍ମିତା ମହାନ୍ତ ଏବଂ ଯୋଶବନ୍ତୀ ନାଏକଙ୍କ ସମେତ ବହୁ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରରେ କେନ୍ଦୁଝର ରକ୍ତଭଣ୍ଡାରର ମେଡିକାଲ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ରକ୍ତଦାତାମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।2
- କେନ୍ଦୁଝର ସଦର ବ୍ଲକ ୪୯ ନଂ ଜାତୀୟ ରାଜପଥ ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରବିବାର ସକାଳୁ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ଟ୍ରକ୍ରେ ଥିବା ପ୍ରଚୁର ପରିମାଣର ପିଆଜ ରାସ୍ତା ସାରା ବିଛାଇ ହୋଇପଡ଼ିଥିଲା। ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ପିଆଜ ଗୋଟାଇବା ଆରମ୍ଭ କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟ୍ରକ୍ଟି ଘାଟି ଅତିକ୍ରମ କରୁଥିବା ସମୟରେ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଟ୍ରକ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ହାତରେ ବ୍ୟାଗ, ବସ୍ତା ଏବଂ ଝୁଡ଼ି ଧରି ଘଟଣାସ୍ଥଳକୁ ପହଞ୍ଚି ପିଆଜ ସଂଗ୍ରହ କରିବାରେ ବ୍ୟସ୍ତ ରହିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁର୍ଘଟଣା କାରଣରୁ ଜୁଡ଼ିଆ ଘାଟି ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ ଏବଂ ଯାତାୟାତ ସ୍ବାଭାବିକ କରିଥିଲେ। ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ଲୋକମାନଙ୍କୁ ଘଟଣାସ୍ଥଳରେ ଅନାବଶ୍ୟକ ଭିଡ଼ ନକରିବାକୁ ଏବଂ ଆଇନକୁ ସମ୍ମାନ କରିବାକୁ ଅନୁରୋଧ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ତଦନ୍ତ ଜାରି ରଖିଛି।1