logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ.. ============== କେନ୍ଦ୍ରାପଡ଼ା, ୦୧.୦୪.୨୦୨୬: ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ଅଭିଭାଷଣରେ ସେ ଓଡିଶା ଗଠନରେ ବୀର ପୁତ୍ରମାନଙ୍କ ଅପୂର୍ବ ଅବଦାନକୁ ସ୍ମରଣ କରିବା ସହ ରାଜ୍ୟ ଓ ଜିଲ୍ଲାର ସମଗ୍ର ବିକାଶ ଉପରେ ଜୋର ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ସାଂସଦଙ୍କ ପ୍ରତିନିଧି ଶୋଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବ କୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲୀକ ଓ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମଞ୍ଚାସୀନ ଥିଲେ। ବିଶିଷ୍ଟ ଶିକ୍ଷାବିଦ ନିରଞ୍ଜନ ମେକାପ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମାର୍ଶାଘାଇ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସଞ୍ଚାଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମରେ ଉଲ୍ଲେଖିତ ଚାନ୍ଦୋଳ ଏଚଏନଏସ ମହାବିଦ୍ୟାଳୟର ଛାତ୍ର ଓମ ପ୍ରକାଶ ରଥଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆଜିଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା “ଓଡିଆ ପକ୍ଷ”ର ଲୋଗୋ ମୁକ୍ତି କରାଯାଇଥିଲା। ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ନିଜେ ଫୋଟ ଉତ୍ତୋଳନ କରିଥିବା ସୁନ୍ଦର ଫୋଟ ଚିତ୍ରକୁ ତୋଳା ମାନ୍ୟବର ମନ୍ତ୍ରୀଙ୍କୁ ସ୍ମୃତିଚିହ୍ନ ଭାବେ ପ୍ରଦାନ କରିଥିଲେ | ପରବର୍ତ୍ତୀକାଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସାଂସ୍କୃତିକ ବିଭାଗ ପକ୍ଷରୁ ଭାବଗ୍ରାହୀ କଳା ନିକେତନ, ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ, ରୟାଲ୍ ଡ୍ୟାନ୍ସ ଏକାଡେମୀ ଓ ନୁପୁର ଡ୍ୟାନ୍ସ ଏକାଡେମୀର କଳାକାରମାନେ ମଞ୍ଚକୁ ରଙ୍ଗିନ କରିଥିଲେ। ଏହା ସହିତ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆଳି ଉଚ୍ଚ ବିଦ୍ୟାଳୟ,ଜିଲ୍ଲା ମଙ୍ଗଳ ଅଧିକାରୀ ପକ୍ଷରୁ ତିଖିରି ରେସିଡେନ୍ସିଆଲ ସ୍କୁଲ, ଜିଲ୍ଲା ସାମାଜିକ ସୁରକ୍ଷା ପକ୍ଷରୁ ଆରତୀ ଦେବୀ ସୋସାଇଟି, ମାର୍ଶାଘାଇର ଶ୍ରବଣବାଧିତ ଛାତ୍ରଛାତ୍ରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ପକ୍ଷରୁ ପଲ୍ଲୀଶ୍ରୀ ମହିଳା ସମିତି, କୋରୁଆ, ଗରଦପୁର ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମନୋହର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଦେଶଭକ୍ତି ଓ ଓଡିଆ ଅସ୍ମିତାର ଭାବନାକୁ ଜାଗୃତ କରିଥିଲା।

5 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଆଜି କେନ୍ଦ୍ରାପଡ଼ା ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରୀୟା ଙ୍କ ଉପସ୍ଥିତି ରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ତତ୍କାଳୀନ ଓଡିଶା ସରକାର ୧୯୩୫ ମସିହା ରେ ପୋଲିସ ବାହିନୀ ପ୍ରତିଷ୍ଠା କରିଥିଲେ I ପୋଲିସ ବାହିନୀ ପ୍ରତିଷ୍ଠା ହେବାର ମୂଳ ଲକ୍ଷ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ କାମ କରିବ I ଆଜିର ସମାଜରେ ଆମେ ଏବଂ ଆମ ମା ଭଉଣୀ ଶାନ୍ତିରେ ଗମନା ଗମନ କରିପାରୁଛନ୍ତି କେବଳ ଏହି ପୋଲିସ ବାହିନୀ ପାଇଁ କାରଣ ପୋଲିସ ବାହିନୀ ନଥିଲେ ଦେଶର ଏବଂ ରାଜ୍ୟର କଣ ସ୍ଥିତି ହୋଇଥାନ୍ତା ତାହା କଳ୍ପନା ବାହାରେ I ତେଣୁ ଏହିଭଳି ମହାନ ଦିବସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା କର୍ମ ନିଷ୍ଠାପରାୟଣ ପୋଲିସ ଅଧିକାରୀ ତଥା କନଷ୍ଟେବଲ, ଟ୍ରାଫିକ ଓ ହାବିଲଦାର ମାନଙ୍କୁ ଏସପି ଶ୍ରୀ କଟାରିୟା ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I
    1
    ଆଜି କେନ୍ଦ୍ରାପଡ଼ା ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରୀୟା ଙ୍କ ଉପସ୍ଥିତି ରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ତତ୍କାଳୀନ ଓଡିଶା ସରକାର ୧୯୩୫ ମସିହା ରେ ପୋଲିସ ବାହିନୀ ପ୍ରତିଷ୍ଠା କରିଥିଲେ I ପୋଲିସ ବାହିନୀ ପ୍ରତିଷ୍ଠା ହେବାର ମୂଳ ଲକ୍ଷ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ କାମ କରିବ I ଆଜିର ସମାଜରେ ଆମେ ଏବଂ ଆମ ମା ଭଉଣୀ ଶାନ୍ତିରେ ଗମନା ଗମନ କରିପାରୁଛନ୍ତି କେବଳ ଏହି ପୋଲିସ ବାହିନୀ ପାଇଁ କାରଣ ପୋଲିସ ବାହିନୀ ନଥିଲେ ଦେଶର ଏବଂ ରାଜ୍ୟର କଣ ସ୍ଥିତି ହୋଇଥାନ୍ତା ତାହା କଳ୍ପନା ବାହାରେ I ତେଣୁ ଏହିଭଳି ମହାନ ଦିବସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା କର୍ମ ନିଷ୍ଠାପରାୟଣ ପୋଲିସ ଅଧିକାରୀ ତଥା କନଷ୍ଟେବଲ, ଟ୍ରାଫିକ ଓ ହାବିଲଦାର ମାନଙ୍କୁ  ଏସପି ଶ୍ରୀ କଟାରିୟା ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    11 hrs ago
  • ସୁଭଦ୍ରା ଶକ୍ତିମେଳା ଉଦଯାପିତ... ============== କେନ୍ଦ୍ରାପଡ଼ା, ୩୧.୦୩.୨୦୨୬ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ଗତକାଲି ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ଥିକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି | ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଡିପିସି ମିଶନ ଶକ୍ତି ଆରତୀ ସାହୁ ଉପସ୍ଥିତ ଥିଲେ। ମେଳାରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ମାନିତ କରାଯାଇଥିଲା— ଶ୍ରେଷ୍ଠ କୃଷି ଉତ୍ପାଦ (ସର୍ବାଧିକ ବିକ୍ରୟ): ଗଙ୍ଗା ମାତା (ରାଜନଗର) ପ୍ରଥମ, ବଜ୍ରା ମହାକାଳୀ ଡାଲ୍ PG (ମାର୍ଶାଘାଇ) ଦ୍ୱିତୀୟ, ଶ୍ରୀ କୃଷ୍ଣ PG (ଗଞ୍ଜାମ, ଶେରଗଡ଼) ତୃତୀୟ। ଶ୍ରେଷ୍ଠ ଅଣକୃଷି ଉତ୍ପାଦ: ମା ସମଲେଶ୍ୱରୀ SHG (ବରଗଡ଼, ଅତାବିରା) ପ୍ରଥମ, ବିରବାରପୁର ହସ୍ତତନ୍ତ PG (କଟକ, ବଡମ୍ବା) ଦ୍ୱିତୀୟ, ବୁଢ଼ି ମା SHG (ନୟାଗଡ଼) ତୃତୀୟ। ଶ୍ରେଷ୍ଠ ପ୍ୟାକିଙ୍ଗ, ଲେବେଲିଂ ଓ ଡିସ୍ପ୍ଲେ: ମା ବିମଳେଇ ଉତ୍ପାଦିକା SHG (ଗରଦପୁର) ପ୍ରଥମ; ମହାସଂଗ୍ରାମ SHG (ରାଜକନିକା) ଓ ମା ବନଦୁର୍ଗା SHG (ଆଳି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ | ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରସ୍ତୁତିକରଣ: ସତ୍ୟସାଇ PG (କେନ୍ଦ୍ରାପଡ଼ା) ଶ୍ରେଷ୍ଠ; ତ୍ରାହି ଅଚ୍ୟୁତା SHG (ପଟ୍ଟାମୁଣ୍ଡାଇ) ଓ ମା ସନ୍ତୋଷୀ SHG (କେଉଁଝର) ସ୍ଥାନ ପାଇଥିଲେ। ଶ୍ରେଷ୍ଠ ଉଦ୍ଭାବନ (SHG ଉତ୍ପାଦ): ଉତ୍କଳ ଗ୍ରାମୀଣ (ଡେରାବିଶ) ପ୍ରଥମ; ମା ବନଦୁର୍ଗା (ମହାକଳାପଡ଼ା) ଓ ଓମ୍ ସାଇ SHG (ବାଲେଶ୍ୱର) ସମ୍ମାନିତ। ଶ୍ରେଷ୍ଠ ଷ୍ଟଲ୍ (ସମୁଦାୟ ପ୍ରଦର୍ଶନ): ତୁଳସୀ କ୍ଷେତ୍ର PG (କେନ୍ଦ୍ରାପଡ଼ା) ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଆଇଆଇସି ଟାଉନ ଥାନା ଶୁଭେନ୍ଦୁ କୁମାର ସାହୁ, ଆଇଆଇସି ମୁଖ୍ୟାଳୟ ଦିଲ୍ଲୀପ କୁମାର ସାହୁ, ରିଜର୍ଭ ପୋଲିସର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାମଚନ୍ଦ୍ର ମହାନ୍ତି ଓ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ପରେ , ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖନୀୟ ଲେଖାପାଇଁ "ମନ କି ବାତ" କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱାରା ପ୍ରଶଂସା ସଉଁଟିଥିବା HNS ମହାବିଦ୍ୟାଳୟ, ଚାନ୍ଦୋଳର +3 ପ୍ରଥମ ବର୍ଷ ଛାତ୍ର ଓମ ପ୍ରକାଶ ରଥଙ୍କୁ ବିଶେଷ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମଗ୍ର ମେଳା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜାର ସଂଯୋଗ, କୌଶଳ ପ୍ରଦର୍ଶନ ଓ ଆର୍ଥିକ ସଶକ୍ତିକରଣରେ ଏକ ସଫଳ ମଞ୍ଚ ରୂପେ ପ୍ରମାଣିତ ହୋଇଛି।
    1
    ସୁଭଦ୍ରା ଶକ୍ତିମେଳା ଉଦଯାପିତ...
==============
କେନ୍ଦ୍ରାପଡ଼ା, ୩୧.୦୩.୨୦୨୬
କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ଗତକାଲି  ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ଥିକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି |
ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଡିପିସି ମିଶନ ଶକ୍ତି ଆରତୀ ସାହୁ ଉପସ୍ଥିତ ଥିଲେ।
ମେଳାରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ମାନିତ କରାଯାଇଥିଲା—
ଶ୍ରେଷ୍ଠ କୃଷି ଉତ୍ପାଦ (ସର୍ବାଧିକ ବିକ୍ରୟ): ଗଙ୍ଗା ମାତା (ରାଜନଗର) ପ୍ରଥମ, ବଜ୍ରା ମହାକାଳୀ ଡାଲ୍ PG (ମାର୍ଶାଘାଇ) ଦ୍ୱିତୀୟ, ଶ୍ରୀ କୃଷ୍ଣ PG (ଗଞ୍ଜାମ, ଶେରଗଡ଼) ତୃତୀୟ।
ଶ୍ରେଷ୍ଠ ଅଣକୃଷି ଉତ୍ପାଦ: ମା ସମଲେଶ୍ୱରୀ SHG (ବରଗଡ଼, ଅତାବିରା) ପ୍ରଥମ, ବିରବାରପୁର ହସ୍ତତନ୍ତ PG (କଟକ, ବଡମ୍ବା) ଦ୍ୱିତୀୟ, ବୁଢ଼ି ମା SHG (ନୟାଗଡ଼) ତୃତୀୟ।
ଶ୍ରେଷ୍ଠ ପ୍ୟାକିଙ୍ଗ, ଲେବେଲିଂ ଓ ଡିସ୍ପ୍ଲେ: ମା ବିମଳେଇ ଉତ୍ପାଦିକା SHG (ଗରଦପୁର) ପ୍ରଥମ; ମହାସଂଗ୍ରାମ SHG (ରାଜକନିକା) ଓ ମା ବନଦୁର୍ଗା SHG (ଆଳି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ |
ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରସ୍ତୁତିକରଣ: ସତ୍ୟସାଇ PG (କେନ୍ଦ୍ରାପଡ଼ା) ଶ୍ରେଷ୍ଠ; ତ୍ରାହି ଅଚ୍ୟୁତା SHG (ପଟ୍ଟାମୁଣ୍ଡାଇ) ଓ ମା ସନ୍ତୋଷୀ SHG (କେଉଁଝର) ସ୍ଥାନ ପାଇଥିଲେ।
ଶ୍ରେଷ୍ଠ ଉଦ୍ଭାବନ (SHG ଉତ୍ପାଦ): ଉତ୍କଳ ଗ୍ରାମୀଣ (ଡେରାବିଶ) ପ୍ରଥମ; ମା ବନଦୁର୍ଗା (ମହାକଳାପଡ଼ା) ଓ ଓମ୍ ସାଇ SHG (ବାଲେଶ୍ୱର) ସମ୍ମାନିତ।
ଶ୍ରେଷ୍ଠ ଷ୍ଟଲ୍ (ସମୁଦାୟ ପ୍ରଦର୍ଶନ): ତୁଳସୀ କ୍ଷେତ୍ର PG (କେନ୍ଦ୍ରାପଡ଼ା) ପ୍ରଥମ ସ୍ଥାନ ଅଧିକାର କରିଥିଲା।
ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଆଇଆଇସି ଟାଉନ ଥାନା ଶୁଭେନ୍ଦୁ କୁମାର ସାହୁ, ଆଇଆଇସି ମୁଖ୍ୟାଳୟ ଦିଲ୍ଲୀପ କୁମାର ସାହୁ, ରିଜର୍ଭ ପୋଲିସର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାମଚନ୍ଦ୍ର ମହାନ୍ତି ଓ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।
ପରେ , ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖନୀୟ ଲେଖାପାଇଁ "ମନ କି ବାତ" କାର୍ଯ୍ୟକ୍ରମରେ  ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱାରା ପ୍ରଶଂସା ସଉଁଟିଥିବା HNS ମହାବିଦ୍ୟାଳୟ, ଚାନ୍ଦୋଳର +3 ପ୍ରଥମ ବର୍ଷ ଛାତ୍ର ଓମ ପ୍ରକାଶ ରଥଙ୍କୁ ବିଶେଷ ସମ୍ବର୍ଦ୍ଧନା ଜଣାଯାଇଥିଲା।
ସମଗ୍ର ମେଳା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜାର ସଂଯୋଗ, କୌଶଳ ପ୍ରଦର୍ଶନ ଓ ଆର୍ଥିକ ସଶକ୍ତିକରଣରେ ଏକ ସଫଳ ମଞ୍ଚ ରୂପେ ପ୍ରମାଣିତ ହୋଇଛି।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    1 day ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆମ ଜିଲ୍ଲାର ଏହି ମହାନ ପର୍ବରେ ଆସନ୍ତୁ ସମସ୍ତେ ମିଳିମିଶି ଯୋଗଦେବା ଏବଂ ଉପଭୋଗ କରିବା ଆମ ସଂସ୍କୃତି ଓ ପରମ୍ପରାକୁ | District Administration,Jagatsinghpur Odisha I
    1
    ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ 
ଆମ ଜିଲ୍ଲାର ଏହି ମହାନ ପର୍ବରେ ଆସନ୍ତୁ  ସମସ୍ତେ ମିଳିମିଶି ଯୋଗଦେବା ଏବଂ ଉପଭୋଗ କରିବା ଆମ ସଂସ୍କୃତି ଓ ପରମ୍ପରାକୁ |
District Administration,Jagatsinghpur Odisha 
I
    user_Bikram Mohapatra
    Bikram Mohapatra
    Ersama, Jagatsinghapur•
    1 hr ago
  • Post by Bharat ମାତା
    1
    Post by Bharat ମାତା
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    5 hrs ago
  • କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    1
    କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    user_Bibhudutta Prusty
    Bibhudutta Prusty
    Jajapur, Odisha•
    23 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.