Shuru
Apke Nagar Ki App…
ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆମ ଜିଲ୍ଲାର ଏହି ମହାନ ପର୍ବରେ ଆସନ୍ତୁ ସମସ୍ତେ ମିଳିମିଶି ଯୋଗଦେବା ଏବଂ ଉପଭୋଗ କରିବା ଆମ ସଂସ୍କୃତି ଓ ପରମ୍ପରାକୁ | District Administration,Jagatsinghpur Odisha I
Bikram Mohapatra
ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆମ ଜିଲ୍ଲାର ଏହି ମହାନ ପର୍ବରେ ଆସନ୍ତୁ ସମସ୍ତେ ମିଳିମିଶି ଯୋଗଦେବା ଏବଂ ଉପଭୋଗ କରିବା ଆମ ସଂସ୍କୃତି ଓ ପରମ୍ପରାକୁ | District Administration,Jagatsinghpur Odisha I
More news from Jagatsinghapur and nearby areas
- ଜଗତସିଂହପୁର ମାଟି ର ଗୌରବ ଗାଥା କୁ ନେଇ ଆସୁଛି ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬... ଏପ୍ରିଲ ୧ ରୁ ୫.. ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆମ ଜିଲ୍ଲାର ଏହି ମହାନ ପର୍ବରେ ଆସନ୍ତୁ ସମସ୍ତେ ମିଳିମିଶି ଯୋଗଦେବା ଏବଂ ଉପଭୋଗ କରିବା ଆମ ସଂସ୍କୃତି ଓ ପରମ୍ପରାକୁ | District Administration,Jagatsinghpur Odisha I1
- ଜଗତସିଂହପୁର ୧/୪- ଏପ୍ରିଲ ୧ ୧୯୯୩ ମସିହା କୁ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମ ଉଦଘାଟନୀ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା- ଏରସମା ସାରଦା ପ୍ରସନ୍ନ ଜେନା, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଏସଡ଼ିପିଓ ଆଜିଜ୍ୟ ମାଣେ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ବିକାଶ ପରିଷଦର ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ପିଲ୍ଲେ, ଉପଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହୋତ୍ସବ କଲ୍ଲୋଳ - ୨୦୨୬ ଏବଂ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ଏପ୍ରିଲ୍ ୧ ତାରିଖ ଦିନ ପ୍ରାତଃ ୪ ଘଟିକା ୩୦ ମିନିଟ୍ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ପ୍ରାତଃ ୬ ଘଟିକାରେ ପ୍ରଭାତ ଫେରି ଓ ୭ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସେହି ଦିନ କଲ୍ଲୋଳ - ୨୦୨୬ ଆରମ୍ଭରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସକାଳ ୮ ରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ଲୋଳ ସମାରୋହରେ ପଲ୍ଲୀଶ୍ରୀ ମେଳା, ସୁସ୍ୱାଦୁ ଖାଦ୍ୟ ମେଳା, ପୁଷ୍ପ ପ୍ରଦର୍ଶନୀ ,ମହିଳା ମାନଙ୍କ ମଧ୍ୟରେ ପାରମ୍ପରିକ ପିଠା, ଝୋଟି ଓ ହୁଳହୁଳି ପ୍ରତିଯୋଗିତା, ସେଲ୍ଫି ଜୋନ, ଆଦିପତ୍ର ଉନ୍ମୋଚନ, ବିଭିନ୍ନ ବିଭାଗ ଦ୍ଵାରା ଉନ୍ନୟନ ପ୍ରଦର୍ଶନୀ ମେଳା, ଜିଲ୍ଲାର ପ୍ରମୁଖ ଶିଳ୍ପାନୁଷ୍ଠାନ ମାନଙ୍କ ଦ୍ଵାରା ଉତ୍କର୍ଷ ଉନ୍ନୟନ କାର୍ଯ୍ୟ ପ୍ରଦର୍ଶନ ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୫ ଦିନ ବ୍ୟାପି ଓଲିଉଡ ର ଶଶାଙ୍କ ଶେଖର, ତାରିଖ୍ ଅଜିଜ୍, ପପୁ ପମପମ୍, ଇରା ମହାନ୍ତି,ପ୍ରଜ୍ଞା ଖଟୁଆ, ମଣ୍ଟୁ ଛୁରିଆ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ, ଘଟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମସା,କଣ୍ଢେଇ ନାଚ, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁମୁରା,ପାଇକ ଆଖଡ଼ା, ମାଳଖମ୍ବ ସାହିଯାତ, ଗୋଟିପୁଅ ଆଦି ପରିବେଷଣ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।3
- ପଣ୍ୟ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ପୂର୍ବଭାରତ ରେ ରହିଥିବା ବୃହତ ବନ୍ଦର ମାନଙ୍କ ମଧ୍ୟରେ ମାଇଲଷ୍ଟୋନ ରେକର୍ଡ ହାସଲ କରିବା ସହିତ ଭାରତ ବର୍ଷରେ ରହିଥିବା ସମସ୍ତ ବୃହତ ବନ୍ଦର ମାନଙ୍କ ମଧ୍ୟରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ପାରାଦୀପ ବନ୍ଦର l ଚଳିତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ପରିବହନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ପ୍ରତିହତ କରି ଏହି ଐତିହାସିକ ମାନଦଣ୍ଡ ସ୍ଥାପନ କରିପାରିଛି l ପାରାଦୀପ ବନ୍ଦର ର ସମସ୍ତ ବ୍ୟବସାୟିକ ସଂସ୍ଥା, ଷ୍ଟେଭିଡୋର୍ସ, ବନ୍ଦର ରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଏହାର ଶ୍ରେୟ ପ୍ରଦାନ କରିବା ସହିତ କେକକାଟି ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ଖୁଆଇବା ସହିତ ଅଭିନନ୍ଦନ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l1
- Post by Bharat ମାତା1
- Post by ନିଷ୍ଠୁର ଦୁନିଆ Live1
- ଆଜି କେନ୍ଦ୍ରାପଡ଼ା ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରୀୟା ଙ୍କ ଉପସ୍ଥିତି ରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ତତ୍କାଳୀନ ଓଡିଶା ସରକାର ୧୯୩୫ ମସିହା ରେ ପୋଲିସ ବାହିନୀ ପ୍ରତିଷ୍ଠା କରିଥିଲେ I ପୋଲିସ ବାହିନୀ ପ୍ରତିଷ୍ଠା ହେବାର ମୂଳ ଲକ୍ଷ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ କାମ କରିବ I ଆଜିର ସମାଜରେ ଆମେ ଏବଂ ଆମ ମା ଭଉଣୀ ଶାନ୍ତିରେ ଗମନା ଗମନ କରିପାରୁଛନ୍ତି କେବଳ ଏହି ପୋଲିସ ବାହିନୀ ପାଇଁ କାରଣ ପୋଲିସ ବାହିନୀ ନଥିଲେ ଦେଶର ଏବଂ ରାଜ୍ୟର କଣ ସ୍ଥିତି ହୋଇଥାନ୍ତା ତାହା କଳ୍ପନା ବାହାରେ I ତେଣୁ ଏହିଭଳି ମହାନ ଦିବସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା କର୍ମ ନିଷ୍ଠାପରାୟଣ ପୋଲିସ ଅଧିକାରୀ ତଥା କନଷ୍ଟେବଲ, ଟ୍ରାଫିକ ଓ ହାବିଲଦାର ମାନଙ୍କୁ ଏସପି ଶ୍ରୀ କଟାରିୟା ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I1
- ପବିତ୍ର ଉତ୍କଳ ଦିବସ ଅବସରରେ ଜୟଦେବ ଅଞ୍ଚଳରେ ଏକ ଭବ୍ୟ ‘ଜୟଦେବ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପ୍ରାୟୋଜିତ ଓ ନିର୍ଭୀକ ଖବରର ସହଯୋଗରେ ଓଡ଼ିଶା ଗଠନର ସ୍ମୃତି ଚାରଣ କରିବା ସହ ଜୟଦେବ ମାଟିର ପର୍ଯ୍ୟଟନ ସ୍ଥଳୀ ,କଳା, ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ଏକତା ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଐତିହାସିକ ବୃଦ୍ଧନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ଯାଇ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି , ତନୟା ଦାସ ଗୌସ୍ବାମୀ , ରଞ୍ଜନ ମହାପାତ୍ର, ବିଦ୍ୟାଭୂଷଣ ଭୋଳ,ନିର୍ଭୀକ ଖବରର ସମ୍ପାଦକ ଆଶୁତୋଷ ଚୌଧୁରୀ, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବାଳକ ବିଭାଗରେ ସୁବମ୍ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହରେକୃଷ୍ଣ ଭୋଇ ଦ୍ଵିତୀୟ ଓ ଆକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗରେ ରଶ୍ମିତା ଭୋଇ ପ୍ରଥମ , ଝରଣାରାଣୀ ନାୟକ ଦ୍ବିତୀୟ ଓ ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗର ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫ ହଜାର , ୩ ହଜାର ,୨ ହଜାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଗଣଦୌଡ଼ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ନିର୍ଭୀକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ବେହେରା, ପ୍ରାର୍ଥ ରବିନାରାୟଣ ମିଶ୍ର, ଗୁରୁ ପ୍ରସାଦ ଦାଶ , ଦୀପକ ସ୍ବାଇଁ, ବିଷ୍ଣୁପ୍ରସାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1
- Post by ନିଷ୍ଠୁର ଦୁନିଆ Live1