ଓଡ଼ିଶା ଦିବସ ସହ ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୬ ର ଉଦଘାଟନୀ ଉତ୍ସବ ଜଗତସିଂହପୁର ୧/୪- ଏପ୍ରିଲ ୧ ୧୯୯୩ ମସିହା କୁ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମ ଉଦଘାଟନୀ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା- ଏରସମା ସାରଦା ପ୍ରସନ୍ନ ଜେନା, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଏସଡ଼ିପିଓ ଆଜିଜ୍ୟ ମାଣେ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ବିକାଶ ପରିଷଦର ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ପିଲ୍ଲେ, ଉପଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହୋତ୍ସବ କଲ୍ଲୋଳ - ୨୦୨୬ ଏବଂ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ଏପ୍ରିଲ୍ ୧ ତାରିଖ ଦିନ ପ୍ରାତଃ ୪ ଘଟିକା ୩୦ ମିନିଟ୍ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ପ୍ରାତଃ ୬ ଘଟିକାରେ ପ୍ରଭାତ ଫେରି ଓ ୭ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସେହି ଦିନ କଲ୍ଲୋଳ - ୨୦୨୬ ଆରମ୍ଭରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସକାଳ ୮ ରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ଲୋଳ ସମାରୋହରେ ପଲ୍ଲୀଶ୍ରୀ ମେଳା, ସୁସ୍ୱାଦୁ ଖାଦ୍ୟ ମେଳା, ପୁଷ୍ପ ପ୍ରଦର୍ଶନୀ ,ମହିଳା ମାନଙ୍କ ମଧ୍ୟରେ ପାରମ୍ପରିକ ପିଠା, ଝୋଟି ଓ ହୁଳହୁଳି ପ୍ରତିଯୋଗିତା, ସେଲ୍ଫି ଜୋନ, ଆଦିପତ୍ର ଉନ୍ମୋଚନ, ବିଭିନ୍ନ ବିଭାଗ ଦ୍ଵାରା ଉନ୍ନୟନ ପ୍ରଦର୍ଶନୀ ମେଳା, ଜିଲ୍ଲାର ପ୍ରମୁଖ ଶିଳ୍ପାନୁଷ୍ଠାନ ମାନଙ୍କ ଦ୍ଵାରା ଉତ୍କର୍ଷ ଉନ୍ନୟନ କାର୍ଯ୍ୟ ପ୍ରଦର୍ଶନ ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୫ ଦିନ ବ୍ୟାପି ଓଲିଉଡ ର ଶଶାଙ୍କ ଶେଖର, ତାରିଖ୍ ଅଜିଜ୍, ପପୁ ପମପମ୍, ଇରା ମହାନ୍ତି,ପ୍ରଜ୍ଞା ଖଟୁଆ, ମଣ୍ଟୁ ଛୁରିଆ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ, ଘଟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମସା,କଣ୍ଢେଇ ନାଚ, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁମୁରା,ପାଇକ ଆଖଡ଼ା, ମାଳଖମ୍ବ ସାହିଯାତ, ଗୋଟିପୁଅ ଆଦି ପରିବେଷଣ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶା ଦିବସ ସହ ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୬ ର ଉଦଘାଟନୀ ଉତ୍ସବ ଜଗତସିଂହପୁର ୧/୪- ଏପ୍ରିଲ ୧ ୧୯୯୩ ମସିହା କୁ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମ ଉଦଘାଟନୀ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା- ଏରସମା ସାରଦା ପ୍ରସନ୍ନ ଜେନା, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଏସଡ଼ିପିଓ ଆଜିଜ୍ୟ ମାଣେ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ବିକାଶ ପରିଷଦର ନିର୍ବାହୀ ଅଧିକାରୀ ଅକ୍ଷୟ
କୁମାର ପିଲ୍ଲେ, ଉପଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହୋତ୍ସବ କଲ୍ଲୋଳ - ୨୦୨୬ ଏବଂ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ଏପ୍ରିଲ୍ ୧ ତାରିଖ ଦିନ ପ୍ରାତଃ ୪ ଘଟିକା ୩୦ ମିନିଟ୍ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ପ୍ରାତଃ ୬ ଘଟିକାରେ ପ୍ରଭାତ ଫେରି ଓ ୭ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସେହି ଦିନ କଲ୍ଲୋଳ - ୨୦୨୬ ଆରମ୍ଭରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସକାଳ ୮ ରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ଲୋଳ ସମାରୋହରେ ପଲ୍ଲୀଶ୍ରୀ ମେଳା, ସୁସ୍ୱାଦୁ ଖାଦ୍ୟ ମେଳା, ପୁଷ୍ପ ପ୍ରଦର୍ଶନୀ ,ମହିଳା ମାନଙ୍କ ମଧ୍ୟରେ ପାରମ୍ପରିକ
ପିଠା, ଝୋଟି ଓ ହୁଳହୁଳି ପ୍ରତିଯୋଗିତା, ସେଲ୍ଫି ଜୋନ, ଆଦିପତ୍ର ଉନ୍ମୋଚନ, ବିଭିନ୍ନ ବିଭାଗ ଦ୍ଵାରା ଉନ୍ନୟନ ପ୍ରଦର୍ଶନୀ ମେଳା, ଜିଲ୍ଲାର ପ୍ରମୁଖ ଶିଳ୍ପାନୁଷ୍ଠାନ ମାନଙ୍କ ଦ୍ଵାରା ଉତ୍କର୍ଷ ଉନ୍ନୟନ କାର୍ଯ୍ୟ ପ୍ରଦର୍ଶନ ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୫ ଦିନ ବ୍ୟାପି ଓଲିଉଡ ର ଶଶାଙ୍କ ଶେଖର, ତାରିଖ୍ ଅଜିଜ୍, ପପୁ ପମପମ୍, ଇରା ମହାନ୍ତି,ପ୍ରଜ୍ଞା ଖଟୁଆ, ମଣ୍ଟୁ ଛୁରିଆ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ, ଘଟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମସା,କଣ୍ଢେଇ ନାଚ, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁମୁରା,ପାଇକ ଆଖଡ଼ା, ମାଳଖମ୍ବ ସାହିଯାତ, ଗୋଟିପୁଅ ଆଦି ପରିବେଷଣ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
- ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି1
- Post by Gagan Bhoi4
- ଆଜି କେନ୍ଦ୍ରାପଡ଼ା ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରୀୟା ଙ୍କ ଉପସ୍ଥିତି ରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ତତ୍କାଳୀନ ଓଡିଶା ସରକାର ୧୯୩୫ ମସିହା ରେ ପୋଲିସ ବାହିନୀ ପ୍ରତିଷ୍ଠା କରିଥିଲେ I ପୋଲିସ ବାହିନୀ ପ୍ରତିଷ୍ଠା ହେବାର ମୂଳ ଲକ୍ଷ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ କାମ କରିବ I ଆଜିର ସମାଜରେ ଆମେ ଏବଂ ଆମ ମା ଭଉଣୀ ଶାନ୍ତିରେ ଗମନା ଗମନ କରିପାରୁଛନ୍ତି କେବଳ ଏହି ପୋଲିସ ବାହିନୀ ପାଇଁ କାରଣ ପୋଲିସ ବାହିନୀ ନଥିଲେ ଦେଶର ଏବଂ ରାଜ୍ୟର କଣ ସ୍ଥିତି ହୋଇଥାନ୍ତା ତାହା କଳ୍ପନା ବାହାରେ I ତେଣୁ ଏହିଭଳି ମହାନ ଦିବସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା କର୍ମ ନିଷ୍ଠାପରାୟଣ ପୋଲିସ ଅଧିକାରୀ ତଥା କନଷ୍ଟେବଲ, ଟ୍ରାଫିକ ଓ ହାବିଲଦାର ମାନଙ୍କୁ ଏସପି ଶ୍ରୀ କଟାରିୟା ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- ପଣ୍ୟ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ପୂର୍ବଭାରତ ରେ ରହିଥିବା ବୃହତ ବନ୍ଦର ମାନଙ୍କ ମଧ୍ୟରେ ମାଇଲଷ୍ଟୋନ ରେକର୍ଡ ହାସଲ କରିବା ସହିତ ଭାରତ ବର୍ଷରେ ରହିଥିବା ସମସ୍ତ ବୃହତ ବନ୍ଦର ମାନଙ୍କ ମଧ୍ୟରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ପାରାଦୀପ ବନ୍ଦର l ଚଳିତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ପରିବହନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ପ୍ରତିହତ କରି ଏହି ଐତିହାସିକ ମାନଦଣ୍ଡ ସ୍ଥାପନ କରିପାରିଛି l ପାରାଦୀପ ବନ୍ଦର ର ସମସ୍ତ ବ୍ୟବସାୟିକ ସଂସ୍ଥା, ଷ୍ଟେଭିଡୋର୍ସ, ବନ୍ଦର ରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଏହାର ଶ୍ରେୟ ପ୍ରଦାନ କରିବା ସହିତ କେକକାଟି ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ଖୁଆଇବା ସହିତ ଅଭିନନ୍ଦନ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l1
- ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।2
- Post by NEWS MANORANJAN1
- Post by Gagan Bhoi4
- ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।2