ନୟାଗଡ଼ରେ ‘ସିଏମ ଟ୍ରଫି’ ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା-୨୦୨୬ ଉଦଘାଟିତ ନୟାଗଡ଼ ଜିଲ୍ଲା ଷ୍ଟାଡିୟମ ପରିସରରେ ସୋମବାର ‘ସିଏମ ଟ୍ରଫି’ ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା-୨୦୨୬ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭକୁ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଜିଲ୍ଲାପାଳ ଶ୍ରୀମତୀ ରଥ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ଏକତା ଓ ଶୃଙ୍ଖଳାର ବାର୍ତ୍ତା ବହନ କରେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ ଓ ବିନାୟକ ପ୍ରସାଦ ରାଓ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପ୍ରତିଯୋଗିତାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ, କ୍ରୀଡ଼ା ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର ଏବଂ ପ୍ରଦୀପ୍ତ ଚିତ୍ତ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ସାହୁ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଛି।
ନୟାଗଡ଼ରେ ‘ସିଏମ ଟ୍ରଫି’ ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା-୨୦୨୬ ଉଦଘାଟିତ ନୟାଗଡ଼ ଜିଲ୍ଲା ଷ୍ଟାଡିୟମ ପରିସରରେ ସୋମବାର ‘ସିଏମ ଟ୍ରଫି’ ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା-୨୦୨୬ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭକୁ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଜିଲ୍ଲାପାଳ ଶ୍ରୀମତୀ ରଥ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ଏକତା ଓ ଶୃଙ୍ଖଳାର ବାର୍ତ୍ତା ବହନ କରେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ପ୍ରୟାସ
ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ ଓ ବିନାୟକ ପ୍ରସାଦ ରାଓ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପ୍ରତିଯୋଗିତାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ, କ୍ରୀଡ଼ା ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର ଏବଂ ପ୍ରଦୀପ୍ତ ଚିତ୍ତ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ସାହୁ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଛି।
- ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା। ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଟ ପଡିଆ ଠାରେ ଆଜି ଠାରୁ 4ଦିନ ବ୍ୟାପି ୨୧ ତମ ମହୋତ୍ସବକୁ ଆଜି ଅନୁଷ୍ଠାନିକ ଆରମ୍ଭ ହୋଇଥିବା ବେଳେ. ହିନ୍ଦୋଳ ବିଧାୟିକା ଉଦଘାଟନ କରିଥିବା ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସୋଳ ଏନ ଏ ସି ମାନ୍ୟତା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି.1
- Post by ଶଶାଙ୍କ ଶେଖର ସାମଲ1
- Post by ନିମାଇଁ ଚରଣ ମହାରଣା1
- ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।2
- asika ganjam odisha7
- Post by Ranjan hota1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.1