logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ୍ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି, ଯାହା ତାଙ୍କ ପାଇଁ ଅଡୁଆ ବଢ଼ାଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଦୀର୍ଘ ଦେଢ଼ ବର୍ଷ ଧରି ବ୍ଲକକୁ ନ ଆସିବା, ବିଡିଓଙ୍କ ଦ୍ୱାରା ସମିତି ବୈଠକ ପାଇଁ ବାରମ୍ବାର ନୋଟିସ ଜାରି ହେବା ସତ୍ତ୍ୱେ ଏହାକୁ ଭୃକ୍ଷେପ ନ କରିବା, ବିଭିନ୍ନ ପ୍ରକଳ୍ପର ବିଲ୍ କରାଇବା ପାଇଁ ଡିଜିଟାଲ ସିଗ୍ନେଚର (DSC) ପ୍ରଦାନ ନକରିବା ଏବଂ ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ରହିଛି। ଏହି ସମସ୍ତ ଅଭିଯୋଗକୁ ନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ଅଧ୍ୟକ୍ଷାଙ୍କୁ ୭ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନରଖନ୍ତି, ତେବେ ପଞ୍ଚାୟତ ମାନୁଆଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ, ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପର ବିଲ୍ ଦସ୍ତଖତ ପାଇଁ ଉପଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

1 hr ago
user_PURNACHANDRA BARIK
PURNACHANDRA BARIK
Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
1 hr ago
8ebb628b-3c64-4040-b28a-db07ba6eb096

ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ୍ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି, ଯାହା ତାଙ୍କ ପାଇଁ ଅଡୁଆ ବଢ଼ାଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଦୀର୍ଘ ଦେଢ଼ ବର୍ଷ ଧରି ବ୍ଲକକୁ ନ ଆସିବା,

9292190a-60c9-4318-8980-676215581f35

ବିଡିଓଙ୍କ ଦ୍ୱାରା ସମିତି ବୈଠକ ପାଇଁ ବାରମ୍ବାର ନୋଟିସ ଜାରି ହେବା ସତ୍ତ୍ୱେ ଏହାକୁ ଭୃକ୍ଷେପ ନ କରିବା, ବିଭିନ୍ନ ପ୍ରକଳ୍ପର ବିଲ୍ କରାଇବା ପାଇଁ ଡିଜିଟାଲ ସିଗ୍ନେଚର (DSC) ପ୍ରଦାନ ନକରିବା ଏବଂ ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ

ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ରହିଛି। ଏହି ସମସ୍ତ ଅଭିଯୋଗକୁ ନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ଅଧ୍ୟକ୍ଷାଙ୍କୁ ୭ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି

ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନରଖନ୍ତି, ତେବେ ପଞ୍ଚାୟତ ମାନୁଆଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ, ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପର ବିଲ୍ ଦସ୍ତଖତ ପାଇଁ ଉପଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ୍ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି, ଯାହା ତାଙ୍କ ପାଇଁ ଅଡୁଆ ବଢ଼ାଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଦୀର୍ଘ ଦେଢ଼ ବର୍ଷ ଧରି ବ୍ଲକକୁ ନ ଆସିବା, ବିଡିଓଙ୍କ ଦ୍ୱାରା ସମିତି ବୈଠକ ପାଇଁ ବାରମ୍ବାର ନୋଟିସ ଜାରି ହେବା ସତ୍ତ୍ୱେ ଏହାକୁ ଭୃକ୍ଷେପ ନ କରିବା, ବିଭିନ୍ନ ପ୍ରକଳ୍ପର ବିଲ୍ କରାଇବା ପାଇଁ ଡିଜିଟାଲ ସିଗ୍ନେଚର (DSC) ପ୍ରଦାନ ନକରିବା ଏବଂ ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ରହିଛି। ଏହି ସମସ୍ତ ଅଭିଯୋଗକୁ ନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ଅଧ୍ୟକ୍ଷାଙ୍କୁ ୭ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନରଖନ୍ତି, ତେବେ ପଞ୍ଚାୟତ ମାନୁଆଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ, ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପର ବିଲ୍ ଦସ୍ତଖତ ପାଇଁ ଉପଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
    4
    ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ୍ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି, ଯାହା ତାଙ୍କ ପାଇଁ ଅଡୁଆ ବଢ଼ାଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଦୀର୍ଘ ଦେଢ଼ ବର୍ଷ ଧରି ବ୍ଲକକୁ ନ ଆସିବା, ବିଡିଓଙ୍କ ଦ୍ୱାରା ସମିତି ବୈଠକ ପାଇଁ ବାରମ୍ବାର ନୋଟିସ ଜାରି ହେବା ସତ୍ତ୍ୱେ ଏହାକୁ ଭୃକ୍ଷେପ ନ କରିବା, ବିଭିନ୍ନ ପ୍ରକଳ୍ପର ବିଲ୍ କରାଇବା ପାଇଁ ଡିଜିଟାଲ ସିଗ୍ନେଚର (DSC) ପ୍ରଦାନ ନକରିବା ଏବଂ ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ରହିଛି।

ଏହି ସମସ୍ତ ଅଭିଯୋଗକୁ ନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ଅଧ୍ୟକ୍ଷାଙ୍କୁ ୭ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନରଖନ୍ତି, ତେବେ ପଞ୍ଚାୟତ ମାନୁଆଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ, ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପର ବିଲ୍ ଦସ୍ତଖତ ପାଇଁ ଉପଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • ମୟୂରଭଞ୍ଜ ଜିଲ୍ଲାରେ ପୋଲିସର ଅପାରଗତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଥିବା ବେଳେ, ଜିଲ୍ଲା ଏସ୍‌ପିଙ୍କୁ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି।
    1
    ମୟୂରଭଞ୍ଜ ଜିଲ୍ଲାରେ ପୋଲିସର ଅପାରଗତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଥିବା ବେଳେ, ଜିଲ୍ଲା ଏସ୍‌ପିଙ୍କୁ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି।
    user_Prime time press
    Prime time press
    Agistment service Nayagarh, Odisha•
    19 hrs ago
  • ବ୍ରହ୍ମପୁରର ଖାରବେଳ ନଗରର ପ୍ରଥମ ଗଳିରେ ମାଁ ସର୍ବମଙ୍ଗଳା ଦେବୀଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
    1
    ବ୍ରହ୍ମପୁରର ଖାରବେଳ ନଗରର ପ୍ରଥମ ଗଳିରେ ମାଁ ସର୍ବମଙ୍ଗଳା ଦେବୀଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରାଯିବ।
    1
    ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରାଯିବ।
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଆରାଇ ସଂଘ ନିଜର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି। ଏହି ସମସ୍ୟାଗୁଡ଼ିକର ସମାଧାନ ଦାବିରେ ସଂଘ ପକ୍ଷରୁ 26.6.26 ତାରିଖରୁ କଳା ବ୍ୟାଜ୍ ପରିଧାନ କରି ଧାରଣା ଦିଆଯାଉଛି। ପୂର୍ବରୁ, ସଂଘ ଜୁଲାଇ ମାସରୁ ସାମୂହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ, ସରକାର ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିବାରୁ, ସଂଘ ସାମୂହିକ ଛୁଟିରେ ନ ଯିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
    1
    ଆରାଇ ସଂଘ ନିଜର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି। ଏହି ସମସ୍ୟାଗୁଡ଼ିକର ସମାଧାନ ଦାବିରେ ସଂଘ ପକ୍ଷରୁ 26.6.26 ତାରିଖରୁ କଳା ବ୍ୟାଜ୍ ପରିଧାନ କରି ଧାରଣା ଦିଆଯାଉଛି।

ପୂର୍ବରୁ, ସଂଘ ଜୁଲାଇ ମାସରୁ ସାମୂହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ, ସରକାର ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିବାରୁ, ସଂଘ ସାମୂହିକ ଛୁଟିରେ ନ ଯିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    22 hrs ago
  • ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଦୀନବନ୍ଧୁପୁର ଅଞ୍ଚଳ ହାଇସ୍କୁଲରେ ଗତକାଲି ଦୁଇ ବତ୍ସଳ ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଭାବାନ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଥିବା ପୂର୍ବତନ ଛାତ୍ରଛାତ୍ରୀମାନେ ଭାବବିହୋଳ ହୋଇ କାନ୍ଦି ପକାଇବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ। ଦୀନବନ୍ଧୁପୁର ସ୍ଥିତ ଅଞ୍ଚଳ ହାଇସ୍କୁଲର ଏହି ଦୁଇ ଶିକ୍ଷକଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ସମ୍ପୂର୍ଣ୍ଣ ଲୁହରେ ଭିଜି ଯାଇଥିଲା।
    1
    ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଦୀନବନ୍ଧୁପୁର ଅଞ୍ଚଳ ହାଇସ୍କୁଲରେ ଗତକାଲି ଦୁଇ ବତ୍ସଳ ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଭାବାନ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସଭାରେ ଉପସ୍ଥିତ ଥିବା ପୂର୍ବତନ ଛାତ୍ରଛାତ୍ରୀମାନେ ଭାବବିହୋଳ ହୋଇ କାନ୍ଦି ପକାଇବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ। ଦୀନବନ୍ଧୁପୁର ସ୍ଥିତ ଅଞ୍ଚଳ ହାଇସ୍କୁଲର ଏହି ଦୁଇ ଶିକ୍ଷକଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ସମ୍ପୂର୍ଣ୍ଣ ଲୁହରେ ଭିଜି ଯାଇଥିଲା।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଯାତ୍ରୀବାହୀ ଅଟୋ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ୪୨ ବର୍ଷୀୟ ସୋମ ନାଥ ନାୟକ, ୧୮ ବର୍ଷୀୟା ସୁପ୍ରିୟା ପଟ୍ଟନାୟକ, ୪୫ ବର୍ଷୀୟା ଛବିତା ପଟ୍ଟନାୟକ, ୫୦ ବର୍ଷୀୟା ମାମାଲି ପଟ୍ଟନାୟକ ଏବଂ ୫୮ ବର୍ଷୀୟ ହରିହର ପଟ୍ଟନାୟକ। ଏମାନେ ସମସ୍ତେ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାରର ଏହି ୫ ଜଣ ସଦସ୍ୟ ବ୍ରହ୍ମପୁରର ଗୌତମ ନଗରରୁ ନୂଆଁଗଡ଼ ଅଭିମୁଖେ ଏକ ଯାତ୍ରୀବାହୀ ଅଟୋରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦୂତଗାମୀ ଟ୍ରକ ରେଡ୍ଡୀ ଦାମୋଦର ପଲ୍ଲୀ ଠାରେ ସେମାନଙ୍କ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଡାକ୍ତରଖାନାକୁ ଏବଂ ପରେ ବ୍ରହ୍ମପୁରସ୍ଥିତ ଏମ. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
    1
    ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଯାତ୍ରୀବାହୀ ଅଟୋ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ୪୨ ବର୍ଷୀୟ ସୋମ ନାଥ ନାୟକ, ୧୮ ବର୍ଷୀୟା ସୁପ୍ରିୟା ପଟ୍ଟନାୟକ, ୪୫ ବର୍ଷୀୟା ଛବିତା ପଟ୍ଟନାୟକ, ୫୦ ବର୍ଷୀୟା ମାମାଲି ପଟ୍ଟନାୟକ ଏବଂ ୫୮ ବର୍ଷୀୟ ହରିହର ପଟ୍ଟନାୟକ। ଏମାନେ ସମସ୍ତେ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୋଟିଏ ପରିବାରର ଏହି ୫ ଜଣ ସଦସ୍ୟ ବ୍ରହ୍ମପୁରର ଗୌତମ ନଗରରୁ ନୂଆଁଗଡ଼ ଅଭିମୁଖେ ଏକ ଯାତ୍ରୀବାହୀ ଅଟୋରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦୂତଗାମୀ ଟ୍ରକ ରେଡ୍ଡୀ ଦାମୋଦର ପଲ୍ଲୀ ଠାରେ ସେମାନଙ୍କ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଡାକ୍ତରଖାନାକୁ ଏବଂ ପରେ ବ୍ରହ୍ମପୁରସ୍ଥିତ ଏମ. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
    user_Pitabas dash
    Pitabas dash
    Asika, Ganjam•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.