ବୌଦ୍ଧ ଜିଲ୍ଲା ପିତାମ୍ବରପୁର ଗ୍ରାମରେ ଗୋସୁରକ୍ଷା ଉପରେ ସଚେତନତା ସଭା ଅନୁଷ୍ଠିତ ପିତାମ୍ବରପୁର ଗ୍ରାମରେ ଗୋସୁରକ୍ଷା ଉପରେ ସଚେତନତା ସଭା ଅନୁଷ୍ଠିତ l ଗୋସେବକ କୁଶ କର୍ଣ୍ଣ ଙ୍କୁ ସମ୍ବର୍ଦ୍ଧନା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମରେ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ହରଭଙ୍ଗା ଖଣ୍ଡ ତରଫରୁ ଗୋ ସୁରକ୍ଷା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ସଭାପତି ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ହରଭଙ୍ଗା ଖଣ୍ଡ ସଂଘଚାଳକ ରାଜ କିଶୋର ଅଗ୍ରୱାଲl ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଯୋଗଦେଇ ଗୋ ସୁରକ୍ଷା ଓ ଗୋସେବା ଉପରେ ବକ୍ତବ୍ୟ ରଖିବା ସହିତ ଦେଶୀ ଗୋମାତା ବିଲୋପ ହୋଇଯାଉଥିବା ଓ ଘର ମାନଙ୍କରେ ଗୋ ପାଳନ ନ କରିବା ଦ୍ୱାରା ଗୋ ସମ୍ପଦ ଦ୍ୱାରା କୃଷକ କିପରି ଉପକୃତ ହୋଇପାରିବ ସରକାର ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ସଂମ୍ମାନିତ ଅତିଥି ଭାବେ ମାହେଶ୍ୱରୀ ଗୋଶାଳା ସମ୍ପାଦକ ତଥା ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ସମ୍ପାଦକ କୃତ୍ତିବାସ ପଲିଆ ଯୋଗଦେଇ ବୁଲା ଓ ଅସହାୟ ଗୋମାତା ମାନଙ୍କ ସେବା କରି ବହୁତ ଖୁସି ଥିବା ସହିତ ଜିଲ୍ଲାରେ ଯେଉଁ ମାନେ ଦେଶୀ ଗୋମାତା ମାନଙ୍କୁ ପାଳନ କରିବେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଅନ୍ୟତମ ଅଥିତି ଭାବେ ପଲ୍ଲୀ ବିକାଶ କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଦେଶକ ଦିବ୍ୟ ଲୋଚନ ପ୍ରଧାନ ମଞ୍ଚlସିନ ହୋଇ ବିଗତ ଦିନରେ ପିତାମ୍ବରପୁର ନିଜ ଗ୍ରାମରେ ଗୋମାତା ଚାଲାଣ ହେଉଥିବାର ଖବର ପ୍ରକାଶ ହୋଇଥିବା ବିଷୟ ଆଲୋଚନା କରି କ୍ଷଭୋ ପ୍ରକାଶ ସହିତ ଯେଉଁ ମାନେ ଲିପ୍ତ ଅଛନ୍ତି ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ l ବିଭିନ୍ନ ଆଲୋଚନାରେ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାକୁଡ଼, ପ୍ରବୀର ମlହାର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ସହିତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ଓ ଆଗାମୀ ଅଭିଯୋଗ ଶୁଣାଣୀ ଦିନ, ଜିଲ୍ଲପାଳଙ୍କୁ , ଗୋଚlଳନ ବିରୁଦ୍ଧରେ କଡାକଡି ଚେକିଂ କରାଯିବା ପାଇଁ ଲିଖିତ ଦିଆ ଯିବାକୁ କଥା ରଖିଲେ l ବିଗତ ଦିନରେ ପିତାମ୍ବରପୁର ଗ୍ରାମ ଦେଇ ଚାଲାଣ ହେଉଥିବା 56 ଗୋଟି ଗୋମାତାଙ୍କୁ ଉଦ୍ଧାର କରି ଶ୍ରୀ ଶ୍ୟାମ ଗୋଶାଳାରେ ପ୍ରତିପାଳନ କରୁଥିବା କୁଶ କର୍ଣ୍ଣ ଙ୍କୁ ଅତିଥି ମାନେ ଶ୍ରୀଫଳ, ଉତ୍ତରୀୟ, ସ୍ମୃତି ଫଳକ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଶଙ୍କର କର୍ଣ୍ଣ, ବସନ୍ତ ଅମାତ, ଗୋବିନ୍ଦ ନାୟକ, ନିଗମ ପ୍ରଧାନ, ନିରାକାର ମହାକୁଡ, ଗୁମନ୍ ବାରିକ ପ୍ରମୁଖ, କାର୍ଯକ୍ରମ କୁ ଉତ୍ସାହିତ କରିଥିଲେ l ଶେଷରେ ଶ୍ରୀରାମ ମନ୍ଦିର ପୂଜକ ଶେଷଦେବ ପଣ୍ଡା ବେଦମନ୍ତ୍ର ପାଠ ପୁର୍ବକ ଶାନ୍ତି ପାଠ କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା l

- କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି1
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- Post by Ranjan hota1
- ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା ... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ... ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ l1