logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ ବି ଡି ଓ ଙ୍କ ବିରୁଦ୍ଧ ରେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କଲେ ବ୍ଲକ ଅଧ୍ୟକ୍ଷା କରଞ୍ଜିଆ( ଜିତେନ୍ଦ୍ର ରାଜ)କରଞ୍ଜିଆ ରେ ମୟୂରଭଂଜ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ଙ୍କ ନେତୃତ୍ୱ ରେ ଉପାଧ୍ୟକ୍ଷ ତଥା ସମସ୍ତ ନିର୍ବାଚିତ ସେମିତି ସଭ୍ୟ ସଭ୍ୟା ମାନେ କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ବିରୋଧ ରେ ଅଭିଯୋଗ କରିଥିବା ବେଳେ ପରେ ତାଙ୍କ ବ୍ଲକ ପରିସରରେ ତାଙ୍କ ପ୍ରକୋଷ୍ଠ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏବବାଦ ରେ ପ୍ରକାଶ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ଙ୍କ ଅଭିଯୋଗ ଥିଲା ସେ ନିର୍ବାଚିତ ଅଧ୍ୟକ୍ଷା ହେଲେ ବି ବ୍ଲକ ର କୌଣସି ପ୍ରକାର ଉନ୍ନୟନ କାର୍ଯ୍ଯ ରେ ତାଙ୍କୁ କିମ୍ୱା ନିର୍ବାଚିତ ସମସ୍ତ ସମିଟି ସଭ୍ୟ ସଭ୍ୟା ଙ୍କୁ ସାମିଲ କରୁନାହାନ୍ତି। ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ପଚାରିଲେ କହୁଛନ୍ତି ସବୁ ତଥ୍ୟ ତୁମର ଜାଣିବାର ଅଧିକାର ନାହିଁ ଚୁପ ହୋଇ ବସ, କାମ ହେଉଛି ଦେଖ। ଆଉ ମଧ୍ୟ ଫୋନ ଯୋଗେ ତାଙ୍କୁ କଟୁ ତଥା ଆଶ୍ରବ୍ୟ ଭାଷା ରେ ଗାଳିଗୁଲଜ କରାଯାଉଛି। ଆଦିବାସୀ ମହିଳା ବୋଲି ମୋତେ ନାନା ପ୍ରକାର ନିର୍ଯାତନା ଦିଆଯାଉଛି। ଜିଲ୍ଲାପାଳ ଙ୍କୁ ସମସ୍ତ କଥା ଅବଗତ କରି ୩ ଦିନ ସମୟ ଦେଇଛୁ ଯଦି ୩ ଦିନ ମଧ୍ୟରେ ସମସ୍ୟା ର ସମାଧାନ ନ ହୁଏ ତେବେ ସାମୁହିକ ଭାବେ ବ୍ଲକ ସମୁଖ ରେ ଧାରଣା ଦେବୁ ନଚେତ୍ ସାମୁହିକ ଇସ୍ତଫା ଦେବୁ। ଏହି ସାମ୍ୱାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଙ୍କ ସହିତ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହନ୍ତ, କେରକେରା ପଂଚାୟତ ର ସମିତି ସଭ୍ୟ ଯୁଆଲ ମୁଣ୍ଡା, ରସମତଳା ସଭ୍ୟା ପ୍ରିୟଙ୍କା ନାଏକ, ଦରି ପଂଚାୟତ ର ସଭ୍ୟା ମମତା ନାଏକ, ସାରଙ୍ଗଗଡ ପଂଚାୟତ ର ଯମୁନା ନାଏକ, ଚିତ୍ରପୋଷି ପଞ୍ଚାଯତ ର ନମିତା ପଲେଇ, ବଡଗାଁ ପଂଚାୟତ ର ସଭ୍ୟ ତ୍ରିଲୋଚନ ନାଏକ ଉପସ୍ଥିତ ଥିଲେ। ତେବେ ବିଡିଓ ଙ୍କ ପ୍ରତିକ୍ରିୟା ନେବାକୁ ଯୋଗ। ଯୋଗ କରିବାରୁ ସମ୍ଭବ ହୋଇପାରି ନାହିଁ।

3 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
3 hrs ago
fc9e0453-3e60-4ca8-b0c2-96a310b4339d

କରଞ୍ଜିଆ ବି ଡି ଓ ଙ୍କ ବିରୁଦ୍ଧ ରେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କଲେ ବ୍ଲକ ଅଧ୍ୟକ୍ଷା କରଞ୍ଜିଆ( ଜିତେନ୍ଦ୍ର ରାଜ)କରଞ୍ଜିଆ ରେ ମୟୂରଭଂଜ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ଙ୍କ ନେତୃତ୍ୱ ରେ ଉପାଧ୍ୟକ୍ଷ ତଥା ସମସ୍ତ ନିର୍ବାଚିତ ସେମିତି ସଭ୍ୟ ସଭ୍ୟା ମାନେ କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ବିରୋଧ ରେ ଅଭିଯୋଗ କରିଥିବା ବେଳେ ପରେ ତାଙ୍କ ବ୍ଲକ ପରିସରରେ ତାଙ୍କ ପ୍ରକୋଷ୍ଠ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏବବାଦ ରେ ପ୍ରକାଶ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ଙ୍କ ଅଭିଯୋଗ ଥିଲା ସେ ନିର୍ବାଚିତ ଅଧ୍ୟକ୍ଷା ହେଲେ ବି ବ୍ଲକ ର କୌଣସି ପ୍ରକାର ଉନ୍ନୟନ କାର୍ଯ୍ଯ ରେ ତାଙ୍କୁ କିମ୍ୱା ନିର୍ବାଚିତ ସମସ୍ତ ସମିଟି ସଭ୍ୟ ସଭ୍ୟା ଙ୍କୁ ସାମିଲ କରୁନାହାନ୍ତି। ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ପଚାରିଲେ କହୁଛନ୍ତି ସବୁ ତଥ୍ୟ ତୁମର ଜାଣିବାର ଅଧିକାର ନାହିଁ ଚୁପ ହୋଇ ବସ, କାମ ହେଉଛି ଦେଖ। ଆଉ ମଧ୍ୟ ଫୋନ ଯୋଗେ ତାଙ୍କୁ କଟୁ ତଥା ଆଶ୍ରବ୍ୟ ଭାଷା ରେ ଗାଳିଗୁଲଜ କରାଯାଉଛି। ଆଦିବାସୀ ମହିଳା ବୋଲି ମୋତେ ନାନା ପ୍ରକାର ନିର୍ଯାତନା ଦିଆଯାଉଛି। ଜିଲ୍ଲାପାଳ ଙ୍କୁ ସମସ୍ତ କଥା ଅବଗତ କରି ୩ ଦିନ ସମୟ ଦେଇଛୁ ଯଦି ୩ ଦିନ ମଧ୍ୟରେ ସମସ୍ୟା ର ସମାଧାନ ନ ହୁଏ ତେବେ ସାମୁହିକ ଭାବେ ବ୍ଲକ ସମୁଖ ରେ ଧାରଣା ଦେବୁ ନଚେତ୍ ସାମୁହିକ ଇସ୍ତଫା ଦେବୁ। ଏହି ସାମ୍ୱାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଙ୍କ ସହିତ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହନ୍ତ, କେରକେରା ପଂଚାୟତ ର ସମିତି ସଭ୍ୟ ଯୁଆଲ ମୁଣ୍ଡା, ରସମତଳା ସଭ୍ୟା ପ୍ରିୟଙ୍କା ନାଏକ, ଦରି ପଂଚାୟତ ର ସଭ୍ୟା ମମତା ନାଏକ, ସାରଙ୍ଗଗଡ ପଂଚାୟତ ର ଯମୁନା ନାଏକ, ଚିତ୍ରପୋଷି ପଞ୍ଚାଯତ ର ନମିତା ପଲେଇ, ବଡଗାଁ ପଂଚାୟତ ର ସଭ୍ୟ ତ୍ରିଲୋଚନ ନାଏକ ଉପସ୍ଥିତ ଥିଲେ। ତେବେ ବିଡିଓ ଙ୍କ ପ୍ରତିକ୍ରିୟା ନେବାକୁ ଯୋଗ। ଯୋଗ କରିବାରୁ ସମ୍ଭବ ହୋଇପାରି ନାହିଁ।

More news from ଓଡ଼ିଶା and nearby areas
  • * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*
    1
    *
ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା।
ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି।
ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସମାରୋହରେ ସ୍କୁଲର ଚେୟାରମ୍ୟାନ୍,  ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି।
*ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*
    user_Champua news
    Champua news
    ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    7 hrs ago
  • Post by ମିଲନ କୁମାର ନାଏକ
    1
    Post by ମିଲନ କୁମାର ନାଏକ
    user_ମିଲନ କୁମାର ନାଏକ
    ମିଲନ କୁମାର ନାଏକ
    ପାଟଣା, କେନ୍ଦୁଝର, ଓଡ଼ିଶା•
    19 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Odia Short reels video Mo Swapnoro Sauda ghara Kedar Naik Jay Jagannath
    1
    Odia Short reels video Mo Swapnoro Sauda ghara Kedar Naik Jay Jagannath
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 19.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada
    1
    ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ  ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.