ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି : ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି । କିନ୍ତୁ କେଜାଣି କାହିଁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟୁତ୍ତର ଦେଇପାରୁ ନାହାନ୍ତି । ହୁଏତ ଏପିଷ୍ଟିନ ଫାଇଲ କିମ୍ବା ଅଦାନୀ କେଳେଙ୍କାରିର ଭୟ ତାଙ୍କୁ ମାଡ଼ି ବସୁଛି । ବର୍ତ୍ତମାନ ଭାରତର ଚାଷୀ ବିରୋଧି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ତାହାର ପ୍ରକୃତ ପ୍ରମାଣ । ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀଙ୍କର ଘୋର କ୍ଷତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡ ନୁଆଇ ଗ୍ରହଣ କରିଛନ୍ତି । ଏଥିପାଇଁ ଦେଶର ଯୁବ ବର୍ଗ ପ୍ରଧାନମନ୍ତ୍ରୀ କମ୍ପ୍ରମାଇଜଡ୍ ବୋଲି କହୁଛନ୍ତି । ଆମ ଦେଶ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ରଷିଆ ଓ ଆମେରିକା କାହାକୁ ଖାତିର ନକରି ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁଥିରେ ୨୦୦ ରୁ ଅଧିକ ଦେଶ ସଦସ୍ୟ ଥିଲେ ଏବଂ ଭାରତ ଏହାର ନେତୃତ୍ୱ ନେଉଥିଲା । ବାଙ୍ଗଲାଦେଶ ଗଠନ ପାଇଁ ପାକିସ୍ଥାନ ସହିତ ଯୁଦ୍ଧ ହେଲାବେଳେ ଆମେରିକା ତାର ସପ୍ତମ ନୌଭେଳା ପଠାଇ ଭାରତକୁ ଯୁଦ୍ଧ ବନ୍ଦପାଇଁ ଧମକ ଦେଇଥିଲା । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକାର ଧମକକୁ ଖାତିର ନକରି ବାଙ୍ଗଲାଦେଶ ଗଠନ କଲେ ଏବଂ ପାକିସ୍ଥାନର ସୈନ୍ୟ ଆତ୍ମସମର୍ପଣ କଲେ । ପୁର୍ବର ପ୍ରଧାନମନ୍ତ୍ରୀ ଏଭଳି ଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ଆତ୍ମସମର୍ପଣ କରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ହେଲା ତାହାର ଜବାବ ଦେବାକୁ ପଡ଼ିବ । ଦେଶର ଯୁବକ ଆଜି ଉତ୍କଟ ବେକାରୀ ସମସ୍ୟା ସହ ଜୁଝୁଛି । ଦେଶରେ ନିଜର ଭବିଷ୍ୟତ ଗଢ଼ିନପାରି ରୋଜଗାର ପାଇଁ ଦେଶର ଯୁବକ ବିଦେଶ ପଳାଉଛନ୍ତି । ଓଡ଼ିଶାରେ ଏକ ଅଦଭୁତ ସରକାର ଅଛି । ବିନା ଦାୟିତ୍ୱବୋଧରେ ଶାସନ ଚାଲିଛି । କଟକ ବଡ଼ ଡାକ୍ତରଖାନାରେ ରୋଗୀ ହତ୍ୟା ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥାକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ଏବଂ ଏହି ବ୍ୟବସ୍ଥାକୃତ ଅଘଟଣ ପାଇଁ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନଙ୍କୁ ନରହତ୍ୟା ଅପରାଧରେ ଦଣ୍ଡିତ କରିବା କଥା । ମଣ୍ଡିରେ ଚାଷୀଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି । କଟନୀ ଛଟନୀ କରି ଚାଷୀଙ୍କୁ ହନ୍ତସନ୍ତ କରାଯାଉଛି । ସରକାର ଏବଂ ମିଲମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀର ସ୍ୱାର୍ଥ ବଳିପଡ଼ିଯାଉଛି । ଏମଏସପି ମୂଲ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ଚାଷୀଙ୍କ ବଳକା ଧାନକୁ ଶାଗମାଛ ମୂଲ୍ୟରେ ମିଲର୍ସମାନଙ୍କ ଦେବାକୁ ପଡ଼ୁଛି । ନାରୀ ଅତ୍ୟାଚାରର ସୀମା ଲଙ୍ଘିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାରୀ ଦୁଷ୍କର୍ମର ଶିକାର ହେଉଛି । ନାରୀ ସୁରକ୍ଷା ସ୍ଥିତି ରାଜ୍ୟରେ ଅତି ଗମ୍ଭିର । ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସକୁ ଲଢ଼େଇ କରିବାକୁ ପଡ଼ିବ । ଏମାନଙ୍କୁ ଗାଦିଚୁୃ୍ୟତ ନକଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଚିବ କହିଥିଲେ ।

- Post by NEWS MANORANJAN1
- Post by Gagan Bhoi1
- ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।1
- ଜଗତସିଂହପୁର ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l2
- Post by ନିଷ୍ଠୁର ଦୁନିଆ Live1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସନ୍ଦର ଥାନା କାକୁଡି ଭାଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମ ନିକଟରେ ମୋ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ କାଣ୍ଡବିନ୍ଧା ଗ୍ରାମର ଯୁବକ ପ୍ରଶାନ୍ତ ସାହୁ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ମୋ ବସ୍ ସହିତ ଦୁର୍ଘଟଣା ଘଟିଥିଲା ।1
- ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ପାଇକ ବିଦ୍ରୋହ ଓ ଭାଷା ଆଧାରିତ ଆନ୍ଦୋଳନର ଗୌରବକୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଭାଷା ଓ ସଂସ୍କୃତି ହିଁ ରାଜ୍ୟ ଗଠନର ପ୍ରମୁଖ ଶକ୍ତି। ସେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାକୁ ବଜାୟ ରଖି ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ଚିଠିକୁ ପଢ଼ି କୃତଜ୍ଞତା ଜଣାଇବା ସହିତ ଓଡ଼ିଶା ପୋଲିସଙ୍କୁ ମିଳିଥିବା ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନକୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।1