Shuru
Apke Nagar Ki App…
ମାଲକାନାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଡାକ୍ତର ସିଦ୍ଧାନ୍ତ ଧଳଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଆଜି ଜିଲ୍ଲା ଡାକ୍ତର ସଂଘ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି। ଏହି ଆନ୍ଦୋଳନ ମାଧ୍ୟମରେ ଡାକ୍ତର ସଂଘ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଦାବି କରିଛି।
ଆଦର୍ଶ ନ୍ୟୁଜ live
ମାଲକାନାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଡାକ୍ତର ସିଦ୍ଧାନ୍ତ ଧଳଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଆଜି ଜିଲ୍ଲା ଡାକ୍ତର ସଂଘ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି। ଏହି ଆନ୍ଦୋଳନ ମାଧ୍ୟମରେ ଡାକ୍ତର ସଂଘ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଦାବି କରିଛି।
More news from ଓଡ଼ିଶା and nearby areas
- ମାଲକାନାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଡାକ୍ତର ସିଦ୍ଧାନ୍ତ ଧଳଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଆଜି ଜିଲ୍ଲା ଡାକ୍ତର ସଂଘ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି। ଏହି ଆନ୍ଦୋଳନ ମାଧ୍ୟମରେ ଡାକ୍ତର ସଂଘ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଦାବି କରିଛି।1
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ଉତ୍ତେଜନା ଦେଖାଦେଇଛି। ଗତକାଲି ରାତି ପ୍ରାୟ ୧ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାଜୁଆଲଟି ୱାର୍ଡରେ କର୍ତ୍ତବ୍ୟରତ ଡାକ୍ତର ସିଦ୍ଧାର୍ଥଙ୍କୁ କେତେକ ଉତ୍ତ୍ୟକ୍ତ ଗ୍ରାମବାସୀ ଆକ୍ରମଣ କରିଥିଲେ। ସାପ କାମୁଡ଼ାରେ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଏହି ଆକ୍ରମଣ ହୋଇଥିଲା, ଯେଉଁଥିରେ ଡାକ୍ତର ଆହତ ହୋଇଥିଲେ। ଏହି ଘଟଣାର ପ୍ରତିବାଦରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମ୍ସା) ପକ୍ଷରୁ ଆଜି ଜିଲ୍ଲାବ୍ୟାପୀ ପ୍ରତିବାଦ କରାଯାଇଛି। ସକାଳ ୧୦ଟାରୁ ୧୦:୩୦ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସିଏଚସି ଓ ପିଏଚସିର ଡାକ୍ତରମାନେ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିଛନ୍ତି। ଆକ୍ରମଣକାରୀଙ୍କ ବିରୁଦ୍ଧରେ ମାଲକାନଗିରି ସଦର ଥାନାରେ ଡାକ୍ତରୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ପୋଲିସ ସିସିିଟିଭି ଫୁଟେଜ ଯାଞ୍ଚ କରୁଛି। ଡାକ୍ତରମାନଙ୍କ ସୁରକ୍ଷା ଜନସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଘଟଣାକୁ ନେଇ ସମାଜରେ ସନ୍ଦେଶ ଦିଆଯାଇଛି।4
- Post by Masa Madkami1
- ଜୟପୁରରେ ଦୁର୍ବୃତ୍ତମାନେ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି।1
- ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଟାଟା ପାୱାର ଉପରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ବର୍ଷିଛନ୍ତି। ଦୁର୍ଗା ମିଶ୍ର ଚେତାବନୀ ଦେଇଛନ୍ତି ଯେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ କରାଯିବ।1
- କୋଡ଼ିଙ୍ଗାମାଳି ଖଣିରେ ଉତ୍ତୋଳନ ବୃଦ୍ଧି ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଉଛି। ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୨୫ ତାରିଖରେ ହେବାକୁ ଥିବା ଜନଶୁଣାଣୀକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି।1
- ଦାମନଯୋଡି ଅଁଳାବାଡି କଲୋନୀର ୫୮ ବର୍ଷ ବୟସ୍କା ଲେଲା ବାଘ ଗତ ଜୁନ ୧୭ ତାରିଖ ବୁଧବାର ଭୋରରୁ ନିଖୋଜ ଅଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ଦାମନଯୋଡି ଥାନାରେ ଅଭିଯୋଗ କରାଯାଇଛି। ଯଦି କେହି ତାଙ୍କର ସନ୍ଧାନ ପାଆନ୍ତି ତେବେ 6370269897 ନମ୍ବରରେ ତୁରନ୍ତ ସୂଚନା ଦେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲେଲା ଚଳିତ ମାସ ୧୫ ତାରିଖ ସୋମବାର ଅପରାହ୍ନ ୩ଟା ସମୟରେ ଅଁଳାବାଡି କଲୋନୀର ଝଡିଗୁଡା ସ୍ଥିତ ନିଜ ବାସଭବନରୁ ବାହାରି କଣ୍ଟାବାଉଁଶୁଣୀ ନିକଟ ଲାଡିରେ ରହୁଥିବା ତାଙ୍କ ବଡ଼ ଝିଅ ଘରକୁ ଯାଇଥିଲେ। ସେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଝିଅ ଘରେ ରହି ମଙ୍ଗଳବାର ରାତିରେ ସେଠାରେ ଖାଇପିଇ ଶୋଇଥିଲେ। ତେବେ ଝିଅ ଘର ଲୋକେ ଉଠିବା ପୂର୍ବରୁ ଅର୍ଥାତ୍ ବୁଧବାର ଭୋରରୁ ଲେଲା ନିଖୋଜ ହୋଇଯାଇଥିବା ତାଙ୍କ ବଡ଼ ଝିଅ ସୁବର୍ଣ୍ଣ ଖୋରା କହିଛନ୍ତି। ନିଖୋଜ ହେବା ପରଠାରୁ ତାଙ୍କ ଝିଅ, ଜ୍ୱାଇଁ, ପୁଅ, ପୁତୁରା ଏବଂ ଅନ୍ୟ ପରିବାର ଲୋକେ ବନ୍ଧୁବାନ୍ଧବ ଓ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲେଲାଙ୍କର କୌଣସି ପତ୍ତା ମିଳିନାହିଁ ବୋଲି ସୁବର୍ଣ୍ଣ ପ୍ରକାଶ କରିଛନ୍ତି। ପରିବାର ଲୋକେ ଆହୁରି କହିଛନ୍ତି ଯେ ଲେଲା ଜଣେ ଅତି ନିରିହ ସ୍ୱଭାବର ବ୍ୟକ୍ତି ହୋଇଥିବାବେଳେ ତାଙ୍କର କାହାରି ସହିତ କୌଣସି ଶତ୍ରୁତା ନାହିଁ। ଗୁରୁବାର ଦିନ ଦାମନଯୋଡି ଥାନାରେ ଏନେଇ ଲିଖିତ ଏତଲା ଦିଆଯାଇଛି। ସୁବର୍ଣ୍ଣ ପୁଣିଥରେ ଅନୁରୋଧ କରିଛନ୍ତି ଯେ ଯଦି କେହି ଲେଲାଙ୍କ ସନ୍ଧାନ ପାଆନ୍ତି ତେବେ ଦିଆଯାଇଥିବା ନମ୍ବର 6370269897 ରେ ଜଣାଇବାକୁ।1
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ମହିଳାଙ୍କ ପରିବାର ଲୋକେ ମେଡିକାଲରେ ହଙ୍ଗାମା କରିବା ସହ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି।4