ବନ୍ୟା ପ୍ରଭାବିତ ବାହାବଳପୁର ଓ ଛାନୁଆ ପଞ୍ଚାୟତର ଗାଁକୁ ଗାଁ ବୁଲୁଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ, ଛାନୁଆ ପଂଚାୟତର ଗୋବରା ଗ୍ରାମର ସ୍ଥିତି ପରିଖିଲେ ବିଧାୟକଙ୍କ ସହ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଏ ଯାବତ ଅନେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ବିଗତ ୩ଦିନ ଧରି ବନ୍ୟା ପ୍ରଭାବିତ ପଂଚାୟତକୁ ବୋଟ ବା ଡଙ୍ଗା ଯୋଗେ ସଦର ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ଶୁକ୍ରବାର ପ୍ରଥମେ ବାହାବଳପୁର ପଂଚାୟତର ନୂଆଗାଁ ଗ୍ରାମରେ ପହଂଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ପରେ ଏଣ୍ଡ୍ରାଇ ଓ ରାଘବପୁର ଗ୍ରାମରେ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ବାହାବଳପୁର ପଂଚାୟତରରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ସେହିପରି ଜଳକା ନଦୀ ବନ୍ୟା ଜଳ ଘେରରେ ଥିବା ଛାନୁଆ ପଂଚାୟତର ଭଦ୍ରସିଆ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ପରେ ସବୁଠାରୁ ଅଧିକ ବନ୍ୟାପ୍ରବଣ ଅଂଚଳ ଛାନୁଆ ପଂଚାୟତର ଗୋବରା ଗ୍ରାମରେ ପହଂଚିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହି ଅବସରରେ ତାଙ୍କ ସହ ସ୍ଥିତି ପରିଖିବା ପାଇଁ ଯାଇଥିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ବିଧାୟକଙ୍କ ସହ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ତହସିଲଦାର ଏନଡିଆରଏଫ ବୋଟ ଯୋଗେ ଯାଇ ଗୋବରା ଗ୍ରାମର ଜନଜୀବନ ଏବଂ ଚାଷର କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ବନ୍ୟା ପିଡ଼ିତଙ୍କ ସହ ଆଲୋଚନା କରିଥିଲେ । ଗ୍ରାମର ଅଧିକାଂଶ ଘର ଜଳବନ୍ଦୀ ଅବସ୍ଥାରେ ଥିବାରୁ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ଉପରେ ଉଭୟ ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସେମାନେ ବନ୍ୟା ପିଡ଼ିତଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି ।
ବନ୍ୟା ପ୍ରଭାବିତ ବାହାବଳପୁର ଓ ଛାନୁଆ ପଞ୍ଚାୟତର ଗାଁକୁ ଗାଁ ବୁଲୁଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ, ଛାନୁଆ ପଂଚାୟତର ଗୋବରା ଗ୍ରାମର ସ୍ଥିତି ପରିଖିଲେ ବିଧାୟକଙ୍କ ସହ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଏ ଯାବତ ଅନେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ବିଗତ ୩ଦିନ ଧରି ବନ୍ୟା ପ୍ରଭାବିତ ପଂଚାୟତକୁ ବୋଟ ବା ଡଙ୍ଗା ଯୋଗେ ସଦର ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ଶୁକ୍ରବାର ପ୍ରଥମେ
ବାହାବଳପୁର ପଂଚାୟତର ନୂଆଗାଁ ଗ୍ରାମରେ ପହଂଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ପରେ ଏଣ୍ଡ୍ରାଇ ଓ ରାଘବପୁର ଗ୍ରାମରେ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ବାହାବଳପୁର ପଂଚାୟତରରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି
। ସେହିପରି ଜଳକା ନଦୀ ବନ୍ୟା ଜଳ ଘେରରେ ଥିବା ଛାନୁଆ ପଂଚାୟତର ଭଦ୍ରସିଆ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ପରେ ସବୁଠାରୁ ଅଧିକ ବନ୍ୟାପ୍ରବଣ ଅଂଚଳ ଛାନୁଆ ପଂଚାୟତର ଗୋବରା ଗ୍ରାମରେ ପହଂଚିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହି ଅବସରରେ ତାଙ୍କ ସହ ସ୍ଥିତି ପରିଖିବା ପାଇଁ ଯାଇଥିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ବିଧାୟକଙ୍କ ସହ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ତହସିଲଦାର ଏନଡିଆରଏଫ ବୋଟ ଯୋଗେ ଯାଇ ଗୋବରା ଗ୍ରାମର ଜନଜୀବନ ଏବଂ ଚାଷର କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ବନ୍ୟା ପିଡ଼ିତଙ୍କ ସହ ଆଲୋଚନା
କରିଥିଲେ । ଗ୍ରାମର ଅଧିକାଂଶ ଘର ଜଳବନ୍ଦୀ ଅବସ୍ଥାରେ ଥିବାରୁ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ଉପରେ ଉଭୟ ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସେମାନେ ବନ୍ୟା ପିଡ଼ିତଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି ।
- ସ୍ୱପ୍ନା ପାର୍ଲର haladipalସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏 ସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏2
- ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ4
- ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ1
- ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।1
- ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ1
- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପଂଚାୟତ ଦେପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ1
- ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ।1
- ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।1