କ୍ଷୀରୋଦ ସ୍ମାରକୀ କ୍ରିକେଟ : ଗୁମୁରଡୁଲା ସେମି ଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ସାଗଜୁରୀ ଗ୍ରାମର ଖେଳ ପଡ଼ିଆରେ ହେଉଥିବା ୧୭ତମ କ୍ଷିରୋଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୋମବାର ଥିଲା ତୃତୀୟ ଦିବସ। ସୋମବାର ତିନୋଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ ଟି ସାଗଜୁରୀ ଓ ସିଣ୍ଢୋଲ ମଧ୍ୟରେ ହୋଇଥିଲା। ସିଣ୍ଢୋଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୭୬ ରନ କରିଥିଲା। ଜବାବରେ ସାଗଜୁରୀ ଦଳ ଆବଶ୍ୟକୀୟ ୭୭ ରନ କୁ ୫.୨ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଟି କଳାପଥର ଓ ଗୁମୁରଡୁଲା ମଧ୍ୟରେ ହୋଇଥିଲା। ଏଥିରେ ଗୁମୁରଡୁଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୮୧ ରନ କରିଥିଲା। ଜବାବରେ କଳାପଥର ୬ ଓଭର ରେ ୩ ଉଇକେଟ ହରାଇ ୭୬ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ପ୍ରଥମ ମ୍ୟାଚ ର ବିଜେତା ସାଗଜୁରୀ ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଗୁମୁରଡୁଲା ମଧ୍ୟରେ ହୋଇଥିଲା। ଏଥିରେ ସାଗଜୁରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୫୩ ରନ କରିଥିଲା। ଗୁମୁରଡୁଲା ଦଳ କୌଣସି ଉଇକେଟ ନ ହରାଇ ଆବଶ୍ୟକୀୟ ୫୪ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଶ୍ରୀକାନ୍ତ ମହାକୁର ଓ କ୍ରୀଡ଼ାବିତ ଚିତ୍ତରଞ୍ଜନ କମ୍ପ ଅତିଥି ଭାବେ ଯୋଗଦେଇ ଗୁମୁରଡୁଲା ର ଭୀମକାର ପଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ଗୁଡିକରେ ମନରଞ୍ଜନ ହାତୀ ଓ ଭରତ ଥାପା ଅମ୍ପାୟାର ,ସୁଶିଲ ସେଠୀ ସ୍କୋରିଙ୍ଗ ଏବଂ ରମାକାନ୍ତ ଗହିର ଧାରା ବିବରଣୀ ପ୍ରଦାନ କରିଥିଲେ।
କ୍ଷୀରୋଦ ସ୍ମାରକୀ କ୍ରିକେଟ : ଗୁମୁରଡୁଲା ସେମି ଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ସାଗଜୁରୀ ଗ୍ରାମର ଖେଳ ପଡ଼ିଆରେ ହେଉଥିବା ୧୭ତମ କ୍ଷିରୋଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୋମବାର ଥିଲା ତୃତୀୟ ଦିବସ। ସୋମବାର ତିନୋଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ ଟି ସାଗଜୁରୀ ଓ ସିଣ୍ଢୋଲ ମଧ୍ୟରେ ହୋଇଥିଲା। ସିଣ୍ଢୋଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର
ରେ ୭୬ ରନ କରିଥିଲା। ଜବାବରେ ସାଗଜୁରୀ ଦଳ ଆବଶ୍ୟକୀୟ ୭୭ ରନ କୁ ୫.୨ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଟି କଳାପଥର ଓ ଗୁମୁରଡୁଲା ମଧ୍ୟରେ ହୋଇଥିଲା। ଏଥିରେ ଗୁମୁରଡୁଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୮୧ ରନ କରିଥିଲା। ଜବାବରେ କଳାପଥର ୬ ଓଭର ରେ ୩ ଉଇକେଟ ହରାଇ ୭୬
ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ପ୍ରଥମ ମ୍ୟାଚ ର ବିଜେତା ସାଗଜୁରୀ ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଗୁମୁରଡୁଲା ମଧ୍ୟରେ ହୋଇଥିଲା। ଏଥିରେ ସାଗଜୁରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୫୩ ରନ କରିଥିଲା। ଗୁମୁରଡୁଲା ଦଳ କୌଣସି ଉଇକେଟ ନ ହରାଇ ଆବଶ୍ୟକୀୟ ୫୪ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ
ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଶ୍ରୀକାନ୍ତ ମହାକୁର ଓ କ୍ରୀଡ଼ାବିତ ଚିତ୍ତରଞ୍ଜନ କମ୍ପ ଅତିଥି ଭାବେ ଯୋଗଦେଇ ଗୁମୁରଡୁଲା ର ଭୀମକାର ପଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ଗୁଡିକରେ ମନରଞ୍ଜନ ହାତୀ ଓ ଭରତ ଥାପା ଅମ୍ପାୟାର ,ସୁଶିଲ ସେଠୀ ସ୍କୋରିଙ୍ଗ ଏବଂ ରମାକାନ୍ତ ଗହିର ଧାରା ବିବରଣୀ ପ୍ରଦାନ କରିଥିଲେ।
- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- Post by Meena1
- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l1
- Post by KOSAL TIMES1
- #1
- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ1