ପୂର୍ବତନ ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ପୂର୍ବତନ ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ନୂଆଦିଲ୍ଲୀ/ ଭୁବନେଶ୍ୱର/ ବଲାଙ୍ଗିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟ ଯାହାକି ବିଶେଷ ଭାବେ ଦୁର୍ବଳ ଜନଜାତି ( ପିଭିଟିଜି ) ସମ୍ପ୍ରଦାୟର ୧୪ ଜଣ ନାବାଳିକା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦିଲ୍ଲୀ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ, ଆୟୋଗଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ବିଚାର କରି ତାମିଲନାଡୁ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୩୩୨୩/TD1(1)/2026-1, ତାରିଖ ୨୬ ଜୁଲାଇ ୨୦୨୬ ଜାରି କରି ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଓ ତିରୁଭାଲ୍ଲୁର ଜିଲ୍ଲାପାଳଙ୍କୁ ତୁରନ୍ତ ବିସ୍ତୃତ ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପତ୍ରରେ ଏହି ମାମଲାକୁ "ମୋଷ୍ଟ ଇମିଡ଼ିଏଟ " ଭାବେ ଚିହ୍ନିତ କରାଯାଇ ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ବିସ୍ତୃତ ରିପୋର୍ଟ ପ୍ରେରଣ କରିବାକୁ କୁହାଯାଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ତାମିଲନାଡୁ ସରକାର ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ତ୍ୱରିତ ପଦକ୍ଷେପକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରି କହିଛନ୍ତି ଯେ, ଦେଶର ବିଶେଷ ଭାବେ ଦୁର୍ବଳ ଜନଜାତିଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ପାଇବା ଉଚିତ। ଏହି ଦୁଃଖଦ ଘଟଣାରେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ରହିଛି, ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଭବିଷ୍ୟତରେ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ନୀତି ଓ ବ୍ୟବସ୍ଥା ପ୍ରଣୟନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ତାମିଲନାଡୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପକୁ ଓଡିଶା ଆଦିବାସୀ ସମାଜ ଏକ ସକାରାତ୍ମକ ପଦକ୍ଷେପ ଭାବେ ସ୍ୱାଗତ କରିଛି।

- ୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା *୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ଉଦାସୀନତା ପାଇଁ ପୁରୀବାସୀଙ୍କ ଅହିଂସାପୂର୍ଣ୍ଣ ସଂଗ୍ରାମ* *"୧୨୩ ଦିନ ବିତିଗଲା। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅହିଂସାପୂର୍ଣ୍ଣ ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିଛି। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ଏପର୍ଯ୍ୟନ୍ତ ଉଦାସୀନ ରହିଛନ୍ତି।"* ପୁରୀ (୦୧/୦୮) : ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୩ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ କିମ୍ବା ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳାର ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି। ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଯେଉଁ ସରକାର ଓ ପ୍ରଶାସନ ଲୋକଙ୍କ କଥା ଶୁଣିବାର ପ୍ରତିଶ୍ରୁତି ଦେଇଛନ୍ତି, ସେହି ସରକାର ୧୨୩ ଦିନ ଧରି ଚାଲିଥିବା ଏକ ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ପ୍ରତି ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆବଶ୍ୟକ ସଂଳାପ କିମ୍ବା ପଦକ୍ଷେପ ଗ୍ରହଣ ନକରିବାରୁ ଅସନ୍ତୋଷ ବଢ଼ିଚାଲିଛି। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, "ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।" ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ଵନାଥ ମିଶ୍ର, କାହ୍ନୁଚରଣ ପ୍ରଧାନ, ଅଭିମନ୍ୟୁ ରାୟଗୁରୁ, ବିଭୁଦତ୍ତ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ଛବିରାଣୀ ମହାରଣା, ବନିତା ଦିକ୍ଷୀତ, କଳ୍ପନା ତ୍ରିପାଠୀ, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, ଗଦାଧର ମହାରଣା, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ନୀରବତା ଆମକୁ ନିରାଶ କରିଛି, କିନ୍ତୁ ଆମର ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହର ବିଷୟ ନୁହେଁ; ଏହା ସେମାନଙ୍କ ଐତିହାସିକ ଓ ପରମ୍ପରାଗତ ଅଧିକାର। ସରକାର ଓ ପ୍ରଶାସନ ଏହି ଦାବିକୁ ଆଉ ବିଳମ୍ବ ନକରି ତୁରନ୍ତ ସମାଧାନ କରନ୍ତୁ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣ ଜାଗରଣ ଅବିରତ ଜାରି ରହିବ।" ଜୟ ଶ୍ରୀଜଗନ୍ନାଥ।1
- ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି1
- ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।1
- Post by Nilakantha Kumar1
- 🌹🌹🌹🌹🌹🌹🌹🌹🌹1
- ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ1