logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଟପାଡ଼ ଅଞ୍ଚଳରେ ଶାଳ ମଞ୍ଜି ଗୋଟାଳିମାନେ ଶାଳ ମଞ୍ଜି ବିକ୍ରି କରି କ୍ଷତି ସହୁଥିବା ଜଣାପଡ଼ିଛି।

10 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
10 hrs ago

କୋଟପାଡ଼ ଅଞ୍ଚଳରେ ଶାଳ ମଞ୍ଜି ଗୋଟାଳିମାନେ ଶାଳ ମଞ୍ଜି ବିକ୍ରି କରି କ୍ଷତି ସହୁଥିବା ଜଣାପଡ଼ିଛି।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲାର ବଦଳି ଏବଂ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତରେ ଗତ ତିନି ଦିନ ଧରି ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଏହି ଦୁଇ ପଞ୍ଚାୟତର ଲୋକମାନେ ଅନ୍ଧାରରେ ରହିଛନ୍ତି। ଏହି ଦୀର୍ଘ ସମୟର ବିଦ୍ୟୁତ୍ କାଟ ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ କ୍ରୋଧ ଦେଖାଦେଇଛି।
    1
    ମାଲକାନଗିରି ଜିଲ୍ଲାର ବଦଳି ଏବଂ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତରେ ଗତ ତିନି ଦିନ ଧରି ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଏହି ଦୁଇ ପଞ୍ଚାୟତର ଲୋକମାନେ ଅନ୍ଧାରରେ ରହିଛନ୍ତି। ଏହି ଦୀର୍ଘ ସମୟର ବିଦ୍ୟୁତ୍ କାଟ ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ କ୍ରୋଧ ଦେଖାଦେଇଛି।
    user_Update Malkangiri news
    Update Malkangiri news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    9 hrs ago
  • କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଅଞ୍ଚଳବାସୀ ଶୁକ୍ରବାର ଦିନ ଲାଞ୍ଜିଗଡ଼ ଟାଟା ପାୱାର ବିଦ୍ୟୁତ ଗ୍ରୀଡ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ପ୍ରତିବାଦ ସମୟରେ ଅଞ୍ଚଳବାସୀ ଜଣେ ଯନ୍ତ୍ରୀଙ୍କ ଜରିଆରେ ଉପ-ବିଭାଗୀୟ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
    1
    କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଅଞ୍ଚଳବାସୀ ଶୁକ୍ରବାର ଦିନ ଲାଞ୍ଜିଗଡ଼ ଟାଟା ପାୱାର ବିଦ୍ୟୁତ ଗ୍ରୀଡ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ପ୍ରତିବାଦ ସମୟରେ ଅଞ୍ଚଳବାସୀ ଜଣେ ଯନ୍ତ୍ରୀଙ୍କ ଜରିଆରେ ଉପ-ବିଭାଗୀୟ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
    user_Ramesh Chandra Nayak
    Ramesh Chandra Nayak
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ସରକାର ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି, କିନ୍ତୁ ଏହି ନିୟମ ବହୁତ ବଳ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଏହି ନିୟମ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି।
    1
    ସରକାର ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି, କିନ୍ତୁ ଏହି ନିୟମ ବହୁତ ବଳ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଏହି ନିୟମ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି।
    user_Rajveersingh Majhi
    Rajveersingh Majhi
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    23 hrs ago
  • ଗଜପତି ଜିଲ୍ଲା ଏକ ଆଦିମ ଅଧୁଷିତ ଜିଲ୍ଲା ଭାବେ ପରିଚିତ। ଏଠାରେ ମନୁଷ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଯାତାୟାତ ବ୍ୟବସ୍ଥା ଉନ୍ନତ କରିବା ପାଇଁ ସରକାର ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ, ଅଭିଯୋଗ ରହିଛି ଯେ, ସରକାରୀ ବାବୁମାନେ କାର୍ଯ୍ୟାଳୟରେ ବସି ନିର୍ଦ୍ଦେଶ ଦେଇ ଟଙ୍କା ମଞ୍ଜୁର କରନ୍ତି, କିନ୍ତୁ ଏହାର ଫାଇଦା ଠିକାଦାରମାନେ ମନମୁଖୀ କାମ କରି ମାଲେମାଲ ହୁଅନ୍ତି। ଏହାର ଏକ ନଗ୍ନ ଚିତ୍ର ହରଭଙ୍ଗୀରୁ ଗୁରୁଝୁଳି ଏବଂ ଗୁରୁଝୁଳିରୁ ବାଲିବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି। ସୂଚନାନୁସାରେ, ଏହି ରାସ୍ତାର ମେଟାଲ କାମ ହୋଇ ପ୍ରାୟ ଚାରି ମାସ ବିତିଲାଣି। କିନ୍ତୁ ଠିକାଦାରଙ୍କୁ ବାରମ୍ବାର କହି କହି ଅଞ୍ଚଳବାସୀ ନୟାନ୍ତ ହୋଇସାରିଲେଣି ଏବଂ ସେହି ଠିକାଦାରଙ୍କ ଦେଖା ନାହିଁ। ଫଳରେ ଏହି ରାସ୍ତା କାମ କେବେ ଶେଷ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଏକ ମାସ ଭିତରେ ଯଦି ପୁରା ପିଚୁ ରାସ୍ତା ନିର୍ମାଣ କରା ନ ଯାଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ। ଅନେକ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ପ୍ରଶାସନ ତୁରନ୍ତ ଏହାର ସଠିକ୍ ଯାଞ୍ଚ କରି ରାସ୍ତାଟିକୁ ଶୀଘ୍ର ସମ୍ପୂର୍ଣ୍ଣ କରୁ, ଯାହାଦ୍ୱାରା ଲୋକମାନେ ଯିବାଆସିବାର ସୁଯୋଗ ଉପଭୋଗ କରିପାରିବେ। ବୁଦ୍ଧିଜୀବୀ ମହଲରେ ଏବଂ ଜନତାଙ୍କ ମଧ୍ୟରେ ଆଶା କରାଯାଉଛି ଯେ, ଏହି ଖବର ପ୍ରସାରଣ ପରେ ତୁରନ୍ତ କାମଟି ସମ୍ପୂର୍ଣ୍ଣ ହେବ ଏବଂ ଏକ ଖୁସିର ସଂକେତ ମିଳିବ।
    1
    ଗଜପତି ଜିଲ୍ଲା ଏକ ଆଦିମ ଅଧୁଷିତ ଜିଲ୍ଲା ଭାବେ ପରିଚିତ। ଏଠାରେ ମନୁଷ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଯାତାୟାତ ବ୍ୟବସ୍ଥା ଉନ୍ନତ କରିବା ପାଇଁ ସରକାର ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ, ଅଭିଯୋଗ ରହିଛି ଯେ, ସରକାରୀ ବାବୁମାନେ କାର୍ଯ୍ୟାଳୟରେ ବସି ନିର୍ଦ୍ଦେଶ ଦେଇ ଟଙ୍କା ମଞ୍ଜୁର କରନ୍ତି, କିନ୍ତୁ ଏହାର ଫାଇଦା ଠିକାଦାରମାନେ ମନମୁଖୀ କାମ କରି ମାଲେମାଲ ହୁଅନ୍ତି। ଏହାର ଏକ ନଗ୍ନ ଚିତ୍ର ହରଭଙ୍ଗୀରୁ ଗୁରୁଝୁଳି ଏବଂ ଗୁରୁଝୁଳିରୁ ବାଲିବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି।

ସୂଚନାନୁସାରେ, ଏହି ରାସ୍ତାର ମେଟାଲ କାମ ହୋଇ ପ୍ରାୟ ଚାରି ମାସ ବିତିଲାଣି। କିନ୍ତୁ ଠିକାଦାରଙ୍କୁ ବାରମ୍ବାର କହି କହି ଅଞ୍ଚଳବାସୀ ନୟାନ୍ତ ହୋଇସାରିଲେଣି ଏବଂ ସେହି ଠିକାଦାରଙ୍କ ଦେଖା ନାହିଁ। ଫଳରେ ଏହି ରାସ୍ତା କାମ କେବେ ଶେଷ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାକୁ ନେଇ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଏକ ମାସ ଭିତରେ ଯଦି ପୁରା ପିଚୁ ରାସ୍ତା ନିର୍ମାଣ କରା ନ ଯାଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ। ଅନେକ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ପ୍ରଶାସନ ତୁରନ୍ତ ଏହାର ସଠିକ୍ ଯାଞ୍ଚ କରି ରାସ୍ତାଟିକୁ ଶୀଘ୍ର ସମ୍ପୂର୍ଣ୍ଣ କରୁ, ଯାହାଦ୍ୱାରା ଲୋକମାନେ ଯିବାଆସିବାର ସୁଯୋଗ ଉପଭୋଗ କରିପାରିବେ।

ବୁଦ୍ଧିଜୀବୀ ମହଲରେ ଏବଂ ଜନତାଙ୍କ ମଧ୍ୟରେ ଆଶା କରାଯାଉଛି ଯେ, ଏହି ଖବର ପ୍ରସାରଣ ପରେ ତୁରନ୍ତ କାମଟି ସମ୍ପୂର୍ଣ୍ଣ ହେବ ଏବଂ ଏକ ଖୁସିର ସଂକେତ ମିଳିବ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ଏସ୍‌ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍‌ଆଇଆର୍‌କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
    2
    ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ।

ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି।

ଏସ୍‌ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍‌ଆଇଆର୍‌କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
    user_Manoj kumar Khamari
    Manoj kumar Khamari
    ବୋଡେନ, ନୂଆପଡ଼ା, ଓଡ଼ିଶା•
    9 hrs ago
  • ଗଜପତି ଜିଲ୍ଲା ଅନ୍ତର୍ଗତ ମୁନିସିଂ କେନ୍ଦ୍ରର ବଡମୁଣ୍ଡିସାହି ଶାଖାରେ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ବିଶ୍ୱ ଭାତୃତ୍ୱ ବିଦ୍ୟାତ୍ମା ପରିଷଦ ଅଚୁତଗୁପ୍ତ ବ୍ରହ୍ମ ସଂଗ ତରଫରୁ ଏକ କ୍ଷିତି ଜ୍ୟୋତି ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିନୋଦନ ବିପିନ ବିହାରୀ ସାମଲଙ୍କ ଦ୍ୱାରା "କଳି ଯୁଗ ରେ ଗୁରୁ ଧାରା ନେବା କାହିଁକି" ଶୀର୍ଷକରେ ଏକ ସୁନ୍ଦର ପ୍ରବଚନ ପରିବେଷଣ କରାଯାଇଥିଲା।
    1
    ଗଜପତି ଜିଲ୍ଲା ଅନ୍ତର୍ଗତ ମୁନିସିଂ କେନ୍ଦ୍ରର ବଡମୁଣ୍ଡିସାହି ଶାଖାରେ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ବିଶ୍ୱ ଭାତୃତ୍ୱ ବିଦ୍ୟାତ୍ମା ପରିଷଦ ଅଚୁତଗୁପ୍ତ ବ୍ରହ୍ମ ସଂଗ ତରଫରୁ ଏକ କ୍ଷିତି ଜ୍ୟୋତି ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିନୋଦନ ବିପିନ ବିହାରୀ ସାମଲଙ୍କ ଦ୍ୱାରା "କଳି ଯୁଗ ରେ ଗୁରୁ ଧାରା ନେବା କାହିଁକି" ଶୀର୍ଷକରେ ଏକ ସୁନ୍ଦର ପ୍ରବଚନ ପରିବେଷଣ କରାଯାଇଥିଲା।
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    5 hrs ago
  • ଏପ୍ରିଲ ମାସରୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ତଣ୍ଡାବାଇ ଗ୍ରାମ ପଞ୍ଚାୟତ ଅଧୀନ ଏମ୍‌ଭି-୭୯ ଅଞ୍ଚଳରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଜଳଛତ୍ର ଖୋଲାଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍‌ଭି-୭୯ ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସାପ୍ତାହିକ ହାଟ ଥିବାରୁ ପ୍ରତିଦିନ ଶତାଧିକ ଲୋକଙ୍କ ସମାଗମ ହୁଏ। ତେବେ ଗ୍ରୀଷ୍ମ ଋତୁରେ ଶୁଦ୍ଧ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକର ଅନେକ ପଞ୍ଚାୟତରେ ଦୁଇରୁ ତିନି ବର୍ଷ ତଳେ ସ୍ଥାପିତ ୱାଟର କୁଲର୍ ଓ ପାନୀୟ ଜଳ ପଏଣ୍ଟ ଏବେ ମଧ୍ୟ କାର୍ଯ୍ୟକ୍ଷମ ଥିବାବେଳେ ତଣ୍ଡାବାଇ ପଞ୍ଚାୟତରେ ସ୍ଥାପିତ ଦୁଇଟି ପାନୀୟ ଜଳ ପଏଣ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ପଏଣ୍ଟଗୁଡ଼ିକ ସ୍ଥାପନା ଦିନଠାରୁ ଜଳ ବିଶୁଦ୍ଧିକରଣ ପାଇଁ ଆବଶ୍ୟକ ଆକ୍ୱାଗାର୍ଡ ବ୍ୟବସ୍ଥା ଠିକ୍ ଭାବେ କରାଯାଇ ନଥିଲା। ଏମ୍‌ଭି-୭୯ ସାପ୍ତାହିକ ହାଟକୁ ଦୂରଦୂରାନ୍ତରୁ ଶତାଧିକ ଲୋକ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବା ଦୁଃଖଦ ବିଷୟ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସେହିପରି ସ୍ଥାନୀୟ ଚିକିତ୍ସାଳୟ ପରିସରରେ ଥିବା ପାନୀୟ ଜଳ ପଏଣ୍ଟ ମଧ୍ୟ ଅଚଳ ହୋଇପଡ଼ିଛି ଏବଂ ସେଠାରୁ ଥଣ୍ଡା ଓ ବିଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ କେବଳ ସାଧାରଣ ଜଳ ବାହାରୁଛି ବୋଲି ଅଭିଯୋଗ ହୋଇଛି। ତେଣୁ, ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଅଚଳ ପାନୀୟ ଜଳ ପଏଣ୍ଟଗୁଡ଼ିକର ମରାମତି କରିବା ସହିତ ଆବଶ୍ୟକ ହେଲେ ନୂତନ ୱାଟର କୁଲର୍ ସ୍ଥାପନ କରି ଗ୍ରୀଷ୍ମ ଦିନରେ ସାଧାରଣ ଲୋକଙ୍କ ପାଇଁ ଶୁଦ୍ଧ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହେଉଛି।
    4
    ଏପ୍ରିଲ ମାସରୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ତଣ୍ଡାବାଇ ଗ୍ରାମ ପଞ୍ଚାୟତ ଅଧୀନ ଏମ୍‌ଭି-୭୯ ଅଞ୍ଚଳରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଜଳଛତ୍ର ଖୋଲାଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍‌ଭି-୭୯ ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସାପ୍ତାହିକ ହାଟ ଥିବାରୁ ପ୍ରତିଦିନ ଶତାଧିକ ଲୋକଙ୍କ ସମାଗମ ହୁଏ। ତେବେ ଗ୍ରୀଷ୍ମ ଋତୁରେ ଶୁଦ୍ଧ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବ୍ଲକର ଅନେକ ପଞ୍ଚାୟତରେ ଦୁଇରୁ ତିନି ବର୍ଷ ତଳେ ସ୍ଥାପିତ ୱାଟର କୁଲର୍ ଓ ପାନୀୟ ଜଳ ପଏଣ୍ଟ ଏବେ ମଧ୍ୟ କାର୍ଯ୍ୟକ୍ଷମ ଥିବାବେଳେ ତଣ୍ଡାବାଇ ପଞ୍ଚାୟତରେ ସ୍ଥାପିତ ଦୁଇଟି ପାନୀୟ ଜଳ ପଏଣ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ପଏଣ୍ଟଗୁଡ଼ିକ ସ୍ଥାପନା ଦିନଠାରୁ ଜଳ ବିଶୁଦ୍ଧିକରଣ ପାଇଁ ଆବଶ୍ୟକ ଆକ୍ୱାଗାର୍ଡ ବ୍ୟବସ୍ଥା ଠିକ୍ ଭାବେ କରାଯାଇ ନଥିଲା। ଏମ୍‌ଭି-୭୯ ସାପ୍ତାହିକ ହାଟକୁ ଦୂରଦୂରାନ୍ତରୁ ଶତାଧିକ ଲୋକ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବା ଦୁଃଖଦ ବିଷୟ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସେହିପରି ସ୍ଥାନୀୟ ଚିକିତ୍ସାଳୟ ପରିସରରେ ଥିବା ପାନୀୟ ଜଳ ପଏଣ୍ଟ ମଧ୍ୟ ଅଚଳ ହୋଇପଡ଼ିଛି ଏବଂ ସେଠାରୁ ଥଣ୍ଡା ଓ ବିଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ କେବଳ ସାଧାରଣ ଜଳ ବାହାରୁଛି ବୋଲି ଅଭିଯୋଗ ହୋଇଛି।

ତେଣୁ, ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଅଚଳ ପାନୀୟ ଜଳ ପଏଣ୍ଟଗୁଡ଼ିକର ମରାମତି କରିବା ସହିତ ଆବଶ୍ୟକ ହେଲେ ନୂତନ ୱାଟର କୁଲର୍ ସ୍ଥାପନ କରି ଗ୍ରୀଷ୍ମ ଦିନରେ ସାଧାରଣ ଲୋକଙ୍କ ପାଇଁ ଶୁଦ୍ଧ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହେଉଛି।
    user_Update Malkangiri news
    Update Malkangiri news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    11 hrs ago
  • ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଚିନ୍ତା ପୋଲାମ୍ମା ଠାକୁରାଣୀ ମାଁଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଯାତ୍ରା ଗ୍ରାମବାସୀଙ୍କ ଦ୍ୱାରା ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ତିନି ଦିନିଆ ଉତ୍ସବ ପାଇଁ ଲିଙ୍ଗିପୁର ଗ୍ରାମର ସମସ୍ତ ସାହିକୁ ତୋରଣ ଏବଂ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଯାଇଥିଲା। ଯାତ୍ରା ସମୟରେ ତିନି ଦିନ ଧରି ଅନ୍ନପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ସମସ୍ତ ଆୟୋଜନର ଖର୍ଚ୍ଚ ସମାଜସେବୀ ଲୋଲା ସିଦ୍ଧାର୍ଥ ଏବଂ ଗ୍ରାମବାସୀ ବହନ କରିଥିବା ବେଳେ, ଗ୍ରାମର ଯୁବଗୋଷ୍ଠୀ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ। ଉତ୍ସବର ପ୍ରଥମ ଦିନ ମା’ଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ମା’ଙ୍କର ଘଟ ପରିକ୍ରମା କରାଯିବା ସହ ବିଭିନ୍ନ ପ୍ରକାରର ପୌରାଣିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ମାନସିକଧାରୀମାନେ ବିଭିନ୍ନ ଦେବଦେବୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ବାଦ୍ୟର ତାଳେ ତାଳେ ନାଚଗୀତରେ ଝୁମିଥିଲେ, ଯାହା ଗ୍ରାମବାସୀଙ୍କୁ ବେଶ ଆକୃଷ୍ଟ କରିଥିଲା। ଏହି ବାର୍ଷିକ ଉତ୍ସବରେ ଲିଙ୍ଗିପୁର ଗ୍ରାମର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ସମେତ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା। ମା’ଙ୍କ ଯାତ୍ରାର ଶେଷ ଦିନ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ରିପୋର୍ଟ ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ଦ୍ୱାରା ପ୍ରଦାନ କରାଯାଇଛି।
    4
    ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଚିନ୍ତା ପୋଲାମ୍ମା ଠାକୁରାଣୀ ମାଁଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଯାତ୍ରା ଗ୍ରାମବାସୀଙ୍କ ଦ୍ୱାରା ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ତିନି ଦିନିଆ ଉତ୍ସବ ପାଇଁ ଲିଙ୍ଗିପୁର ଗ୍ରାମର ସମସ୍ତ ସାହିକୁ ତୋରଣ ଏବଂ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଯାଇଥିଲା। ଯାତ୍ରା ସମୟରେ ତିନି ଦିନ ଧରି ଅନ୍ନପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ସମସ୍ତ ଆୟୋଜନର ଖର୍ଚ୍ଚ ସମାଜସେବୀ ଲୋଲା ସିଦ୍ଧାର୍ଥ ଏବଂ ଗ୍ରାମବାସୀ ବହନ କରିଥିବା ବେଳେ, ଗ୍ରାମର ଯୁବଗୋଷ୍ଠୀ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ।

ଉତ୍ସବର ପ୍ରଥମ ଦିନ ମା’ଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ମା’ଙ୍କର ଘଟ ପରିକ୍ରମା କରାଯିବା ସହ ବିଭିନ୍ନ ପ୍ରକାରର ପୌରାଣିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ମାନସିକଧାରୀମାନେ ବିଭିନ୍ନ ଦେବଦେବୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ବାଦ୍ୟର ତାଳେ ତାଳେ ନାଚଗୀତରେ ଝୁମିଥିଲେ, ଯାହା ଗ୍ରାମବାସୀଙ୍କୁ ବେଶ ଆକୃଷ୍ଟ କରିଥିଲା।

ଏହି ବାର୍ଷିକ ଉତ୍ସବରେ ଲିଙ୍ଗିପୁର ଗ୍ରାମର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ସମେତ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା। ମା’ଙ୍କ ଯାତ୍ରାର ଶେଷ ଦିନ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ରିପୋର୍ଟ ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ଦ୍ୱାରା ପ୍ରଦାନ କରାଯାଇଛି।
    user_Bhaskar Swain
    Bhaskar Swain
    Nurse ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    7 hrs ago
  • ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଛେଳିଗଡ଼ ଗ୍ରାମର ୨୬ ବର୍ଷୀୟ ରନିତ ଲିମା। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ଜଣ ହେଉଛନ୍ତି ୨୬ ବର୍ଷୀୟ ରିତିକ୍ ପାଳ ଓ ୧୭ ବର୍ଷୀୟ ସାଇକବୀର। ସୂଚନା ମୁତାବକ, ଛେଳିଗଡ଼ରୁ ରାୟଗଡ଼ ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଆହତମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡିକୁ ପଠାଯାଇଛି। ଘଟଣାସ୍ଥଳରେ ରାୟଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ଏବଂ ରାୟଗଡ଼ ଥାନାରେ ୪୫/୨୬ ନମ୍ବର ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
    1
    ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଛେଳିଗଡ଼ ଗ୍ରାମର ୨୬ ବର୍ଷୀୟ ରନିତ ଲିମା।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ଜଣ ହେଉଛନ୍ତି ୨୬ ବର୍ଷୀୟ ରିତିକ୍ ପାଳ ଓ ୧୭ ବର୍ଷୀୟ ସାଇକବୀର। ସୂଚନା ମୁତାବକ, ଛେଳିଗଡ଼ରୁ ରାୟଗଡ଼ ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।

ଆହତମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡିକୁ ପଠାଯାଇଛି। ଘଟଣାସ୍ଥଳରେ ରାୟଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ଏବଂ ରାୟଗଡ଼ ଥାନାରେ ୪୫/୨୬ ନମ୍ବର ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.