ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ଏସ୍ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍ଆଇଆର୍କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ଏସ୍ଆଇଆର୍
ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍ଆଇଆର୍କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ଏସ୍ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍ଆଇଆର୍କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।2
- ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।1
- 🌹🌹🌹🌹🌹🌹🌹🌹🌹🌹1
- ସରକାର ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି, କିନ୍ତୁ ଏହି ନିୟମ ବହୁତ ବଳ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଏହି ନିୟମ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା CQ-1 ବର୍ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜାହାଜରେ ଆଇରନ ଲୋଡିଂ ସମୟରେ ଜଣେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ‘ଜିନ ହାଇ ହେ’ ନାମକ ଜାହାଜରେ ଆଇରନ ଓଭରଲୋଡ କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଗତକାଲି ବର୍ଷା ଯୋଗୁଁ ଆଇରନ ଗୁଣ୍ଡ କାଦୁଅ ଅବସ୍ଥାରେ ଥିଲା। କ୍ରେନ ସାହାଯ୍ୟରେ ଆଇରନ ଲୋଡ୍ କରାଯାଉଥିବା ବେଳେ ହଠାତ୍ କ୍ରେନର ଗ୍ରାଫ୍ ଖୋଲିଯିବାରୁ ତଳେ ଥିବା ହାଇୱା ଉପରେ ଆଇରନ ଖସିପଡ଼ିଥିଲା। ଘଟଣାସ୍ଥଳରେ ହିଁ ହାଇୱା ଚାଳକ ସରୋଜ ଖିଲାରଙ୍କ ମୃତ୍ୟୁ ଘଟିଥିଲା। ମୃତ ଡ୍ରାଇଭର ସରୋଜ ଖିଲାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ସାଥି ଡ୍ରାଇଭରମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଛି। ସାଥି ଡ୍ରାଇଭରମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିରହିବା ଯୋଗୁଁ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ସୂଚନା ମିଳିଛି।1