ରାଜ୍ୟରେ ଲାଗୁ ହେବ ୟୁସିସି ! ବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ବଦଳିବ ନିୟମ। ଓଡ଼ିଶାରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି । ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ ୟୁସିସିର ରୂପରେଖ ପ୍ରସ୍ତୁତ କରିବ । ଏଥିରେ ଅବସରପ୍ରାପ୍ତ ବିଚାରପତି, ପ୍ରାଶାସନିକ ଅଧିକାରୀ, ସମାଜସେବୀ ଓ ଆଇନ ବିଭାଗର ଅଧିକାରୀ ସାମିଲ ହେବେ । ୟୁସିସି ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ଲିଭ୍-ଇନ୍ ସମ୍ପର୍କ ପାଇଁ ଧର୍ମ ନିର୍ବିଶେଷରେ ସମାନ ଆଇନ ଲାଗୁ ହେବାର ଆଶା ରହିଛି । ତେବେ ଓଡ଼ିଶାର ୨୨.୮୫% ଜନଜାତି ଜନସଂଖ୍ୟା ଓ ସେମାନଙ୍କର ବିଭିନ୍ନ ପାରମ୍ପରିକ ଆଇନକୁ ନେଇ ଚ୍ୟାଲେଞ୍ଜ ରହିପାରେ ।
ରାଜ୍ୟରେ ଲାଗୁ ହେବ ୟୁସିସି ! ବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ବଦଳିବ ନିୟମ। ଓଡ଼ିଶାରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି । ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ ୟୁସିସିର ରୂପରେଖ ପ୍ରସ୍ତୁତ କରିବ । ଏଥିରେ ଅବସରପ୍ରାପ୍ତ ବିଚାରପତି, ପ୍ରାଶାସନିକ ଅଧିକାରୀ, ସମାଜସେବୀ ଓ ଆଇନ ବିଭାଗର ଅଧିକାରୀ ସାମିଲ ହେବେ । ୟୁସିସି ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ଲିଭ୍-ଇନ୍ ସମ୍ପର୍କ ପାଇଁ ଧର୍ମ ନିର୍ବିଶେଷରେ ସମାନ ଆଇନ ଲାଗୁ ହେବାର ଆଶା ରହିଛି । ତେବେ ଓଡ଼ିଶାର ୨୨.୮୫% ଜନଜାତି ଜନସଂଖ୍ୟା ଓ ସେମାନଙ୍କର ବିଭିନ୍ନ ପାରମ୍ପରିକ ଆଇନକୁ ନେଇ ଚ୍ୟାଲେଞ୍ଜ ରହିପାରେ ।
- ହିନ୍ଦୋଳ ଫରେଷ୍ଟକୁ ପ୍ରବେଶ କଲେ ଝାଡାଖଣ୍ଡି ହାତୀ. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ବଣୁଆଁ ହାତୀମାନଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଝାଡ଼ଖଣ୍ଡି ହାତୀଙ୍କ ପ୍ରବେଶ ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି. ଏହି ହାତୀମାନେ ଆଜି ଅନୁଗୋଳ ଡିଭିଜନ ଦେଇ ସଂଜପଡା ଅଂଚଳକୁ ପ୍ରବେଶ କରିଛନ୍ତି. ଏହି ଅଂଚଳରେ ପୂର୍ବରୁ ମଧ୍ୟ ଶହେରୁ ଉର୍ଧ୍ଵ ହାତୀ ରହିଛନ୍ତି.1
- ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।1
- ଯୋରନ୍ଦା ରେ ସୋଲାର କରେଣ୍ଟ ଖାଇ ଚାଷୀ ବାବାଲି ସେଠି ଆହlତ1
- ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି #LatestNews #UpdateNews #apanankakhabara #Niali #news #gneshpuja #news #OdishaNews #Odisha1
- ଢେଙ୍କାନାଳରେ ଅଗ୍ର ପୂଜ୍ୟ ଶ୍ରୀ ଗଜାନନଙ୍କର ପୂଜା ଢେଙ୍କାନାଳ ଲକ୍ଷ୍ମୀ ପୂଜା ଠାରୁ ଟିକିଏ କମରେ ପେଣ୍ଡାଲ ଓ ଡେ଼କୋରେସନ ହୋଇଛି1
- ବ୍ୟାସନଗର ପ୍ରଭା କେୟାରରେ ଦୁର୍ନୀତି ଅଭିଯୋଗର ଚରମ ସୀମା! ଆଗୁଆ ଟଙ୍କା ନେଇ ସରକାରୀ ଡାକ୍ତରଙ୍କ ଚୋରା ଡିଉଟି, ଅଲଟ୍ରାସାଉଣ୍ଡ ପାଇଁ ରୋଗୀଙ୍କ ଜୀବନ ସହ ଖେଳ! ଭାଇରାଲ ଭିଡିଓକୁ ନେଇ ତେଜିଲା ଚର୍ଚ୍ଚା, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି।1
- ମୟୁରଭଞ୍ଜ ଜିଲ୍ଲା ସାରସକଣାବ୍ଲକ ଝାରପୋଖରିଆ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା। ସାରସକଣା: ଝାରପୋଖରିଆର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ତିନି ରାଜ୍ୟ ସୀମାନ୍ତର ପୁରୁଣାପାଣିରେ ଉତ୍ସବମୁଖର ପରିବେଶ ବିଘ୍ନବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜାକୁ ନେଇ ମୟୂରଭଞ୍ଜ ଜିଲ୍ଲା ସମେତ ସାରା ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତି ଓ ଉତ୍ସାହର ପରିବେଶ। ସାରସକଣା ବ୍ଲକର ଝାରପୋଖରିଆ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଗଣେଶ ପୂଜାକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଅଞ୍ଚଳର ବିଭିନ୍ନ ଛକ, ପୂଜାମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ବିଧିବିଧାନ ଅନୁସାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ଆକର୍ଷଣୀୟ ଭାବେ ପୂଜାମଣ୍ଡପଗୁଡ଼ିକୁ ସଜାଯାଇଥିବା ବେଳେ ସକାଳୁ ପୂଜାପାଠ, ମନ୍ତ୍ରୋଚ୍ଚାରଣ ଓ ଭକ୍ତମାନଙ୍କ ଉପସ୍ଥିତିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଝାରପୋଖରିଆର ସାଇନିଙ୍ଗ ଟ୍ୟୁଟୋରିଆଲ, ଓଡ଼ିଶା ବ୍ରିଗେଡ୍ ବିଦ୍ୟାଳୟ, ସୀମାନ୍ତ ମହାବିଦ୍ୟାଳୟ ସମେତ ଲିଟିଲ୍ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କରାଯାଇଛି। ପୂଜା ଅବସରରେ ଛାତ୍ରଛାତ୍ରୀମାନେ ନୂଆ ପୋଷାକ ପରିଧାନ କରି ଉତ୍ସାହର ସହ ପୂଜାରେ ସାମିଲ ହୋଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା ସହିତ ପ୍ରସାଦ ବଣ୍ଟନ, ଭଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି, ତିନି ରାଜ୍ୟ ସୀମାନ୍ତ ଅଞ୍ଚଳରେ ଥିବା ପୁରୁଣାପାଣି ଗଣେଶ ପୂଜା କମିଟି ପକ୍ଷରୁ ମଧ୍ୟ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ଆୟୋଜନ କରାଯାଇଥିଲା। ଏଠାରେ ପୂଜାମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ପୂଜା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ସମାଗମ ହୋଇଥିଲା। ଭକ୍ତମାନେ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ। ଗଣେଶ ପୂଜା ଅବସରରେ ସମଗ୍ର ଝାରପୋଖରିଆ ଅଞ୍ଚଳରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ—ଏହି କାମନା କରି ଭକ୍ତମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।2
- ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର , ବିଜେପି,ବରଗଡ଼ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର , ବିଜେପି,ବରଗଡ଼ #LatestNews #UpdateNews #apanankakhabara #Baragada #news #OdishaNews #odisha1
- ମହନ୍ତ ଶ୍ରୀ ନାରାୟଣ ଗିରି ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଣେଶ ପୂଜନ କିପରି କରିବ କଣ ସବୁ ଲାଭ କରିବେ ସେସବୁ ଉପରେ ଜ୍ଞାନ ଦେଉଛନ୍ତି1