Shuru
Apke Nagar Ki App…
କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ଘଟିଥିବା ସୁନା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଚେନ୍ ମଧ୍ୟ ଉଦ୍ଧାର କରିଛି।
Satyabrata das
କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ଘଟିଥିବା ସୁନା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଚେନ୍ ମଧ୍ୟ ଉଦ୍ଧାର କରିଛି।
More news from ଓଡ଼ିଶା and nearby areas
- କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ଘଟିଥିବା ସୁନା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଚେନ୍ ମଧ୍ୟ ଉଦ୍ଧାର କରିଛି।1
- ଦେବଗଡ଼ ଜିଲ୍ଲା ବାଗକୋଟ ବ୍ଲକର ଝରାକଣ୍ଡଳ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ଅଧାପନ୍ତରିଆ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ ଯୋଗୁଁ ବାତିଲ ହୋଇଛି। ଗ୍ରାମବାସୀଙ୍କ ଦାବି ଥିଲା ଯେ, ପୁରୁଣାପାଣି ଛକରୁ ଝରାକଣ୍ଟଳ-ଗୁରୁଜାଙ୍ଗ ଦେଇ ସୁନ୍ଦରଗଡ଼ ଜିଲ୍ଲା ଟେଣ୍ଡରା ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତା କାମକୁ ପୁନରାରମ୍ଭ କରାଯାଉ। ସୂଚନା ଅନୁଯାୟୀ, ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ହୋଇ କାର୍ଯ୍ୟ ଚାଲିଥିଲା। ମାତ୍ର ବନ ବିଭାଗ ଦୀର୍ଘ ୬ ମାସରୁ ଉର୍ଦ୍ଧ ସମୟ ଧରି ଏହି କାର୍ଯ୍ୟକୁ ବନ୍ଦ ରଖିବାରୁ ରାସ୍ତାଟି ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏହା ଯୋଗୁଁ ସ୍ଥାନୀୟ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀ ଏହାର ସମାଧାନ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ, ଗ୍ରାମବାସୀମାନେ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ପ୍ରତିବାଦ କରି କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବାକୁ ଆସିଥିଲେ, କିନ୍ତୁ ପ୍ରତିବାଦ ଯୋଗୁଁ ଶିବିର ବନ୍ଦ ରହିଥିଲା ଏବଂ ଅଧିକାରୀମାନେ ଫେରି ଆସିଥିଲେ। କିଛି ସମୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା ଏବଂ ଉପଜିଲ୍ଲାପାଳ ଶ୍ରୀ ସାହୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସୋମବାର ଦିନ ପର୍ଯ୍ୟାୟକ୍ରମେ ଜିଲ୍ଲାର ନିର୍ଦ୍ଦିଷ୍ଟ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ, ସୋମବାର ଛୁଟି ଥିବାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମଙ୍ଗଳବାର ଝରାକଣ୍ଡଳ ପଞ୍ଚାୟତରେ ଏହି ଶୁଣାଣି ହେବାର ଥିଲା।4
- ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।1
- ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଏହି ମାମଲାରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ କିମ୍ୱା ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି।1
- ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମକଣ୍ଡପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ରାସନ୍ ଖାଉଟିମାନଙ୍କୁ ଅତିରିକ୍ତ ୫ କେଜି ଚାଉଳ ପ୍ରଦାନ କରାଯାଇଛି।1
- ଓଡ଼ିଶାର ଏକ ବିଡିଓଙ୍କ ଅଫିସ ଭିତରେ ଜଣେ ମହିଳା ପ୍ରତିନିଧିଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ବ୍ୟକ୍ତି ମହିଳା ପ୍ରତିନିଧିଙ୍କ ସହ ଆକ୍ରମଣାତ୍ମକ ବ୍ୟବହାର ଓ ତର୍କବିତର୍କ କରୁଥିବା ଦେଖାଯାଇଛି।1