Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏସଡିପିଓ (SDPO) ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଏକ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କୁ ସେ ନିଜେ ମେଡିକାଲରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି।
ଅଖିଳ କୁମାର ପଟ୍ଟନାୟକ
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏସଡିପିଓ (SDPO) ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଏକ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କୁ ସେ ନିଜେ ମେଡିକାଲରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି।
More news from ଓଡ଼ିଶା and nearby areas
- ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।1
- ୨୧.୦୬.୨୦୨୬ ରେ ବ୍ରହ୍ମପୁରର ଅଙ୍କୁଳି ସ୍ଥିତ ଶ୍ରୀହରି ନଗରର ଶ୍ରୀ ଲେଡିଜ୍ ଗ୍ରୁପ୍ ପକ୍ଷରୁ ହରିହର କଲ୍ୟାଣ ମଣ୍ଡପ ପରିସରରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ”।1
- ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଏବଂ କେ. ନୀଳମାଧବ ଆଚାରୀଙ୍କ ପୁଣି ଥରେ 'ଘର ବାହୁଡ଼ା' ହେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ ସମସ୍ତେ ଏକାଠି ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ମତଭେଦ ରହିପାରେ, କିନ୍ତୁ ଜନସେବା ହିଁ ସର୍ବୋପରି। ଏହି ଘଟଣା ପରେ ବୁଗୁଡ଼ା ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।1
- ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।1
- ନୟାଗଡ଼ ଜିଲ୍ଲାର ସରଣକୁଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲାଦୁକେଶ୍ୱର ମନ୍ଦିରରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳିତ ହୋଇସାରିଛି।2
- ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।1
- ଚନ୍ଦ୍ରଗିରି ଅଞ୍ଚଳରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପାଇଁ ଆହତମାନଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ, ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।1