Shuru
Apke Nagar Ki App…
ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
Anup kumar Bísi
ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
More news from ଓଡ଼ିଶା and nearby areas
- ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ଜଳ ମଗ୍ନ ହୋଇ ପଡିଛି ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇ ପଡିଛି l ଜନ ସାଧାରଣ, ଗାଡି ମଟର ଯିବା ଆସିବାରେ ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି l3
- କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...1
- ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍ଏସି ନ ୮୦୯୩୮୦୨୪୫୪, ତହସିଲ କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫ ଓ କଣ୍ଟାମାଳ ନ ୭୯୯୧୦୦୫୮୪୪ ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।2
- 🚨 ब्रेकिंग न्यूज़ | ACF सौम्य रंजन मौत मामले में बड़ा घटनाक्रम बहुचर्चित ACF सौम्य रंजन मौत मामले में एक अहम कानूनी घटनाक्रम सामने आया है। मामले में तत्कालीन DFO संग्राम बेहरा की जमानत याचिका पहले SDJM और उसके बाद जिला एवं सत्र न्यायालय द्वारा खारिज किए जाने के बाद उन्हें न्यायिक हिरासत में जेल भेज दिया गया। इस घटनाक्रम के बाद मामले में न्याय की उम्मीद एक बार फिर मजबूत हुई है। अब सभी की नजर आगे की न्यायिक प्रक्रिया पर टिकी है। 📹 DFO संग्राम बेहरा के जेल जाने का वीडियो सोशल मीडिया पर तेजी से वायरल हो रहा है। P24NEWS EXPRESS की अपील—मामला न्यायालय में विचाराधीन है। अंतिम निर्णय अदालत द्वारा साक्ष्यों के आधार पर लिया जाएगा। #BreakingNews #P24NewsExpress #ACFSoumyaRanjan #SangramBehera #Justice #OdishaNews 🚨 ब्रेकिंग न्यूज़ | ACF सौम्य रंजन मौत मामले में बड़ा घटनाक्रम बहुचर्चित ACF सौम्य रंजन मौत मामले में एक अहम कानूनी घटनाक्रम सामने आया है। मामले में तत्कालीन DFO संग्राम बेहरा की जमानत याचिका पहले SDJM और उसके बाद जिला एवं सत्र न्यायालय द्वारा खारिज किए जाने के बाद उन्हें न्यायिक हिरासत में जेल भेज दिया गया। इस घटनाक्रम के बाद मामले में न्याय की उम्मीद एक बार फिर मजबूत हुई है। अब सभी की नजर आगे की न्यायिक प्रक्रिया पर टिकी है। 📹 DFO संग्राम बेहरा के जेल जाने का वीडियो सोशल मीडिया पर तेजी से वायरल हो रहा है। P24NEWS EXPRESS की अपील—मामला न्यायालय में विचाराधीन है। अंतिम निर्णय अदालत द्वारा साक्ष्यों के आधार पर लिया जाएगा। #BreakingNews #P24NewsExpress #ACFSoumyaRanjan #SangramBehera #Justice #OdishaNews1
- ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି #ଛୁଆ_ନୁ_ବୁଢା_ସଭେ_ଝୁରୁଛନ୍ ବରଗଡ଼ରୁ ଆରମ୍ଭ କରି ସମଗ୍ର ପଶ୍ଚିମ ଓଡ଼ିଶା ଆଜି ଶୋକରେ ସ୍ତବ୍ଧ। ଛୁଆ ନୁ ବୁଢା ସଭେ ଆଖିରେ ଲୁହ ନେଇ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ମରଣ କରୁଛନ୍ତି। "ଏନ୍ତା ନେତାଟେ ଆଉ ନାଇଁ ପାଉ..." — ଏହି କଥା ଆଜି ସାଧାରଣ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ତାଙ୍କ ସରଳ ବ୍ୟକ୍ତିତ୍ୱ, ଲୋକଙ୍କ ପ୍ରତି ଭଲପାଇବା ଓ ସେବାଭାବକୁ ମନେ ପକାଇ ଅନେକେ କାନ୍ଦି କାନ୍ଦି ନିଜ ଭାବନା ପ୍ରକାଶ କରୁଛନ୍ତି। ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତି, ତାଙ୍କ କାର୍ଯ୍ୟ ଏବଂ ଲୋକଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।1
- #BreakingNews ବ୍ରଜରାଜନଗରରେ ପୋଲିସର ଏନ୍କାଉଣ୍ଟର।ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ପୁଅ ଅଙ୍କିତ ପୋଲିସ ଗୁଳିରେ ଆହତ।୭ଟି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ଅଙ୍କିତ।ପୋଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ ପରେ ପାଲଟା କାର୍ଯ୍ୟାନୁଷ୍ଠାନ।। ତା:୨୭/୦୭/୨୬: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ବିଳମ୍ବିତ ରାତିରେ ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଓପିଏମ୍ ଘାଟ ନିକଟରେ ଘଟିଥିବା ଏହି ଏନ୍କାଉଣ୍ଟରରେ ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ କମଲେଶ ଘୋଷ ଓରଫ ସୋନୁ ଘୋଷଙ୍କ ପୁଅ ଅଙ୍କିତ ଘୋଷ ଗୋଡ଼ରେ ଗୁଳିବିଦ୍ଧ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଓପିଏମ୍ ଘାଟ ନିକଟରେ କିଛି ଦୁର୍ବୃତ୍ତ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ନେଇ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଭିଯୁକ୍ତମାନେ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିବାକୁ ଉଦ୍ୟମ କରିଥିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଙ୍କିତଙ୍କ ଗୋଡ଼ରେ ଗୁଳି ବାଜି ଆହତ ହୋଇଛି। ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତମାନେ ପୋଲିସ ଦଳ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ଅଙ୍କିତଙ୍କ ବିରୋଧରେ ୭ଟି ସଂଗୀନ ମାମଲା :- ପୋଲିସ ରେକର୍ଡ ଅନୁଯାୟୀ, ଅଙ୍କିତ ଘୋଷଙ୍କ ନାମରେ ଅସ୍ତ୍ର ଆଇନ, ହତ୍ୟା ଉଦ୍ୟମ, ଡକାୟତି, ଆକ୍ରମଣ ଓ ଧମକ ଭଳି ସଂଗୀନ ଅପରାଧର ସାତଟି ମାମଲା ରହିଛି। ୧)- ବନହରପାଲି ଥାନା କେସ୍ ନଂ. ୨୦୬/୨୦୨୩ – Arms Act ଓ IPC ଧାରା ୩୯୯/୪୦୨। ୨)- ବ୍ରଜରାଜନଗର ଥାନା କେସ୍ ନଂ. ୩୦୨/୨୦୨୧ – ଧାରା ୩୯୨ IPC। ୩)- ବ୍ରଜରାଜନଗର ଥାନା କେସ୍ ନଂ. ୧୯୦/୨୦୨୫ – Arms Act ଓ BNSର ବିଭିନ୍ନ ଧାରା। ୪)- ବ୍ରଜରାଜନଗର ଥାନା କେସ୍ ନଂ. ୨୦୯/୨୦୨୧ – ଧାରା ୩୦୭, ୩୨୪, ୩୪ IPC। ୫)- ବ୍ରଜରାଜନଗର ଥାନା କେସ୍ ନଂ. ୩୦୦/୨୦୨୧ – ଧାରା ୩୦୭, ୩୨୪, ୩୪, ୩୪୧, ୫୦୬ IPC। ୬)- ବ୍ରଜରାଜନଗର ଥାନା କେସ୍ ନଂ. ୩୮୩/୨୦୨୪ – BNSର ବିଭିନ୍ନ ଧାରା। ୭)- ଓରିଏଣ୍ଟ ଥାନା କେସ୍ ନଂ. ୨୦୮/୨୦୨୬ – BNS ଓ Arms Act ଅନୁଯାୟୀ ମାମଲା। ବାପା ସୋନୁ ଘୋଷଙ୍କ ଅପରାଧିକ ଇତିହାସ :- ଅଙ୍କିତଙ୍କ ବାପା କମଲେଶ ଘୋଷ ଓରଫ ସୋନୁ ଘୋଷ ବ୍ରଜରାଜନଗର ଅଞ୍ଚଳର ଜଣେ କୁଖ୍ୟାତ ଅପରାଧୀ ଭାବେ ପରିଚିତ। ତାଙ୍କ ବିରୋଧରେ ହତ୍ୟା, ରଙ୍ଗଦାରି, ବୋମାମାଡ଼, ବେଆଇନ ଅସ୍ତ୍ର କାରବାର ସମେତ ୫୦ରୁ ଅଧିକ ମାମଲା ରହିଛି। ୨୦୧୯ ମସିହାର ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ପରେ କୋଲକାତାରୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଜାତୀୟ ନିରାପତ୍ତା ଆଇନ (NSA) ଅଧୀନରେ ଚୌଦ୍ୱାର ଜେଲକୁ ପଠାଯାଇଥିଲା। ବ୍ରଜରାଜନଗରରେ ଦୀର୍ଘ ଦିନ ଧରି ବିଭିନ୍ନ ଅପରାଧିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି। ୨୦୧୯ ନଭେମ୍ବରରେ ସୋନୁ ଘୋଷଙ୍କ ସାନଭାଇ ମଣ୍ଟୁ ଘୋଷଙ୍କ ଉପରେ ମଧ୍ୟ ପ୍ରାଣଘାତୀ ଆକ୍ରମଣ ହୋଇଥିଲା। ସଦ୍ୟ ଏନ୍କାଉଣ୍ଟର ଘଟଣା ପରେ ପୁଣିଥରେ ଏହି ଅପରାଧିକ ଗ୍ୟାଙ୍ଗ୍ର କାର୍ଯ୍ୟକଳାପ ଚର୍ଚ୍ଚାକୁ ଆସିଛି। ଏପଟେ ଘଟଣା ସ୍ଥଳରୁ ମିଳିଥିବା ପ୍ରମାଣ, ବ୍ୟବହୃତ ଅସ୍ତ୍ର ଓ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସର କହିବା ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।1