logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#BreakingNews ବ୍ରଜରାଜନଗରରେ ପୋଲିସର ଏନ୍‌କାଉଣ୍ଟର।ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ପୁଅ ଅଙ୍କିତ ପୋଲିସ ଗୁଳିରେ ଆହତ।୭ଟି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ଅଙ୍କିତ।ପୋଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ ପରେ ପାଲଟା କାର୍ଯ୍ୟାନୁଷ୍ଠାନ।। ତା:୨୭/୦୭/୨୬: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ବିଳମ୍ବିତ ରାତିରେ ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଓପିଏମ୍ ଘାଟ ନିକଟରେ ଘଟିଥିବା ଏହି ଏନ୍‌କାଉଣ୍ଟରରେ ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ କମଲେଶ ଘୋଷ ଓରଫ ସୋନୁ ଘୋଷଙ୍କ ପୁଅ ଅଙ୍କିତ ଘୋଷ ଗୋଡ଼ରେ ଗୁଳିବିଦ୍ଧ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଓପିଏମ୍ ଘାଟ ନିକଟରେ କିଛି ଦୁର୍ବୃତ୍ତ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ନେଇ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଭିଯୁକ୍ତମାନେ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିବାକୁ ଉଦ୍ୟମ କରିଥିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଙ୍କିତଙ୍କ ଗୋଡ଼ରେ ଗୁଳି ବାଜି ଆହତ ହୋଇଛି। ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତମାନେ ପୋଲିସ ଦଳ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ଅଙ୍କିତଙ୍କ ବିରୋଧରେ ୭ଟି ସଂଗୀନ ମାମଲା :- ପୋଲିସ ରେକର୍ଡ ଅନୁଯାୟୀ, ଅଙ୍କିତ ଘୋଷଙ୍କ ନାମରେ ଅସ୍ତ୍ର ଆଇନ, ହତ୍ୟା ଉଦ୍ୟମ, ଡକାୟତି, ଆକ୍ରମଣ ଓ ଧମକ ଭଳି ସଂଗୀନ ଅପରାଧର ସାତଟି ମାମଲା ରହିଛି। ୧)- ବନହରପାଲି ଥାନା କେସ୍ ନଂ. ୨୦୬/୨୦୨୩ – Arms Act ଓ IPC ଧାରା ୩୯୯/୪୦୨। ୨)- ବ୍ରଜରାଜନଗର ଥାନା କେସ୍ ନଂ. ୩୦୨/୨୦୨୧ – ଧାରା ୩୯୨ IPC। ୩)- ବ୍ରଜରାଜନଗର ଥାନା କେସ୍ ନଂ. ୧୯୦/୨୦୨୫ – Arms Act ଓ BNSର ବିଭିନ୍ନ ଧାରା। ୪)- ବ୍ରଜରାଜନଗର ଥାନା କେସ୍ ନଂ. ୨୦୯/୨୦୨୧ – ଧାରା ୩୦୭, ୩୨୪, ୩୪ IPC। ୫)- ବ୍ରଜରାଜନଗର ଥାନା କେସ୍ ନଂ. ୩୦୦/୨୦୨୧ – ଧାରା ୩୦୭, ୩୨୪, ୩୪, ୩୪୧, ୫୦୬ IPC। ୬)- ବ୍ରଜରାଜନଗର ଥାନା କେସ୍ ନଂ. ୩୮୩/୨୦୨୪ – BNSର ବିଭିନ୍ନ ଧାରା। ୭)- ଓରିଏଣ୍ଟ ଥାନା କେସ୍ ନଂ. ୨୦୮/୨୦୨୬ – BNS ଓ Arms Act ଅନୁଯାୟୀ ମାମଲା। ବାପା ସୋନୁ ଘୋଷଙ୍କ ଅପରାଧିକ ଇତିହାସ :- ଅଙ୍କିତଙ୍କ ବାପା କମଲେଶ ଘୋଷ ଓରଫ ସୋନୁ ଘୋଷ ବ୍ରଜରାଜନଗର ଅଞ୍ଚଳର ଜଣେ କୁଖ୍ୟାତ ଅପରାଧୀ ଭାବେ ପରିଚିତ। ତାଙ୍କ ବିରୋଧରେ ହତ୍ୟା, ରଙ୍ଗଦାରି, ବୋମାମାଡ଼, ବେଆଇନ ଅସ୍ତ୍ର କାରବାର ସମେତ ୫୦ରୁ ଅଧିକ ମାମଲା ରହିଛି। ୨୦୧୯ ମସିହାର ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ପରେ କୋଲକାତାରୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଜାତୀୟ ନିରାପତ୍ତା ଆଇନ (NSA) ଅଧୀନରେ ଚୌଦ୍ୱାର ଜେଲକୁ ପଠାଯାଇଥିଲା। ବ୍ରଜରାଜନଗରରେ ଦୀର୍ଘ ଦିନ ଧରି ବିଭିନ୍ନ ଅପରାଧିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି। ୨୦୧୯ ନଭେମ୍ବରରେ ସୋନୁ ଘୋଷଙ୍କ ସାନଭାଇ ମଣ୍ଟୁ ଘୋଷଙ୍କ ଉପରେ ମଧ୍ୟ ପ୍ରାଣଘାତୀ ଆକ୍ରମଣ ହୋଇଥିଲା। ସଦ୍ୟ ଏନ୍‌କାଉଣ୍ଟର ଘଟଣା ପରେ ପୁଣିଥରେ ଏହି ଅପରାଧିକ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ଚର୍ଚ୍ଚାକୁ ଆସିଛି। ଏପଟେ ଘଟଣା ସ୍ଥଳରୁ ମିଳିଥିବା ପ୍ରମାଣ, ବ୍ୟବହୃତ ଅସ୍ତ୍ର ଓ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସର କହିବା ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।

18 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•

More news from ଓଡ଼ିଶା and nearby areas
  • Allu Arjun Earns Praise for Respectful Gesture While Accepting Lord Jagannath Idol AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି। #AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews
    1
    Allu Arjun Earns Praise for Respectful Gesture While Accepting Lord Jagannath Idol
AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି।
#AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    5 hrs ago
  • ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
    1
    ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଇବ ଘାଟରେ ଅଙ୍କିତ ଘୋଷ ଏନକାଉଣ୍ଟର ଘଟଣାର ସମ୍ପୂର୍ଣ ସୂଚନା ଦେଲେ ଝାରସୁଗୁଡା SP ଜି ରାଘବେନ୍ଦ୍ର ରେଡ୍ଡୀ l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    15 hrs ago
  • -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :- ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    2
    -: ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ :-
ଝାରସୁଗୁଡ଼ା, ୨୮/୦୭/୨୬: ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। 
ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    6 hrs ago
  • ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
    1
    ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା 
ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
    user_Anup kumar Bísi
    Anup kumar Bísi
    ବାରଗାଁ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    1
    କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ
କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...
ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ସବଡେଗା ଅଞ୍ଚଳରେ ତାହାକୁ ତୁହା ବର୍ଷା, କୃଷକ ମନରେ ଆନନ୍ଦର ଲହରୀ
    1
    ସବଡେଗା ଅଞ୍ଚଳରେ ତାହାକୁ ତୁହା ବର୍ଷା, କୃଷକ ମନରେ ଆନନ୍ଦର ଲହରୀ
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    12 hrs ago
  • संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda 📍 स्थान: मानापाली गांव, कुचिंडा, जिला संबलपुर (ओडिशा) #BreakingNews #Sambalpur #Kuchinda #Odisha #CrimeNews #P24NewsExpress
    1
    संबलपुर में पारिवारिक विवाद बना खूनी संघर्ष,बेटे ने की पिता की हत्या,आरोपी गिरफ्तार #Kuchinda
📍 स्थान: मानापाली गांव, कुचिंडा, जिला संबलपुर (ओडिशा)
#BreakingNews #Sambalpur #Kuchinda #Odisha #CrimeNews #P24NewsExpress

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.