logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ : ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l ନୂଆପଡ଼ା, ୧୧/୦୩- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରା ଯାଇଛି। ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରା ଯାଇଛି। ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ନୂଆଗାଁ ଗ୍ରାମର ମହେଶ୍ୱର ବାଗ, ପଲ୍ସାଗୁଡ଼ାର ଧିରୁ ସାହୁ, ବ୍ରହ୍ମାପଡ଼ାର ସୁକାନ୍ତି କଶ୍ୟପ, ମହୁଲପଡ଼ାର ନିରଞ୍ଜନ ମାଝୀ ଓ ଖଡ଼ିଆଳ ଛତା ଗ୍ରାମର ମଣିରାମ ମାଝୀ। ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରିଣୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକ ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

5 hrs ago
user_Surendra Tiwari
Surendra Tiwari
Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•
5 hrs ago
d674db76-af91-43ef-b799-9e7f44f383e8

ଜିଲ୍ଲା ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ : ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l ନୂଆପଡ଼ା, ୧୧/୦୩- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରା ଯାଇଛି। ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରା ଯାଇଛି। ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି

89c7030c-0052-4cd6-b64c-ad7065c8a52c

ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ନୂଆଗାଁ ଗ୍ରାମର ମହେଶ୍ୱର ବାଗ, ପଲ୍ସାଗୁଡ଼ାର ଧିରୁ ସାହୁ, ବ୍ରହ୍ମାପଡ଼ାର ସୁକାନ୍ତି କଶ୍ୟପ, ମହୁଲପଡ଼ାର ନିରଞ୍ଜନ ମାଝୀ ଓ ଖଡ଼ିଆଳ ଛତା ଗ୍ରାମର ମଣିରାମ ମାଝୀ। ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରିଣୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକ ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

More news from Odisha and nearby areas
  • ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l
    1
    ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    3 hrs ago
  • କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    1
    କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା 
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • Post by KOSAL TIMES
    2
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Debit Harijan
    2
    Post by Debit Harijan
    user_Debit Harijan
    Debit Harijan
    ଝରିଗାଁ, ନବରଙ୍ଗପୁର, ଓଡ଼ିଶା•
    5 hrs ago
  • Post by Giri sahu
    1
    Post by Giri sahu
    user_Giri sahu
    Giri sahu
    Artist Balangir, Odisha•
    6 hrs ago
  • ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_
    1
    ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ଭବାନୀପାଟଣା ପୌରପାଳିକା କୋମାନେ ପଡିଛେ।
    1
    ଭବାନୀପାଟଣା ପୌରପାଳିକା କୋମାନେ ପଡିଛେ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ନୂଆପଡ଼ାରେ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
    1
    ନୂଆପଡ଼ାରେ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.