ଦେବଗଡ଼ର ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରେ ରଜ ପର୍ବ ଅବସରରେ ଯୁବଶକ୍ତିର ଏକ ନିଆରା ଉତ୍ସବ ଦେଖିବାକୁ ମିଳିଛି। 20 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଥିବା ମା ଅକ୍ଷରପାଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସିଜିନ୍-3 ଜୁନ୍ 14 ଓ 16 ତାରିଖ - ତିନିଦିନ ଧରି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଟେଣ୍ଡରା ଦଳ ଚମ୍ପିୟାନ୍ ହୋଇଥିବାବେଳେ ମରଡଙ୍ଗ ଦଳ ଉପବିଜେତା ହୋଇଛି। ମା ଅକ୍ଷରପାଟ ଯୁବକ ସଙ୍ଘ କ୍ରୀଡା କମିଟି, ଅକ୍ଷରପାଟ ନିକଟସ୍ଥ ଅକ୍ଷରଶିଳା ଦ୍ୱାରା ଆୟୋଜିତ ଏହି କ୍ରିକେଟ୍ ମହାକୁମ୍ଭରେ ଦେବଗଡ଼, ବାରକୋଟ, ବଣେଇ ସମେତ ବିଭିନ୍ନ ଅଞ୍ଚଳର 28ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ। ପହିଲି ରଜ ଭୋର 6ଟାରୁ ଖେଳପଡ଼ିଆରେ ଯୁବପ୍ରତିଭାଙ୍କ ମେଳା ଲାଗିରହିଥିଲା। ସେମିଫାଇନାଲରେ ଜୁପାର ଓ ମୋରଡଙ୍ଗ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଫାଇନାଲରେ ଟେଣ୍ଡରା 70 ରନ୍ କରିଥିବାବେଳେ ମରଡଙ୍ଗ 64 ରନ୍ କରି 6 ରନ୍ରେ ପରାଜିତ ହୋଇଥିଲା। ଆର୍ଯ୍ୟ ପ୍ରଧାନ ଓ ଝସକେତନ ସାହୁ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରମାକାନ୍ତ ପ୍ରଧାନ ଭାଷ୍ୟକାର ଥିଲେ। ଉଦଯାପନୀ ଉତ୍ସବରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ହର ମୋହନ ପାଣି, ବଲଣ୍ଡା ସରପଞ୍ଚ ରଣଦୀପ ପ୍ରଧାନ, ପଠାଣି ରାଉତ, ବଜରଙ୍ଗ ଦଳ ଭୁବନେଶ୍ୱର ସଭାପତି ଶ୍ରୀ ପ୍ରତ୍ୟୁଷ ରାଉତରାୟ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଯୁବନେତା ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କମିଟିର ସଭାପତି ଆଶିସ ସାହୁ, ସମ୍ପାଦକ ସରୋଜ ସାହୁଙ୍କ ସମେତ ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜେତା ଟେଣ୍ଡରା ଦଳକୁ ଟ୍ରଫି ସହ 10,000 ଟଙ୍କା ଏବଂ ଉପବିଜେତା ମରଡଙ୍ଗ ଦଳକୁ ଟ୍ରଫି ସହ 7,000 ଟଙ୍କା ପ୍ରଦାନ କରାଯାଇଥିଲା। ଅତିଥିମାନେ ଯୁବକମାନଙ୍କର କ୍ରୀଡା ପ୍ରତି ଆଗ୍ରହ, ସାମ୍ପ୍ରଦାୟିକ ସଦଭାବନା ଓ ଗୋଷ୍ଠୀଗତ ଏକତା ବୃଦ୍ଧି ପାଇଁ ଏହି ଉଲ୍ଲେଖନୀୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
ଦେବଗଡ଼ର ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରେ ରଜ ପର୍ବ ଅବସରରେ ଯୁବଶକ୍ତିର ଏକ ନିଆରା ଉତ୍ସବ ଦେଖିବାକୁ ମିଳିଛି। 20 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଥିବା ମା ଅକ୍ଷରପାଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସିଜିନ୍-3 ଜୁନ୍ 14 ଓ 16 ତାରିଖ - ତିନିଦିନ ଧରି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଟେଣ୍ଡରା ଦଳ ଚମ୍ପିୟାନ୍ ହୋଇଥିବାବେଳେ ମରଡଙ୍ଗ ଦଳ ଉପବିଜେତା ହୋଇଛି। ମା ଅକ୍ଷରପାଟ ଯୁବକ ସଙ୍ଘ
କ୍ରୀଡା କମିଟି, ଅକ୍ଷରପାଟ ନିକଟସ୍ଥ ଅକ୍ଷରଶିଳା ଦ୍ୱାରା ଆୟୋଜିତ ଏହି କ୍ରିକେଟ୍ ମହାକୁମ୍ଭରେ ଦେବଗଡ଼, ବାରକୋଟ, ବଣେଇ ସମେତ ବିଭିନ୍ନ ଅଞ୍ଚଳର 28ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ। ପହିଲି ରଜ ଭୋର 6ଟାରୁ ଖେଳପଡ଼ିଆରେ ଯୁବପ୍ରତିଭାଙ୍କ ମେଳା ଲାଗିରହିଥିଲା। ସେମିଫାଇନାଲରେ ଜୁପାର ଓ ମୋରଡଙ୍ଗ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଫାଇନାଲରେ ଟେଣ୍ଡରା 70 ରନ୍ କରିଥିବାବେଳେ ମରଡଙ୍ଗ 64 ରନ୍ କରି 6 ରନ୍ରେ ପରାଜିତ ହୋଇଥିଲା।
ଆର୍ଯ୍ୟ ପ୍ରଧାନ ଓ ଝସକେତନ ସାହୁ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରମାକାନ୍ତ ପ୍ରଧାନ ଭାଷ୍ୟକାର ଥିଲେ। ଉଦଯାପନୀ ଉତ୍ସବରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ହର ମୋହନ ପାଣି, ବଲଣ୍ଡା ସରପଞ୍ଚ ରଣଦୀପ ପ୍ରଧାନ, ପଠାଣି ରାଉତ, ବଜରଙ୍ଗ ଦଳ ଭୁବନେଶ୍ୱର ସଭାପତି ଶ୍ରୀ ପ୍ରତ୍ୟୁଷ ରାଉତରାୟ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଯୁବନେତା ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ
କରିଥିଲେ। ଆୟୋଜକ କମିଟିର ସଭାପତି ଆଶିସ ସାହୁ, ସମ୍ପାଦକ ସରୋଜ ସାହୁଙ୍କ ସମେତ ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜେତା ଟେଣ୍ଡରା ଦଳକୁ ଟ୍ରଫି ସହ 10,000 ଟଙ୍କା ଏବଂ ଉପବିଜେତା ମରଡଙ୍ଗ ଦଳକୁ ଟ୍ରଫି ସହ 7,000 ଟଙ୍କା ପ୍ରଦାନ କରାଯାଇଥିଲା। ଅତିଥିମାନେ ଯୁବକମାନଙ୍କର କ୍ରୀଡା ପ୍ରତି ଆଗ୍ରହ, ସାମ୍ପ୍ରଦାୟିକ ସଦଭାବନା ଓ ଗୋଷ୍ଠୀଗତ ଏକତା ବୃଦ୍ଧି ପାଇଁ ଏହି ଉଲ୍ଲେଖନୀୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
- ଦେବଗଡ଼ର ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରେ ରଜ ପର୍ବ ଅବସରରେ ଯୁବଶକ୍ତିର ଏକ ନିଆରା ଉତ୍ସବ ଦେଖିବାକୁ ମିଳିଛି। 20 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଥିବା ମା ଅକ୍ଷରପାଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସିଜିନ୍-3 ଜୁନ୍ 14 ଓ 16 ତାରିଖ - ତିନିଦିନ ଧରି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଟେଣ୍ଡରା ଦଳ ଚମ୍ପିୟାନ୍ ହୋଇଥିବାବେଳେ ମରଡଙ୍ଗ ଦଳ ଉପବିଜେତା ହୋଇଛି। ମା ଅକ୍ଷରପାଟ ଯୁବକ ସଙ୍ଘ କ୍ରୀଡା କମିଟି, ଅକ୍ଷରପାଟ ନିକଟସ୍ଥ ଅକ୍ଷରଶିଳା ଦ୍ୱାରା ଆୟୋଜିତ ଏହି କ୍ରିକେଟ୍ ମହାକୁମ୍ଭରେ ଦେବଗଡ଼, ବାରକୋଟ, ବଣେଇ ସମେତ ବିଭିନ୍ନ ଅଞ୍ଚଳର 28ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ। ପହିଲି ରଜ ଭୋର 6ଟାରୁ ଖେଳପଡ଼ିଆରେ ଯୁବପ୍ରତିଭାଙ୍କ ମେଳା ଲାଗିରହିଥିଲା। ସେମିଫାଇନାଲରେ ଜୁପାର ଓ ମୋରଡଙ୍ଗ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଫାଇନାଲରେ ଟେଣ୍ଡରା 70 ରନ୍ କରିଥିବାବେଳେ ମରଡଙ୍ଗ 64 ରନ୍ କରି 6 ରନ୍ରେ ପରାଜିତ ହୋଇଥିଲା। ଆର୍ଯ୍ୟ ପ୍ରଧାନ ଓ ଝସକେତନ ସାହୁ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରମାକାନ୍ତ ପ୍ରଧାନ ଭାଷ୍ୟକାର ଥିଲେ। ଉଦଯାପନୀ ଉତ୍ସବରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ହର ମୋହନ ପାଣି, ବଲଣ୍ଡା ସରପଞ୍ଚ ରଣଦୀପ ପ୍ରଧାନ, ପଠାଣି ରାଉତ, ବଜରଙ୍ଗ ଦଳ ଭୁବନେଶ୍ୱର ସଭାପତି ଶ୍ରୀ ପ୍ରତ୍ୟୁଷ ରାଉତରାୟ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଯୁବନେତା ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କମିଟିର ସଭାପତି ଆଶିସ ସାହୁ, ସମ୍ପାଦକ ସରୋଜ ସାହୁଙ୍କ ସମେତ ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜେତା ଟେଣ୍ଡରା ଦଳକୁ ଟ୍ରଫି ସହ 10,000 ଟଙ୍କା ଏବଂ ଉପବିଜେତା ମରଡଙ୍ଗ ଦଳକୁ ଟ୍ରଫି ସହ 7,000 ଟଙ୍କା ପ୍ରଦାନ କରାଯାଇଥିଲା। ଅତିଥିମାନେ ଯୁବକମାନଙ୍କର କ୍ରୀଡା ପ୍ରତି ଆଗ୍ରହ, ସାମ୍ପ୍ରଦାୟିକ ସଦଭାବନା ଓ ଗୋଷ୍ଠୀଗତ ଏକତା ବୃଦ୍ଧି ପାଇଁ ଏହି ଉଲ୍ଲେଖନୀୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।4
- ସଦର ବ୍ଲକ୍ ପର୍ଜନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଡ଼ିହି ଠାରେ ଥିବା ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରରେ ଗତକାଲି ସୋମବାର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଏହି ଶୈବପୀଠ ବିଶେଷ ଗୁରୁତ୍ୱ ବହନ କରେ, କାରଣ ଲୋକକଥା ଅନୁଯାୟୀ ବାବାଙ୍କୁ ଏଠାରେ ସ୍ଥାପନ କରାଯାଇନାହିଁ; ବରଂ ସ୍ୱପ୍ନାଦେଶ ପରେ ସେ ସ୍ୱୟଂ ଅରଡେଇ ନଦୀ କୂଳରେ ଆବିର୍ଭାବ ହୋଇଥିଲେ। ଏଥିପାଇଁ ବାବା ସ୍ୱପ୍ନେଶ୍ୱର ଆଖପାଖ ଅଞ୍ଚଳରେ 'ପ୍ରତ୍ୟକ୍ଷ ମହାଦେବ' ଭାବେ ଖ୍ୟାତିଲାଭ କରିଛନ୍ତି। ଉକ୍ତ ଶିବ ମନ୍ଦିରରେ ଦୈନିକ ଭକ୍ତଙ୍କ ଆଗମନ ହୋଇଥାଏ, ଏବଂ ସୋମବାର ଶିବଙ୍କ ବାର ହୋଇଥିବାରୁ ଏହିଦିନ ଭକ୍ତଙ୍କ ଭିଡ଼ ସାଧାରଣତଃ ଅଧିକ ରହିଥାଏ। ତେବେ ଗତକାଲି ସୋମବାର ସଂକ୍ରାନ୍ତି ପଡିଥିବାରୁ ଭକ୍ତଙ୍କ ସମାଗମ ଅତ୍ୟନ୍ତ ପ୍ରବଳ ମାତ୍ରାରେ ଦେଖାଯାଇଥିଲା। ସମସ୍ତ ଭକ୍ତ ଧାଡ଼ିରେ ରହି ଟିକେଟ କାଟିଥିଲେ ଏବଂ ମହାଦେବଙ୍କ ସାନ୍ନିଧ୍ୟ ଲାଭ କରି ପୂଣ୍ୟ ଅର୍ଜନ କରିଥିଲେ।4
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ଠାରେ ଗଏଁଠ୍ ପରିବାର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱ ରକ୍ତଦାନ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ଶିଲବନ୍ତି ଜୋଜୋ ଓ ସ୍ୱାସ୍ଥ୍ୟକର୍ମୀ ଦଳ ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିରର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀ, ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସଙ୍ଗୀତା ସାହୁ ଏବଂ ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୫ ଜଣ କବି ଓ କବୟିତ୍ରୀ ନିଜସ୍ୱ ରଚିତ କବିତା ପାଠ କରିଥିଲେ। ଏଥିରେ ଅତିଥି ଭାବେ ବିଶିଷ୍ଟ କବି ଅଧ୍ୟାପକ ଶ୍ରୀକର ଭୋଇ, ଭବାନୀ ଶଙ୍କର ଭୋଇ, କବୟିତ୍ରୀ ରାଜଶ୍ରୀ ମେହେର, ମାଧୁରୀ ମିଶ୍ର, ନାଟ୍ୟକାର ଡ. ସୁବାସ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ରାଜେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ବବନ ସିଂ, ଡ. ସଂଯୁକ୍ତା ହୋତା, ଶମ୍ଭୁ ମହାନ୍ତି, ଜେନାମଣି ସେଠ, ବିପ୍ଳବ ଅଗ୍ରୱାଲ, କୈଳାଶ ନାଏକ, ଠାକୁର ପ୍ରଧାନ, ସୁରେଶ ପଧାନ, ଅନୁରାଧା ପ୍ରସାଦ ଓ ବସନ୍ତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବର୍ଷାରାଣୀ ମେହେର, ସଞ୍ଜୟ ମହାରଣା ଓ ମାଳତୀ ଭଇଁଶାଲ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଗଏଁଠ୍ ପରିବାରର ପ୍ରତିଷ୍ଠାତା ମନୋଜ ପଟେଲଙ୍କ ସମେତ ବର୍ଷାରାଣୀ ମେହେର, ନିରଞ୍ଜନ ପଟେଲ, ବୁଲବୁଲ୍ ମହାରଣା, ସବ୍ୟା ବିଶ୍ୱକର୍ମା, ବିବେକ ସୁନା, ନମିତା ପଟେଲ, କାହ୍ନା ଭୋଇ, ସରୋଜ ପଟେଲ, ଗଜାନନ ବନିଆ ଓ ଗୌରୀ ରାଣା ପ୍ରମୁଖ ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ।4
- ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବ୍ଲକର ଜରାବଗା ପଞ୍ଚାୟତ ଅଧୀନରେ ଥିବା ସର୍ଗିଡିହି ଗ୍ରାମରେ ମୁଣ୍ଡା ଆଦିବାସୀମାନଙ୍କ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର ୮୦୧୮୨୩୭୦୩୪ରେ ଯୋଗାଯୋଗ କରାଯାଇପାରିବ।1
- ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ଅକ୍ଷରଶିଳା ଗ୍ରାମରେ ରଜ ଅବସରରେ ଚାଲିଥିବା ମା ଅକ୍ଷରପାଟ କ୍ରିକେଟ ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏହି କ୍ରିକେଟ ମହାକୁମ୍ଭର ଫାଇନାଲ ମ୍ୟାଚରେ ଟେଣ୍ଡରା ଦଳ ମରଡଙ୍ଗ ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ରଜ ମାନେ କେବଳ ଦୋଳି ଆଉ ପିଠା ନୁହେଁ ବରଂ ବାରକୋଟ ଅକ୍ଷରଶିଳାରେ ଏକ ନିଆରା କ୍ରିକେଟ ପରମ୍ପରା କୋଡିଏ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ପ୍ରତିବର୍ଷ ପହିଲି ରଜ ଦିନ ଭୋର୍ ୬ ଟାରୁ ଗାଁ ଯୁବକ ଓ କ୍ରିକେଟ ଖେଳାଳିମାନେ ଗାଁ ଖେଳପଡିଆରେ ଏକତ୍ରିତ ହୁଅନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ବାରକୋଟ-ବଣେଇ ଅଞ୍ଚଳର ୨୮ଟି ଟିମ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେମିଫାଇନାଲରେ ଜୁପାର ସହିତ ମରଡଙ୍ଗ ଖେଳିଥିଲେ। ଫାଇନାଲ ମ୍ୟାଚରେ ଟେଣ୍ଡରା ଦଳ ପ୍ରଥମେ ବ୍ୟାଟିଂ କରି ୭୦ ରନ ସଂଗ୍ରହ କରିଥିବା ବେଳେ, ଜବାବରେ ମରଡଙ୍ଗ ଦଳ ୬୪ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ଅମ୍ପାୟାର ଭାବେ ଆର୍ଯ୍ୟ ପ୍ରଧାନ ଓ ଝସକେତନ ସାହୁ ଦାୟିତ୍ୱ ତୁଳାଇଥିଲେ ଏବଂ ରମାକାନ୍ତ ପ୍ରଧାନ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ଆଶିସ ସାହୁ ଏବଂ ସମ୍ପାଦକ ସରୋଜ ସାହୁଙ୍କ ନେତୃତ୍ୱରେ ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ହରମୋହନ ପାଣି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ ବିଜେତା ଟେଣ୍ଡରା ଦଳକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ଏବଂ ଉପବିଜେତା ମରଡଙ୍ଗ ଦଳକୁ ଟ୍ରଫି ସହିତ ୭ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।1
- କେନ୍ଦୁଝର ପୋଲିସ ରଜ ପର୍ବ ସମୟରେ ଅପରାଧୀ ନିୟନ୍ତ୍ରଣ ଅଭିଯାନ ଚଳାଇଥିବା ବେଳେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଏନକାଉଣ୍ଟରର ସମ୍ମୁଖୀନ ହୋଇଛି। ସେ ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି ହୋଇଛି। ପ୍ରାଥମିକ ଖବର ପାଇ ସଦର ପୋଲିସ ମଧ୍ୟରାତ୍ରରେ ତା’ର ଆଡ୍ଡା ଉପରେ ଚଢାଉ କରିଥିବା ବେଳେ ପ୍ରଭାତ ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସର ପାଲଟା ଗୁଳି ଚାଳନାରେ ତା’ର ଗୋଡ଼ରେ ଗୁଳି ବାଜିଥିଲା। ପ୍ରଭାତ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୂର୍ବରୁ ସେ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜାଣି ପୋଲିସ ତାକୁ ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା'ଠାରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ପ୍ରଭାତ ପୋଲିସକୁ କହିଥିଲା ଯେ ବାକି ଟଙ୍କା ସଦର ଥାନା ଅନ୍ତର୍ଗତ ମହୁଲ ଡିହା ଜଙ୍ଗଲରେ ରଖିଛି। ଯେତେବେଳେ ପୋଲିସ ତାକୁ ଟଙ୍କା ଉଦ୍ଧାର ପାଇଁ ମହୁଲ ଡିହା ଜଙ୍ଗଲକୁ ନେଇଥିଲା, ସେ ଗାତରୁ ଟଙ୍କା ବାହାର କରିବା ବାହାନାରେ ସେଠାରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜର ସୁରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା, ଯାହା ଫଳରେ ପ୍ରଭାତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ତାକୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।1