logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକଙ୍କ 'ଭୀଷ୍ମ ପିତାମହ' ଭାବେ ପରିଚିତ ସ୍ୱର୍ଗତ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦଘାଟନ କରି ଏପରି ମହତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶିବିରରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଯୋଗଦେଇ ନିଜେ ରକ୍ତଦାନ କରିବା ସହ ଦିବଂଗତ ଶ୍ରୀ ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲା। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର ମୁନ୍ଦୟାଙ୍କ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, କଳିଙ୍ଗ କେଶରୀ ଜେନା, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ ଓ ସମାଜସେବୀ ଅମରସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସାମ୍ବାଦିକ ଓ ସ୍ୱେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରି ସ୍ୱର୍ଗତ ଅମରେନ୍ଦ୍ରଲାଲଙ୍କ 60 ବର୍ଷର ସାମ୍ବାଦିକତା ଜୀବନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିବିରରୁ ମୋଟ 54 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର, ରକ୍ତଦାତା କାର୍ଡ ଏବଂ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମହତ କାର୍ଯ୍ୟକୁ ସୁଜିତ ମହାନ୍ତି, ଦେବାଶିଷ ପାତ୍ର, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅନନ୍ତ ଦାସ, ପ୍ରଭାତ ମହାନ୍ତି, ସୌମରଞ୍ଜନ ମିଶ୍ର, ରାଜା ଖାନ୍, ବିପ୍ଳବ ଭଞ୍ଜନ ବୁଗୁଡେଇ ଓ ସୁନୀଲ ନାୟକ ପ୍ରମୁଖ ପ୍ରଶଂସା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ସୌମରଞ୍ଜନ ନାୟକ ଓ ବୈଷୟିକ ଟିମ୍ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଶିବିର ପରିଚାଳନାରେ ସୋମନାଥ ସିଂ, ନିରୋଜ ଲୋଚନ ପୁଥାଳ ଓ ଅସୀମ ଚକ୍ରବର୍ତ୍ତୀ ସହାୟତା କରିଥିଲେ। ଏଥିସହ ଆସନ୍ତା 2027 ଜାନୁଆରୀ 17 ତାରିଖରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ଏଠାରେ ସିଦ୍ଧାନ୍ତ ନିଆଯାଇଛି।

4 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
4 hrs ago
779b4b4b-dfa2-450e-8f58-56045041999f

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକଙ୍କ 'ଭୀଷ୍ମ ପିତାମହ' ଭାବେ ପରିଚିତ ସ୍ୱର୍ଗତ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦଘାଟନ କରି ଏପରି ମହତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶିବିରରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଯୋଗଦେଇ ନିଜେ ରକ୍ତଦାନ କରିବା ସହ ଦିବଂଗତ ଶ୍ରୀ ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ

e8bf7929-dd56-47d7-99f8-a6096beedf82

କରିଥିଲେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲା। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର ମୁନ୍ଦୟାଙ୍କ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, କଳିଙ୍ଗ କେଶରୀ ଜେନା, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ ଓ ସମାଜସେବୀ ଅମରସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା

afbea01a-c6d8-49b2-9d81-674bb1ee5cc2

ସାମ୍ବାଦିକ ଓ ସ୍ୱେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରି ସ୍ୱର୍ଗତ ଅମରେନ୍ଦ୍ରଲାଲଙ୍କ 60 ବର୍ଷର ସାମ୍ବାଦିକତା ଜୀବନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିବିରରୁ ମୋଟ 54 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର, ରକ୍ତଦାତା କାର୍ଡ ଏବଂ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମହତ କାର୍ଯ୍ୟକୁ ସୁଜିତ ମହାନ୍ତି, ଦେବାଶିଷ ପାତ୍ର, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅନନ୍ତ ଦାସ, ପ୍ରଭାତ ମହାନ୍ତି, ସୌମରଞ୍ଜନ ମିଶ୍ର, ରାଜା ଖାନ୍, ବିପ୍ଳବ ଭଞ୍ଜନ

61651669-b893-48b7-8063-c705614b626f

ବୁଗୁଡେଇ ଓ ସୁନୀଲ ନାୟକ ପ୍ରମୁଖ ପ୍ରଶଂସା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ସୌମରଞ୍ଜନ ନାୟକ ଓ ବୈଷୟିକ ଟିମ୍ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଶିବିର ପରିଚାଳନାରେ ସୋମନାଥ ସିଂ, ନିରୋଜ ଲୋଚନ ପୁଥାଳ ଓ ଅସୀମ ଚକ୍ରବର୍ତ୍ତୀ ସହାୟତା କରିଥିଲେ। ଏଥିସହ ଆସନ୍ତା 2027 ଜାନୁଆରୀ 17 ତାରିଖରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ଏଠାରେ ସିଦ୍ଧାନ୍ତ ନିଆଯାଇଛି।

More news from ଓଡ଼ିଶା and nearby areas
  • ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଢ଼ିଆ ଅଞ୍ଚଳରେ ଏକ ଏଟିଏମ୍ (ATM) ଲୁଟ୍ ହୋଇଛି।
    1
    ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଢ଼ିଆ ଅଞ୍ଚଳରେ ଏକ ଏଟିଏମ୍ (ATM) ଲୁଟ୍ ହୋଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବସ୍ତା ବିଧାୟିକାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହି ସହାୟତା ବସ୍ତା ଅଞ୍ଚଳରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
    1
    ବସ୍ତା ବିଧାୟିକାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହି ସହାୟତା ବସ୍ତା ଅଞ୍ଚଳରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    23 hrs ago
  • ଭଦ୍ରକ ବ୍ଲକ ବାଉଦପୁର ପଂଚାୟତ ଓଗାଳପୁର ଗ୍ରାମରେ ଏକ ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରାଯାଇଛି। ଏହା ସହିତ ସେଠାରେ ଏକ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ମଧ୍ୟ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିବା ସହ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି।
    1
    ଭଦ୍ରକ ବ୍ଲକ ବାଉଦପୁର ପଂଚାୟତ ଓଗାଳପୁର ଗ୍ରାମରେ ଏକ ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରାଯାଇଛି। ଏହା ସହିତ ସେଠାରେ ଏକ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ମଧ୍ୟ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିବା ସହ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 min ago
  • ଭଦ୍ରକ ଗ୍ରାମାଞ୍ଚଳରେ ଚର୍ଚ୍ଚାରେ ଥିବା 'ମୁ ଅଲରାଉଣ୍ଡର' ନିଜର ଏକ ପୋଡକାଷ୍ଟରେ ନିଜର ବ୍ୟକ୍ତିତ୍ୱ ଏବଂ ଅଭିନୟ ସମ୍ପର୍କରେ ମତ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ବାସ୍ତବରେ ପାଗଳ ନୁହଁନ୍ତି, ବରଂ ସେ ପାଗଳାମିର ଅଭିନୟ କରୁଛନ୍ତି।
    1
    ଭଦ୍ରକ ଗ୍ରାମାଞ୍ଚଳରେ ଚର୍ଚ୍ଚାରେ ଥିବା 'ମୁ ଅଲରାଉଣ୍ଡର' ନିଜର ଏକ ପୋଡକାଷ୍ଟରେ ନିଜର ବ୍ୟକ୍ତିତ୍ୱ ଏବଂ ଅଭିନୟ ସମ୍ପର୍କରେ ମତ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ବାସ୍ତବରେ ପାଗଳ ନୁହଁନ୍ତି, ବରଂ ସେ ପାଗଳାମିର ଅଭିନୟ କରୁଛନ୍ତି।
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ଓଡ଼ିଶାର ବିକାଶ ଭଦ୍ରକ ଜିଲ୍ଲାର ବିକାଶ ଉପରେ ନିର୍ଭରଶୀଳ ବୋଲି ସୂରଜ ସୂର୍ଯ୍ୟବଂଶୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭଦ୍ରକର ସର୍ବାଙ୍ଗୀଣ ଉନ୍ନତି ହେଲେ ହିଁ ରାଜ୍ୟ ଓଡ଼ିଶା ପ୍ରକୃତରେ ବିକଶିତ ହୋଇପାରିବ।
    1
    ଓଡ଼ିଶାର ବିକାଶ ଭଦ୍ରକ ଜିଲ୍ଲାର ବିକାଶ ଉପରେ ନିର୍ଭରଶୀଳ ବୋଲି ସୂରଜ ସୂର୍ଯ୍ୟବଂଶୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭଦ୍ରକର ସର୍ବାଙ୍ଗୀଣ ଉନ୍ନତି ହେଲେ ହିଁ ରାଜ୍ୟ ଓଡ଼ିଶା ପ୍ରକୃତରେ ବିକଶିତ ହୋଇପାରିବ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
  • ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
    1
    ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.