ପୁରୀର ଅଠରନଳାସ୍ଥିତ ରୟାଲ ମଣ୍ଡପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପବ୍ଲିସିଟି କମ୍ କଲେକସନ ରିପ୍ରେଜେଣ୍ଟେଟିଭସ୍ ଆସୋସିଏସନର ଟ୍ରେଡ ୟୁନିୟନ ଉଦ୍ଘାଟନୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସାଂସଦ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ କହିଥିଲେ ଯେ, ବ୍ୟାଙ୍କ ଏଜେଣ୍ଟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବ୍ୟାଙ୍କର ଅଭିବୃଦ୍ଧି ସମ୍ଭବ ହୋଇପାରୁଛି। ଏହି ଅବସରରେ ସାଂସଦ ଶ୍ରୀ ଖୁଣ୍ଟିଆ ବ୍ୟାଙ୍କ ଏଜେଣ୍ଟମାନଙ୍କ କମିଶନ ବୃଦ୍ଧି ସହ ବୀମା ସୁବିଧା ନିହାତି ଆବଶ୍ୟକ ବୋଲି ଦର୍ଶାଇଥିଲେ। ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସଂଘ ପାଇଁ ଗୃହ ନିର୍ମାଣ ନିମନ୍ତେ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସଭାରେ ଯୋଗ ଦେଇଥିବା ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଏଜେଣ୍ଟମାନେ ଖରା, ବର୍ଷା, ଶୀତ ନମାନି ଘରକୁ ଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ସଂଘର ସଭାପତି ହରମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘର ସଂଯୋଜକ ହରିହର ପାଢ଼ୀ, ଉପସଭାପତି ସନ୍ତୋଷ କୁମାର ଦିକ୍ଷୀତ, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଆଇନ ପରାମର୍ଶଦାତା ଦିଲ୍ଲୀପ କୁମାର ମହାନ୍ତି ଏବଂ ବାରିପଦା ରିଜିଓନାଲ ସମ୍ପାଦକ ଅର୍ଜୁନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ସଂଘ ମାଧ୍ୟମରେ ସଦସ୍ୟମାନଙ୍କ ସମସ୍ୟା ସମାଧାନ ପାଇଁ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରୋଜ କୁମାର ସାହୁ, ରାଜେନ୍ଦ୍ର ପଣ୍ଡା, ସତ୍ୟଜିତ ପାଣି, ସନ୍ତୋଷ କୁମାର ପରିଜା, ଲକ୍ଷ୍ମୀଧର ମହାନ୍ତି ଓ ତାପସ କୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୁରୀର ଅଠରନଳାସ୍ଥିତ ରୟାଲ ମଣ୍ଡପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପବ୍ଲିସିଟି କମ୍ କଲେକସନ ରିପ୍ରେଜେଣ୍ଟେଟିଭସ୍ ଆସୋସିଏସନର ଟ୍ରେଡ ୟୁନିୟନ ଉଦ୍ଘାଟନୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସାଂସଦ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ କହିଥିଲେ ଯେ, ବ୍ୟାଙ୍କ ଏଜେଣ୍ଟମାନଙ୍କ ଅକ୍ଳାନ୍ତ
ପରିଶ୍ରମ ଯୋଗୁଁ ବ୍ୟାଙ୍କର ଅଭିବୃଦ୍ଧି ସମ୍ଭବ ହୋଇପାରୁଛି। ଏହି ଅବସରରେ ସାଂସଦ ଶ୍ରୀ ଖୁଣ୍ଟିଆ ବ୍ୟାଙ୍କ ଏଜେଣ୍ଟମାନଙ୍କ କମିଶନ ବୃଦ୍ଧି ସହ ବୀମା ସୁବିଧା ନିହାତି ଆବଶ୍ୟକ ବୋଲି ଦର୍ଶାଇଥିଲେ। ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସଂଘ ପାଇଁ ଗୃହ ନିର୍ମାଣ ନିମନ୍ତେ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସଭାରେ ଯୋଗ ଦେଇଥିବା ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଏଜେଣ୍ଟମାନେ ଖରା, ବର୍ଷା,
ଶୀତ ନମାନି ଘରକୁ ଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ସଂଘର ସଭାପତି ହରମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘର ସଂଯୋଜକ ହରିହର ପାଢ଼ୀ, ଉପସଭାପତି ସନ୍ତୋଷ କୁମାର ଦିକ୍ଷୀତ, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଆଇନ ପରାମର୍ଶଦାତା
ଦିଲ୍ଲୀପ କୁମାର ମହାନ୍ତି ଏବଂ ବାରିପଦା ରିଜିଓନାଲ ସମ୍ପାଦକ ଅର୍ଜୁନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ସଂଘ ମାଧ୍ୟମରେ ସଦସ୍ୟମାନଙ୍କ ସମସ୍ୟା ସମାଧାନ ପାଇଁ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରୋଜ କୁମାର ସାହୁ, ରାଜେନ୍ଦ୍ର ପଣ୍ଡା, ସତ୍ୟଜିତ ପାଣି, ସନ୍ତୋଷ କୁମାର ପରିଜା, ଲକ୍ଷ୍ମୀଧର ମହାନ୍ତି ଓ ତାପସ କୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
- ପୁରୀର ଅଠରନଳାସ୍ଥିତ ରୟାଲ ମଣ୍ଡପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପବ୍ଲିସିଟି କମ୍ କଲେକସନ ରିପ୍ରେଜେଣ୍ଟେଟିଭସ୍ ଆସୋସିଏସନର ଟ୍ରେଡ ୟୁନିୟନ ଉଦ୍ଘାଟନୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସାଂସଦ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ କହିଥିଲେ ଯେ, ବ୍ୟାଙ୍କ ଏଜେଣ୍ଟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବ୍ୟାଙ୍କର ଅଭିବୃଦ୍ଧି ସମ୍ଭବ ହୋଇପାରୁଛି। ଏହି ଅବସରରେ ସାଂସଦ ଶ୍ରୀ ଖୁଣ୍ଟିଆ ବ୍ୟାଙ୍କ ଏଜେଣ୍ଟମାନଙ୍କ କମିଶନ ବୃଦ୍ଧି ସହ ବୀମା ସୁବିଧା ନିହାତି ଆବଶ୍ୟକ ବୋଲି ଦର୍ଶାଇଥିଲେ। ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସଂଘ ପାଇଁ ଗୃହ ନିର୍ମାଣ ନିମନ୍ତେ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସଭାରେ ଯୋଗ ଦେଇଥିବା ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଏଜେଣ୍ଟମାନେ ଖରା, ବର୍ଷା, ଶୀତ ନମାନି ଘରକୁ ଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ସଂଘର ସଭାପତି ହରମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘର ସଂଯୋଜକ ହରିହର ପାଢ଼ୀ, ଉପସଭାପତି ସନ୍ତୋଷ କୁମାର ଦିକ୍ଷୀତ, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଆଇନ ପରାମର୍ଶଦାତା ଦିଲ୍ଲୀପ କୁମାର ମହାନ୍ତି ଏବଂ ବାରିପଦା ରିଜିଓନାଲ ସମ୍ପାଦକ ଅର୍ଜୁନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ସଂଘ ମାଧ୍ୟମରେ ସଦସ୍ୟମାନଙ୍କ ସମସ୍ୟା ସମାଧାନ ପାଇଁ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରୋଜ କୁମାର ସାହୁ, ରାଜେନ୍ଦ୍ର ପଣ୍ଡା, ସତ୍ୟଜିତ ପାଣି, ସନ୍ତୋଷ କୁମାର ପରିଜା, ଲକ୍ଷ୍ମୀଧର ମହାନ୍ତି ଓ ତାପସ କୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।4
- କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡ଼ି କେ ଶିବକୁମାର ଏକ ସାଧାରଣ ସଭାରେ ଯୋଗଦେଇଛନ୍ତି।1
- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସରିପୁର ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଚତୁର୍ଥ ଅଭିଯୁକ୍ତ ପୋଲିସ ହାତରୁ ଖସିବାକୁ ଏକ ଗଛ ଉପରକୁ ଚଢ଼ିଯାଇଛି ଏବଂ ପୋଲିସ ତାକୁ ସାରା ରାତି ଜଗି ରହିଥିବା ଜଣାପଡ଼ିଛି। ଗତ ଗୁରୁବାର ପାଠପଢ଼ା ଚାଲିଥିବା ସମୟରେ ଶିକ୍ଷକ ଅକ୍ଷୟ କୁମାର ବିଶ୍ୱାଳଙ୍କୁ କିଛି ଦୁର୍ବୃତ୍ତ ବିଦ୍ୟାଳୟ ପରିସରକୁ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଶିକ୍ଷକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଅସ୍ତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ମାତ୍ର ଚତୁର୍ଥ ଅଭିଯୁକ୍ତ ଲିପୁ ବିଶ୍ୱାଳ ପୋଲିସକୁ ଦେଖି ବାଇକ୍ରେ ଫେରାର ହୋଇ ରାଇବେରୁଆଁ ଜଙ୍ଗଲ ନିକଟରେ ପହଞ୍ଚି ଏକ ଉଚ୍ଚ ଗଛ ଉପରକୁ ଚଢ଼ିଯାଇଥିଲା। ଅଭିଯୁକ୍ତଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଅସ୍ତରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗଛ ତଳେ ସୁରକ୍ଷା ଜାଲ ବିଛାଇବା ସହ ସିଡ଼ି ଲଗାଇ ଉଦ୍ଧାର ପ୍ରୟାସ କରିଥିଲେ। ପୋଲିସ ବାରମ୍ବାର ବୁଝାସୁଝା କରିଥିଲେ ମଧ୍ୟ, ଅଭିଯୁକ୍ତ ତଳକୁ ଓହ୍ଲାଇବାକୁ ରାଜି ହୋଇନଥିଲା। ଏହି ନାଟକୀୟ ଦୃଶ୍ୟ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ପୋଲିସ ଗିରଫ ଭୟରେ ଗଛ ଉପରକୁ ଚଢ଼ିଯାଇଥିବା ଏହି ଅଭିଯୁକ୍ତକୁ ଧରିବା ପାଇଁ ସାରା ରାତି ଗଛ ତଳେ ଜଗି ରହିଥିଲା।3
- ମହାପ୍ରଭୁଙ୍କ ମହାସ୍ନାନ କାର୍ଯ୍ୟକ୍ରମ ଆସନ୍ତାକାଲି, ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ମହାସ୍ନାନର ସିଧାପ୍ରସାରଣ କରାଯିବ। ଶ୍ରୀ ଜୀଉ ସ୍ନାନମଣ୍ଡପରେ ବିଜେକରି ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିବେ।1
- ସରକାରୀ ରାସ୍ତା ବନ୍ଦ ହେବା ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ରାସ୍ତା ବନ୍ଦ ଯୋଗୁଁ ଏକ ଛେଳି ଫାର୍ମ ଗଭୀର ସଙ୍କଟରେ ପଡ଼ିଛି ଏବଂ ସ୍ଥାନୀୟ ଚାଷକାମ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।1
- ଢେଙ୍କାନାଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ଏକ ଜରି ବ୍ୟାଗ୍ରୁ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, କେହି ଦୁର୍ବୃତ୍ତ ଏହି ନବଜାତ ଶିଶୁକୁ ଏକ ବ୍ୟାଗ୍ରେ ଭରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶିଶୁଟିକୁ ଜୀବିତ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା କିମ୍ବା ମୃତ୍ୟୁ ପରେ ସେଠାରେ ପକାଯାଇଥିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସ୍ଥାନୀୟ ଲୋକମାନେ ଏହି ବ୍ୟାଗ୍ଟି ଦେଖି ସନ୍ଦେହ ହେବାରୁ ତୁରନ୍ତ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଏବଂ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସାଧାରଣ ଲୋକ ଏହି ଘଟଣାର ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।1
- ପୁରୀ ଜିଲ୍ଲାରେ ରବିବାର, ଜୁନ୍ ୨୮, ୨୦୨୬ ରେ ଏକ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। "ଦୁଇ ବୁନ୍ଦା ଜୀବନର, ପୋଲିଓ ଉପରେ ବିଜୟ ନିରନ୍ତର" ବାର୍ତ୍ତାକୁ ସାମ୍ନାରେ ରଖି, ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ଚନ୍ଦନ ହଜୁରୀ ଶିଶୁ ଚିକିତ୍ସାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଲିଓ ଔଷଧ ପ୍ରଦାନ କରାଯାଇଛି। ଏକ ସର୍ଭେ ଅନୁଯାୟୀ ଭାରତ ବର୍ତ୍ତମାନ ପୋଲିଓ ମୁକ୍ତ ଥିଲେ ମଧ୍ୟ, ଏହି ବିପଦ ଏବେବି ସମ୍ପୂର୍ଣ୍ଣ ଟଳି ନାହିଁ। କାରଣ କିଛି ପଡ଼ୋଶୀ ଦେଶରେ ଏବେ ମଧ୍ୟ ପୋଲିଓ ରୋଗର ପ୍ରକୋପ ରହିଛି, ଯାହାଦ୍ୱାରା ଏହି ସଂକ୍ରମଣ ପୁନର୍ବାର ଆମ ଦେଶକୁ ଫେରି ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏହି ଗମ୍ଭୀରତାକୁ ବୁଝି ପିତାମାତାମାନେ ନିଜ ସନ୍ତାନର ସୁରକ୍ଷା ଦିଗରେ କୌଣସି ପ୍ରକାର ହେଳା ନକରି ପୋଲିଓ କେନ୍ଦ୍ରକୁ ଆସି ପିଲାମାନଙ୍କୁ ଟିକା ଖୁଆଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାରତର ଏହି ପୋଲିଓ ମୁକ୍ତ ବିଜୟ ଯାତ୍ରାକୁ ଅବ୍ୟାହତ ରଖିବା ପାଇଁ ପ୍ରତ୍ୟେକ ମାଆଙ୍କ ସଚେତନତା ଏବଂ ଯୋଗଦାନ ଅତ୍ୟନ୍ତ ଜରୁରୀ। ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀଙ୍କ ମତରେ, ସମସ୍ତଙ୍କ ସହଯୋଗରେ ହିଁ ଭାରତକୁ ସର୍ବଦା ପୋଲିଓ ମୁକ୍ତ ରଖାଯାଇପାରିବ।4
- ଖୋର୍ଦ୍ଧା ଜିଲ୍ଲାସ୍ଥିତ ଉତ୍ତରା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ କାର୍ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କାର୍ ଚାଳକଙ୍କୁ ଆକ୍ରମଣ କରିଥିଲେ।1