ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ ଗୋପ - ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗୋପ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପରିବାର ଓ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସଂସ୍କାର ଏକାଡେମୀର ମିଳିତ ଆୟୋଜନରେ ସମ୍ବାଦ ଆମ ଓଡ଼ିଆ ସହଯୋଗ ରେ ଏକ ରକ୍ଷାବନ୍ଧନ ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଗୋପ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ଚରଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଗୋପ ଥାନାର ଏଏସଆଇ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାମନ୍ତରାୟ, ଗୋପ ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର, ଦୈନିକ ଖବର କାଗଜ ସମ୍ବାଦ ଓ କନକ ନିୟୁଜ ଗୋପ ବ୍ଲକ୍ ପ୍ରତିନିଧି ଶ୍ରୀଯୁକ୍ତ ଅଜୟ ନାୟକ ପ୍ରମୁଖ ଯୋଗଦେଇ ରକ୍ଷା ବନ୍ଧନ ଉତ୍ସବର ମହତ୍ତ୍ୱ, ନାରୀ ସୁରକ୍ଷା ଓ ବିଶେଷ କରି ଯୁବ ପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ନିଶା ନିବାରଣ ନିମିତ୍ତ ସଚେତନତା ସୃଷ୍ଟି କରିଥିଲେ । ନିଜେ ନିଶା ଠାରୁ ଦୂରେଇ ରହି ଅନ୍ୟ ମାନଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ପାଇଁ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ପରେପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ପରସ୍ପର ମଧ୍ୟରେ ମିଠା ଖୁଆଇ ରକ୍ଷାବନ୍ଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କାର ଏକାଡେମୀ ଓ ନାରାୟଣୀ କୋଚିଂ ସେଣ୍ଟରର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନାରୀ ସୁରକ୍ଷା ଓ ନିଶା ନିବାରଣ ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଉତ୍ସର୍ଗ ପରିବାରର ସମ୍ପାଦକ ଶ୍ରୀ ବିଷ୍ଣୁ ମୋହନ ପ୍ରଧାନ ଓ ସଂସ୍କାର ଏକାଡେମୀର ଶ୍ରୀ ଶାଶ୍ୱତ ରଞ୍ଜନ ପ୍ରଧାନ ସଂଯୋଜନା କରିଥିବା ବେଳେ ଉତ୍ସର୍ଗ ପରିବାରର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା? କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏1
- ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣା ଗ୍ରାମରେ ପୋଖରୀରୁ ଦଳ କାଢ଼ିବାକୁ ଯାଉଥିବା ବେଳେ ଆକ୍ରମଣ ଅଭିଯୋଗ। ଏହି ଆକ୍ରମଣରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ପରିଡା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୫ ଅଗଷ୍ଟ ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ଅଭିମନ୍ୟୁ ପରିଡା ଗ୍ରାମର କେତେକ ଯୁବକଙ୍କ ସହ ଗ୍ରାମ ପୋଖରୀକୁ ଦଳ କାଢ଼ିବା ପାଇଁ ଯାଉଥିଲେ। ରାସ୍ତାରେ ଗ୍ରାମର ସେଠୀ ସାହିର କେତେକ ଲୋକ ସଂଘବଦ୍ଧ ଭାବେ ହାତାହାତି ଓ ଟେକାପଥର ମାଡ଼ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିମନ୍ୟୁ ପରିଡା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପରିବାରର ବୁଦ୍ଧି ପରିଡା ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ତାଙ୍କ ପାଖରେ ରହିବାକୁ ପଡ଼ିଥିବାରୁ ତୁରନ୍ତ ଥାନାରେ ଅଭିଯୋଗ କରିପାରିନଥିବା ସେ କହିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରି ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସୁକାନ୍ତି ପରିଡା ନିବେଦନ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar1
- ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡିବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।3
- ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।1
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି1