Shuru
Apke Nagar Ki App…
ବାଲେଶ୍ବର ବିଜେଡିକୁ ବାଏ ବାଏ କଲେ ରବୀନ୍ଦ୍ର କୁମାର ଜେନା। ଶଙ୍ଖ_ଛାଡ଼ି_ପଦ୍ମ_ଧରିଲେ_ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଥିଲେ। ଆଜି ବିଜେପିରେ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ ମିଶିଲେ। ଶଙ୍ଖ_ଛାଡ଼ି_ପଦ୍ମ_ଧରିଲେ_ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଥିଲେ। ଆଜି ବିଜେପିରେ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ ମିଶିଲେ।
Sk Ajaruddin
ବାଲେଶ୍ବର ବିଜେଡିକୁ ବାଏ ବାଏ କଲେ ରବୀନ୍ଦ୍ର କୁମାର ଜେନା। ଶଙ୍ଖ_ଛାଡ଼ି_ପଦ୍ମ_ଧରିଲେ_ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଥିଲେ। ଆଜି ବିଜେପିରେ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ ମିଶିଲେ। ଶଙ୍ଖ_ଛାଡ଼ି_ପଦ୍ମ_ଧରିଲେ_ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଥିଲେ। ଆଜି ବିଜେପିରେ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ ମିଶିଲେ।
More news from ଓଡ଼ିଶା and nearby areas
- #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।1
- ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ Ravindra Jena ବିଜେଡି ଛାଡି ଆଜି ଔପଚାରିକ ଭାବେ Bharatiya Janata Party (ବିଜେପି)ରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି ସଭାପତି Manmohan Samalଙ୍କ ନେତୃତ୍ୱରେ Bhubaneswar ସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ପଦ୍ମ ଚିହ୍ନ ଧରି ଦଳରେ ସମ୍ମିଳିତ ହୋଇଥିଲେ। ଏହି ଅବସରରେ ଦଳର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୂର୍ବରୁ ସେ Biju Janata Dal (ବିଜେଡି)ର ଏକ ପ୍ରମୁଖ ନେତା ଥିଲେ ଏବଂ Balasore ଲୋକସଭା ଆସନରୁ ସାଂସଦ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ବିଜେପିରେ ଯୋଗଦାନ ପରେ ବାଲେଶ୍ୱର ଓ ରାଜ୍ୟର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।।1
- ସୁବର୍ଣ୍ଣରେଖା ନଦୀରୁ ପନ୍ତାଇ ଘାଟରୁ ବେଆଇନ ବାଲି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଧରିଲେ ଖଣି ବିଭାଗ ।1
- yah Mera dukaan hai chapla chhakkon mein hai yah mera contact number hai 99387261631
- ବାଲେଶ୍ବର ରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ।1
- ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କଲେ ୨୩୨ ଶ୍ରଦ୍ଧାଳୁ ବାରିପଦା, ୧୧/୦୩ (ନିପ୍ର) :- ଓଡ଼ିଶାର ବରିଷ୍ଠ ନାଗରିକ ଓ ବିଧବା ମାନଙ୍କ ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’। ଫେବୃଆରୀ ମାସ ୧୩ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ବୁଧବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା। ବୟସ, ଦୂରତା କିମ୍ବା ଆର୍ଥିକ ଅଭାବ ଯେପରି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସାଜିବ ନାହିଁ, ସେଥିପାଇଁ ପ୍ରଣୟନ କରାଯାଇଛି ଏହି ଯୋଜନା। ୬୦ ରୁ ୭୫ ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଂଗଠିତ, ନିରାପଦ ଏବଂ ଆରାମଦାୟକ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ତା କରା ଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' ର ଶୁଭାରମ୍ଭ କରାଯାଇଛି। ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବସ୍ ଯୋଗେ ପ୍ରାୟ ୨୫୦ରୁ ଉର୍ଦ୍ଧ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏହି ତୀର୍ଥଯାତ୍ରା କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ସରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସଂସ୍କୃୁତି ଅଧିକାରୀ ଡ. ଶୁଭାଶିଷ ନାୟକ, ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। #mayurbhanj1
- Post by MN.NEWS ODIA1
- ବାଲେଶ୍ୱର, ୧୧/୦୩/୨୦୨୬ ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଗ୍ଲୁକୋମା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସିନେମା ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ହୋଇଥିଲା। ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ଗ୍ଲୁକୋମା ଦିବସର ବିଷବସ୍ତୁ - ଗ୍ଲୁକୋମା ମୁକ୍ତ ବିଶ୍ଵ ପାଇଁ ଏକାଠି ହେବା । ଉକ୍ତ ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନ ରତ ଛାତ୍ରୀମାନେ,ମନୋଜ କୁମାର ଦାସ, ତାଳିମ୍ କେନ୍ଦ୍ରର ଟିଉଟର ମାଡ଼ାମ ମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ କଳାମୋତିଆର କାରଣ ଗୁଡିକ ଯଥା ବାର୍ଦ୍ଧକ୍ୟ,ସମୀପ ଦୃଷ୍ଟିଦୋଷ,ଦୀର୍ଘ ମିଆଦି ଷ୍ଟିରଏଡ ଚିକିତ୍ସା, ବଂଶଗତ, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ଆଖିର ମାତ୍ରାଧିକ ଚାପ ଉପରେ ଗଭୀର ଆଲୋକ ପାତ କରିଥିଲେ। ଏହାର କୌଣସି ଲକ୍ଷଣ ପ୍ରକାଶ ନ ଥାଇ ଅନ୍ଧ କରିଦେଇଥାଏ।ଏଣୁ ସମସ୍ତ ୪୦ ବର୍ଷ ଉପରେ ଥିବା ଜନ ସାଧାରଣ ନିୟମିତ ଆଖି ନିକଟସ୍ଥ ଚିକିତ୍ସା କେନ୍ଦ୍ର ମାନଙ୍କରେ ପରୀକ୍ଷା କରାଇବା ଉଚିତ। ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ବିକାଶ ରଞ୍ଜନ ନାୟକ (ଚକ୍ଷୁ ବିଶେଷଜ୍ଞ) ଅଭିଭାଷଣରେ କହିଥିଲେ ଯେ ସମଗ୍ର ବିଶ୍ୱରେ ୭୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ, ଏଣୁ ସମସ୍ତେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଡ଼ାକ୍ତର ମନୋଜ ସାହୁ ଭିଟାମିନ (କ) ଯୁକ୍ତ ଖାଦ୍ୟ ଖାଇବା ଉପରେ ମତ ପ୍ରକାଶ କରିଥିଲେ। ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ କଳାମୋତିଆ ଉପରେ ମତ ବ୍ୟକ୍ତ କରିଥିଲେ। ସଭା ଶେଷରେ କଳାମୋତିଆ ବିଷୟରେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଡାକ୍ତର ସୁଜିତ୍ କୁମାର ମହାପାତ୍ର (ବରିଷ୍ଠ ଚକ୍ଷୁ ବିଶେଷଜ୍ଞ) ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ପ୍ରଦୀପ କୁମାର ସାହୁ (ସହକାରୀ ଜିଲ୍ଳା ଯୋଗାଯୋଗ ଅଧିକାରୀ) ଧନ୍ୟବାଦ ଅର୍ପଣ କରିଥିଲେ।1