ମୟୂରଭଞ୍ଜରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ: ପୁରୀ ଗଲେ ୨୩୨ ବରିଷ୍ଠ ନାଗରିକ ତୀର୍ଥଯାତ୍ରା #mayurbhanj ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କଲେ ୨୩୨ ଶ୍ରଦ୍ଧାଳୁ ବାରିପଦା, ୧୧/୦୩ (ନିପ୍ର) :- ଓଡ଼ିଶାର ବରିଷ୍ଠ ନାଗରିକ ଓ ବିଧବା ମାନଙ୍କ ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’। ଫେବୃଆରୀ ମାସ ୧୩ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ବୁଧବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା। ବୟସ, ଦୂରତା କିମ୍ବା ଆର୍ଥିକ ଅଭାବ ଯେପରି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସାଜିବ ନାହିଁ, ସେଥିପାଇଁ ପ୍ରଣୟନ କରାଯାଇଛି ଏହି ଯୋଜନା। ୬୦ ରୁ ୭୫ ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଂଗଠିତ, ନିରାପଦ ଏବଂ ଆରାମଦାୟକ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ତା କରା ଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' ର ଶୁଭାରମ୍ଭ କରାଯାଇଛି। ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବସ୍ ଯୋଗେ ପ୍ରାୟ ୨୫୦ରୁ ଉର୍ଦ୍ଧ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏହି ତୀର୍ଥଯାତ୍ରା କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ସରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସଂସ୍କୃୁତି ଅଧିକାରୀ ଡ. ଶୁଭାଶିଷ ନାୟକ, ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। #mayurbhanj

- ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କଲେ ୨୩୨ ଶ୍ରଦ୍ଧାଳୁ ବାରିପଦା, ୧୧/୦୩ (ନିପ୍ର) :- ଓଡ଼ିଶାର ବରିଷ୍ଠ ନାଗରିକ ଓ ବିଧବା ମାନଙ୍କ ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’। ଫେବୃଆରୀ ମାସ ୧୩ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ବୁଧବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା। ବୟସ, ଦୂରତା କିମ୍ବା ଆର୍ଥିକ ଅଭାବ ଯେପରି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସାଜିବ ନାହିଁ, ସେଥିପାଇଁ ପ୍ରଣୟନ କରାଯାଇଛି ଏହି ଯୋଜନା। ୬୦ ରୁ ୭୫ ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଂଗଠିତ, ନିରାପଦ ଏବଂ ଆରାମଦାୟକ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ତା କରା ଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' ର ଶୁଭାରମ୍ଭ କରାଯାଇଛି। ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବସ୍ ଯୋଗେ ପ୍ରାୟ ୨୫୦ରୁ ଉର୍ଦ୍ଧ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏହି ତୀର୍ଥଯାତ୍ରା କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ସରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସଂସ୍କୃୁତି ଅଧିକାରୀ ଡ. ଶୁଭାଶିଷ ନାୟକ, ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। #mayurbhanj1
- Post by MN.NEWS ODIA1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -09.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews1
- Post by Rajib Behera1
- #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।1
- ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ1