କେନ୍ଦୁଖୁଣ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସହିତ ରକ୍ଷାବନ୍ଧନ ପାଳନ କଲେ ବ୍ରଜମୋହନ ପ୍ରଧାନ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପବିତ୍ର ରକ୍ଷାବନ୍ଧନ ପର୍ବକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ, ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରାକ୍ଷୀ, ଲଡ଼ୁ ଓ ଲିଫଲେଟ୍ ନେଇ ଜଳେଶ୍ୱର ବ୍ଲକ୍ ରାଇବଣିଆ ଅଞ୍ଚଳର ଖୁଆର୍ଡ଼ ଗ୍ରାମପଞ୍ଚାୟତସ୍ଥିତ କେନ୍ଦୁଖୁଣ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସରେ ପହଞ୍ଚିଥିଲେ ନେତୃତ୍ୱବର୍ଗ। ଏହି ଅବସରରେ ପ୍ରିୟ ନେତା ଶ୍ରୀ ବ୍ରଜମୋହନ ପ୍ରଧାନ, ରାଇବଣିଆ ମଣ୍ଡଳ ସଭାପତି ସଞ୍ଜୀବ ଭାଇଙ୍କ ସମେତ ଖୁଆର୍ଡ଼ ଗ୍ରାମପଞ୍ଚାୟତର ନେତୃତ୍ୱମାନେ କୁନି କୁନି ଛାତ୍ରୀମାନଙ୍କ ଗହଣରେ ସମୟ ବିତାଇଥିଲେ। ଛାତ୍ରୀମାନଙ୍କ ହାତରେ ସ୍ନେହ ଓ ଭାଇଚାରାର ପ୍ରତୀକ ରାକ୍ଷୀ ବାନ୍ଧିବା ସହ ଲଡ଼ୁ ବଣ୍ଟନ କରାଯାଇଥିଲା। ଏହି ସମୟରେ କୁନି କୁନି ଛାତ୍ରୀମାନଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସି ଓ ଉତ୍ସାହର ଝଲକ। ସେମାନଙ୍କ ହସ, ସ୍ନେହ ଓ ଆତ୍ମୀୟତା ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁଥିଲା। ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀର ସ୍ନେହ, ବିଶ୍ୱାସ, ସୁରକ୍ଷା ଓ ସୋଦରତ୍ୱର ଏକ ପବିତ୍ର ପ୍ରତୀକ। ଏହି ପର୍ବ ସମାଜରେ ଭାଇଚାରା, ଏକତା ଓ ପରସ୍ପର ସ୍ନେହର ବାର୍ତ୍ତା ଦେଇଥାଏ। କେନ୍ଦୁଖୁଣ୍ଟା ଆଶ୍ରମ ବିଦ୍ୟାଳୟର କୁନି କୁନି ଛାତ୍ରୀମାନଙ୍କ ସହ ଏହି ରକ୍ଷାବନ୍ଧନ ପାଳନ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ଅନୁଭୂତି ହୋଇଥିଲା। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଖୁସି, ସୁଖ, ଶାନ୍ତି, ଭାଇଚାରା ଓ ସମୃଦ୍ଧି ଆଣୁ—ଏହା ହିଁ ସମସ୍ତଙ୍କ କାମନା।
କେନ୍ଦୁଖୁଣ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସହିତ ରକ୍ଷାବନ୍ଧନ ପାଳନ କଲେ ବ୍ରଜମୋହନ ପ୍ରଧାନ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପବିତ୍ର ରକ୍ଷାବନ୍ଧନ ପର୍ବକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ, ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରାକ୍ଷୀ, ଲଡ଼ୁ ଓ ଲିଫଲେଟ୍ ନେଇ
ଜଳେଶ୍ୱର ବ୍ଲକ୍ ରାଇବଣିଆ ଅଞ୍ଚଳର ଖୁଆର୍ଡ଼ ଗ୍ରାମପଞ୍ଚାୟତସ୍ଥିତ କେନ୍ଦୁଖୁଣ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସରେ ପହଞ୍ଚିଥିଲେ ନେତୃତ୍ୱବର୍ଗ। ଏହି ଅବସରରେ ପ୍ରିୟ ନେତା ଶ୍ରୀ ବ୍ରଜମୋହନ ପ୍ରଧାନ, ରାଇବଣିଆ ମଣ୍ଡଳ ସଭାପତି ସଞ୍ଜୀବ ଭାଇଙ୍କ ସମେତ ଖୁଆର୍ଡ଼ ଗ୍ରାମପଞ୍ଚାୟତର ନେତୃତ୍ୱମାନେ କୁନି କୁନି ଛାତ୍ରୀମାନଙ୍କ ଗହଣରେ ସମୟ ବିତାଇଥିଲେ। ଛାତ୍ରୀମାନଙ୍କ ହାତରେ ସ୍ନେହ ଓ ଭାଇଚାରାର ପ୍ରତୀକ ରାକ୍ଷୀ
ବାନ୍ଧିବା ସହ ଲଡ଼ୁ ବଣ୍ଟନ କରାଯାଇଥିଲା। ଏହି ସମୟରେ କୁନି କୁନି ଛାତ୍ରୀମାନଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସି ଓ ଉତ୍ସାହର ଝଲକ। ସେମାନଙ୍କ ହସ, ସ୍ନେହ ଓ ଆତ୍ମୀୟତା ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁଥିଲା। ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀର ସ୍ନେହ, ବିଶ୍ୱାସ, ସୁରକ୍ଷା ଓ ସୋଦରତ୍ୱର ଏକ ପବିତ୍ର ପ୍ରତୀକ। ଏହି
ପର୍ବ ସମାଜରେ ଭାଇଚାରା, ଏକତା ଓ ପରସ୍ପର ସ୍ନେହର ବାର୍ତ୍ତା ଦେଇଥାଏ। କେନ୍ଦୁଖୁଣ୍ଟା ଆଶ୍ରମ ବିଦ୍ୟାଳୟର କୁନି କୁନି ଛାତ୍ରୀମାନଙ୍କ ସହ ଏହି ରକ୍ଷାବନ୍ଧନ ପାଳନ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ଅନୁଭୂତି ହୋଇଥିଲା। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଖୁସି, ସୁଖ, ଶାନ୍ତି, ଭାଇଚାରା ଓ ସମୃଦ୍ଧି ଆଣୁ—ଏହା ହିଁ ସମସ୍ତଙ୍କ କାମନା।
- ୨୮ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ମତ୍ସ୍ୟଜୀବୀ ପଶ୍ଚମବଙ୍ଗ ଦୀଘା ସମୁଦ୍ର ଉଦ୍ଧାର ୨୮ ଦିନ ପରେ ସମୁଦ୍ରରୁ ୮ ମତ୍ସ୍ୟଜୀବୀ ଉଦ୍ଧାର ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଆନ୍ଧ୍ରପ୍ରଦେଶରୁ ସମୁଦ୍ରକୁ ବାହାରିଥିବା ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଦୀର୍ଘଦିନ ଧରି ଏହା ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ଶେଷରେ ଅନ୍ୟ ଏକ ମାଛଧରା ଟ୍ରଲର ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଛି।ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲା ଏହି ଟ୍ରଲର। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ସୀମାନ୍ତ ଦିଗକୁ ଚାଲି ଆସିଥିଲା। ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ। ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ। ଏହି ଘଟଣା ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଇଞ୍ଜିନ ଖରାପ ହୋଇଯିବା ପରେ ଦୀର୍ଘଦିନ ଧରି ସମୁଦ୍ରରେ ଭାସିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ୮ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିଲା। ତେବେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହଯୋଗ ଏବଂ ସମୟୋଚିତ ଭାବେ ୱାୟାରଲେସ୍ ଯୋଗେ ଖବର ପହଞ୍ଚିବାରୁ ଶେଷରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୮ ଦିନର ଦୁର୍ଦ୍ଦଶା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତିର ମାହୋଲ। ସମୁଦ୍ରରୁ ଜୀବନ ଯୁଦ୍ଧରେ ଜିତି ଫେରିଥିବା ଏହି ୮ ମତ୍ସ୍ୟଜୀବୀଙ୍କ ଘଟଣା ଏବେ ଚର୍ଚ୍ଚାରେ।ପୋଲିସ 8 ଜଣ ମତ୍ସ୍ୟ ଯିବି ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ!4
- ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ1
- ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଭୋଗରାଇ , ୨୭/୮ : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।1
- ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା1
- ଖଡ଼ିଆଳ ଠାରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ।1
- ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l1
- ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ! ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।1
- ବାରିପଦାରେ ଧମକ ଦେଇ ଦୁଷ୍କର୍ମ !............................1