ପୁରୀ ସହରରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଛି, ଯେଉଁଥିରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯିବା ପରେ ମୋଟ ୮ଟି ମାମଲା ରୁଜୁ ହୋଇଛି ଏବଂ ୨୩ ଜଣ ବୃତ୍ତିଗତ ଅପରାଧୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ପୁରୀର ସି-ବିଚ୍ ଏବଂ ବାସେଳିସାହି ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଡକାୟତି ପାଇଁ ପ୍ରସ୍ତୁତି କରୁଥିବାବେଳେ କାବୁ କରାଯାଇଛି। ସେହିପରି କୁମ୍ଭାରପଡ଼ା, ସିଂହଦ୍ୱାର ଏବଂ ତାଳବଣିଆ ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବଳିଆପଣ୍ଡା ଓ ସି-ବିଚ୍ ଥାନା ଅଞ୍ଚଳରୁ ନିଶା ଦ୍ରବ୍ୟ ଏବଂ ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅପରାଧୀମାନଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି ଛୁରୀ, ୫ଟି ଲୁହା ରଡ଼, ଗୋଟିଏ ଲାଠି, ୧୯୩୦ ଟଙ୍କା, ୫୬ ବୋତଲ କୋରେକ୍ସ କଫ ସିରପ୍, ୭୫୦ ଲିଟର ପୋଚ ଏବଂ ୫ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୁରୀ ପୋଲିସର ଏହି ଅଭିଯାନ ଜାରି ରହିଛି, ଯେଉଁଥିରେ ସହରରୁ ୩୦୭ ଜଣ ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।
ପୁରୀ ସହରରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଛି, ଯେଉଁଥିରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯିବା ପରେ ମୋଟ ୮ଟି ମାମଲା ରୁଜୁ ହୋଇଛି ଏବଂ ୨୩ ଜଣ ବୃତ୍ତିଗତ ଅପରାଧୀଙ୍କୁ
ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ପୁରୀର ସି-ବିଚ୍ ଏବଂ ବାସେଳିସାହି ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଡକାୟତି ପାଇଁ ପ୍ରସ୍ତୁତି କରୁଥିବାବେଳେ କାବୁ କରାଯାଇଛି। ସେହିପରି କୁମ୍ଭାରପଡ଼ା, ସିଂହଦ୍ୱାର ଏବଂ ତାଳବଣିଆ ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବଳିଆପଣ୍ଡା ଓ ସି-ବିଚ୍ ଥାନା ଅଞ୍ଚଳରୁ ନିଶା
ଦ୍ରବ୍ୟ ଏବଂ ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅପରାଧୀମାନଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି ଛୁରୀ, ୫ଟି ଲୁହା ରଡ଼, ଗୋଟିଏ ଲାଠି, ୧୯୩୦ ଟଙ୍କା, ୫୬ ବୋତଲ କୋରେକ୍ସ କଫ ସିରପ୍, ୭୫୦ ଲିଟର ପୋଚ ଏବଂ ୫ ଲିଟର ଦେଶୀ ମଦ ଜବତ କରିଛି।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୁରୀ ପୋଲିସର ଏହି ଅଭିଯାନ ଜାରି ରହିଛି, ଯେଉଁଥିରେ ସହରରୁ ୩୦୭ ଜଣ ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।
- କାକଟପୁର ଅଞ୍ଚଳରେ ଏକ ମୋବାଇଲ୍ ଟାୱାରରୁ ୨୪ଟି ବ୍ୟାଟେରୀ ଚୋରି ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ବ୍ୟାଟେରୀ ଏବଂ ଘଟଣାରେ ବ୍ୟବହୃତ ଯାନ ଜବତ କରିଛି। ସୂଚନାନୁସାରେ, ଗତକାଲି ରାତିରେ କାକଟପୁରର ବାଲିସିରିଆ ଗ୍ରାମରେ ଥିବା ଏକ ମୋବାଇଲ୍ ଟାୱାରର PPC ହାଉସ୍ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୨୪ଟି ବ୍ୟାଟେରୀ ଚୋରି କରିଥିଲେ। ଚୋରି ପାଇଁ ସେମାନେ ଏକ ପିକ୍-ଅପ୍ ଭ୍ୟାନ୍ (ନଂ- OD 05 CK 1661) ଏବଂ ଏକ ସ୍କୁଟି (ନଂ- OD 02 DP 9126) ବ୍ୟବହାର କରିଥିଲେ। ଏନେଇ ଟେକ୍ନିସିଆନ୍ ଦିଲୀପ କୁମାର ସେଠୀ କାକଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ପୋଲିସ ଇନ୍ଦିରାଗାଁ କୁରଙ୍ଗ ଶାସନର ବାପିନା ଭୋଇ ଓ ସିଲା ଭୋଇଙ୍କୁ ଗିରଫ କରିଛି। ପୋଲିସ ଚୋରିରେ ବ୍ୟବହୃତ ପିକ୍-ଅପ୍ ଭ୍ୟାନ୍, ସ୍କୁଟି, ୨୪ଟି ଚୋରି ବ୍ୟାଟେରୀ, ପ୍ରାୟ ୫୦-୬୦ ମିଟର କପର କେବୁଲ ତାର, ଦୁଇଟି ଓପୋ ମୋବାଇଲ୍ ଫୋନ୍ ଏବଂ ୫୦୫୦ ଟଙ୍କା ନଗଦ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।3
- ନୂଆଶାସନରେ ପାଳିତ ହେଉଥିବା ଲକ୍ଷ୍ମୀ ନୃସିଂହ ଜନ୍ମ ଉତ୍ସବ ଅବସରରେ ବାଡ଼ି ଖେଳ ଦେଖିବାକୁ ମିଳିଛି। ଏହି ଉତ୍ସବର ବାଡ଼ି ଖେଳର ଦୃଶ୍ୟ ବେଶ୍ ମନୋହର ଥିବା ଜଣାପଡ଼ିଛି।1
- ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଲେଡି ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ସ୍ମାର୍ଟ ଫୋନ ମାଧ୍ୟମରେ ହିତାଧିକାରୀଙ୍କ ତଥ୍ୟ ପରିଚାଳନା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ସେବାର ନିରୀକ୍ଷଣ, ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ସରକାରୀ ଯୋଜନାର ଶୀଘ୍ର ରୂପାୟନ ଅଧିକ ସୁଗମ ହେବ।1
- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଗ୍ରାମପଞ୍ଚାୟତ ସମ୍ମୁଖସ୍ଥ ରଜ ପଡ଼ିଆରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ପରିଷଦ ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ମିଳିତ ଆନୁକୂଲ୍ୟରେ ପଞ୍ଚମ ରଜ ମହୋତ୍ସବ ଆୟୋଜିତ ହୋଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ଡକ୍ଟର ସଞ୍ଜୟ ପଟ୍ଟନାୟକ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ମହୋତ୍ସବର ପ୍ରଥମ ଦିବସରେ ପାରମ୍ପରିକ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜ୍ୟସ୍ତରୀୟ ନାଟକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ରଜ ମହୋତ୍ସବର ପ୍ରଥମ ଦିବସ ଅପରାହ୍ନରେ ପୁଚିଖେଳ, ଝୋଟି, ଦଉଡ଼ି ଡିଆଁ, ଏବଂ ଦୋଳିଖେଳ ସହିତ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମହିଳା, ଯୁବକ ଓ ଶିଶୁମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ ପ୍ରତିଯୋଗିତା ପରିଷଦର ସମ୍ପାଦକ ଶ୍ରୀମନ୍ତ ମହାପାତ୍ର ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ଡକ୍ଟର ସଞ୍ଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ କରାଯାଇଥିଲା। ଅନ୍ନପୂର୍ଣ୍ଣା ଫାଇନାନ୍ସର ବହୁ କର୍ମଚାରୀ ମଧ୍ୟ ଏହି ପ୍ରତିଯୋଗିତାଗୁଡ଼ିକରେ ସକ୍ରିୟ ସହଯୋଗ କରିଥିଲେ। ପଞ୍ଚମ କୁହୁଡି ରଜ ମହୋତ୍ସବରେ ଅଂଶଗ୍ରହଣ କରିଥିବା ମହିଳା ଓ ଝିଅମାନେ ଫ୍ରିଜ୍ ଏବଂ ମୋବାଇଲ୍ ଭଳି ପୁରସ୍କାର ଲାଭ କରିଛନ୍ତି।1
- ଭୁବନେଶ୍ୱରର 33 ନଂ ୱାର୍ଡରେ SSG ମହିଳାଙ୍କ ଦ୍ୱାରା ରଜ ସଂକ୍ରାନ୍ତି ପାଳନ କରାଯାଇଛି। ଏହି ଉତ୍ସବକୁ ମହିଳାମାନେ ଧୂମଧାମରେ ପାଳନ କରିଥିଲେ।1
- ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଅଧୀନ ହୀରାପୁର ଚଉଷଠି ଯୋଗିନୀ ପୀଠ ସମ୍ମୁଖରେ ରଜ ମଉଜ ଫାଉଣ୍ଡେସନ ପକ୍ଷରୁ ୯ମ ବାର୍ଷିକ ରଜ ମଉଜ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଅପରାହ୍ନ ୩ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇଥିଲେ। ପୀଠ ପରିସରରେ ୧୦ଟି ସୁସଜ୍ଜିତ ଦୋଳି ବନ୍ଧା ଯାଇଥିବା ବେଳେ, ପୁଚି, ଦୌଡ଼ିଡିଆ, କୁନି କୁନି ପିଲାଙ୍କ ସଙ୍ଗୀତ ଓ ନୃତ୍ୟ ସହ ମ୍ୟୁଜିକ୍ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ଟାରୁ ଲୋକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ପ୍ରାୟ ୩ହଜାରରୁ ଅଧିକ ଲୋକ ଭୋଜନ କରିଥିବା ଫାଉଣ୍ଡେସନର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ସନ୍ଧ୍ୟା ୭:୩୦ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଏବଂ ଜିଲ୍ଲା ପରିଷଦ ସଭ୍ୟା କୁନମୁନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ରଜ ମଉଜ ଫାଉଣ୍ଡେସନର ସମସ୍ତ କାର୍ଯ୍ୟକର୍ତ୍ତା ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।1
- ଆସାମର ଯୋରହାଟ ଏୟାର ଫୋର୍ସ ଏୟାରବେସରେ ଗତକାଲି ଅବତରଣ ସମୟରେ ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ହଠାତ୍ ରନ୍ୱେରୁ ବାହାରି ଯାଇ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଏହି ଅଘଟଣରେ ପାଇଲଟଙ୍କ ସମେତ ବିମାନରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି।1
- ପୁରୀ ସହରରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଛି, ଯେଉଁଥିରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯିବା ପରେ ମୋଟ ୮ଟି ମାମଲା ରୁଜୁ ହୋଇଛି ଏବଂ ୨୩ ଜଣ ବୃତ୍ତିଗତ ଅପରାଧୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ପୁରୀର ସି-ବିଚ୍ ଏବଂ ବାସେଳିସାହି ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଡକାୟତି ପାଇଁ ପ୍ରସ୍ତୁତି କରୁଥିବାବେଳେ କାବୁ କରାଯାଇଛି। ସେହିପରି କୁମ୍ଭାରପଡ଼ା, ସିଂହଦ୍ୱାର ଏବଂ ତାଳବଣିଆ ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବଳିଆପଣ୍ଡା ଓ ସି-ବିଚ୍ ଥାନା ଅଞ୍ଚଳରୁ ନିଶା ଦ୍ରବ୍ୟ ଏବଂ ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅପରାଧୀମାନଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି ଛୁରୀ, ୫ଟି ଲୁହା ରଡ଼, ଗୋଟିଏ ଲାଠି, ୧୯୩୦ ଟଙ୍କା, ୫୬ ବୋତଲ କୋରେକ୍ସ କଫ ସିରପ୍, ୭୫୦ ଲିଟର ପୋଚ ଏବଂ ୫ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୁରୀ ପୋଲିସର ଏହି ଅଭିଯାନ ଜାରି ରହିଛି, ଯେଉଁଥିରେ ସହରରୁ ୩୦୭ ଜଣ ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।4