logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ–୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ଶୁଭସ୍ମିତା ତ୍ରିପାଠୀ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଶୃଙ୍ଖଳା, ଲକ୍ଷ୍ୟ ଓ ସମର୍ପଣଭାବ ସହିତ ଅଧ୍ୟୟନ କରିବା ସହ ଗୁରୁଙ୍କ ଉପଦେଶକୁ ଜୀବନରେ ଅନୁସରଣ କରିପାରିଲେ ସେମାନେ ଜୀବନରେ ସଫଳ ହେବା ସହ ଜିଲ୍ଲା ଓ ରାଜ୍ୟର ଗର୍ବ ଓ ଗୌରବ ହୋଇପାରିବେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସଠିକ୍ ପଥ ପ୍ରଦର୍ଶନ କରିପାରିଲେ ଆମ ଜିଲ୍ଲା ଓ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ। ସେହିପରି ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେଲେ ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହୋଇପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ପିଏମ ଶ୍ରୀ ଉତ୍ସବ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବାରୁ ଆୟୋଜକମାନଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ପାଇଁ ବିଭିନ୍ନ ପିଏମ ଶ୍ରୀ ବିଦ୍ୟାଳୟକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ପିଏମ ଶ୍ରୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

on 7 March
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
on 7 March
61ef7b5e-59c9-4384-8d34-ae086f540f7c

କେନ୍ଦ୍ରାପଡ଼ା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ–୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ଶୁଭସ୍ମିତା ତ୍ରିପାଠୀ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଶୃଙ୍ଖଳା, ଲକ୍ଷ୍ୟ ଓ ସମର୍ପଣଭାବ ସହିତ ଅଧ୍ୟୟନ କରିବା ସହ ଗୁରୁଙ୍କ ଉପଦେଶକୁ ଜୀବନରେ ଅନୁସରଣ କରିପାରିଲେ ସେମାନେ ଜୀବନରେ ସଫଳ ହେବା ସହ ଜିଲ୍ଲା ଓ ରାଜ୍ୟର ଗର୍ବ ଓ ଗୌରବ ହୋଇପାରିବେ। ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସଠିକ୍ ପଥ ପ୍ରଦର୍ଶନ କରିପାରିଲେ ଆମ ଜିଲ୍ଲା ଓ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ। ସେହିପରି ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେଲେ ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହୋଇପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ପିଏମ ଶ୍ରୀ ଉତ୍ସବ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବାରୁ ଆୟୋଜକମାନଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ପାଇଁ ବିଭିନ୍ନ ପିଏମ ଶ୍ରୀ ବିଦ୍ୟାଳୟକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ପିଏମ ଶ୍ରୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

  • user_Bebina Malla
    Bebina Malla
    ଡେରାବିଶ, କେନ୍ଦ୍ରାପଡ଼ା, ଓଡ଼ିଶା
    🤟🤟
    on 10 March
More news from ଓଡ଼ିଶା and nearby areas
  • କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    1
    କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    5 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • ok
    2
    ok
    user_Debasis pradhan bapi
    Debasis pradhan bapi
    ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    7 hrs ago
  • ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍‌କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର
    4
    ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍‌କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l
ଜିଲ୍ଲା ସୂଚନା ଓ ଲୋକସଂପର୍କ       କାର୍ଯ୍ୟାଳୟ, ଜଗତସିଂହପୁର
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    10 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    20 hrs ago
  • ନଦୀରେ ବୁଡି ଯୁବକ ମୃତ ଆଙ୍କର- ସାଙ୍ଗ ସହିତ ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ବରଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ବେହେରା। ବୟସ 18। ସ୍ଥାନୀୟ ଲୋକେ ନଦୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।
    2
    ନଦୀରେ ବୁଡି ଯୁବକ ମୃତ 
ଆଙ୍କର- ସାଙ୍ଗ ସହିତ ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ବରଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ବେହେରା। ବୟସ 18। ସ୍ଥାନୀୟ ଲୋକେ ନଦୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।
    user_Bibhudutta Prusty
    Bibhudutta Prusty
    Jajapur, Odisha•
    23 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ସୀତା ମା ଙ୍କୁ ଲଙ୍କାର ଅଧିପତି ରାବଣ ହରଣ କରି ନେଇଗଲାପରେ ପ୍ରଭୁ ରାମ ଚନ୍ଦ୍ର ଅତି ଦୁଃଖରେ ଭାଂଗିପଡିଛନ୍ତି, ସେହି ଦୁଃଖରେ ସୀତା ମା ଙ୍କୁ ମନ ପକାଇ ଗୀତଟି ବୋଲୁଛନ୍ତି ଏହା ( ଅସୁରେଶ୍ୱର ଦାଣ୍ଡଯାତ୍ରା ର ରାମଲୀଳା ର କିଛି ଦୂର୍ଷ୍ୟ )
    1
    ସୀତା ମା ଙ୍କୁ ଲଙ୍କାର ଅଧିପତି ରାବଣ ହରଣ କରି ନେଇଗଲାପରେ ପ୍ରଭୁ ରାମ ଚନ୍ଦ୍ର ଅତି ଦୁଃଖରେ ଭାଂଗିପଡିଛନ୍ତି, ସେହି ଦୁଃଖରେ ସୀତା ମା ଙ୍କୁ ମନ ପକାଇ ଗୀତଟି ବୋଲୁଛନ୍ତି ଏହା ( ଅସୁରେଶ୍ୱର ଦାଣ୍ଡଯାତ୍ରା ର ରାମଲୀଳା ର କିଛି ଦୂର୍ଷ୍ୟ )
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.