logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟଙ୍କୁ ଏକ ମହାସମାରୋହରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷ ଶ୍ରୀ ବିବେକ କୁମାର ମହାଳିକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ମଞ୍ଚ ସଂଯୋଜନା କରିବା ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବରିଷ୍ଠ ସମାଜସେବୀ ଶ୍ରୀ ଧରମ ସିଂହ, ବଶିଷ୍ଠ ଅଧିବକ୍ତା ଶ୍ରୀ ଦିଲ୍ଲୀପ କୁମାର ବେହେରା, ସମାଜସେବୀ ଶ୍ରୀ ବଦ୍ରି ନାରାୟଣ ସିଂହ, ପରମାନନ୍ଦ ଖୋସଲା, ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ଏବଂ ଶ୍ରୀମତୀ ପ୍ରଭାତ ନଳିନୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ଦୀର୍ଘ ତିରିଶି ବର୍ଷର ଅଧ୍ୟାପନା କାର୍ଯ୍ୟ ସମାପ୍ତ କରି ଅବସର ଗ୍ରହଣ କରିଥିବାରୁ, ସମସ୍ତ ନିମନ୍ତ୍ରିତ ଅତିଥି ଓ କର୍ମଚାରୀ ତାଙ୍କର ବହୁମୁଖୀ ଗୁଣାବଳୀକୁ ଭାବପ୍ରବଣତାର ସହିତ ସ୍ମରଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନରେ ନିଜର ଦୀର୍ଘ ଚାକିରୀ କାଳ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି, ଗୁଣାତ୍ମକ ଶିକ୍ଷା, ଚରିତ୍ର ଗଠନ ଏବଂ କର୍ମଚାରୀମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଅନୁଷ୍ଠାନର ଗୌରବ ବୃଦ୍ଧି କରିବାରେ ସେ ଜଣେ ସଫଳ ଅଧ୍ୟକ୍ଷା ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥିମାନେ ପ୍ରଶଂସା କରିଥିଲେ। ଅଧିବକ୍ତା ଶ୍ରୀ ଅରୁଣ ପ୍ରସନ୍ନ ନାୟକ, ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ପଟ୍ଟନାୟକ, ଯୁବ ସମାଜସେବୀ ଶ୍ରୀ ତ୍ରିଲୋଚନ ସିଂହ, ବାବୁଲି ବାଘଙ୍କ ସହ ଅନୁଷ୍ଠାନର କର୍ମଚାରୀମାନେ ମଧ୍ୟ ବିଦାୟୀ ଅଧ୍ୟକ୍ଷାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ମୁଖ୍ୟ ଅତିଥି ଶ୍ରୀ ସଦନ ନାୟକ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଭାବବିହ୍ୱଳ ହୋଇ ତାଙ୍କୁ ସ୍ମୃତିଚିହ୍ନ ଭେଟି ଦେଇଥିଲେ। ଅଧ୍ୟାପକ ଶ୍ରୀ ରବି ନାରାୟଣ ପାଣିଗ୍ରାହୀ ମାନପତ୍ର ପାଠ କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଦାମୋଦର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷାଙ୍କ ପ୍ରତି ଶୁଭକାମନା ଜଣାଇବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

2 hrs ago
user_Santosh kumar
Santosh kumar
Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
2 hrs ago

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟଙ୍କୁ ଏକ ମହାସମାରୋହରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷ ଶ୍ରୀ ବିବେକ କୁମାର ମହାଳିକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ମଞ୍ଚ ସଂଯୋଜନା କରିବା ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବରିଷ୍ଠ ସମାଜସେବୀ ଶ୍ରୀ ଧରମ ସିଂହ, ବଶିଷ୍ଠ ଅଧିବକ୍ତା ଶ୍ରୀ ଦିଲ୍ଲୀପ କୁମାର ବେହେରା, ସମାଜସେବୀ ଶ୍ରୀ ବଦ୍ରି ନାରାୟଣ ସିଂହ, ପରମାନନ୍ଦ ଖୋସଲା, ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ଏବଂ ଶ୍ରୀମତୀ ପ୍ରଭାତ ନଳିନୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ଦୀର୍ଘ ତିରିଶି ବର୍ଷର ଅଧ୍ୟାପନା କାର୍ଯ୍ୟ ସମାପ୍ତ କରି ଅବସର ଗ୍ରହଣ କରିଥିବାରୁ, ସମସ୍ତ ନିମନ୍ତ୍ରିତ ଅତିଥି ଓ କର୍ମଚାରୀ ତାଙ୍କର ବହୁମୁଖୀ ଗୁଣାବଳୀକୁ ଭାବପ୍ରବଣତାର ସହିତ ସ୍ମରଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନରେ ନିଜର ଦୀର୍ଘ ଚାକିରୀ କାଳ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି, ଗୁଣାତ୍ମକ ଶିକ୍ଷା, ଚରିତ୍ର ଗଠନ ଏବଂ କର୍ମଚାରୀମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଅନୁଷ୍ଠାନର ଗୌରବ ବୃଦ୍ଧି କରିବାରେ ସେ ଜଣେ ସଫଳ ଅଧ୍ୟକ୍ଷା ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥିମାନେ ପ୍ରଶଂସା କରିଥିଲେ। ଅଧିବକ୍ତା ଶ୍ରୀ ଅରୁଣ ପ୍ରସନ୍ନ ନାୟକ, ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ପଟ୍ଟନାୟକ, ଯୁବ ସମାଜସେବୀ ଶ୍ରୀ ତ୍ରିଲୋଚନ ସିଂହ, ବାବୁଲି ବାଘଙ୍କ ସହ ଅନୁଷ୍ଠାନର କର୍ମଚାରୀମାନେ ମଧ୍ୟ ବିଦାୟୀ ଅଧ୍ୟକ୍ଷାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ମୁଖ୍ୟ ଅତିଥି ଶ୍ରୀ ସଦନ ନାୟକ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଭାବବିହ୍ୱଳ ହୋଇ ତାଙ୍କୁ ସ୍ମୃତିଚିହ୍ନ ଭେଟି ଦେଇଥିଲେ। ଅଧ୍ୟାପକ ଶ୍ରୀ ରବି ନାରାୟଣ ପାଣିଗ୍ରାହୀ ମାନପତ୍ର ପାଠ କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଦାମୋଦର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷାଙ୍କ ପ୍ରତି ଶୁଭକାମନା ଜଣାଇବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

More news from ଓଡ଼ିଶା and nearby areas
  • କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଙ୍ଗୋମୁଣ୍ଡା ଗ୍ରାମର ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି ଏବଂ ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଟିଟିଲାଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦିନେଶ ଶର୍ମା ଏବଂ ହେମରାଜ କଟା ସହଯୋଗ କରିଥିଲେ। ଅଶୋକ ନାରାୟଣ ଭୋଇଙ୍କ ମୃତ୍ୟୁ ଅତ୍ୟଧିକ ରକ୍ତଚାପ ଯୋଗୁଁ ଘଟିଥିଲା। ପ୍ରଥମେ ତାଙ୍କୁ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବ ସାମ୍ବାଦିକଙ୍କ ଏହି ଅକାଳ ବିୟୋଗ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସ୍ତବ୍ଧ ହୋଇଯାଇଛି ଏବଂ ସମସ୍ତେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    4
    କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଙ୍ଗୋମୁଣ୍ଡା ଗ୍ରାମର ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି ଏବଂ ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଟିଟିଲାଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦିନେଶ ଶର୍ମା ଏବଂ ହେମରାଜ କଟା ସହଯୋଗ କରିଥିଲେ। ଅଶୋକ ନାରାୟଣ ଭୋଇଙ୍କ ମୃତ୍ୟୁ ଅତ୍ୟଧିକ ରକ୍ତଚାପ ଯୋଗୁଁ ଘଟିଥିଲା। ପ୍ରଥମେ ତାଙ୍କୁ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁବ ସାମ୍ବାଦିକଙ୍କ ଏହି ଅକାଳ ବିୟୋଗ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସ୍ତବ୍ଧ ହୋଇଯାଇଛି ଏବଂ ସମସ୍ତେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍‌ ଗଠନ କରାଯାଇଥିଲା। ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍‌ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍‌ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
    2
    କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍‌ ଗଠନ କରାଯାଇଥିଲା।

ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍‌ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍‌ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ମୟୂରଭଞ୍ଜର ବାରିପଦା ସହରରେ ଜଣେ ସାଧାରଣ ଅଟୋ ଡ୍ରାଇଭର ବିନୋଦ ଲୋହାର ନିଜର ନିଃସ୍ୱାର୍ଥପର ସେବା ମାଧ୍ୟମରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଟଙ୍କା ରୋଜଗାର ଓ ପରିବାର ପ୍ରତିପୋଷଣରୁ ଉର୍ଦ୍ଧ୍ୱରେ ଯାଇ ପରୋପକାରକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯାହା ଆଜିର ଅର୍ଥ-କୈନ୍ଦ୍ରିକ ସମାଜରେ ଏକ ବିରଳ ଉଦାହରଣ ଭାବରେ ଉଭା ହୋଇଛି। ସେ 'ଆମେ ସବୁ ଅସହାୟର ସାଥୀ' ଆହ୍ୱାନକୁ ପ୍ରମାଣିତ କରି ସମଗ୍ର ଓଡ଼ିଶା ସେବା ଅଭିଯାନ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବିନୋଦ ଲୋହାର ନିଜ ଅଟୋରୁ ଯାହା ଆୟ କରନ୍ତି, ସେଥିରୁ ପରିବାର ପ୍ରତିପୋଷଣ ପରେ ବଳକା ଅର୍ଥକୁ ଦୁଃଖୀ ଓ ରଙ୍କି ମାନଙ୍କ ସେବାରେ ଲଗାଇ ଦିଅନ୍ତି। ପ୍ରତ୍ୟେକ ଦିନ ମଙ୍ଗଳବାର, ୨୩/୦୬/୨୦୨୬ ରେ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ନିଜ ଅଟୋରେ ଗରିବ ଜନତାଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ସେବା ଯୋଗାଇଥାନ୍ତି। ବାରିପଦା ବସ୍ ଷ୍ଟାଣ୍ଡରୁ ଡାକ୍ତରଖାନା ଏବଂ ଡାକ୍ତରଖାନାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କୁ ବିନା ମୂଲ୍ୟରେ ପରିବହନ କରିଥାନ୍ତି। ସେ ଗରିବ ଲୋକଙ୍କ ପାଇଁ ଅଟୋକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି। ଯାତ୍ରୀମାନଙ୍କୁ ଜଳଦାନ କରିବା ସହିତ ଧଳା ଗାମୁଛା ପ୍ରଦାନ କରି ଅଂଶୁଘାତ ପ୍ରତି ସଚେତନ କରାଇଥାନ୍ତି। ଏତଦ୍ ବ୍ୟତୀତ, ସେ ଜଣେ ନିୟମିତ ରକ୍ତଦାତା, ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇଥାନ୍ତି ଏବଂ ଦିବ୍ୟାଙ୍ଗମାନଙ୍କୁ ୨୪ ଘଣ୍ଟା ମାଗଣା ସେବା ଯୋଗାଇଥାନ୍ତି। ଏହି ମହତ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗ କରନ୍ତି। ବିନୋଦ ଲୋହାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏବଂ ସମଗ୍ର ଓଡ଼ିଶାର ସ୍ବେଛାସେବୀ ଓ ସ୍ବେଛାସେବୀ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
    1
    ମୟୂରଭଞ୍ଜର ବାରିପଦା ସହରରେ ଜଣେ ସାଧାରଣ ଅଟୋ ଡ୍ରାଇଭର ବିନୋଦ ଲୋହାର ନିଜର ନିଃସ୍ୱାର୍ଥପର ସେବା ମାଧ୍ୟମରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଟଙ୍କା ରୋଜଗାର ଓ ପରିବାର ପ୍ରତିପୋଷଣରୁ ଉର୍ଦ୍ଧ୍ୱରେ ଯାଇ ପରୋପକାରକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯାହା ଆଜିର ଅର୍ଥ-କୈନ୍ଦ୍ରିକ ସମାଜରେ ଏକ ବିରଳ ଉଦାହରଣ ଭାବରେ ଉଭା ହୋଇଛି। ସେ 'ଆମେ ସବୁ ଅସହାୟର ସାଥୀ' ଆହ୍ୱାନକୁ ପ୍ରମାଣିତ କରି ସମଗ୍ର ଓଡ଼ିଶା ସେବା ଅଭିଯାନ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ବିନୋଦ ଲୋହାର ନିଜ ଅଟୋରୁ ଯାହା ଆୟ କରନ୍ତି, ସେଥିରୁ ପରିବାର ପ୍ରତିପୋଷଣ ପରେ ବଳକା ଅର୍ଥକୁ ଦୁଃଖୀ ଓ ରଙ୍କି ମାନଙ୍କ ସେବାରେ ଲଗାଇ ଦିଅନ୍ତି। ପ୍ରତ୍ୟେକ ଦିନ ମଙ୍ଗଳବାର, ୨୩/୦୬/୨୦୨୬ ରେ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ନିଜ ଅଟୋରେ ଗରିବ ଜନତାଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ସେବା ଯୋଗାଇଥାନ୍ତି। ବାରିପଦା ବସ୍ ଷ୍ଟାଣ୍ଡରୁ ଡାକ୍ତରଖାନା ଏବଂ ଡାକ୍ତରଖାନାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କୁ ବିନା ମୂଲ୍ୟରେ ପରିବହନ କରିଥାନ୍ତି। ସେ ଗରିବ ଲୋକଙ୍କ ପାଇଁ ଅଟୋକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି। ଯାତ୍ରୀମାନଙ୍କୁ ଜଳଦାନ କରିବା ସହିତ ଧଳା ଗାମୁଛା ପ୍ରଦାନ କରି ଅଂଶୁଘାତ ପ୍ରତି ସଚେତନ କରାଇଥାନ୍ତି। ଏତଦ୍ ବ୍ୟତୀତ, ସେ ଜଣେ ନିୟମିତ ରକ୍ତଦାତା, ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇଥାନ୍ତି ଏବଂ ଦିବ୍ୟାଙ୍ଗମାନଙ୍କୁ ୨୪ ଘଣ୍ଟା ମାଗଣା ସେବା ଯୋଗାଇଥାନ୍ତି। ଏହି ମହତ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗ କରନ୍ତି।

ବିନୋଦ ଲୋହାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏବଂ ସମଗ୍ର ଓଡ଼ିଶାର ସ୍ବେଛାସେବୀ ଓ ସ୍ବେଛାସେବୀ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    20 min ago
  • ସିମନାବାଡ଼ି ପଞ୍ଚାୟତ ମିଶନ ପକ୍ଷରୁ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
    4
    ସିମନାବାଡ଼ି ପଞ୍ଚାୟତ ମିଶନ ପକ୍ଷରୁ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
    user_Alphans
    Alphans
    Farmer ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    4 hrs ago
  • ଡ଼ମ୍ବଗୁଡା ପଞ୍ଚାୟତରେ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ଅଧୀନରେ ୨୫ ଜଣ ହିତାଧିକାରୀଙ୍କୁ ଖାଦ୍ୟ କାର୍ଡ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ କଲବା ମଲ୍ଲିକ, ପିଇଓ ଶଙ୍କର ବଇନା, ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
    1
    ଡ଼ମ୍ବଗୁଡା ପଞ୍ଚାୟତରେ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ଅଧୀନରେ ୨୫ ଜଣ ହିତାଧିକାରୀଙ୍କୁ ଖାଦ୍ୟ କାର୍ଡ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ କଲବା ମଲ୍ଲିକ, ପିଇଓ ଶଙ୍କର ବଇନା, ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    9 hrs ago
  • ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ (ୟୁପିଏମଏସ)ର ନବଗଠିତ ପ୍ରାନ୍ତୀୟ କାର୍ଯ୍ୟକାରିଣୀ (୨୦୨୬-୨୮)ର ପ୍ରଥମ ପ୍ରାନ୍ତୀୟ ବୈଠକ ରବିବାର ଦିନ ଜୁନାଗଡ଼ସ୍ଥିତ ଶ୍ରୀ ଅଗ୍ରସେନ ଭବନରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ବୈଠକରେ ଓଡ଼ିଶାର ୭୧ଟି ଶାଖାରୁ ପ୍ରାୟ ୩୦୦ ଜଣ ପ୍ରତିନିଧି ଯୋଗଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟଯୋଜନା, ସେବା ପ୍ରକଳ୍ପ ଏବଂ ସାମାଜିକ ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର କୁଳପତି ଡ. ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାନ୍ତୀୟ ସଭାପତି ଡ. ସୁଭାଷ ଚନ୍ଦ୍ର ଅଗ୍ରୱାଲ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ପ୍ରାନ୍ତୀୟ ମହାମନ୍ତ୍ରୀ କିଶନ ଲାଲ ଅଗ୍ରୱାଲ, ପୂର୍ବତନ ପ୍ରାନ୍ତୀୟ ସଭାପତି ଦିନେଶ କୁମାର ଅଗ୍ରୱାଲ ଓ ଡ. ଗୋବିନ୍ଦ ଅଗ୍ରୱାଲ, ଉପସଭାପତି ଦୀପକ ଗୁପ୍ତା, ପ୍ରାନ୍ତୀୟ କୋଷାଧ୍ୟକ୍ଷ ସିଏ ନରେନ୍ଦ୍ର ଜୈନ, ବରିଷ୍ଠ ସଦସ୍ୟ ରମେଶ ଜୈନ ଏବଂ ଜୁନାଗଡ଼ ଶାଖା ସଭାପତି ରାଜେଶ ଅଗ୍ରୱାଲ ମଞ୍ଚାସୀନ ଥିଲେ। ବୈଠକରେ ସଦସ୍ୟତା ବୃଦ୍ଧି ଅଭିଯାନ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା, ଯୁବ ସଶକ୍ତିକରଣ ଏବଂ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ପ୍ରାନ୍ତୀୟ କୋଷାଧ୍ୟକ୍ଷ ସିଏ ନରେନ୍ଦ୍ର ଜୈନ ସଂଗଠନର ଆୟ-ବ୍ୟୟ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସଦସ୍ୟତା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଶାଖା ଓ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ଓପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାନ୍ତୀୟ ସଭାପତି ଡ. ସୁଭାଷ ଚନ୍ଦ୍ର ଅଗ୍ରୱାଲ ଘୋଷଣା କରିଥିଲେ ଯେ, ସମ୍ମିଳନୀ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା ଓ ଯୁବ ବିକାଶ କ୍ଷେତ୍ରରେ ନୂତନ ପ୍ରକଳ୍ପ ଆରମ୍ଭ କରିବ। ପୂର୍ବତନ ସଭାପତି ଦିନେଶ କୁମାର ଅଗ୍ରୱାଲ ମାତୃଶକ୍ତି ଓ ଯୁବବର୍ଗଙ୍କ ସକ୍ରିୟ ଭାଗିଦାରୀକୁ ସଂଗଠନର ମୁଖ୍ୟ ଶକ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରାନ୍ତୀୟ ବୈଠକରେ ବଲାଙ୍ଗିର ଶାଖାକୁ ତାହାର ଉତ୍କୃଷ୍ଟ ସାମାଜିକ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ବୈଠକରେ ବଲାଙ୍ଗିର ଶାଖାର ସଭାପତି ସୁଶୀଲ ଅଗ୍ରୱାଲ, ସମ୍ପାଦକ କନ୍ହେୟା ଲାଲ ଅଗ୍ରୱାଲ, ପ୍ରାନ୍ତୀୟ ଉପସଭାପତି (ମୁଖ୍ୟାଳୟ) ସଞ୍ଜୟ ଅଗ୍ରୱାଲ (ଅନ୍ନୁ), ପ୍ରାନ୍ତୀୟ ମିଡିଆ ପ୍ରଭାରୀ ସାମ୍ବାଦିକ ପବନ ଅଗ୍ରୱାଲ, ପ୍ରାନ୍ତୀୟ ସମାଜ ସୁଧାର ସଂଯୋଜକ ମୋହନ ଅଗ୍ରୱାଲ, ରାଜନୈତିକ ଚେୟାରମ୍ୟାନ ବିଷ୍ଣୁ ପ୍ରସାଦ କେଡିଆ ଏବଂ ସାମ୍ବାଦିକ ମନୋଜ ଜୈନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
    1
    ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ (ୟୁପିଏମଏସ)ର ନବଗଠିତ ପ୍ରାନ୍ତୀୟ କାର୍ଯ୍ୟକାରିଣୀ (୨୦୨୬-୨୮)ର ପ୍ରଥମ ପ୍ରାନ୍ତୀୟ ବୈଠକ ରବିବାର ଦିନ ଜୁନାଗଡ଼ସ୍ଥିତ ଶ୍ରୀ ଅଗ୍ରସେନ ଭବନରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ବୈଠକରେ ଓଡ଼ିଶାର ୭୧ଟି ଶାଖାରୁ ପ୍ରାୟ ୩୦୦ ଜଣ ପ୍ରତିନିଧି ଯୋଗଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟଯୋଜନା, ସେବା ପ୍ରକଳ୍ପ ଏବଂ ସାମାଜିକ ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର କୁଳପତି ଡ. ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାନ୍ତୀୟ ସଭାପତି ଡ. ସୁଭାଷ ଚନ୍ଦ୍ର ଅଗ୍ରୱାଲ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ପ୍ରାନ୍ତୀୟ ମହାମନ୍ତ୍ରୀ କିଶନ ଲାଲ ଅଗ୍ରୱାଲ, ପୂର୍ବତନ ପ୍ରାନ୍ତୀୟ ସଭାପତି ଦିନେଶ କୁମାର ଅଗ୍ରୱାଲ ଓ ଡ. ଗୋବିନ୍ଦ ଅଗ୍ରୱାଲ, ଉପସଭାପତି ଦୀପକ ଗୁପ୍ତା, ପ୍ରାନ୍ତୀୟ କୋଷାଧ୍ୟକ୍ଷ ସିଏ ନରେନ୍ଦ୍ର ଜୈନ, ବରିଷ୍ଠ ସଦସ୍ୟ ରମେଶ ଜୈନ ଏବଂ ଜୁନାଗଡ଼ ଶାଖା ସଭାପତି ରାଜେଶ ଅଗ୍ରୱାଲ ମଞ୍ଚାସୀନ ଥିଲେ।

ବୈଠକରେ ସଦସ୍ୟତା ବୃଦ୍ଧି ଅଭିଯାନ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା, ଯୁବ ସଶକ୍ତିକରଣ ଏବଂ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ପ୍ରାନ୍ତୀୟ କୋଷାଧ୍ୟକ୍ଷ ସିଏ ନରେନ୍ଦ୍ର ଜୈନ ସଂଗଠନର ଆୟ-ବ୍ୟୟ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସଦସ୍ୟତା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଶାଖା ଓ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ଓପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାନ୍ତୀୟ ସଭାପତି ଡ. ସୁଭାଷ ଚନ୍ଦ୍ର ଅଗ୍ରୱାଲ ଘୋଷଣା କରିଥିଲେ ଯେ, ସମ୍ମିଳନୀ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା ଓ ଯୁବ ବିକାଶ କ୍ଷେତ୍ରରେ ନୂତନ ପ୍ରକଳ୍ପ ଆରମ୍ଭ କରିବ। ପୂର୍ବତନ ସଭାପତି ଦିନେଶ କୁମାର ଅଗ୍ରୱାଲ ମାତୃଶକ୍ତି ଓ ଯୁବବର୍ଗଙ୍କ ସକ୍ରିୟ ଭାଗିଦାରୀକୁ ସଂଗଠନର ମୁଖ୍ୟ ଶକ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରାନ୍ତୀୟ ବୈଠକରେ ବଲାଙ୍ଗିର ଶାଖାକୁ ତାହାର ଉତ୍କୃଷ୍ଟ ସାମାଜିକ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ବୈଠକରେ ବଲାଙ୍ଗିର ଶାଖାର ସଭାପତି ସୁଶୀଲ ଅଗ୍ରୱାଲ, ସମ୍ପାଦକ କନ୍ହେୟା ଲାଲ ଅଗ୍ରୱାଲ, ପ୍ରାନ୍ତୀୟ ଉପସଭାପତି (ମୁଖ୍ୟାଳୟ) ସଞ୍ଜୟ ଅଗ୍ରୱାଲ (ଅନ୍ନୁ), ପ୍ରାନ୍ତୀୟ ମିଡିଆ ପ୍ରଭାରୀ ସାମ୍ବାଦିକ ପବନ ଅଗ୍ରୱାଲ, ପ୍ରାନ୍ତୀୟ ସମାଜ ସୁଧାର ସଂଯୋଜକ ମୋହନ ଅଗ୍ରୱାଲ, ରାଜନୈତିକ ଚେୟାରମ୍ୟାନ ବିଷ୍ଣୁ ପ୍ରସାଦ କେଡିଆ ଏବଂ ସାମ୍ବାଦିକ ମନୋଜ ଜୈନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    39 min ago
  • ଗୋଆରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏହି ଶ୍ରମିକ ଜଣକ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ବାସିନ୍ଦା। ମୃତଦେହକୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ପରିବାରର ଏହି ନିବେଦନ ପରେ ବ୍ରହ୍ମପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।
    1
    ଗୋଆରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏହି ଶ୍ରମିକ ଜଣକ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ବାସିନ୍ଦା। ମୃତଦେହକୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ପରିବାରର ଏହି ନିବେଦନ ପରେ ବ୍ରହ୍ମପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    14 hrs ago
  • ଓଡ଼ିଶାର କଣ୍ଟାମାଳ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି କାରଣରୁ ବର୍ତ୍ତମାନ ଏଠାରେ ଚୋରି ଏବଂ ଡକାୟତି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି।
    2
    ଓଡ଼ିଶାର କଣ୍ଟାମାଳ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି କାରଣରୁ ବର୍ତ୍ତମାନ ଏଠାରେ ଚୋରି ଏବଂ ଡକାୟତି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.