Shuru
Apke Nagar Ki App…
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ “ବିକାଶର ଧାରା, ଓଡ଼ିଶା ସାରା” ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଧାରଣ ସଭା ସହ ଆଦିବାସୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ହାଁସଦା, ବିଜେପି ଜିଲ୍ଳା ସଭାପତି ବେଣୁଧର ଦାଶ ଏବଂ ଏମ୍. ପି ନମିନି ନଳିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
Pitambar Sahu
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ “ବିକାଶର ଧାରା, ଓଡ଼ିଶା ସାରା” ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଧାରଣ ସଭା ସହ ଆଦିବାସୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ହାଁସଦା, ବିଜେପି ଜିଲ୍ଳା ସଭାପତି ବେଣୁଧର ଦାଶ ଏବଂ ଏମ୍. ପି ନମିନି ନଳିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
More news from ଓଡ଼ିଶା and nearby areas
- କଣ୍ଟାମାଳ ପୋଲିସ ଦୁଇ ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହିତ ୪ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ମାଫିଆମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଣ୍ଟାମାଳ ଥାନା ପକ୍ଷରୁ ସୂଚନା ମିଳିଛି।1
- ଯୋଗୀ ଆଦିତ୍ୟନାଥ ଆଜି ଲକ୍ଷ୍ନୌର ଅଲିଗଞ୍ଜରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ଘଟଣାସ୍ଥଳରେ ପହଞ୍ଚି ତାହାର ନିରୀକ୍ଷଣ କରିଥିଲେ। ସେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ବନ୍ଧରେ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ମୃତକଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।1
- କୋଲକାତାର କବି ଶ୍ରୀ ଶମ୍ଭୁନାଥ ଦାସଙ୍କ ରଚିତ 'ବରଷା ଗୋ' ତୁମେ' ଶୀର୍ଷକ କବିତାଟି ବର୍ଷାର ବିଭିନ୍ନ ରୂପ ଏବଂ ପ୍ରକୃତି ଉପରେ ଏହାର ପ୍ରଭାବକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛି। କବି ବର୍ଷାକୁ ଆଦ୍ୟ ଆଷାଢ଼ର ଭୁରୁଭୁରୁ ମାଟି ଗନ୍ଧ, ବସୁମତୀକୁ ସ୍ନାନ କରାଇ ମହକାଇ ଦେଉଥିବା ମକରନ୍ଦ ସହିତ ତୁଳନା କରିଛନ୍ତି। ସେ ବର୍ଷାକୁ ଆଷାଢ଼ର ଗୁଲୁଗୁଲିଆ ଓ ଚପଳ ଶିଶୁ ଭାବରେ ଦେଖିଛନ୍ତି, ଯାହାର ପାଦର ନୂପୁର ଧରଣୀ ବକ୍ଷରେ ରୁଣୁଝୁଣୁ ହୁଏ। ବର୍ଷା ମାଟିର ଚନ୍ଦନ ଏବଂ ଟୁପୁରୁଟାପର ସ୍ୱର ହୋଇଥିବା ବେଳେ, ଏହା ସାଧବବୋହୂର ଅଳତା ରଙ୍ଗରେ ଏକ ଲାବଣ୍ୟବତୀ ଶରୀର ଭଳି ପ୍ରତୀୟମାନ ହୁଏ। କବିତାଟି ବର୍ଷାକୁ ଉଛୁଳା ଯୌବନରେ ଏକ ସୁନ୍ଦରୀ ଶାଢ଼ୀ ସହିତ ତୁଳନା କରିଛି, ଯାହାର ମାତାଲ ଆଖିରେ ଚାହିଁଦେଲେ ନଈରେ ପଦ୍ମ ଫୁଟେ। ଏହା ନୀଳ ଆକାଶରେ ଇନ୍ଦ୍ରଧନୁରେ ଶୋଭିତ ହୁଏ ଏବଂ ଏହାର ଖିଲିଖିଲି ହସ ମହୁରୀ ବାଦନ ତଥା ବେଙ୍ଗ-ବେଙ୍ଗୁଲୀ ସଂଗୀତ ସଦୃଶ। କଳା ବାଦଲରେ ବିଜୁଳି କନ୍ୟାର ବାରୁଦ ଭଳି ଏହାର ଝଲକ, ଝଟକ ଏବଂ ଚକିତ ଚଡ଼କ ତାଳଗଛର ବକ୍ଷ ଭେଦ କରେ। ବାଦଲ ଉହାଡ଼ର ଗର୍ଜନରେ ମୟୂର-ମୟୂରୀ ନୃତ୍ୟାଭିନୟରେ ପରସ୍ପରକୁ ଆଲିଙ୍ଗନ କରନ୍ତି। ମେଘସବାରୀରେ ବର୍ଷାକୁ ରଜନୀ ରୋଶଣି ଶଙ୍ଖ ଏବଂ ରଜନୀଗନ୍ଧାର ସୁବାସ ମହକରେ ପ୍ରେମ-ପଲଙ୍କ ଫୁଲାଇ ଦେଉଥିବା ଭାବରେ ବର୍ଣ୍ଣନା କରାଯାଇଛି। ବର୍ଷାକୁ ପ୍ରୀତି ନିର୍ଝରିଣୀ ଓ ଧରଣୀ ଗାତ୍ରରେ ଅମୃତ ରୂପେ ଦର୍ଶାଯାଇଛି, ଯାହାର ମାଧୁର୍ଯ୍ୟ-ରୂପ ସବୁଜ ବନାନୀ ଏବଂ ଫଳ-ପୁଷ୍ପରେ ଝଙ୍କୃତ ହୁଏ। ଏହା ଶ୍ରାବଣ ସୁନ୍ଦରୀ ଯିଏ ଗଛ-ପତ୍ରକୁ ଛନଛନ କରିଦିଏ, ନଈବଢ଼ି ଦୃଶ୍ୟରେ ଧରାକୁ ଜଳମଗ୍ନ କରି ବିଚିତ୍ର ଜଳକ୍ରୀଡ଼ା ସୃଷ୍ଟି କରେ। ଭାଦ୍ରବରେ ଏହାର ସଙ୍ଗମ ବିଭଙ୍ଗେ ଭାବ ଉଦାସ ହୁଏ ଏବଂ ଅଶିଣ ହରିଣୀର କସ୍ତୁରୀ ବାସ ପାର୍ବଣ ପରି ବୈରାଗିଣୀ ପ୍ରାଣରେ ସହାସ୍ୟ ବଦନେ ସାଗରରେ ଶୁଦ୍ଧ ନିର୍ବାଣ ସୃଷ୍ଟି କରେ। କବି ଶମ୍ଭୁନାଥ ଦାସ ଚତୁର୍ମାସୀ ପର୍ବକୁ ଅଜାଡ଼ ପ୍ରେମ-ପୀୟୂଷ ଭାବରେ ଦେଖି ବର୍ଷାର ରୂପ-ଗୁଣଗ୍ରାମକୁ ବର୍ଣ୍ଣନା କରିବା ଅସାଧ୍ୟ ବୋଲି ଉଲ୍ଲେଖ କରିଛନ୍ତି। ସେ (ମୁଖ୍ୟ ସମ୍ପାଦକ: ଅଭିଯାନ) କୋଲକାତାର ଜଣେ ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକାର ପ୍ରକାଶକ ବୋଲି ମଧ୍ୟ ସୂଚନା ଦିଆଯାଇଛି।1
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ କଦଳିପାଲିସ୍ଥିତ ଦେବଦେବ ମହାଦେବ ମନ୍ଦିର ସମ୍ମୁଖରେ ଥିବା ମହାତ୍ତମ୍ କଂପ୍ଲେକ୍ସରେ ଏକ ନୂଆ ସ୍କୁଟି ଶୋରୁମ୍ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଏହାକୁ ବିଜେପିର କୁମ୍ଭାରୀ ମଣ୍ଡଳ ସଭାପତି ପ୍ରଦୀପ ପଧାନ ଏବଂ ଆଗଲପୁର ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ନାଲିଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି। ଏହି ନୂଆ ଶୋରୁମ୍ ଖୋଲିବା ପରେ ସ୍କୁଟି କିଣିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି।1
- ସମ୍ବଲପୁର ଜିଲ୍ଲାର ବଡରମା ବନଖଣ୍ଡ ଅଧୀନସ୍ଥ ଚିରୁଗୁଣୀ ଖୋଲ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ୫୨ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ମୃତ ମହିଳା ହେଉଛନ୍ତି ହମାଲବତୀ ସିଂ। ସେ ତାଙ୍କ ସ୍ୱାମୀ ନରେନ୍ଦ୍ର ସିଂଙ୍କ ସହିତ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ହାତୀ ଆକ୍ରମଣ ସମୟରେ ନରେନ୍ଦ୍ର ସିଂ ନିଜକୁ ରକ୍ଷା କରିପାରିଥିଲେ, କିନ୍ତୁ ତାଙ୍କ ସ୍ତ୍ରୀ ହମାଲବତୀ ସିଂ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରି ମାଡ଼ି ଦେଇଥିଲା, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବଡରମା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହମାଲବତୀ ସିଂଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାପରେ ଜମନକିରା ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଛି।1
- 🌹🌹🌹🌹🌹🌹🌹🌹🌹🌹1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଚଳିତ ବର୍ଷ ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ମୌସୁମୀ ବର୍ଷା କିମ୍ବା ଲଘୁଚାପଜନିତ ବର୍ଷା ହୋଇନାହିଁ। ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ ବର୍ଷା ଆରମ୍ଭ ହେବା ସହ ଚାଷୀମାନେ ଧାନ ବୁଣା ଓ ତଳି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ମାତ୍ର ବର୍ଷାର ଅଭାବ ଯୋଗୁଁ ଚାଷକାର୍ଯ୍ୟ ଗୁରୁତର ଭାବେ ବିଳମ୍ବିତ ହୋଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ମରୁଡ଼ି ଆଶଙ୍କା ବଢ଼ିଛି। ବୀରମହାରାଜପୁର ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ମୁଖ୍ୟତଃ ଲଘୁଚାପ ଓ ମୌସୁମୀ ବର୍ଷାକୁ ଭରସା କରି ଚାଷ କରିଥାନ୍ତି। ହରିହର ଯୋର ଉପରେ ନିର୍ମିତ ଠେଙ୍ଗୋ ଡ୍ୟାମ ମଧ୍ୟମ ଜଳସେଚନ ପ୍ରକଳ୍ପର ସୁବିଧା ମଧ୍ୟ ତହସିଲର ଅତି କମ୍ ଅଞ୍ଚଳକୁ ମିଳୁଛି। ବର୍ଷା ଅଭାବରୁ ଅଧିକାଂଶ ଜମିରେ ଏପର୍ଯ୍ୟନ୍ତ ହଳ ହୋଇପାରି ନାହିଁ ଏବଂ ଧାନ ତଳି ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଚାଷ ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ଅତିକ୍ରମ ହେଉଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଚଳିତ ବର୍ଷ ଏଲ୍-ନିନୋ ପ୍ରଭାବ ଯୋଗୁଁ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଜୁନ୍ ମାସରେ ସାଧାରଣତଃ ୧୫୦-୨୦୦ ମିଲିମିଟର ବର୍ଷା ହେବା କଥା, ଯାହା ଖରିଫ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି ଦୃଷ୍ଟିରୁ ୫୦-୭୫ ମିଲିମିଟର ବର୍ଷା ହେଲେ ଜମି ପ୍ରସ୍ତୁତି ଆରମ୍ଭ ହୋଇପାରେ ଏବଂ ୧୫୦ ମିଲିମିଟରରୁ ଅଧିକ ବର୍ଷା ଧାନ ବୁଣା ଓ ତଳି ପ୍ରସ୍ତୁତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍ ମାସରେ ଆଜି ପର୍ଯ୍ୟନ୍ତ କେବଳ ତିନି ଦିନ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୀରମହାରାଜପୁର ବ୍ଲକରେ ଗତ ଜୁନ୍ ୧୦ ତାରିଖରେ ୧୭ ମିଲିମିଟର, ୧୭ ତାରିଖରେ ୪୭ ମିଲିମିଟର ଏବଂ ୧୮ ତାରିଖରେ ୧୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି, ଯାହାର ସମୁଦାୟ ପରିମାଣ ୭୬ ମିଲିମିଟର। ଏପରି ସ୍ଥିତିରେ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ଦେଖାଦେବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ କହିଛନ୍ତି ଯେ ବର୍ଷା ନ ହେବା ଯୋଗୁଁ ଚାଷ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ସେହିପରି ପିତାମହୁଲ ଗ୍ରାମର ଯୁବ ଚାଷୀ ଦିବ୍ୟ ଲୋଚନ ଗଡୁଆ ମଧ୍ୟ ଚଳିତ ବର୍ଷର ବର୍ଷାକୁ ଦେଖି ମରୁଡ଼ି ଆଶଙ୍କା କରିଛନ୍ତି। ଏଭଳି ପରିସ୍ଥିତିରେ, ଚଳିତ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିକଳ୍ପ ଫସଲ, ବିଳମ୍ବିତ ଚାଷ ପଦ୍ଧତି ଏବଂ ଜଳ ସଂରକ୍ଷଣ ସମ୍ପର୍କିତ ବିଶେଷ ପରାମର୍ଶ ପ୍ରଦାନ କରିବାକୁ ଦାବି ହେଉଛି। ଏଥିସହ ଆବଶ୍ୟକ ପଡ଼ିଲେ ସରକାର ପକ୍ଷରୁ ମରୁଡ଼ି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ଚାଷୀମାନେ ଦାବି କରିଛନ୍ତି।1
- ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ ବ୍ୟବସାୟିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି, ଯେଉଁଠାରେ ଏକ କୋଚିଂ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଥିଲା। ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକରେ ଲୋକମାନେ ଧୂଆଁ ଏବଂ ନିଆଁରୁ ରକ୍ଷା ପାଇବା ପାଇଁ କୋଠାରୁ ବାହାରିବାକୁ ଚେଷ୍ଟା କରୁଥିବା ଏବଂ କିଛି ଲୋକ କେବୁଲ୍/ତାର ସାହାଯ୍ୟରେ ତଳକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ବିପଦପୂର୍ଣ୍ଣ ଉଦ୍ଧାର ଅଭିଯାନ ସମୟରେ ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ, ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଏବଂ କେତେକ ଆହତ ହୋଇଥିବା ନିଶ୍ଚିତ ହୋଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।1
- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୨ ଜୁନ ୨୦୨୬ ରେ ଲୋକସେବା ଭବନ, କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬ (SLNCC) ରେ ଯୋଗ ଦେଇଥିଲେ।1