ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ପ୍ରଥମ କେନଝିରିଆପାଲି ପ୍ରିମିଅର ଲିଗ୍ କ୍ରିକେଟର ଶନିବାର ଥିଲା ପଞ୍ଚମ ଦିବସ। ଏହି ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ସକାଳୁ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଇଲେଭେନ ଷ୍ଟାର ଓ ପଞ୍ଚାୟତ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇଲେଭେନ ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲା। ଜବାବରେ ପଞ୍ଚାୟତ ଟାଇଗର ୭.୧ ଓଭରରେ ୪ ଉଇକେଟ ହରାଇ ୧୦୩ ରନ୍ କରି ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ପାଇଁ ପଞ୍ଚାୟତ ଟାଇଗର ଦଳର ସୁରୁବାବୁ କୁଦେଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ ୟଙ୍ଗ ଷ୍ଟାର ଏକାଦଶ ଓ ଷ୍ଟାର ଇଲେଭେନ ମଧ୍ୟରେ ଖେଳାଯାଇଥିଲା। ୟଙ୍ଗଷ୍ଟାର ଏକାଦଶ ପ୍ରଥମେ ବ୍ୟାଟିଂ କରି ୮.୫ ଓଭରରେ ୯ ଉଇକେଟ ହରାଇ ୮୮ ରନ୍ କରିଥିଲା। ଏହାର ପ୍ରତ୍ୟୁତ୍ତରରେ ଷ୍ଟାର ଇଲେଭେନ କୌଣସି ଉଇକେଟ ନ ହରାଇ ୭.୧ ଓଭରରେ ଆବଶ୍ୟକୀୟ ୮୯ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍ରେ ଷ୍ଟାର ଇଲେଭେନ ଦଳର ଜ୍ୟୋତିଲାଲ ବାଘ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ମ୍ୟାଚ୍ ଗୁଡିକରେ ସିଦ୍ଧାନ୍ତ ନାଏକ ଓ ହରିହର ବାଘ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିଲେ। ଭକ୍ତରାମ ଆଡଜୁଆଳି ସ୍କୋରିଂ କରିଥିବା ବେଳେ ଆଲୋକ ପଧାନ ଅନ୍ଲାଇନ୍ ସ୍କୋରିଂ ଦାୟିତ୍ୱରେ ଥିଲେ।

- ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା, ନକଲି, ସ୍ଥାନାନ୍ତରିତ ଏବଂ ଅଯୋଗ୍ୟ ନାମଗୁଡ଼ିକୁ ଅପସାରଣ କରିବା, ମତଦାତାଙ୍କ ତଥ୍ୟରେ ଆବଶ୍ୟକ ସଂଶୋଧନ ଓ ଅଦ୍ୟତନ କରିବା ଏବଂ ଏକ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କ ସହଯୋଗ ଓ ସମର୍ଥନ ଲୋଡ଼ିଛି। ନାଗରିକମାନଙ୍କୁ BLO ମାନଙ୍କ ସହ ସକ୍ରିୟ ଭାବେ ସହଯୋଗ କରି ଘରେ ଘରେ ଯାଞ୍ଚ କାର୍ଯ୍ୟ କରୁଥିବା BLO ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସାଧାରଣ ଜନତାଙ୍କ ସୁବିଧା ପାଇଁ କଲେକ୍ଟର କାର୍ଯ୍ୟାଳୟ ଏବଂ ସମସ୍ତ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ହେଲ୍ପଡେସ୍କ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ, ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରାଯାଇପାରିବ। ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୨ଟି ବିଧାନସଭା ମଣ୍ଡଳୀ ରହିଛି, ଯଥା — ସୋନପୁର ଓ ବୀରମହାରାଜପୁର। ଜିଲ୍ଲାରେ ମୋଟ ୫୮୬ଟି ବୁଥ୍ ପାଇଁ ପ୍ରତ୍ୟେକ ବୁଥ୍ ପାଇଁ ଜଣେ BLO ନିଯୁକ୍ତ ଅଛନ୍ତି ଏବଂ ପ୍ରତ୍ୟେକ ୧୦ଟି ବୁଥ୍ ପାଇଁ ଜଣେ BLO ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବୁଥ୍ ପାଇଁ ସ୍ୱେଚ୍ଛାସେବୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହା ସହିତ, ରାଜନୈତିକ ଦଳମାନଙ୍କ ପକ୍ଷରୁ Booth Level Agent (BLA) ମାନେ ମଧ୍ୟ ନିଯୁକ୍ତ ହୋଇ ସମଗ୍ର ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଂଶଗ୍ରହଣମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତିବଦ୍ଧ।1
- ଜମନକିରା ବ୍ଲକ ଅଧୀନସ୍ଥ ଫାଶିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ସି. ସର୍ବନନ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଲୋକଙ୍କ ପକ୍ଷରୁ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଡାକ୍ତର ଅଭାବ ଦୂର କରିବା ଏବଂ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କୁ ଫେରସ୍ତ ଆଣିବା ନେଇ ଆଲୋଚନା ହୋଇଥିଲା। ଏଥିସହ, ଏକ୍ସ-ରେ ମେସିନ ପାଇଁ ଟେକ୍ନିସିଆନ ନିଯୁକ୍ତି ଦେବା ସହ ଇସିଜି, ଡାଏଲିସିସ ଓ କ୍ୟୁବିସି ପରୀକ୍ଷଣ ଉପକରଣକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଥିଲା। ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତି ତିନି ମାସରେ ଆର୍.କେ.ଏସ୍. (RKS) ବୈଠକ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ରୋଗୀ ସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସନ୍ତା ଦୁଇ ମାସ ମଧ୍ୟରେ ଆବଶ୍ୟକ ଡାକ୍ତର ନିଯୁକ୍ତି କରାଯିବ ବୋଲି ମନ୍ତ୍ରୀ ଓ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ଜମନକିରା ବିଡିଓ ରବୀନ୍ଦ୍ର ସେଠୀ, ତହସିଲଦାର ପ୍ରବୀଣା ବିଲୁଙ୍ଗ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଖାନା ସୁରକ୍ଷା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।1
- ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।1
- ବାମରା ବ୍ଲକ୍ର ସଗରା ପଞ୍ଚାୟତ ଅନ୍ତର୍ଗତ ଖଜୁରୀମୁଣ୍ଡା ପୋଖରୀର ଉନ୍ନତିକରଣ କାର୍ଯ୍ୟରେ ଅମୃତ ସରୋବର ଏବଂ "ଏକ ଗଛ ମାଆ ନାମରେ" ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଅମୃତ ସରୋବର ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ଟଙ୍କାର କାର୍ଯ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଘଟିଛି। ସେହିପରି, ଏହି ପୋଖରୀ ଅଞ୍ଚଳରେ "ଏକ ଗଛ ମାଆ ନାମରେ" ଅଭିଯାନ ଅଧୀନରେ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କାର କାର୍ଯ୍ୟରେ ମଧ୍ୟ ବ୍ୟାପକ ଅବହେଳା ଏବଂ ସମ୍ଭାବ୍ୟ ଘୋଟାଲା ହେବାର ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଜମିସ୍ତରରେ କାର୍ଯ୍ୟର ଗୁଣବତ୍ତା ଏବଂ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖାଯାଉଛି। ଏହି ଅଭିଯୋଗକୁ ନେଇ ବାମରା ବ୍ଲକ୍ ପ୍ରଶାସନର ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ମତରେ, ଯଦି ଅଭିଯୋଗ ଏବଂ ଅନିୟମିତତା ସାମ୍ନାକୁ ଆସୁଛି, ତେବେ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ। ସ୍ଥାନୀୟ ସ୍ତରରେ ସରପଞ୍ଚ, ପିଓ, ଜିଆରଏସ୍, ଜେଇ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଏହି ସମ୍ପୂର୍ଣ୍ଣ ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ଗ୍ରାମୀଣ ବିକାଶ ବିଭାଗ ଏବଂ ରାଜ୍ୟ ସରକାର ଏହି ମାମଲାରେ କୌଣସି ଦୃଢ଼ ପଦକ୍ଷେପ ନେବେ କିମ୍ବା ଅନ୍ୟାନ୍ୟ ଅଭିଯୋଗ ପରି ଏହି ମାମଲା ମଧ୍ୟ ଫାଇଲରେ ରହିଯିବ?1
- ଆଗାମୀ 2026 ବର୍ଷ ପାଇଁ SIR ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ସମସ୍ତ ବୁଥ ଲେଭଲ୍ ଅଫିସର (BLO) ମାନଙ୍କୁ ନିଜ ନିଜର ବୁଥ ଅଞ୍ଚଳରେ ଥିବା ପ୍ରତ୍ୟେକ ଘରକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରି ଆବଶ୍ୟକୀୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।1
- ଦିଲ୍ଲୀର ମେହେରୌଲି ଥାନା ଅଞ୍ଚଳରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଅନେକ ଲୋକ କୋଠା ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି।1