ପୁଲିସକୁ ଦୁର୍ବଳ କରିଦେଇଛି ମୋହନ ସରକାର > ଆଜି ପୁଲିସ କମିସନର କାର୍ଯ୍ୟାଳୟ ଘେରାଉ,ସମୀକ୍ଷା ନୁହେଁ, ଆତ୍ମସମୀକ୍ଷା କରନ୍ତୁ ମୁଖ୍ୟମନ୍ତ୍ରୀ: ଭକ୍ତ ଟିଭିକେ ନେତା ବିଜୟଙ୍କୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେଇ କଂଗ୍ରେସ ଜନାଦେଶକୁ ସମ୍ମାନ ଜଣାଇବା ସହ ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିଛି ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ କଣାସ-ବାଲିଅନ୍ତା-ବାଲିପାଟଣାରେ ତିନିତିନୋଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିବା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମକ୍ଷରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ପରି ଘଟଣା ଘଟିଚାଲିଥିଲେ ମଧ୍ୟ ସରକାରର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଝାଲମୁଢ଼ି ଖାଇ ବଂଗ ବିଜୟ ଉତ୍ସବ ପାଳନ କରିବାରେ ମାତିଛନ୍ତି। ନେଡ଼ିଗୁଡ଼ କହୁଣୀକୁ ବହିଗଲା ପରେ ଆଉ ସମୀକ୍ଷା କଲେ କ’ଣ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି। ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ନିଜ ବିଫଳତାର ଆତ୍ମସମୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି। କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଦାସ କହିଛନ୍ତି, ପ୍ରଥମରୁ ଅରାଜକତାକୁ ରୋକିବା ଦିଗରେ ପଦକ୍ଷେପ ନେଇଥିଲେ ଆଜି ଏପରି ଘଟଣାମାନ ବାରମ୍ବାର ଘଟାଇବାକୁ ଦୁର୍ବୃତ୍ତମାନେ ସାହସ କରନ୍ତେ ନାହିଁ। ଆଇନର ଶାସନକୁ ଲାଗୁ କରି ଜନପ୍ରିୟତା ହାସଲ କରିବା ପାଇଁ ମୋହନ ମାଝୀଙ୍କ ପରି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ସେ ଦଳୀୟ ଭିତ୍ତିରେ ପୁଲିସକୁ ବ୍ୟବହାର କରି ରାଜ୍ୟରେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି। କୌଣସି ଜଘନ୍ୟ କାଣ୍ଡରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ପୁଲିସର ମନୋବଳ ଦୁର୍ବଳ ହୋଇଯାଇଥିବା ସ୍ପଷ୍ଟ ହୋଇଛି। ଏକାଧିକ ଘଟଣାରେ ପୁଲିସକୁ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରୁଥିବା ଆଜିକାଲି ଏକ ନିତିଦିନିଆ ଘଟଣା ହେଲାଣି। ପୂର୍ବରୁ କୌଣସି ସରକାର ପୁଲିସକୁ ଏପରି ଦୁର୍ବଳ କରି ନ ଥିଲେ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ପୁଲିସର ସ୍ଥାଣୁତାକକୁ ନେଇ ସୋମବାର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଲିସ କମିସନରେଟ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଗତାନୁଗତିକ ଭାବେ ବିରୋଧୀ ଦଳକୁ ସମାଲୋଚନା କରିବା ଅଭ୍ୟାସରେ ଏବେ ବି ଆଇନମନ୍ତ୍ରୀ ଥିବା ସ୍ପଷ୍ଟ ହୋଇଛି। ବାଲିଅନ୍ତାରେ ପୁଲିସ କନେଷ୍ଟବଳଙ୍କୁ ଭିଡ଼ହତ୍ୟାରେ ଜଣେ ପୁଲିସଙ୍କ ସଂପୃକ୍ତିର ଫଟୋ ଭାଇରାଲ ହୋଇଥିବା ବେଳେ ସେହି ନିର୍ଦ୍ଦୟ ପୁଲିସଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରିବା ବଦଳରେ ‘ପୁଲିସର ଭୂମିକା ପ୍ରଶଂସନୀୟ’ ପରି ହାସ୍ୟାସ୍ପଦ ବିବୃତ୍ତିଟିଏ ଦେଇ ସେ ଖୋଦ୍ ପୁଲିସ ବିଭାଗର ପ୍ରଭୂତ କ୍ଷତି କରିଛନ୍ତି। ଆହୁରି ମଧ୍ୟ, ଶାସନତନ୍ତ୍ର କିପରି ଭୁଶୁଡ଼ିଛି, ରାଜସ୍ବମନ୍ତ୍ରୀଙ୍କ ‘ରାଜଧର୍ମ ପାଳନ ହେଉ’ ପରାମର୍ଶ ତା’ର ପ୍ରମାଣ ଦେଉଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ‘ଆଇନର ଶାସନ’ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଦଳ ଲକ୍ଷଲକ୍ଷ ଲୋକଙ୍କର ଆନ୍ଦୋଳନ କରି ଲୋକସେବା ଭବନକୁ ଧସେଇ ପଶିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ସାମ୍ବାଦିକଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତିବା ଦିନଠାରୁ ସଂକୀର୍ଣ୍ଣ ମନୋଭାବ ଦେଖାଇବା ଆରମ୍ଭ କଲେଣି। ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ନିଜର ବିଜୟ ପାଇଁ ସେ କେବଳ ହିନ୍ଦୁମାନଙ୍କୁ କୃତଜ୍ଞତା ଜଣାଇବା ଅତ୍ୟନ୍ତ ଲଜ୍ଜାକର। ସେହିପରି ତାମିଲନାଡ଼ୁରେ ବିପୁଳ ଜନସମର୍ଥନ ପାଇଥିବା ଯୁବନେତା ବିଜୟଙ୍କୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେଇ କଂଗ୍ରେସ ଜନାଦେଶ ପ୍ରତି ସମ୍ମାନ ଜଣାଇବା ସହ ନିଜ ସାମ୍ବିଧାନିକ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିଛି। ସଂସଦୀୟ ଗଣତନ୍ତ୍ରରେ ଲୋକସଭା ବା ବିଧାନସଭାରେ କୌଣସି ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନ ପାଇଲେ, ପ୍ରଥମେ ଏକକ ସଂଖ୍ୟାଗରିଷ୍ଠ ଦଳକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେବାର କୁଢ଼କୁଢ଼ ଉଦାହରଣ ପୂର୍ବରୁ ଥିଲେ ମଧ୍ୟ ତାମିଲନାଡ଼ୁ ରାଜ୍ୟପାଳ ଟିଭିକେ ନେତା ବିଜୟଙ୍କୁ କାହିଁକି ୫ ଦିନ ଅଟକାଇ ହଇରାଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

- ଦଳିତ ନେତା କାଳିଆ ଭୋଇଙ୍କର ଏକାଦଶ ପାଳିଲେ ଜୟଦେବ ଦଳିତ ନେତା #Dalitneta #ଦଳିତନେତା #jayadevnews #jayadev1
- ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯, ୨୦୨୬ ରେ ଏକ ଜନତା ଦରବାର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ନିଜର ସମସ୍ୟା ଓ ଅଭିଯୋଗ ସିଧାସଳଖ ସରକାର ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବେ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଏହି ପଦକ୍ଷେପ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ଯୋଗାଇବ।1
- ବାଲିପାଟଣା ଅଠାଣ୍ଟର ଛକରେ ସାଧାରଣ ଜନତା ତଥା ସମସ୍ତ ହିନ୍ଦୁ ସଂଗଠନ ଦ୍ଵାରା ରାସ୍ତା ଅବରୋଧ ମୃତକ ପିଣ୍ଟୁ ଦାଶ ପାଇଁ, ଜୟ ବଜରଙ୍ଗ ଦଳ,ଭୁବନେଶ୍ୱର, ଓଡିଶା,1
- ବୌଦ୍ଧର ବୁଟୁପାଲିସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମରେ ଏକ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଲୋକମାନେ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ସେବା ପାଇବେ। ଏହା ଅଞ୍ଚଳବାସୀଙ୍କୁ ପ୍ରାକୃତିକ ଉପାୟରେ ସୁସ୍ଥ ରହିବାରେ ସାହାଯ୍ୟ କରିବ।1
- କଟକର ମଧୁପାଟଣା ଅଞ୍ଚଳରେ ଶ୍ରମିକମାନେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ବଳୟରେ ୬ ମହଲା ଉପରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କ ଜୀବନ ବାଜିରେ ଲାଗିଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?1
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଭିନେତା ଥାଲାପତି ବିଜୟ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।1
- କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ନିକଟରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।1
- ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯ ତାରିଖରେ ଏକ ସ୍ୱତନ୍ତ୍ର ଜନସମାବେଶ ଆୟୋଜିତ ହେବ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଆୟୋଜନରେ ଜନସାଧାରଣ ନିଜ ଅଭିଯୋଗ ଓ ମତାମତ ସରକାରୀ ତଥା ପ୍ରଶାସନିକ ଅଧିକାରୀଙ୍କୁ ସିଧାସଳଖ ଜଣାଇବେ। ଏହି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସମସ୍ୟା ସମାଧାନ ଦିଗରେ ଏକ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।1