ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନେହୁରା।କଳାହାଣ୍ଡି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ପୁଣି ଜଣେ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟ ପଟେଲ ଦୁଇ ବର୍ଷ ତଳେ ପରିବାର ପୋଷିବା ପାଇଁ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ତମାଖୁ ଫେକ୍ଟ୍ରିରେ ସେ କାମ କରୁଥିଲେ। କିନ୍ତୁ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସେମାନେ ମ୍ରିୟମାଣ। ତେବେ ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନେହୁରା।କଳାହାଣ୍ଡି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ପୁଣି ଜଣେ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟ ପଟେଲ ଦୁଇ ବର୍ଷ ତଳେ ପରିବାର ପୋଷିବା ପାଇଁ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ତମାଖୁ ଫେକ୍ଟ୍ରିରେ ସେ କାମ କରୁଥିଲେ। କିନ୍ତୁ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସେମାନେ ମ୍ରିୟମାଣ। ତେବେ ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
- ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନେହୁରା।କଳାହାଣ୍ଡି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ପୁଣି ଜଣେ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟ ପଟେଲ ଦୁଇ ବର୍ଷ ତଳେ ପରିବାର ପୋଷିବା ପାଇଁ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ତମାଖୁ ଫେକ୍ଟ୍ରିରେ ସେ କାମ କରୁଥିଲେ। କିନ୍ତୁ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସେମାନେ ମ୍ରିୟମାଣ। ତେବେ ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।1
- #🌹🌹🌹🌹🌹🌹🌹🌹🌹🌹1
- ପଞ୍ଚାୟତ ଜାଗା ଚିହ୍ନଟ ପରେ ଜବର ଦଖଲ ଉଚ୍ଛେଦ1
- ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗ୍ରାମର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ଅପରାହ୍ନରେ ନିଜ ଗାଁ କୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା। ହାଇଓ୍ବା ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାସୁଦେବ ଗୁରୁତର ହେଇଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଚିହ୍ନଟ ପାଇଁ ଦାବି କରି ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗି ଥିବା ସି.ସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବା ର ସନ୍ଧାନ କରୁଛନ୍ତି।3
- ଜଙ୍ଗଲ ନିଆଁ ସଚେତନତା ଶିବିର ରେ ସମସ୍ତେ ପ୍ରତିଜ୍ଞା କରିଛନ1
- କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।1
- ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ....1
- ଆଭାଷୀ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କୁ ସଚେତନା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ଗନ୍ତାଘର କରିବା ଦିଗରେ କର୍ତ୍ତବ୍ୟ, ଦାପ୍ତା, ମତ୍ସ୍ୟ ବିଭାଗ ଓ ରିଲଏନ୍ସ ଫାଉଣ୍ଡେସନର ମିଳିତ ପ୍ରୟାସରେ କର୍ତ୍ତବ୍ୟ, ଦାପ୍ତା, ଜିଲ୍ଲା ମତ୍ସ୍ୟ ବିଭାଗ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଭାଷୀ ମାଧ୍ୟମରେ ଚାଷୀଙ୍କୁ ସଚେତନା କରିବା ଭଳି ଏକ ଅଭିନଵ ପ୍ରୟାସ କରାଯାଇଛି। କଳାହାଣ୍ଡି ଜିଲ୍ଲାର 1102 ଜଣ ମତ୍ସ୍ୟ ଚାଷୀ 13 ଟି ବ୍ଲକର 244 ଗ୍ରାମରୁ ଯୋଗଦାନ କରିଥିଲେ। ଯେଉଁଥିରେ 998 ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମତ୍ସ୍ୟ ଚାଷୀ ଓ 4 ଜଣ ପୁରୁଷ ଚାଷୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମତ୍ସ୍ୟ ଉଦ୍ୟୋଗୀ ଭାବେ ଗଢି ତୋଳିବା ଉପରେ ପୋଖରୀ ଚୟନ ଓ ସଫା ସୁତୁରା Ph ଟେଷ୍ଟ, ପ୍ଳାକଂଟନ ଟେଷ୍ଟ ଖାଦ୍ୟ ପରିଚାଳନା ରୋଗ ପରିଚାଳନା, ମତ୍ସ୍ୟ ବିଭାଗ ଦ୍ୱାରା ଯୋଗାଈ ଦିଆଯାଉଥିବା ସହାୟତା ରାଶି ଉପରେ ଗୁରୁତ୍ୱ ଆରୋପ କରି ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠି, ଶ୍ରୀମତୀ ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ପଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ,ସୁଶୀଲ କୁମାର ବେହେରା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ, ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରକଳ୍ପ ପରିଚାଲକ,ଅଶୋକ ମିଶ୍ର ଓ ଚନ୍ଦନ ଖାଡ଼ଙ୍ଗା ରିଲାଏନ୍ସ ଫାଉଣ୍ଡେସନ ଓ ଶ୍ରୀ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ, ହୃଦାନନ୍ଦ ମାଝୀ ମତ୍ସ୍ୟ ଚାମ୍ପିୟନ ଦାପ୍ତା ଉପସ୍ଥିତ ରହି ନିଜନିଜ ର ଅଭିଜ୍ଞତା ପ୍ରକାଶ କରି ମତ୍ସ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ମତ୍ସ୍ୟ ଚାଷୀ ଭାବେ ସମସ୍ତେ ଏକତ୍ରିତ ହୋଇ ମିଳିତ ଭାବରେ ଆସନ୍ନ ମାନ ସମସ୍ତ ସମସ୍ୟା ର ସମାଧାନ କରି କଳାହାଣ୍ଡି କୁ ସତ୍ସ୍ୟ ଗନ୍ତାଘର କରିବା ଦିଗରେ ପ୍ରଚେଷ୍ଟିତ କରିବେ ଓ ଘରୋଇ ତଥା ସଂଗଠନ ର ଆର୍ଥିକ ସ୍ଥିତି କୁ ସୁଦୃଢ କରି ନିଜକୁ ସ୍ୱୟଂ ସିଦ୍ଧ ମତ୍ସ୍ୟ ଉଦ୍ୟୋଗୀ ଭାବେ ସମଗ୍ର ଓଡିଶା ପ୍ରଦେଶ ରେ ସୁନାମ ଅର୍ଜନ କରିବା ଦିଗରେ ପ୍ରଶିକ୍ଷଣ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ କୁ ବିକାଶ ଚନ୍ଦ୍ର ଚଣ୍ଡୀ ମତ୍ସ୍ୟ ଚାମ୍ପିୟନ କର୍ତ୍ତବ୍ୟ ସହଯୋଗ କରିଥିଲେ।କଳାହାଣ୍ଡି କୋକସରା ରିତେଶ କୁମାର ମୁଣ୍ଡ ରିପୋର୍ଟ, ପଲିଟିକାଲ ଖଟି ଓଡିଶା2