Shuru
Apke Nagar Ki App…
ଜିଲ୍ଲା ସିଭିଲ କୋଟ ନିର୍ବାଚନ ଶେଷ ସଭାପତି ପଦ ବଜାୟ ରଖିଲେ ଗୋପାଳ ଢେଙ୍କାନାଳ ଜିଲ୍ଲା ସିଭିଲ କୋଟରେ ବିଭିନ୍ନ ପଦ ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇଥିଲା । ସଭାପତି ପଦବୀ ପାଇଁ ୨ଜଣ ପ୍ରାର୍ଥୀ ରହିଥିବା ବେଳେ ଗୋପାଳ ପାତ୍ର ୪୩୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ସଂଜୟ କୁମାର ମିଶ୍ର ୨୨୧ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ I ଉପସଭା ପତି ଦ୍ୱିତୀକୃଷ୍ଣ ବରାଳ ୩୨୩ ଖଣ୍ଡ ଭୋଟ ପାଇ ବିଜୟୀ। ସଂପାଦକ ଟଙ୍କଧର ବେହେରା ୩୩୩ ଖଣ୍ଡ ଭୋଟ ପାଇ ବିଜୟୀ। ସହ ସଂପାଦକ ତ୍ରିଲୋଚନ ସାହୁ ୩୧୯ ଖଣ୍ଡ ଭୋଟ ପାଇ ବିଜୟୀ। ସେହିଭଳି ସଦସ୍ୟରେ ୫ ଜଣ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମଳୟ ପାଣିଗ୍ରାହୀ ୩୨୫, ପ୍ରେମାନନ୍ଦ ବିହାରୀ ୨୫୩ ଓ ସାଇ କମଳୀ ପୃଷ୍ଟି ୨୫୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କୋଟ ପରିଷରରେ ଏହାକୁ ନେଇ ବିଜୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସହଯୋଗୀମାନେ ପୁଷ୍ପପାଲ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ ।
Amani Sahoo
ଜିଲ୍ଲା ସିଭିଲ କୋଟ ନିର୍ବାଚନ ଶେଷ ସଭାପତି ପଦ ବଜାୟ ରଖିଲେ ଗୋପାଳ ଢେଙ୍କାନାଳ ଜିଲ୍ଲା ସିଭିଲ କୋଟରେ ବିଭିନ୍ନ ପଦ ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇଥିଲା । ସଭାପତି ପଦବୀ ପାଇଁ ୨ଜଣ ପ୍ରାର୍ଥୀ ରହିଥିବା ବେଳେ ଗୋପାଳ ପାତ୍ର ୪୩୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ସଂଜୟ କୁମାର ମିଶ୍ର ୨୨୧ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ I ଉପସଭା ପତି ଦ୍ୱିତୀକୃଷ୍ଣ ବରାଳ ୩୨୩ ଖଣ୍ଡ ଭୋଟ ପାଇ ବିଜୟୀ। ସଂପାଦକ ଟଙ୍କଧର ବେହେରା ୩୩୩ ଖଣ୍ଡ ଭୋଟ ପାଇ ବିଜୟୀ। ସହ ସଂପାଦକ ତ୍ରିଲୋଚନ ସାହୁ ୩୧୯ ଖଣ୍ଡ ଭୋଟ ପାଇ ବିଜୟୀ। ସେହିଭଳି ସଦସ୍ୟରେ ୫ ଜଣ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମଳୟ ପାଣିଗ୍ରାହୀ ୩୨୫, ପ୍ରେମାନନ୍ଦ ବିହାରୀ ୨୫୩ ଓ ସାଇ କମଳୀ ପୃଷ୍ଟି ୨୫୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କୋଟ ପରିଷରରେ ଏହାକୁ ନେଇ ବିଜୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସହଯୋଗୀମାନେ ପୁଷ୍ପପାଲ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ ।
More news from Odisha and nearby areas
- Post by Dhenkanal News1
- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ । ଢେଙ୍କାନାଳ, ତା.୦୫.୪.୨୦୨୬- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ମିନି - ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଶ୍ରୀ ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।2
- ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।1
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ, ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ, ଆମ୍ ଆଦମୀ ପାର୍ଟିର ଚିକିତ୍ସାଳୟ ପରିଦର୍ଶନ ଓ ନିନ୍ଦା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ ହୋଇପଡିଥିବା ବେଳେ ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରକାଶ ଥାଉକି କାମାକ୍ଷାନଗ ବ୍ଲକ ତୁମୁଁସିଙ୍ଗା ଗ୍ରାମର ଗୋଟିଏ ଚଉଦ ମାସର ଶିଶୁ ବିଷାକ୍ତ ପଦାର୍ଥ ଖାଇ ଗତ କାଲି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କର ତିନୋଟି ପରୀକ୍ଷା (ସିବିସି, ଆରବିସି ଓ ସିଆରପି) କରିବା ପାଇଁଁ ପରାମର୍ଶ ଦେଇଥିଲେ। ରକ୍ତ ନମୁନା ଦେବା ପରେ ତାଙ୍କୁ ରିପୋର୍ଟ ମଧ୍ୟାହ୍ନ ବାରଟାରେ ମିଳିବ ବୋଲି ଟେକନିସିଆନ କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ଦିନ ବାରଟାରେ ଯିବାରୁ ତାଙ୍କୁ ଅପରାହ୍ନ ତିନିଟାରେ ସମସ୍ତ ରିପୋର୍ଟ ମିଳିବ ବୋଲି କହିଥିଲେ। ଅପରାହ୍ନ ତିନିଟାରେ ଦୁଇଟି ରିପୋର୍ଟ ମିଳିଥିଲା ଆଉ ଗୋଟିଏ ରିପୋର୍ଟ ପାଇଁ ମେସିନ ଖରାପ ଅଛି, ଆସନ୍ତା କାଲି ରିପୋର୍ଟ ମିଳିବ ବୋଲି କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ବ୍ୟସ୍ତ ହୋଇ କୋହଭରା କଣ୍ଠରେ ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଯେହେତୁ ଶିଶୁଟି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲା ଶିଶୁର ରକ୍ତ ପରୀକ୍ଷା ତୁରନ୍ତ ବାହାରେ କରାଇ ନେବାପାଇଁ ସେ ପରାମର୍ଶ ଦେଇଥିଲେ। ସୌଭାଗ୍ୟ ବଶତଃ ଶିଶୁର ସ୍ବାସ୍ଥ୍ୟ ଭଲ ହୋଇଗଲା। ଯଦି ଗୁରୁତର ଅବସ୍ଥାରେ ପିଲାଟି ଥାନ୍ତା ଏବଂ କିଛି ଦୁଃଖଦ ଘଟଣା ଘଟିଥାନ୍ତା, ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଏକ ଟିମ୍ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ଗଁଦିଆ ବ୍ଲକ ଯୁବ ସଭାପତି ଅରବିନ୍ଦ ବେହେରା ପ୍ରମୁଖ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ଘଟଣାର ତଥ୍ୟ ସଂଗ୍ରହ କରିଥିଲେ। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ବାୟୋ-ଆନାଲାଇଜର ମେସିନ ରହିଛି ତାହା ଅନେକ ପୁରୁଣା ଏବଂ ବାରମ୍ବାର ଖରାପ ହେଉଛି। ତାଛଡ଼ା ଯେତିକି ରକ୍ତ ନମୁନା ପରୀକ୍ଷା ପାଇଁ ସେହି ମେସିନ ସକ୍ଷମ ତାର ଦୁଇ ଗୁଣା ରକ୍ତ ନମୁନା ପରୀକ୍ଷା କରାଯାଉଥିରୁ ମେସିନଟି ବାରମ୍ବାର ଖରାପ ହେଉଛି। ମେସିନ ମରାମତି ପାଇଁ ଏଠାରେ କେହି ଟେକନିସିଆନ ବା ଯନ୍ତ୍ରୀ ନାହାଁନ୍ତି। ଫଳରେ ଦୁଇ ଦିନ ହେଲା ମେସିନ ଖରାପ ହୋଇପଡିଛି। ଫଳରେ ଲୋକମାନେ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇ ରକ୍ତ ପରୀକ୍ଷା କରୁଛନ୍ତି। ସୂଚନା ଥାଉ କି ଏହି ମେସିନ ଲିଭର ଫଙ୍କସନ ଟେଷ୍ଟ (LFT), କିଡନୀ ଫଙ୍କସନ ଟେଷ୍ଟ (KFT/RFT), ଲିପିଡ ପ୍ରୋଫାଇଲ୍ ଟେଷ୍ଟ (Lipid profile -ହୃଦୟ ସ୍ବାସ୍ଥ୍ୟ), କୋଲଷ୍ଟୋରାଲ ପରୀକ୍ଷା, ମଧୁମେହ ବା ଡାଇବେଟିସ ପରୀକ୍ଷା, ଇଲେକ୍ଟ୍ରୋଲାଇଟ ଏବଂ ମିନେରାଲ ପରୀକ୍ଷା, ଅଗ୍ନାଶୟ ରୋଗ ଓ ହୃଦଘାତ ରୋଗ ନିରୂପଣ ପାଇଁ ଏହି ମେସିନ ବ୍ୟବହାର ହୋଇଥାଏ। ଜିଲ୍ଲା ବାସୀଙ୍କୁ ମେଡିକାଲ କଲେଜ ସ୍ବପ୍ନ ଦେଖାଇ ସାମାନ୍ୟ ରକ୍ତ ପରୀକ୍ଷା ପାଇଁ ମାତ୍ର ପଇଁତିରିଶି ଲକ୍ଷ ଟଙ୍କାର ମେସିନ ଗୋଟିଏ ଯୋଗାଇ ନ ପାରୁଥିବା ବିଜେପି ସରକାରକୁ ଆମ୍ ଆଦମୀ ପାର୍ଟି କଡ଼ା ନିନ୍ଦା କରିଛି। ଚିକିତ୍ସାଳୟ ପାଇଁ କୋଠା ତିଆରି ହେଉଛି ଭଲ କଥା, କିନ୍ତୁ ନିରାମୟରେ ଔଷଧ ନଥିବାବେଳେ ଡାକ୍ତର ନିଯୁକ୍ତି ହେଉନି କି ଷ୍ଟାଫ ନିଯୁକ୍ତି ହେଉନି। କେବଳ କଣ୍ଟ୍ରାକ୍ଟଚୁଆଲରେ ପିଲାମାନଙ୍କୁ ରଖାଯାଇ କାମ ତୁଲାଉଛନ୍ତି। ଏସବୁ ସମସ୍ୟା ଦୂର କରିବାପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଦଶ ଦିନ ବ୍ୟାପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କରିଥିଲା। ପୁନର୍ବାର ଏପରି ସମସ୍ୟା ଦେଖାଦେଲାଣି। ରକ୍ତ ପରୀକ୍ଷା ପାଇଁ ଆଉ ଗୋଟିଏ ନୂଆ ମେସିନ କିଣାଯିବା ଏବଂ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଦଳ ପୁଣି ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।1
- ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।1
- କିଏ ସତ କହୁଛି, ଆଉ କିଏ ମିଛ ! ତଦନ୍ତ ପରେ ଜଣା ପଡ଼ିବ ସବୁ ସତ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- Post by Dhenkanal News1