Shuru
Apke Nagar Ki App…
ଜଗତସିଂହପୁର ଜିଲ୍ଲାର ତିଖିରି ସରପଞ୍ଚଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓଟି ବିଡିଓଙ୍କ କାର୍ଯ୍ୟାଳୟ ଭିତରେ ଉତ୍ତୋଳନ କରାଯାଇଥିବା ସୂଚନା ମିଳିଛି।
Purnima Biswal
ଜଗତସିଂହପୁର ଜିଲ୍ଲାର ତିଖିରି ସରପଞ୍ଚଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓଟି ବିଡିଓଙ୍କ କାର୍ଯ୍ୟାଳୟ ଭିତରେ ଉତ୍ତୋଳନ କରାଯାଇଥିବା ସୂଚନା ମିଳିଛି।
More news from ଓଡ଼ିଶା and nearby areas
- ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ଡୋନାଲ୍ଦ ଟ୍ରମ୍ପ କଣ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ହସୁଛନ୍ତି !1
- ଭୁବନେଶ୍ୱରର ଫୁଲନଖରା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ମୃତକଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଟେନିସ ପାତ୍ରଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅଭିଯୋଗ ମିଳିବା ପରେ ପାହାଳ ଥାନା ପୋଲିସ ଟେନିସ ପାତ୍ରଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ମୃତ୍ୟୁ ପଛରେ କୌଣସି ବ୍ୟକ୍ତିଗତ ଶତ୍ରୁତା, ଆର୍ଥିକ କାରବାର କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ତଦନ୍ତ ଚାଲିଛି ଏବଂ ଘଟଣା ସମ୍ପର୍କିତ ସମସ୍ତ ଦିଗକୁ ଧ୍ୟାନରେ ରଖି ଅଧିକ ପ୍ରମାଣ ସଂଗ୍ରହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ, ଫରେନସିକ୍ ପରୀକ୍ଷା ଏବଂ ପଚରାଉଚରାରୁ ମିଳୁଥିବା ତଥ୍ୟ ଆଧାରରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ତଦନ୍ତ ଶେଷ ହେବା ପରେ ମୃତ୍ୟୁ ଘଟଣା ପଛର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।1
- କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ କଲେଜ ଛକଠାରେ ଏକ ନୂତନ ଶସ୍ତା ସ୍କୁଟି ସୋ'ରୁମ୍ ଉଦ୍ଘାଟିତ ହୋଇଛି। ଏହି ସୋ'ରୁମରେ ୪୫ ହଜାର ଟଙ୍କାରୁ ଆରମ୍ଭ କରି ଦାମୀ ସ୍କୁଟି ମିଳୁଥିବାବେଳେ ପ୍ରତ୍ୟେକ ସ୍କୁଟି ଉପରେ ୪ ବର୍ଷର ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଏଠାରେ ଶସ୍ତା, ସୁନ୍ଦର ଓ ମଜବୁତ ସ୍କୁଟି ମିଳୁଥିବା ସୂଚନା ରହିଛି। ରାଧାକାନ୍ତ ମଠ ମହନ୍ତ ମହାରାଜ ଦିବ୍ୟକୃଷ୍ଣ ଦାସ ଏହି ନୂତନ ସ୍କୁଟି ସୋ'ରୁମ୍କୁ ଉଦ୍ଘାଟନ କରିଛନ୍ତି। ଅଧିକ ସୂଚନା ପାଇଁ ସର୍ବେଶ୍ୱର ମହାରଣାଙ୍କ ସହ 7008724169 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।1
- ଭଦ୍ରକର ପ୍ରସିଦ୍ଧ ଆରଡ଼ି ପୀଠରେ ଆଜି ମଙ୍ଗନ ସମାପ୍ତ ହୋଇଥିବା ବେଳେ, ଆସନ୍ତାକାଲି ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। ଏହି ବିରାଟ ଶିବ ବିବାହ ପାଇଁ ଆରଡ଼ି ପୀଠ ଚଳଚଞ୍ଚଳ ହୋଇପଡ଼ିଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିବାହ ବେଦି ନିର୍ମାଣ ଠାରୁ ଆରମ୍ଭ କରି ନିମନ୍ତ୍ରଣ ପତ୍ର ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଜାରି ରହିଛି। ନୀତି ନିର୍ଘଣ୍ଟ ଅନୁସାରେ, ଆସନ୍ତାକାଲି ଦିନ ୧୦ ଘଟିକାରେ କନ୍ୟା ଘରୁ ବରକର୍ତ୍ତାଙ୍କ ଘର ଅଭିମୁଖେ ବରଧରା ଶୋଭାଯାତ୍ରା ବାହାରିବ। ଏହି ଶୋଭାଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ହନୁମାନ ବରଧରା ବେଶରେ ବରକୁ ନିମନ୍ତ୍ରଣ କରିବାକୁ ଯିବେ। ଏହାପରେ ସନ୍ଧ୍ୟା ୭ ଘଟିକାରେ ମହାଦେବ ନିଜେ ବର ହୋଇ ବାହାରିବେ। ଏହି ବିରାଟ ବର ଶୋଭାଯାତ୍ରାରେ ଇନ୍ଦ୍ର, ଯମ, ନାରଦ ସମେତ ସମସ୍ତ ଦେବଗଣ ସାମିଲ ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନେ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ କଳାକୃତ୍ୟ ପ୍ରଦର୍ଶନ କରିବେ। ଆସନ୍ତାକାଲି ଶିବ ବିବାହ ଅବସରରେ ଆରଡ଼ି ଆଖଣ୍ଡଳମଣି ପୀଠ ପୂରା ଦୁଲୁକି ଉଠିବ ଏବଂ ଏହି ଭବ୍ୟ ଶୋଭାଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି।1
- ବେଲ୍ ପାଇବା ପରେ ଚାମେଲି ନିଜ ଗାଁକୁ ଫେରିଛନ୍ତି। ତାଙ୍କ ଗାଁରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଘେରିଯାଇଥିଲେ ଏବଂ ଫୁଲମାଳ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।1
- ଆଜି ସହର ବିଧାୟକ ଆଦରଣୀୟ ଶ୍ରୀ ସଞ୍ଜୀବ ଶର୍ମା ନିଜ କାର୍ଯ୍ୟାଳୟରେ ଭାଇ ଅକ୍ଷୟ ଭୋଲା ପଣ୍ଡିତଙ୍କ ଜନ୍ମଦିନ ପାଳନ କରିଛନ୍ତି।1
- ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment1
- ଯାଜପୁର ଜିଲ୍ଲା କୋରେଇ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ନିଜକୁ ପୋଲିସ ଅଫିସର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ। ପୋଲିସ ଉକ୍ତ ମିଛ ପୋଲିସ କୁ ଧରିବାରେ ସଫଳ ହୋଇଛି।1