logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି- କଂଗ୍ରେସ ଧାନର ଅଭାବି ବିକ୍ରୀପାଇଁ ସରକାର ଚକ୍ରାନ୍ତ କରୁଛନ୍ତି – କଂଗ୍ରେସ ଚା ଓଡ଼ିଶାରେ ଚାଷୀ ଧାନବିକ୍ରୀ ପାଇଁ ଡହଳ ବିକଳ ହେଉଛି କିନ୍ତୁ ସରକାର ନାଟକବାଜୀ କରୁଛି – କଂଗ୍ରେସ ଭୁବନେଶ୍ୱର :- ସାରା ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରୀ ନକରି ପାରିବାର ସମସ୍ୟା ଦିନକୁ ଦିନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଗଲାଣି । ସରକାର ବାରମ୍ବାର ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନଙ୍କର ସମସ୍ତ ଧାନ ସରକାର କିଣିବେ କିନ୍ତୁ ପ୍ରକୃତ ସ୍ଥିତି ହେଉଛି ଏ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ୧୮ ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇ ପାରିନାହିଁ । ରାଜ୍ୟ ସରକାରଙ୍କର ସମବାୟ ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ଯେଉଁ ଧାନବିକ୍ରୀ ନେଇ ଯେଉଁ ବୟାନବାଜି କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ଓ ସେମାନଙ୍କ ଭିତରେ କୌଣସି ତାଳମେଳ ନାହିଁ । ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିବାର ୩୫ ଦିନ ପରେ ମଧ୍ୟ ପଶ୍ଚିମ ଓଡ଼ିଶାର ୪୦ ପ୍ରତିଶତ ଧାନ ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା କୋଠାର ଭାଷାରେ ଓଡ଼ିଶାରେ ଚାଲୁଥିବା ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିବା ସହିତ ସେ କହିଛନ୍ତି ଯେ ଗତବର୍ଷ ଯେଉଁ ଚାଷୀମାନଙ୍କୁ ୧୦୦ କ୍ୟୁଂଟାଲରୁ ଧାନ ବିକ୍ରିକରିବାପାଇଁ ଟୋକନ ମିଳିଥିଲା ଏବର୍ଷ ସରକାର ସେମାନଙ୍କ ପାଖରୁ ୩୦-୪୦ କ୍ୟୁଂଟାଲ ଧାନ ଏପର୍ଯ୍ୟନ୍ତ ଉଠାଇଛନ୍ତି ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ । କିଛି ଚାଷୀମାନଙ୍କର ଟୋକନ ଲାପ୍ସ ହୋଇଯାଇଛି । ଗତ ଦୁଇଦିନ ତଳେ ରାଜ୍ୟର ସମସ୍ତ ମିଲରମାନେ ଧାନ ମଣ୍ଡିରୁ ଉଠାଇବେ ନାହିଁ ବୋଲି ରୋକଠୋକ ସରକାରଙ୍କୁ ଶୁଣାଇଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ମିଲରମାନଙ୍କର ବିଗତ (୨୩-୨୪, ୨୪-୨୫) ଦୁଇବର୍ଷରେ ବାକିଆ ପଇସା ୩୫୦ କୋଟି ଟଙ୍କା ପୈଠ ନକଲା ପର୍ଯ୍ୟନ୍ତ ମିଲରମାନେ ଧାନ ଉଠାଇବେ ନାହିଁ । ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ନାହିରେ ତେଲ ଦେଇ ଶୋଇଛନ୍ତି । ଚାଷୀ ଧାନଧରି ମଣ୍ଡିରେ ଶୀତଜାଡ଼ କାକରରେ ଥରୁଛି, ଆଖିରୁ ରକ୍ତ ବୁହାଉଛି । ପୁଷ ପୁନେଇ ଚାଲିଗଲା ଚାଷୀ ପଇସା ପାଇଲା ନାହିଁ ଖର୍ଚ୍ଚବାଚ କରିବାପାଇଁ ଏବଂ ଆସନ୍ତା ବର୍ଷ ଚାଷପାଇଁ ମୂଲିଆମାନଙ୍କୁ ଚୁକ୍ତି କରି ରଖି ପାରିଲାନାହିଁ । ଚାଷୀ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଉପ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ନୌଟଙ୍କି କହିବା ଅତ୍ୟନ୍ତ ସମ୍ବେଦନହୀନ ମନ୍ତବ୍ୟ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଦେବାଶିଷ ନାୟକ ସାରା ରାଜ୍ୟରେ ଚାଷୀ ଆଜି ହନ୍ତସନ୍ତ ହେଉଛି ମଣ୍ଡି କେବେ ଖୋଲାଯିବ, ଧାନ କେବେ ଉଠାଯିବ, ତା ପାଖକୁ କେବେ ପଇସା ଆସିବ ଏ କଥାର କୌଣସି ଠୋସ ଉତ୍ତର ସରକାର ଦେଉନାହାନ୍ତି । ଗତବର୍ଷ ତୁଳନାରେ ଉପକୂଳ ଓଡ଼ିଶାରେ ଧାନମଣ୍ଡି ଖୋଲିବାରେ ୧୫ ଦିନରୁ ଅଧିକ ସମୟ ଗଡ଼ିଗଲାଣି । ମଣ୍ଡି ଖୋଲାଯିବକି ନାହିଁ କାହାକୁ ଜଣାନାହିଁ । ରାଜ୍ୟ ସରକାର ମିଲରମାନଙ୍କ ସହିତ ବସି ଆଲୋଚନା କରି ୩୫୦ କୋଟି ବକେୟା ଟଙ୍କା ଦବାର ଅସୁବିଧା କେଉଁଠି । ଏହା ତାଙ୍କର ହକ ପ୍ରାପ୍ୟ । ସରକାରଙ୍କ ପାଖରେ ପଇସାର ଅଭାବ ଅଛିକି? ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ କିଭଳି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି କହିଲେ ଯେ ରାଜ୍ୟରେ ଏକ ଅଜବ ସରକାର ଚାଲିଛି ଏବଂ ଏହାଙ୍କର ଗଜବ ନୀତି । ଖୋଦ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଓଡ଼ିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବେ ଓ ଏହାର ଦାୟିତ୍ୱ ସେ ନିଜେ ନେବେ । ଡବଲ ଇଞ୍ଜିନ ସରକାର ରାଜ୍ୟରେ ହେଲେ ଡବଲ ବିକାଶ ହେବ ବୋଲି କହିଥିଲେ । କିନ୍ତୁ ଯଦି ରାଜ୍ୟର ୭୦ ଭାଗ କୃଷକ ଯଦି ତାଙ୍କ ଫସଲକୁ ବିକ୍ରୀ କରିପାରିବେ ନାହିଁ ଏବଂ ସେମାନେ ଅଭାବୀ ବିକ୍ରୀରେ ଛନ୍ଦି ହେବେ ତାହାହେଲେ ବିକାଶ କିଭଳି ହେବ? ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରୁ ଚାଉଳ ଯୋଗାଣ ବାବଦରେ ୮ ହଜାର କୋଟି ଟଙ୍କା ପାଇବାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି କେନ୍ଦ୍ର ସରକାର ଓଡ଼ିଶାକୁ ଦେଉନାହିଁ ଏହାର ଉତ୍ତର ଆମ ରାଜ୍ୟରୁ ତିନିଜଣ କେନ୍ଦ୍ରମନ୍ତ୍ରୀ ଥାଇମଧ୍ୟ କେହିଜଣେ ତ ଦେବାକଥା । ସରକାର ବାରମ୍ବାର କହୁଛନ୍ତି ଓଡ଼ିଶା ଏକ ବଳକା ଆୟ ରାଜ୍ୟ । କିନ୍ତୁ ଏହି ରାଜ୍ୟରେ ମାତ୍ର ୩୫୦ କୋଟି ଟଙ୍କା ମିଲରମାନଙ୍କୁ ଦେଇ ଚାଷୀମାନଙ୍କର ଶୀଘ୍ର ଧାନ ଉଠାଇବାରେ ଅସୁବିଧା କଉଠି ରହିଲାବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ମିଛ କଥା କହିବା ଓ ଲୋକମାନଙ୍କୁ ବିଭ୍ରାନ୍ତି କରିବା ଛଡ଼ା ଏ ସରକାର କିଛିବି କରି ନାହିଁ କି କରିପାରିବ ନାହିଁ । ସମବାୟ ବିଭାଗର ଉପାଧ୍ୟକ୍ଷ ଶ୍ରୀ ଅମୀୟ ପଟ୍ଟନାୟକ କହିଲେ ସରକାର ଜାଣିଶୁଣି ଧାନ କିଣୁନାହାନ୍ତି ଯାହା ଫଳରେ ଚାଷୀମାନେ ବାଧ୍ୟ ହୋଇ ଅଭାବି ବିକ୍ରୀ ଜାଲରେ ପଡ଼ିବେ । ମିଲର ମାନଙ୍କ ସହିତ ସଲାସୁତୁରା କରି କୋଟି କୋଟି ଟଙ୍କା ଚାନ୍ଦା ନେଇ ରାଜ୍ୟର ଚାଷୀମାନଙ୍କୁ ଏ ସରକାର ଜାଣିଶୁଣି ହଇରାଣ କରୁଛି । ଏ ବର୍ଷ ୭୫ କ୍ୟୁଂଟାଲରୁ ଅଧିକ ଧାନ କୌଣସି ଚାଷୀଙ୍କ ପାଖରୁ କିଣିବେ ନାହିଁ ଗୁପ୍ତ ନିଷ୍ପତ୍ତି କରିଛନ୍ତି । ଏମଏସପି ଧାନ କ୍ୟୁଂଟାଲ ପିଛା ୬୯ ଟଙ୍କା ବଢ଼ିଥିଲେ ମଧ୍ୟ ତାହା ଦିଆଯାଉ ନାହିଁ । କଟଣୀ ଛଟଣୀ ଏକ ନିୟମରେ ପରିଣତ ହୋଇସାରିଲାଣି । ସରକାର କାଳବିଳମ୍ବ ନକରି ସାରା ଓଡ଼ିଶାର ସମସ୍ତ ମଣ୍ଡି ଖୋଲନ୍ତୁ ମିଲରଙ୍କ ସମସ୍ୟା ସମାଧାନ କରନ୍ତୁ ଓ ଧାର୍ଯ୍ୟ ସମୟ ଭିତରେ ସମସ୍ତ ଧାନକୁ କିଣନ୍ତୁ ଯଦି ନ କିଣନ୍ତି ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଚାଷୀମାନଙ୍କ ସମସ୍ୟା ନେଇ ଆନ୍ଦୋଳନ କରିବା ସହିତ ସରକାରଙ୍କୁ ଚାଲିବାକୁ ଦେବୁ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ବିନୋଦ ପାତ୍ର ଉପସ୍ଥିତ ଥିଲେ ।

1 day ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଆମ ବସ୍ ର ମନ ମାନି ଚାଲୁଛି ଓଡିଶା ସରକାର କୋ ବସ୍ ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,
    1
    ଆମ ବସ୍ ର ମନ ମାନି ଚାଲୁଛି  ଓଡିଶା ସରକାର କୋ ବସ୍ 
ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,
    user_SU-PRAVAT-NEWS
    SU-PRAVAT-NEWS
    Job Centre କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଆମେରିକା ର ବିଭାଜନ ନୀତି କରି ଛୋଟ ଛୋଟ ଦେଶ ଉପରେ ଅଧିକାର
    1
    ଆମେରିକା ର ବିଭାଜନ ନୀତି କରି ଛୋଟ ଛୋଟ ଦେଶ ଉପରେ ଅଧିକାର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    19 hrs ago
  • ଅନନ୍ୟା ଙ୍କ ଦ୍ଵାରା
    1
    ଅନନ୍ୟା ଙ୍କ ଦ୍ଵାରା
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    12 min ago
  • ପୁରୀ ଆଜି ତା୧୦/୦୧/୨୦୨୬ରିଖ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ, (୧) ପ୍ରଥମତଃ ସେ ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କୁ ନିନ୍ଦା କରିଥିଲେ । ସେ କହିଥିଲେ ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନ ର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇନିଆଯାଇଛି, ଏସ.ସି.ଏସ.ଟି ଓବିଶି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହା ନାଥୁରାମ ଗୋଡସେଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ବଂସ କରିବାର ଏକ ଷଡ଼ଯନ୍ତ୍ର । ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିବେଧତା ସୃଷ୍ଟି କରୁଛି । ଏବଂ ଟାଟା ପାଓ୍ବାର ର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୃତ ଉପଭୋକ୍ତା ଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ । ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁ ଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୃନିଟ ମାଗଣା ବିଦ୍ୟୃତ ଯୋଗାଣ ଓ ଟାଟା ପାଓ୍ବାର ର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ବିଶ୍ବକେସନ ହରିଚନ୍ଦନ ମହାପାତ୍ର, , ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
    4
    ପୁରୀ ଆଜି ତା୧୦/୦୧/୨୦୨୬ରିଖ  ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ, (୧) ପ୍ରଥମତଃ ସେ ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କୁ ନିନ୍ଦା କରିଥିଲେ । ସେ କହିଥିଲେ ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନ ର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇନିଆଯାଇଛି,  ଏସ.ସି.ଏସ.ଟି ଓବିଶି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହା ନାଥୁରାମ ଗୋଡସେଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ବଂସ କରିବାର ଏକ ଷଡ଼ଯନ୍ତ୍ର । ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିବେଧତା ସୃଷ୍ଟି କରୁଛି । 
ଏବଂ ଟାଟା ପାଓ୍ବାର ର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୃତ ଉପଭୋକ୍ତା ଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ ।  ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁ ଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୃନିଟ ମାଗଣା ବିଦ୍ୟୃତ ଯୋଗାଣ ଓ ଟାଟା ପାଓ୍ବାର ର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । 
ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ ।
ବିଶ୍ବକେସନ ହରିଚନ୍ଦନ ମହାପାତ୍ର, , ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ,  ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    1
    କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 min ago
  • Indian Railways, a step ahead.
    1
    Indian Railways, a step ahead.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.