Shuru
Apke Nagar Ki App…
#ଢେଙ୍କାନାଳ_ଖଗଡ଼ପ୍ରସାଦରେ_କେବେ ସମାଧାନ ହେବ ଜମି ବିବାଦ ଓ ସମ୍ପୂର୍ଣ ହେବ ଗୁରୁତ୍ୱପୂର୍ଣ ସେତୁ... #ଏ_ଗୋଟିଏ_ସମସ୍ୟା ବଢିଚାଲିଛି... ଗଙ୍ଗାଧର ସାମଲ ,ଶିଳ୍ପପତି ତଥା ସମାଜସେବୀ.. ଜମିହରା ପ୍ରଜାଙ୍କ ଶୁଣାଣି.. ଲାନକୋ ଜମିହରା ପ୍ରଜାଙ୍କ ମାମଲା ତାରିଖ ପରେ ତାରିଖ ବଦଳୁଛି, ସମାଧାନର ବାଟ ଫିଟୁନି ଜମିହରା ପ୍ରଜାଙ୍କ ପକ୍ଷରୁ ୫ ଦଫାର ସତ୍ୟପାଠ ଦାଖଲ.. ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ନିୟମ ଉଲଂଘନ ହୋଇଛି... ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଖଡଗପ୍ରସାଦ କୁରୁଟି ଗ୍ରାମର ଲାନକୋ ଜମିହରା ପ୍ରଜାଙ୍କ ପକ୍ଷରୁ ଏମ୍ଓୟୁର ଉଲଂଘନକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ ହୋଇଥିଲା.. #dhenkanal #BJPOdisha #bjd #Congress #dhenkanalnewsodisha #odisha #BreakingNews #BREAKING #khadagprasad
Dhenkanal News
#ଢେଙ୍କାନାଳ_ଖଗଡ଼ପ୍ରସାଦରେ_କେବେ ସମାଧାନ ହେବ ଜମି ବିବାଦ ଓ ସମ୍ପୂର୍ଣ ହେବ ଗୁରୁତ୍ୱପୂର୍ଣ ସେତୁ... #ଏ_ଗୋଟିଏ_ସମସ୍ୟା ବଢିଚାଲିଛି... ଗଙ୍ଗାଧର ସାମଲ ,ଶିଳ୍ପପତି ତଥା ସମାଜସେବୀ.. ଜମିହରା ପ୍ରଜାଙ୍କ ଶୁଣାଣି.. ଲାନକୋ ଜମିହରା ପ୍ରଜାଙ୍କ ମାମଲା ତାରିଖ ପରେ ତାରିଖ ବଦଳୁଛି, ସମାଧାନର ବାଟ ଫିଟୁନି ଜମିହରା ପ୍ରଜାଙ୍କ ପକ୍ଷରୁ ୫ ଦଫାର ସତ୍ୟପାଠ ଦାଖଲ.. ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ନିୟମ ଉଲଂଘନ ହୋଇଛି... ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଖଡଗପ୍ରସାଦ କୁରୁଟି ଗ୍ରାମର ଲାନକୋ ଜମିହରା ପ୍ରଜାଙ୍କ ପକ୍ଷରୁ ଏମ୍ଓୟୁର ଉଲଂଘନକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ ହୋଇଥିଲା.. #dhenkanal #BJPOdisha #bjd #Congress #dhenkanalnewsodisha #odisha #BreakingNews #BREAKING #khadagprasad
More news from Odisha and nearby areas
- Post by Dipak Kumar Nayak1
- ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।1
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ, ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ, ଆମ୍ ଆଦମୀ ପାର୍ଟିର ଚିକିତ୍ସାଳୟ ପରିଦର୍ଶନ ଓ ନିନ୍ଦା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ ହୋଇପଡିଥିବା ବେଳେ ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରକାଶ ଥାଉକି କାମାକ୍ଷାନଗ ବ୍ଲକ ତୁମୁଁସିଙ୍ଗା ଗ୍ରାମର ଗୋଟିଏ ଚଉଦ ମାସର ଶିଶୁ ବିଷାକ୍ତ ପଦାର୍ଥ ଖାଇ ଗତ କାଲି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କର ତିନୋଟି ପରୀକ୍ଷା (ସିବିସି, ଆରବିସି ଓ ସିଆରପି) କରିବା ପାଇଁଁ ପରାମର୍ଶ ଦେଇଥିଲେ। ରକ୍ତ ନମୁନା ଦେବା ପରେ ତାଙ୍କୁ ରିପୋର୍ଟ ମଧ୍ୟାହ୍ନ ବାରଟାରେ ମିଳିବ ବୋଲି ଟେକନିସିଆନ କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ଦିନ ବାରଟାରେ ଯିବାରୁ ତାଙ୍କୁ ଅପରାହ୍ନ ତିନିଟାରେ ସମସ୍ତ ରିପୋର୍ଟ ମିଳିବ ବୋଲି କହିଥିଲେ। ଅପରାହ୍ନ ତିନିଟାରେ ଦୁଇଟି ରିପୋର୍ଟ ମିଳିଥିଲା ଆଉ ଗୋଟିଏ ରିପୋର୍ଟ ପାଇଁ ମେସିନ ଖରାପ ଅଛି, ଆସନ୍ତା କାଲି ରିପୋର୍ଟ ମିଳିବ ବୋଲି କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ବ୍ୟସ୍ତ ହୋଇ କୋହଭରା କଣ୍ଠରେ ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଯେହେତୁ ଶିଶୁଟି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲା ଶିଶୁର ରକ୍ତ ପରୀକ୍ଷା ତୁରନ୍ତ ବାହାରେ କରାଇ ନେବାପାଇଁ ସେ ପରାମର୍ଶ ଦେଇଥିଲେ। ସୌଭାଗ୍ୟ ବଶତଃ ଶିଶୁର ସ୍ବାସ୍ଥ୍ୟ ଭଲ ହୋଇଗଲା। ଯଦି ଗୁରୁତର ଅବସ୍ଥାରେ ପିଲାଟି ଥାନ୍ତା ଏବଂ କିଛି ଦୁଃଖଦ ଘଟଣା ଘଟିଥାନ୍ତା, ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଏକ ଟିମ୍ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ଗଁଦିଆ ବ୍ଲକ ଯୁବ ସଭାପତି ଅରବିନ୍ଦ ବେହେରା ପ୍ରମୁଖ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ଘଟଣାର ତଥ୍ୟ ସଂଗ୍ରହ କରିଥିଲେ। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ବାୟୋ-ଆନାଲାଇଜର ମେସିନ ରହିଛି ତାହା ଅନେକ ପୁରୁଣା ଏବଂ ବାରମ୍ବାର ଖରାପ ହେଉଛି। ତାଛଡ଼ା ଯେତିକି ରକ୍ତ ନମୁନା ପରୀକ୍ଷା ପାଇଁ ସେହି ମେସିନ ସକ୍ଷମ ତାର ଦୁଇ ଗୁଣା ରକ୍ତ ନମୁନା ପରୀକ୍ଷା କରାଯାଉଥିରୁ ମେସିନଟି ବାରମ୍ବାର ଖରାପ ହେଉଛି। ମେସିନ ମରାମତି ପାଇଁ ଏଠାରେ କେହି ଟେକନିସିଆନ ବା ଯନ୍ତ୍ରୀ ନାହାଁନ୍ତି। ଫଳରେ ଦୁଇ ଦିନ ହେଲା ମେସିନ ଖରାପ ହୋଇପଡିଛି। ଫଳରେ ଲୋକମାନେ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇ ରକ୍ତ ପରୀକ୍ଷା କରୁଛନ୍ତି। ସୂଚନା ଥାଉ କି ଏହି ମେସିନ ଲିଭର ଫଙ୍କସନ ଟେଷ୍ଟ (LFT), କିଡନୀ ଫଙ୍କସନ ଟେଷ୍ଟ (KFT/RFT), ଲିପିଡ ପ୍ରୋଫାଇଲ୍ ଟେଷ୍ଟ (Lipid profile -ହୃଦୟ ସ୍ବାସ୍ଥ୍ୟ), କୋଲଷ୍ଟୋରାଲ ପରୀକ୍ଷା, ମଧୁମେହ ବା ଡାଇବେଟିସ ପରୀକ୍ଷା, ଇଲେକ୍ଟ୍ରୋଲାଇଟ ଏବଂ ମିନେରାଲ ପରୀକ୍ଷା, ଅଗ୍ନାଶୟ ରୋଗ ଓ ହୃଦଘାତ ରୋଗ ନିରୂପଣ ପାଇଁ ଏହି ମେସିନ ବ୍ୟବହାର ହୋଇଥାଏ। ଜିଲ୍ଲା ବାସୀଙ୍କୁ ମେଡିକାଲ କଲେଜ ସ୍ବପ୍ନ ଦେଖାଇ ସାମାନ୍ୟ ରକ୍ତ ପରୀକ୍ଷା ପାଇଁ ମାତ୍ର ପଇଁତିରିଶି ଲକ୍ଷ ଟଙ୍କାର ମେସିନ ଗୋଟିଏ ଯୋଗାଇ ନ ପାରୁଥିବା ବିଜେପି ସରକାରକୁ ଆମ୍ ଆଦମୀ ପାର୍ଟି କଡ଼ା ନିନ୍ଦା କରିଛି। ଚିକିତ୍ସାଳୟ ପାଇଁ କୋଠା ତିଆରି ହେଉଛି ଭଲ କଥା, କିନ୍ତୁ ନିରାମୟରେ ଔଷଧ ନଥିବାବେଳେ ଡାକ୍ତର ନିଯୁକ୍ତି ହେଉନି କି ଷ୍ଟାଫ ନିଯୁକ୍ତି ହେଉନି। କେବଳ କଣ୍ଟ୍ରାକ୍ଟଚୁଆଲରେ ପିଲାମାନଙ୍କୁ ରଖାଯାଇ କାମ ତୁଲାଉଛନ୍ତି। ଏସବୁ ସମସ୍ୟା ଦୂର କରିବାପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଦଶ ଦିନ ବ୍ୟାପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କରିଥିଲା। ପୁନର୍ବାର ଏପରି ସମସ୍ୟା ଦେଖାଦେଲାଣି। ରକ୍ତ ପରୀକ୍ଷା ପାଇଁ ଆଉ ଗୋଟିଏ ନୂଆ ମେସିନ କିଣାଯିବା ଏବଂ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଦଳ ପୁଣି ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।1
- ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର1
- Post by NEWS MANORANJAN1
- Post by Dhenkanal News1
- Post by Dipak Kumar Nayak1
- ପାଣିକୋଇଲି ଆଲୀୟା ଛକରେ ସଡ଼କ ଦୁର୍ଘଟଣା ! ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଜଣେ ଗୁରୁତର। ପାଣିକୋଇଲି ଆଲୀୟା ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାହାଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲ ପଠାଇଛି।1