logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ହିଞ୍ଜିଳିକାଟୁ, ୧୬/୯: ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ବଇଁଞ୍ଚବଣିଆ ଅଞ୍ଚଳର ହାଇଟେକ୍ ନାମକ ଏକ ଘରୋଇ ଟିଉସନରେ ପଢ଼ୁଥିବା କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୂଳକୁ ଯାଇଥିଲେ। ବିସର୍ଜନ ସମୟରେ ଦୁଇ ଛାତ୍ରଙ୍କ ପାଦ ଖସିଯିବାରୁ ସେମାନେ ନଦୀର ଗଭୀର ଅଞ୍ଚଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବୁଡ଼ିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ। ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ। ସେମାନେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ହିଞ୍ଜିଳିକାଟୁରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଅନ୍ୟ ମୃତ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଦୁଇ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ-୨୧/୨୬ ଓ ୨୨/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଦୀ ଓ ଅନ୍ୟ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

4 hrs ago
user_ବିଶ୍ୱମ୍ବର ଦାଶ
ବିଶ୍ୱମ୍ବର ଦାଶ
Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
4 hrs ago
f02a0e15-f5c9-4683-a68a-5640c6c72fc6

ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ହିଞ୍ଜିଳିକାଟୁ, ୧୬/୯: ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ବଇଁଞ୍ଚବଣିଆ ଅଞ୍ଚଳର ହାଇଟେକ୍ ନାମକ ଏକ ଘରୋଇ ଟିଉସନରେ ପଢ଼ୁଥିବା କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୂଳକୁ ଯାଇଥିଲେ। ବିସର୍ଜନ ସମୟରେ ଦୁଇ ଛାତ୍ରଙ୍କ ପାଦ ଖସିଯିବାରୁ ସେମାନେ ନଦୀର ଗଭୀର ଅଞ୍ଚଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବୁଡ଼ିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରି

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ। ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ। ସେମାନେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ହିଞ୍ଜିଳିକାଟୁରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଅନ୍ୟ ମୃତ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଦୁଇ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ-୨୧/୨୬ ଓ ୨୨/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଦୀ ଓ ଅନ୍ୟ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

More news from ଓଡ଼ିଶା and nearby areas
  • ପୁରୁଣା ଗଞ୍ଜେଇ ମାମଲା ରେ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ମୋହନା ପୋଲିସ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ରେ ପୂର୍ବରୁ ରହିଥିବା ଦୁଇଟି ଗଞ୍ଜେଇ କେଶ ମାମଲା ରେ ଆଜି ମୋହନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ଦୁଇ ଜଣ ହେଲେ ସିଙ୍ଗୁପୁର ଗ୍ରାମ ଓ ଗଜପତି ଜିଲ୍ଲା ସୁନ୍ଦରଡାଙ୍ଗ ର
    3
    ପୁରୁଣା ଗଞ୍ଜେଇ ମାମଲା ରେ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ମୋହନା ପୋଲିସ 
ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ରେ ପୂର୍ବରୁ ରହିଥିବା ଦୁଇଟି ଗଞ୍ଜେଇ କେଶ ମାମଲା ରେ ଆଜି ମୋହନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ଦୁଇ ଜଣ ହେଲେ ସିଙ୍ଗୁପୁର ଗ୍ରାମ ଓ ଗଜପତି ଜିଲ୍ଲା ସୁନ୍ଦରଡାଙ୍ଗ ର
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    9 hrs ago
  • ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସମ୍ବଲପୁରୀ ଡ଼ଙ୍ଗ ରେ ସଂକୀର୍ତ୍ତନ କରାଯାଉଛି
    1
    ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସମ୍ବଲପୁରୀ ଡ଼ଙ୍ଗ ରେ ସଂକୀର୍ତ୍ତନ କରାଯାଉଛି
    user_Rabindra Mandal
    Rabindra Mandal
    Computer Networking Center ଆର୍. ଉଦୟଗିରି, ଗଜପତି, ଓଡ଼ିଶା•
    16 hrs ago
  • ଆଦର୍ଶ ବିଦ୍ୟାଳୟ କୋଚିଂ ନୂଆଗାଁ ଗଣେଶ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ ABC, Nuagaon
    1
    ଆଦର୍ଶ ବିଦ୍ୟାଳୟ କୋଚିଂ ନୂଆଗାଁ ଗଣେଶ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ 
ABC, Nuagaon
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    45 min ago
  • ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    1
    ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    user_Prime time press
    Prime time press
    Agistment service Nayagarh, Odisha•
    21 hrs ago
  • ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ । ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ। ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। “ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି
ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।
ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ।
ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
“ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    7 hrs ago
  • ପୁରୀର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ କଂଗ୍ରେସର ଅସନ୍ତୋଷ। ପୁରୀ, ୧୬/୦୯: ପୁରୀର ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛି ପୁରୀ ଜିଲ୍ଲା କଂଗ୍ରେସ କମିଟି। ପୁରୀ କେବଳ ଏକ ସହର ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀ ଓ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ। ତେଣୁ ପୁରୀ ନାମରେ ଘୋଷଣା ହେଉଥିବା ବିଭିନ୍ନ ପ୍ରକଳ୍ପର ପ୍ରକୃତ ସୁଫଳ ସାଧାରଣ ପୁରୀବାସୀ କେତେ ପାଉଛନ୍ତି, ସେନେଇ ସରକାର ସ୍ପଷ୍ଟ ଉତ୍ତର ଦେବାକୁ ଦଳ ଦାବି କରିଛି। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଜମି ସେଟଲମେଣ୍ଟ ନୀତିକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ୨୦୨୬ର ନୂଆ ନିୟମ ଲାଗୁ ହେବା ପୂର୍ବରୁ ପୁରୁଣା ନୀତି ଅନୁସାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଆବେଦନଗୁଡ଼ିକର ତାଲିକା, ଆବେଦନ ତାରିଖ, ଫାଇଲ୍‌ର ସ୍ଥିତି ଓ ବିଳମ୍ବର କାରଣ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଏଥିସହ ପୁରୁଣା ଆବେଦନକାରୀଙ୍କ ପାଇଁ ସେଭିଂ ବା ଟ୍ରାନ୍‌ଜିସନାଲ ବ୍ୟବସ୍ଥା ରଖିବାକୁ କଂଗ୍ରେସ ଦାବି କରିଛି। ଦଖଲର ବର୍ଷ ନିର୍ଦ୍ଧାରଣ ପାଇଁ କେଉଁ ଦସ୍ତାବିଜକୁ ଆଧାର କରାଯିବ, ଏନେଇ ସ୍ପଷ୍ଟ ଓ ସମାନ ମାପଦଣ୍ଡ ପ୍ରକାଶ କରିବାକୁ ମଧ୍ୟ ଦାବି ହୋଇଛି। ଦୀର୍ଘଦିନ ଧରି ସ୍ୱଳ୍ପ ଜମିରେ ବାସଗୃହ କରି ରହୁଥିବା ପ୍ରକୃତ ପରିବାରଙ୍କ ପାଇଁ ୧୦ ଡେସିମାଲ ପର୍ଯ୍ୟନ୍ତ ଏକକାଳୀନ ସେଟଲମେଣ୍ଟ ବା ସର୍ବକ୍ଷମା ବ୍ୟବସ୍ଥା ବିଚାର କରିବାକୁ ଦଳ ପ୍ରସ୍ତାବ ରଖିଛି। ସେହିପରି ପୁରୀର ସରକାରୀ ମେଡିକାଲ କଲେଜକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆବଶ୍ୟକ ଏନଓସି ଓ କ୍ଲିୟରାନ୍ସ, ଫାଇଲ୍ ଗତିବିଧି ଏବଂ ବିଳମ୍ବର ସମ୍ପୂର୍ଣ୍ଣ କ୍ରମ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ କରି ପ୍ରଶାସନିକ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି। ପୁରୀର ସ୍ୱେରେଜ୍ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି। ବର୍ଷ ବର୍ଷ ଧରି ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ବର୍ଷା ହେଲେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ସମଗ୍ର ବ୍ୟବସ୍ଥାର ଟେକ୍ନିକାଲ, ଫାଇନାନ୍ସିଆଲ ଓ ଥାର୍ଡ ପାର୍ଟି ପରଫର୍ମାନ୍ସ ଅଡିଟ୍ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅବଶିଷ୍ଟ କାମ ଓ ରଘୁନନ୍ଦନ ଲାଇବ୍ରେରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସମୟସୀମା ସହ କାର୍ଯ୍ୟଯୋଜନା ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି। ଏଥିସହ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି, ଦଳ ବିକାଶର ବିରୋଧୀ ନୁହେଁ; କିନ୍ତୁ ଅସମ୍ପୂର୍ଣ୍ଣ ଓ ଉତ୍ତରଦାୟିତ୍ୱହୀନ ବିକାଶର ବିରୋଧୀ। ପୁରୀକୁ କେବଳ ପ୍ରଚାରର ସହର ନକରି ବାସଯୋଗ୍ୟ ସହରରେ ପରିଣତ କରିବାକୁ ଦଳ ଆହ୍ୱାନ ଦେଇଛି। କାର୍ଯ୍ୟକ୍ରମରେ ଭୂସମ୍ପତ୍ତି ସୁରକ୍ଷା ପରିଷଦ ସଭାପତି ତଥା ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ସମେତ ମାନସ ରଞ୍ଜନ ମହାପାତ୍ର, ଜଗନ୍ନାଥ ଦେଓ, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର, ସସ୍ମିତା ଦାସ, ମମତା ସ୍ୱାଇଁ, କାଳୀ ପ୍ରସାଦ ନାୟକ, ସୁକାନ୍ତ କୁମାର ପ୍ରଧାନ, ପ୍ରମୋଦ ପ୍ରଧାନ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଶ୍ୱନାଥ ଦାଶ, ବିଶ୍ୱରଞ୍ଜନ ମହାପାତ୍ର, ବିଶ୍ୱରଞ୍ଜନ ସାମନ୍ତରାୟ, ବୈଦ୍ୟନାଥ ପାଣି, ସ୍ୱାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଅବିନାଶ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ଜ୍ୟୋତି ପ୍ରକାଶ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ସ୍ମୃତିରଞ୍ଜନ ପତି, ଆର୍ତ୍ତତ୍ରାଣ ସାହୁ, ଅମିୟ ମହାପାତ୍ର, ବିପିନ ବିହାରୀ ଦଳେଇ, ଜିବେଶ ରଥ, ନିର୍ମଳ ସାମନ୍ତରାୟ, ଦୁର୍ଗାପ୍ରସାଦ ସାମନ୍ତରାୟ, ରାଧେଶ୍ୟାମ ସାହୁ, ଉମାକାନ୍ତ ବେହେରା, ରଞ୍ଜନ ସାହୁ, କପିଳ ଷଡ଼ଙ୍ଗୀ, ସୌମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ପୁରୀର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ କଂଗ୍ରେସର ଅସନ୍ତୋଷ।

ପୁରୀ, ୧୬/୦୯: ପୁରୀର ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛି ପୁରୀ ଜିଲ୍ଲା କଂଗ୍ରେସ କମିଟି। ପୁରୀ କେବଳ ଏକ ସହର ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀ ଓ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ। ତେଣୁ ପୁରୀ ନାମରେ ଘୋଷଣା ହେଉଥିବା ବିଭିନ୍ନ ପ୍ରକଳ୍ପର ପ୍ରକୃତ ସୁଫଳ ସାଧାରଣ ପୁରୀବାସୀ କେତେ ପାଉଛନ୍ତି, ସେନେଇ ସରକାର ସ୍ପଷ୍ଟ ଉତ୍ତର ଦେବାକୁ ଦଳ ଦାବି କରିଛି।

ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଜମି ସେଟଲମେଣ୍ଟ ନୀତିକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ୨୦୨୬ର ନୂଆ ନିୟମ ଲାଗୁ ହେବା ପୂର୍ବରୁ ପୁରୁଣା ନୀତି ଅନୁସାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଆବେଦନଗୁଡ଼ିକର ତାଲିକା, ଆବେଦନ ତାରିଖ, ଫାଇଲ୍‌ର ସ୍ଥିତି ଓ ବିଳମ୍ବର କାରଣ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଏଥିସହ ପୁରୁଣା ଆବେଦନକାରୀଙ୍କ ପାଇଁ ସେଭିଂ ବା ଟ୍ରାନ୍‌ଜିସନାଲ ବ୍ୟବସ୍ଥା ରଖିବାକୁ କଂଗ୍ରେସ ଦାବି କରିଛି।

ଦଖଲର ବର୍ଷ ନିର୍ଦ୍ଧାରଣ ପାଇଁ କେଉଁ ଦସ୍ତାବିଜକୁ ଆଧାର କରାଯିବ, ଏନେଇ ସ୍ପଷ୍ଟ ଓ ସମାନ ମାପଦଣ୍ଡ ପ୍ରକାଶ କରିବାକୁ ମଧ୍ୟ ଦାବି ହୋଇଛି। ଦୀର୍ଘଦିନ ଧରି ସ୍ୱଳ୍ପ ଜମିରେ ବାସଗୃହ କରି ରହୁଥିବା ପ୍ରକୃତ ପରିବାରଙ୍କ ପାଇଁ ୧୦ ଡେସିମାଲ ପର୍ଯ୍ୟନ୍ତ ଏକକାଳୀନ ସେଟଲମେଣ୍ଟ ବା ସର୍ବକ୍ଷମା ବ୍ୟବସ୍ଥା ବିଚାର କରିବାକୁ ଦଳ ପ୍ରସ୍ତାବ ରଖିଛି।

ସେହିପରି ପୁରୀର ସରକାରୀ ମେଡିକାଲ କଲେଜକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆବଶ୍ୟକ ଏନଓସି ଓ କ୍ଲିୟରାନ୍ସ, ଫାଇଲ୍ ଗତିବିଧି ଏବଂ ବିଳମ୍ବର ସମ୍ପୂର୍ଣ୍ଣ କ୍ରମ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ କରି ପ୍ରଶାସନିକ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।

ପୁରୀର ସ୍ୱେରେଜ୍ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି। ବର୍ଷ ବର୍ଷ ଧରି ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ବର୍ଷା ହେଲେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ସମଗ୍ର ବ୍ୟବସ୍ଥାର ଟେକ୍ନିକାଲ, ଫାଇନାନ୍ସିଆଲ ଓ ଥାର୍ଡ ପାର୍ଟି ପରଫର୍ମାନ୍ସ ଅଡିଟ୍ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅବଶିଷ୍ଟ କାମ ଓ ରଘୁନନ୍ଦନ ଲାଇବ୍ରେରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସମୟସୀମା ସହ କାର୍ଯ୍ୟଯୋଜନା ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି। ଏଥିସହ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି, ଦଳ ବିକାଶର ବିରୋଧୀ ନୁହେଁ; କିନ୍ତୁ ଅସମ୍ପୂର୍ଣ୍ଣ ଓ ଉତ୍ତରଦାୟିତ୍ୱହୀନ ବିକାଶର ବିରୋଧୀ। ପୁରୀକୁ କେବଳ ପ୍ରଚାରର ସହର ନକରି ବାସଯୋଗ୍ୟ ସହରରେ ପରିଣତ କରିବାକୁ ଦଳ ଆହ୍ୱାନ ଦେଇଛି।

କାର୍ଯ୍ୟକ୍ରମରେ ଭୂସମ୍ପତ୍ତି ସୁରକ୍ଷା ପରିଷଦ ସଭାପତି ତଥା ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ସମେତ ମାନସ ରଞ୍ଜନ ମହାପାତ୍ର, ଜଗନ୍ନାଥ ଦେଓ, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର, ସସ୍ମିତା ଦାସ, ମମତା ସ୍ୱାଇଁ, କାଳୀ ପ୍ରସାଦ ନାୟକ, ସୁକାନ୍ତ କୁମାର ପ୍ରଧାନ, ପ୍ରମୋଦ ପ୍ରଧାନ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଶ୍ୱନାଥ ଦାଶ, ବିଶ୍ୱରଞ୍ଜନ ମହାପାତ୍ର, ବିଶ୍ୱରଞ୍ଜନ ସାମନ୍ତରାୟ, ବୈଦ୍ୟନାଥ ପାଣି, ସ୍ୱାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଅବିନାଶ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ଜ୍ୟୋତି ପ୍ରକାଶ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ସ୍ମୃତିରଞ୍ଜନ ପତି, ଆର୍ତ୍ତତ୍ରାଣ ସାହୁ, ଅମିୟ ମହାପାତ୍ର, ବିପିନ ବିହାରୀ ଦଳେଇ, ଜିବେଶ ରଥ, ନିର୍ମଳ ସାମନ୍ତରାୟ, ଦୁର୍ଗାପ୍ରସାଦ ସାମନ୍ତରାୟ, ରାଧେଶ୍ୟାମ ସାହୁ, ଉମାକାନ୍ତ ବେହେରା, ରଞ୍ଜନ ସାହୁ, କପିଳ ଷଡ଼ଙ୍ଗୀ, ସୌମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    4
    breaking news Mota Badi panchayat  my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha 
my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    user_My wife Tulasi 😱 Pramod
    My wife Tulasi 😱 Pramod
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    22 hrs ago
  • ପୁରୀ ରେଲୱେ ଷ୍ଟେସନ ନୀଳକଣ୍ଠେଶ୍ୱର ଅଟୋ ଚାଳକ ସଂଘର ବାର୍ଷିକ ଉତ୍ସବ। ପୁରୀ ରେଲୱେ ଷ୍ଟେସନ ପରିସରରେ ନୀଳକଣ୍ଠେଶ୍ୱର ଅଟୋ ଚାଳକ ସଂଘର ବାର୍ଷିକ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଶ୍ରୀକାନ୍ତ ପରିଜାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଜୟନ୍ତ ସରଙ୍ଗୀ ଯୋଗଦେଇଥିଲେ। ଏହି ଅବସରରେ ସଂଘର ସମ୍ପାଦକ ଟୁନା ବାରିକ, ଯୁବ ନେତା ଜୟନ୍ତ ଦାସ, ପୁରୀ ଷ୍ଟେସନ ଟ୍ୟାକ୍ସି ସଂଘର ଉପଦେଷ୍ଟା ସୋମନାଥ ସାହୁ, ନୀଳାଚଳ ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ, ଷ୍ଟେସନ ମ୍ୟାନେଜର ଏବଂ ଜିଆରପି ଆଇଆଇସିଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଅତିଥି ଏବଂ ସଂଘର ସଦସ୍ୟ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଉତ୍ସବରେ ସଂଘର ସମ୍ପାଦକଙ୍କ ପକ୍ଷରୁ ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ପରେ ଓଡ଼ିଶୀ ନୃତ୍ୟ ସହ ଆଖଣ୍ଡଳମଣି ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଆଜି ସଂଘ ପକ୍ଷରୁ ମାନବସେବାର ନିଆରା ପ୍ରୟାସ କରାଯାଇ ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଅଟୋ ଚାଳକ ସଂଘର ଏଭଳି ସାମାଜିକ ଓ ଧାର୍ମିକ ପଦକ୍ଷେପକୁ ଭକ୍ତମାନେ ପ୍ରଶଂସା କରିଥିଲେ।
    4
    ପୁରୀ ରେଲୱେ ଷ୍ଟେସନ ନୀଳକଣ୍ଠେଶ୍ୱର ଅଟୋ ଚାଳକ ସଂଘର ବାର୍ଷିକ ଉତ୍ସବ।

ପୁରୀ ରେଲୱେ ଷ୍ଟେସନ ପରିସରରେ ନୀଳକଣ୍ଠେଶ୍ୱର ଅଟୋ ଚାଳକ ସଂଘର ବାର୍ଷିକ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଶ୍ରୀକାନ୍ତ ପରିଜାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଜୟନ୍ତ ସରଙ୍ଗୀ ଯୋଗଦେଇଥିଲେ।
ଏହି ଅବସରରେ ସଂଘର ସମ୍ପାଦକ ଟୁନା ବାରିକ, ଯୁବ ନେତା ଜୟନ୍ତ ଦାସ, ପୁରୀ ଷ୍ଟେସନ ଟ୍ୟାକ୍ସି ସଂଘର ଉପଦେଷ୍ଟା ସୋମନାଥ ସାହୁ, ନୀଳାଚଳ ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ, ଷ୍ଟେସନ ମ୍ୟାନେଜର ଏବଂ ଜିଆରପି ଆଇଆଇସିଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଅତିଥି ଏବଂ ସଂଘର ସଦସ୍ୟ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ଉତ୍ସବରେ ସଂଘର ସମ୍ପାଦକଙ୍କ ପକ୍ଷରୁ ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ପରେ ଓଡ଼ିଶୀ ନୃତ୍ୟ ସହ ଆଖଣ୍ଡଳମଣି ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

ଆଜି ସଂଘ ପକ୍ଷରୁ ମାନବସେବାର ନିଆରା ପ୍ରୟାସ କରାଯାଇ ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଅଟୋ ଚାଳକ ସଂଘର ଏଭଳି ସାମାଜିକ ଓ ଧାର୍ମିକ ପଦକ୍ଷେପକୁ  ଭକ୍ତମାନେ ପ୍ରଶଂସା କରିଥିଲେ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.