Shuru
Apke Nagar Ki App…
ପ୍ରସାଶନିକ କ୍ଷେତ୍ର ରେ ଅଦଳ ବଦଳ ଦେଖିବକୁ ମିଳିଛି
Narattam Kumar padhy
ପ୍ରସାଶନିକ କ୍ଷେତ୍ର ରେ ଅଦଳ ବଦଳ ଦେଖିବକୁ ମିଳିଛି
More news from ଓଡ଼ିଶା and nearby areas
- ବ୍ଲକ ସ୍ତରୀୟ ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ & ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ରେ ବ୍ଲକ ସ୍ତରୀୟ ମେଗା ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ 60 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ହୋଇଛନ୍ତି l ଯେଉଁମାନେ ଅଧାରୁ ପାଠ ଛାଡି ଦେଇଥିଲେ ସେହି ଛାତ୍ର ଛାତ୍ରୀ ମାନେ ସରକାର ଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ମାଟ୍ରିକ & ଯୁକ୍ତ ୨ ଶିକ୍ଷାରେ ନାମ ଲେଖାଇ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ରହିଛି l ଏନେଇ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ଅବିଭାବକ ଙ୍କୁ ଅବଗତ କରାଇଥିଲେ ଅତିଥି ମାନେ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ.ଗିରିଧର, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାଏକ ଯୋଗଦେଇଥିବା ବେଳେ ଅଧାରୁ ପାଠ ଛାଡିଥିବା ଚତୁର୍ଥ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀ ଚନ୍ଦ୍ରଗିରି ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ଦଶମ & ଯୁକ୍ତ ୨ ଶ୍ରେଣୀ ରେ ନାମ ଲେଖାଇ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁନିତା ଭୂୟାଁ ପରିଚାଳନା କରିଥିବା ବେଳେ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସିଲୁ ପ୍ରଧାନ, ଗୌତମୀ ପରିଡ଼ା, ଚିନୁସ୍ମିତା ପ୍ରଧାନ, ରଶ୍ମିତା କାର୍ଜୀ, ସୁଶାନ୍ତ କୁମାର ପ୍ରଧାନ, ବିଶ୍ଵନାଥ ପାଇକ, ମଦନ ମୋହନ ଦଣ୍ଡସେନା, ଜିତେନ ନାୟକ,ମୋନାଲିସା ବିଶ୍ଵାଳ,କେଦାର ଗୌରୀ ସାହୁ, ଅଶୋକ କୁମାର ବୈଠାରୁ,ଗାୟତ୍ରୀ ପାଇକ ସହଯୋଗ କରିଥିଲେ l1
- #ଦିନେଦେଖେଇଦେଲୁରେ ratipunijn1
- ନନ୍ଦପୁର ବ୍ଲକ ହିକିମପୁଟରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରଜାତିର ପ୍ରଜାପତି,ଭୟ ଭିତ ମଧ୍ୟରେ ଆନନ୍ଦ1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- Post by Jay kala _ jay Kalinga1
- Post by AK14TV1
- ଗଜପତି:- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । -------------------------------------------- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଗୁମ୍ମା ବ୍ଲକର ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ'ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଗତ ୨୮ ବର୍ଷ ପୂର୍ବେ ଏହି ଅନୁଷ୍ଠାନର ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ବେଳେ ଆଜି ଏହା ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ରୂପେ ହୋଇପାରିଛି । ସେହି ସମୟରେ ଏହି ଅନୁଷ୍ଠାନର ପ୍ରାରମ୍ଭରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ , କିନ୍ତୁ ବର୍ତ୍ତମାନ୍ ଏହି ଅନୁଷ୍ଠାନରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୁମ୍ମା ଭଳି ଆଦିବାସୀ ବହୁଳ ବ୍ଳକାଞ୍ଚଳରେ ଶିକ୍ଷାର ସଂଚାର ଜାତ କରାଇବାରେ ତାଙ୍କର ବାପା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ରହିଛି । ସେହି ଅନୁଷ୍ଠାନକୁ ଆହୁରି ଅଧିକ ବିକାଶ କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅଡିଟୋରିଅମ୍ ନିର୍ମାଣ ଏବଂ ଦକ୍ଷତା ଏକ ସ୍ବତନ୍ତ୍ର ଶ୍ରେଣୀ କକ୍ଷ ସହାୟତା କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ , ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନ କରି ଜଣେ ଶ୍ରେଷ୍ଠ ନାଗରିକ ହେବା ପାଇଁ ନିଷ୍ଠା , ପରିଶ୍ରମ ଓ ଧୈର୍ଯ୍ୟର ସହ ପଢ଼ାପଢ଼ି କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଅନୁଷ୍ଠାନର ଗଭର୍ଣିଁଙ୍ଗ ବଡି ସଭାପତି ଶ୍ରୀ ଅନୁପ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ଆହରଣର ବିଭିନ୍ନ ଉପାଦେୟ କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗୁମ୍ନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଏସ: ଶ୍ରୀନିବାସ ରାଓ , ଜୀବା ସରପଞ୍ଚ ଶ୍ରୀ ଏଡାଙ୍ଗ ଶବର , ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନେ ମୁଖ୍ୟତଃ ଶିକ୍ଷା ସହିତ ବିଭିନ୍ନ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ଓ ନିଜର ଜ୍ଞାନ ବଳରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜ'କୁ ଉଚିତ ମାର୍ଗରେ ପ୍ରଭାବିତ କରିବା ପାଇଁ ସମସ୍ତେ ନିଜ ନିଜ ବକ୍ତ୍ୟବ୍ୟରେ ଉପସ୍ଥାପନ କରି ମୋବାଇଲ ଓ ନିଶା ଠାରୁ ନିଜକୁ ଦୂରରେ ରଖିବା ପାଇଁ ଅହ୍ୱାନ କରଥିଲେ | ନିଜ ଭବିଷ୍ୟତ'କୁ ସୁରକ୍ଷିତ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହା ଛଡା ପରିବେଶ ସୁରକ୍ଷା ବିଷୟ ରେ ମଧ୍ଯ ସଜାଗ ରହିବା ପାଇଁ ବୁଝାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ବରିଷ୍ଠ ଅଧ୍ୟାପକ ସୀତାରାମ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ , ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ଏବଂ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମ'କୁ ଅଧ୍ୟାପକ ଗଣ ଯଥା:- ସୀତାରାମ ପ୍ରଧାନ , ରଣେନ୍ଦ୍ର ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ରଥ ଏବଂ ମାନସୀ ସାହୁ ପ୍ରମୁଖ'ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ । ଓଡ଼ିଆ ସେଲିବ୍ରିଟି ଓ ସିନେ ଅଭିନେତ୍ରୀ ତଥା "ଚାରିଧାମ" ଓଡ଼ିଆ ସିନେମା'ର ନାୟିକା ଡଃ ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ପୁରା କାର୍ଯ୍ୟକ୍ରମକୁ ଯୋସ୍ ଭରି ଦେଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ଯ ଅଭିନେତ୍ରୀ ଙ୍କ ସହ ନାଚ ଗୀତରେ ମସଗୁଲ ହୋଇ ପଡ଼ିଥିଲେ ।1