ଗଜପତି:- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଗଜପତି:- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । -------------------------------------------- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଗୁମ୍ମା ବ୍ଲକର ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ'ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଗତ ୨୮ ବର୍ଷ ପୂର୍ବେ ଏହି ଅନୁଷ୍ଠାନର ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ବେଳେ ଆଜି ଏହା ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ରୂପେ ହୋଇପାରିଛି । ସେହି ସମୟରେ ଏହି ଅନୁଷ୍ଠାନର ପ୍ରାରମ୍ଭରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ , କିନ୍ତୁ ବର୍ତ୍ତମାନ୍ ଏହି ଅନୁଷ୍ଠାନରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୁମ୍ମା ଭଳି ଆଦିବାସୀ ବହୁଳ ବ୍ଳକାଞ୍ଚଳରେ ଶିକ୍ଷାର ସଂଚାର ଜାତ କରାଇବାରେ ତାଙ୍କର ବାପା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ରହିଛି । ସେହି ଅନୁଷ୍ଠାନକୁ ଆହୁରି ଅଧିକ ବିକାଶ କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅଡିଟୋରିଅମ୍ ନିର୍ମାଣ ଏବଂ ଦକ୍ଷତା ଏକ ସ୍ବତନ୍ତ୍ର ଶ୍ରେଣୀ କକ୍ଷ ସହାୟତା କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ , ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନ କରି ଜଣେ ଶ୍ରେଷ୍ଠ ନାଗରିକ ହେବା ପାଇଁ ନିଷ୍ଠା , ପରିଶ୍ରମ ଓ ଧୈର୍ଯ୍ୟର ସହ ପଢ଼ାପଢ଼ି କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଅନୁଷ୍ଠାନର ଗଭର୍ଣିଁଙ୍ଗ ବଡି ସଭାପତି ଶ୍ରୀ ଅନୁପ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ଆହରଣର ବିଭିନ୍ନ ଉପାଦେୟ କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗୁମ୍ନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଏସ: ଶ୍ରୀନିବାସ ରାଓ , ଜୀବା ସରପଞ୍ଚ ଶ୍ରୀ ଏଡାଙ୍ଗ ଶବର , ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନେ ମୁଖ୍ୟତଃ ଶିକ୍ଷା ସହିତ ବିଭିନ୍ନ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ଓ ନିଜର ଜ୍ଞାନ ବଳରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜ'କୁ ଉଚିତ ମାର୍ଗରେ ପ୍ରଭାବିତ କରିବା ପାଇଁ ସମସ୍ତେ ନିଜ ନିଜ ବକ୍ତ୍ୟବ୍ୟରେ ଉପସ୍ଥାପନ କରି ମୋବାଇଲ ଓ ନିଶା ଠାରୁ ନିଜକୁ ଦୂରରେ ରଖିବା ପାଇଁ ଅହ୍ୱାନ କରଥିଲେ | ନିଜ ଭବିଷ୍ୟତ'କୁ ସୁରକ୍ଷିତ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହା ଛଡା ପରିବେଶ ସୁରକ୍ଷା ବିଷୟ ରେ ମଧ୍ଯ ସଜାଗ ରହିବା ପାଇଁ ବୁଝାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ବରିଷ୍ଠ ଅଧ୍ୟାପକ ସୀତାରାମ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ , ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ଏବଂ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମ'କୁ ଅଧ୍ୟାପକ ଗଣ ଯଥା:- ସୀତାରାମ ପ୍ରଧାନ , ରଣେନ୍ଦ୍ର ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ରଥ ଏବଂ ମାନସୀ ସାହୁ ପ୍ରମୁଖ'ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ । ଓଡ଼ିଆ ସେଲିବ୍ରିଟି ଓ ସିନେ ଅଭିନେତ୍ରୀ ତଥା "ଚାରିଧାମ" ଓଡ଼ିଆ ସିନେମା'ର ନାୟିକା ଡଃ ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ପୁରା କାର୍ଯ୍ୟକ୍ରମକୁ ଯୋସ୍ ଭରି ଦେଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ଯ ଅଭିନେତ୍ରୀ ଙ୍କ ସହ ନାଚ ଗୀତରେ ମସଗୁଲ ହୋଇ ପଡ଼ିଥିଲେ ।

- Post by AK14TV1
- ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରମେଶ ଜେନା ବିଧାୟକ ସାନଖେମୁଣ ବିଧାୟକ କାର୍ଯ୍ୟକ୍ରମରେ ଯୋଗଦାନ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- Post by Jay kala _ jay Kalinga1
- ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1